Posted inଖେଳ

ସିନିୟର ମହିଳା ଟି୨୦ ଚ୍ୟାଲେଞ୍ଜର ଟ୍ରଫି: ସୁଶ୍ରୀଙ୍କ ପ୍ରଭାବୀ ପ୍ରଦର୍ଶନ ଜାରି; ଫାଇନାଲରେ ଇଣ୍ଡିଆ ‘ବି’

କଟକ ଅଫିସ,୮ା୧- ବାରବାଟୀ ଷ୍ଟାଡିୟମରେ ଚାଲିଥିବା ସିନିୟର ମହିଳା ଟି୨୦ ଚ୍ୟାଲେଞ୍ଜର ଟ୍ରଫିରେ ଇଣ୍ଡିଆ-ବି ଦଳ ଦ୍ୱିତୀୟ ବିଜୟ ହାସଲ କରିଛି। ୩ଟି ମ୍ୟାଚ୍‌ରୁ ୧୦ ପଏଣ୍ଟ ହାସଲ କରି ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନରେ ରହିବା ସହିତ ପ୍ରଥମ ଦଳ ଭାବେ ଫାଇନାଲରେ ସ୍ଥାନ ସୁରକ୍ଷିତ କରିଛି ସ୍ମୃତି ମାନ୍ଧାନାଙ୍କ ନେତୃତ୍ୱାଧୀନ ଏହି ଦଳ। ମଙ୍ଗଳବାର ହରମନପ୍ରିତ କୌରଙ୍କ ନେତୃତ୍ୱାଧୀନ ଇଣ୍ଡିଆ-ସିକୁ ଇଣ୍ଡିଆ-ବି ଦଳ ୩୫ରନରେ ହରାଇଥିଲା। ଇଣ୍ଡିଆ-ବି ପକ୍ଷରୁ ଖେଳୁଥିବା ଓଡ଼ିଶାର ସୁଶ୍ରୀ ଦିବ୍ୟଦର୍ଶିନୀ ୨ଟି ଉଇକେଟ ଅକ୍ତିଆର କରିବା ସହ ଦଳକୁ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ତାଙ୍କ ବୋଲିଂ ସ୍ପେଲ ସୁଶ୍ରୀ ୪-୦-୧୮-୨ ରହିଥିଲା।
ଇଣ୍ଡିଆ-ବି ଅଧିନାୟିକା ସ୍ମୃତି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରାରମ୍ଭରୁ ଦଳ ଚମତ୍କାର ବ୍ୟାଟିଂ କରିଥିଲା। ନିର୍ଦ୍ଧାରିତ ୨୦ ଓଭରରେ ଦଳ ୪ ଉଇକେଟ ହରାଇ ୧୩୯ରନ କରିଥିଲା। ଅଧିନାୟିକା ସ୍ମୃତି ସର୍ବାଧିକ ୩୪ରନ କରିଥିଲେ। ଏହା ମଧ୍ୟରେ ୪ ଚୌକା ଓ ୨ଟି ଛକା ସାମିଲ ଥିଲା। ଏହାଛଡ଼ା ଭେଲାସ୍ବାମୀ ଭନିଥା ୩୦, ରିଚା ଘୋଷ ୨୨, ଜେମିହା ରୋଡ୍ରିଗ୍ବେଜ ୨୦ରନରେ ଆଉଟ ହୋଇଥିବା ବେଳେ ପୂଜା ବସ୍ତ୍ରକାର ୧୫ ଓ ଶିଖା ପାଣ୍ଡେ ୧୪ରନରେ ଅପରାଜିତ ଥିଲେ। ଇଣ୍ଡିଆ-ଏ ପକ୍ଷରୁ ସ୍ନେହ ରାଣା ସର୍ବାଧିକ ୨ଟି ଉଇକେଟ ନେଇଥିବା ବେଳେ ମାନସୀ ଯୋଶୀ ଓ ରାଧା ଯାଦବ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ। ଜବାବରେ ଇଣ୍ଡିଆ-ଏ ୭ ଉଇକେଟ ହରାଇ ୧୦୪ରନ କରି ପାରିଥିଲା। ଧୁଆଁଧାର ବ୍ୟାଟିଂ ସହ ୩୪ରନ କରିଥିବା ଓପନର ପ୍ରିୟା ପୁନିଆ ସୁଶ୍ରୀଙ୍କ ଶିକାର ହୋଇଥିଲେ। ଦୀପ୍ତି ଶର୍ମା ୩୩ରନ କରିଥିବା ବେଳେ ଅନ୍ୟ କେହି ଖେଳାଳି ଆଖିଦୃଶିଆ ପ୍ରଦର୍ଶନ କରି ପାରି ନଥିଲେ। ତାନିଆ ଭାଟିଆ ୧୧, ଦେବିକା ବୈଦ୍ୟ ୬, ଅଧିନାୟିକା ହରମନପ୍ରିତ କୌର ୬, ଭାରତୀ ଫୁଲମଲି ୧୧, ରାଧା ଯାଦବ ୨ରନ କରିଥିଲେ। ଇଣ୍ଡିଆ ବି ପକ୍ଷରୁ ସୁଶ୍ରୀ ୧୮ରନ ବିନିମୟରେ ୨ଟି ଉଇକେଟ ଅକ୍ତିଆର କରିଥିଲେ। ଅନୁଜା ପାଟିଲଙ୍କୁ ୨ଟି ଉଇକେଟ ମିଳିଥିବା ବେଳେ ତନୁଜା କନୱର, ପୂଜା ବସ୍ତ୍ରକାର ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri