ସିଟି ହସ୍ପିଟାଲ୍‌ରେ ଅଚାନକ ପହଞ୍ଚିଲେ ଜିଲାପାଳ: ଦୁଇ ଔଷଧ ଦୋକାନ ବନ୍ଦ

ବ୍ରହ୍ମପୁର ଅଫିସ୍‌,୧୦ା୧୦-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ କରିବା ପରଠୁ ବରିଷ୍ଠ ପ୍ରଶାସକମାନେ ସାଧାରଣ ଲୋକଙ୍କ ପାଖକୁ ଯାଇ ସୁବିଧା ଅସୁବିଧା ବୁଝୁଛନ୍ତି। ଏହି କ୍ରମରେ ବୁଧବାର ଅପରାହ୍ନରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ବ୍ରହ୍ମପୁର ସିଟି ହସ୍‌ପିଟାଲ୍‌ ତଥା ଜିଲା ମୁଖ୍ୟ ଚିକିତ୍ସାଳୟରେ ଅଚାନକ ପହଞ୍ଚି ଥିଲେ। ରୋଗୀଙ୍କୁ କିଭଳି ସ୍ବାସ୍ଥ୍ୟ ସୁବିଧା ମିଳିପାରୁଛି, ସେ ସମ୍ପର୍କରେ ସମୀକ୍ଷା କରିଥିଲେ । ଅସାଧୁ ଡାକ୍ତରମାନେ କିଭଳି ଭାବେ ଘରୋଇ ଔଷଧ ଦୋକାନକୁ ବ୍ୟବସାୟିକ ଫାଇଦା କରାଇବା ପାଇଁ ଚଢ଼ାଦରର ଔଷଧ ଲେଖୁଛନ୍ତି, ତାହା ଦୃଷ୍ଟିକୁ ଆସିଥିଲା। ଚିକିତ୍ସାଳୟ ପରିସରରେ ଥିବା ଦୁଇଟି ଔଷଧ ଦୋକାନରେ ପହଞ୍ଚି ଉଭୟକୁ ବନ୍ଦ କରିଥିଲେ ।
ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟା ବେଳକୁ ଜିଲାପାଳ କୁଲାଙ୍ଗେ ସିଟି ହସ୍‌ପିଟାଲ୍‌ରେ ପହଞ୍ଚିଥିଲେ। ଗୋଟିଏ ପରେ ଗୋଟିଏ ୱାର୍ଡ଼ ବୁଲିଥିଲେ।
ତାଙ୍କ ସହ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ତଥା ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ବିଜୟ କୁମାର ପାଣିଗ୍ରାହୀ ଏବଂ ସିଟି ହସ୍‌ପିଟାଲ୍‌ର ସୁପରିଣ୍ଟେଣ୍ଡେଣ୍ଟ ଡା. ପି.କୁର୍ମେୟାଙ୍କ ସମେତ ସ୍ବାସ୍ଥ୍ୟ ବିଭାଗର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
ପରିଦର୍ଶନ ସମୟରେ ଜିଲାପାଳ କୁଲାଙ୍ଗେ ବିଭିନ୍ନ ପ୍ରକାର ଅବ୍ୟବସ୍ଥା ଧରିଥିଲେ। ବିଶେଷକରି ଘରୋଇ ଔଷଧ ଦୋକାନଗୁଡ଼ିକ ଯେଭଳି ଭାବେ ରୋଗୀଙ୍କୁ ଶୋଷଣ କରୁଛନ୍ତି, ତାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଜଣେ ରୋଗୀ ଆଉଟ୍‌ଡୋର୍‌ରୁ ପ୍ରେସ୍‌କ୍ରିପସନ୍‌ ନେଇ ବାହାରକୁ ବାହାରିବା କ୍ଷଣି ଘରୋଇ ଔଷଧ ଦୋକାନର ଦଲାଲ୍‌ମାନେ ସେମାନଙ୍କୁ ଟାଣି ନେଉଛନ୍ତି। ଗ୍ରାମାଞ୍ଚଳ ଏବଂ ଗରିବ ରୋଗୀଙ୍କୁ ଚଢ଼ା ଦରରେ ଔଷଧ ବିକ୍ରି କରୁଛନ୍ତି। ଅନେକ ସମୟରେ ଏହାକୁ ନେଇ ଅପ୍ରୀତିକିର ପରିସ୍ଥିତି ଦେଖାଦେଉଛି।
ପୂର୍ବରୁ ଏନେଇ ଜିଲା ପ୍ରଶାସନ ପାଖରେ ବହୁ ଅଭିଯୋଗ ପହଞ୍ଚିଛି। ଏଣୁ ଜିଲାପାଳ କୁଲାଙ୍ଗେ ଘରୋଇ ଔଷଧ ଦୋକାନ ପାଖରେ ପହଞ୍ଚିଥିଲେ। ଗୋଟିଏ ଦୋକାନ ରୋଗୀଙ୍କୁ ପଲିଥିନ୍‌ ଦେଉଥିବା ଦୃଷ୍ଟିକୁ ଆସିଥିଲା। ବ୍ରହ୍ମପୁର ମହାନଗର ନିଗମ ଏନ୍‌ଫୋର୍ସମେଣ୍ଟ ଟିମ୍‌ ଜରିଆରେ ଉକ୍ତ ଔଷଧ ଦୋକାନଠାରୁ ୧୦ହଜାର ଟଙ୍କାର ଜରିମାନା ଆଦାୟ କରାଯାଇଥିଲା। ଏଥି ସହ ହସ୍‌ପିଟାଲ କ୍ୟାମ୍ପସ୍‌ରେ ରହି ସରକାରଙ୍କ ବିଭିନ୍ନ ଆଇନ୍‌ ଉଲ୍ଲଂଘନ କରୁଥିବା ଯୋଗୁ ଉଭୟ ଔଷଧ ଦୋକାନକୁ ବନ୍ଦ ନିର୍ଦ୍ଦେଶ ଦେଇଥିଲେ। ଆବଶ୍ୟକ ଦସ୍ତାବିଜ ଦେଖାଇବା ପରେ ହିଁ ଦୋକାନ ଖୋଲିବାକୁ ଚେତାବନୀ ଦେଇଥିଲେ। ହସ୍‌ପିଟାଲ୍‌ ପରିସରରେ ୩ ନିରାମୟ କେନ୍ଦ୍ର କାର୍ଯ୍ୟ କରୁଛି। ରୋଗୀଙ୍କ ସୁବିଧା ପାଇଁ ଆଉ ଦୁଇଟି ନିରାମୟ କେନ୍ଦ୍ର ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏତଦ୍‌ ବ୍ୟତୀତ ବରିଷ୍ଠ ନାଗରିକଙ୍କ ସୁବିଧା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ସର୍ଜରି ବିଭାଗ ଉପର ମହଲାରେ ନିଦାନ କେନ୍ଦ୍ର ଥିବା ଯୋଗୁ ବରିଷ୍ଠ ନାଗରିକମାନେ ଶିଡି ଚଢ଼ି ଯିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଣୁ ତଳ କୋଠାରେ ଗୋଟିଏ ନିଦାନ କେନ୍ଦ୍ର ଖୋଲିବାକୁ ଜିଲାପାଳ କୁଲାଙ୍ଗେ ପରାମର୍ଶ ଦେଇଥିଲେ। ଏକ୍ସ-ରେ ମେଶିନ୍‌ ଦୀର୍ଘ ଦିନ ହେଲା ଖରାପ ହୋଇଯାଇଛି । ତାକୁ ସଜାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ ।
ଗସ୍ତ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ପାଣିଗ୍ରାହୀ କହିଛନ୍ତି, ରୋଗୀମାନେ ମାଗଣାରେ ସ୍ବାସ୍ଥ୍ୟ ସେବା ପାଉଛନ୍ତି ନା ନାହିଁ, ଜିଲାପାଳ ପଚାରି ବୁଝିଥିଲେ।
କ୍ୟାମ୍ପସ୍‌ ସଫାସୁତରା ପରଖିଲେ। ନିରାମୟ କେନ୍ଦ୍ର ଏବଂ ବିଭିନ୍ନ ୱାର୍ଡ଼ ବୁଲିଥିଲେ । ବରିଷ୍ଠ ନାଗରିକଙ୍କ ପାଇଁ ନିଦାନ କେନ୍ଦ୍ର ଖୋଲିବାକୁ ପରାମର୍ଶ ଦେଇଥିଲେ। ଗୋଟିଏ ସପ୍ତାହ ମଧ୍ୟରେ କେନ୍ଦ୍ର ଖୋଲାଯିବ। ଦୁଇଟି ଔଷଧ ଦୋକାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି। ଜିଲାପାଳଙ୍କ ଗସ୍ତ ସମୟରେ ଏନ୍‌ଏଚ୍‌ଏମ୍‌ ଡିପିଏମ୍‌ ଶ୍ୟାମ ସୁନ୍ଦର ତ୍ରିପାଠୀଙ୍କ ସମେତ ସ୍ବାସ୍ଥ୍ୟ ବିଭାଗର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଘରୋଇ ଚିକିତ୍ସା କଲେ ଚାକିରିରୁ ବିଦା ହେବେ ଡାକ୍ତର

ବ୍ରହ୍ମପୁର,୨୭।୪(ସୁବାସ ଚନ୍ଦ୍ର ପାଢ଼ୀ): ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମକେସିଜି) ମେଡିକାଲର ବିଭିନ୍ନ ବିଭାଗରେ କାର୍ଯ୍ୟରତ ସିନିୟର୍‌ ରେସିଡେଣ୍ଟ(ଏସ୍‌ଆର) ତଥା ଟ୍ୟୁଟରମାନେ ଘରୋଇ ମେଡିକାଲରେ ରୋଗୀ ଚିକିତ୍ସା କରୁଥିବା...

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri