ସିଟି ହସ୍ପିଟାଲ୍‌ରେ ଅଚାନକ ପହଞ୍ଚିଲେ ଜିଲାପାଳ: ଦୁଇ ଔଷଧ ଦୋକାନ ବନ୍ଦ

ବ୍ରହ୍ମପୁର ଅଫିସ୍‌,୧୦ା୧୦-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ କରିବା ପରଠୁ ବରିଷ୍ଠ ପ୍ରଶାସକମାନେ ସାଧାରଣ ଲୋକଙ୍କ ପାଖକୁ ଯାଇ ସୁବିଧା ଅସୁବିଧା ବୁଝୁଛନ୍ତି। ଏହି କ୍ରମରେ ବୁଧବାର ଅପରାହ୍ନରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ବ୍ରହ୍ମପୁର ସିଟି ହସ୍‌ପିଟାଲ୍‌ ତଥା ଜିଲା ମୁଖ୍ୟ ଚିକିତ୍ସାଳୟରେ ଅଚାନକ ପହଞ୍ଚି ଥିଲେ। ରୋଗୀଙ୍କୁ କିଭଳି ସ୍ବାସ୍ଥ୍ୟ ସୁବିଧା ମିଳିପାରୁଛି, ସେ ସମ୍ପର୍କରେ ସମୀକ୍ଷା କରିଥିଲେ । ଅସାଧୁ ଡାକ୍ତରମାନେ କିଭଳି ଭାବେ ଘରୋଇ ଔଷଧ ଦୋକାନକୁ ବ୍ୟବସାୟିକ ଫାଇଦା କରାଇବା ପାଇଁ ଚଢ଼ାଦରର ଔଷଧ ଲେଖୁଛନ୍ତି, ତାହା ଦୃଷ୍ଟିକୁ ଆସିଥିଲା। ଚିକିତ୍ସାଳୟ ପରିସରରେ ଥିବା ଦୁଇଟି ଔଷଧ ଦୋକାନରେ ପହଞ୍ଚି ଉଭୟକୁ ବନ୍ଦ କରିଥିଲେ ।
ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟା ବେଳକୁ ଜିଲାପାଳ କୁଲାଙ୍ଗେ ସିଟି ହସ୍‌ପିଟାଲ୍‌ରେ ପହଞ୍ଚିଥିଲେ। ଗୋଟିଏ ପରେ ଗୋଟିଏ ୱାର୍ଡ଼ ବୁଲିଥିଲେ।
ତାଙ୍କ ସହ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ତଥା ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ବିଜୟ କୁମାର ପାଣିଗ୍ରାହୀ ଏବଂ ସିଟି ହସ୍‌ପିଟାଲ୍‌ର ସୁପରିଣ୍ଟେଣ୍ଡେଣ୍ଟ ଡା. ପି.କୁର୍ମେୟାଙ୍କ ସମେତ ସ୍ବାସ୍ଥ୍ୟ ବିଭାଗର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
ପରିଦର୍ଶନ ସମୟରେ ଜିଲାପାଳ କୁଲାଙ୍ଗେ ବିଭିନ୍ନ ପ୍ରକାର ଅବ୍ୟବସ୍ଥା ଧରିଥିଲେ। ବିଶେଷକରି ଘରୋଇ ଔଷଧ ଦୋକାନଗୁଡ଼ିକ ଯେଭଳି ଭାବେ ରୋଗୀଙ୍କୁ ଶୋଷଣ କରୁଛନ୍ତି, ତାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଜଣେ ରୋଗୀ ଆଉଟ୍‌ଡୋର୍‌ରୁ ପ୍ରେସ୍‌କ୍ରିପସନ୍‌ ନେଇ ବାହାରକୁ ବାହାରିବା କ୍ଷଣି ଘରୋଇ ଔଷଧ ଦୋକାନର ଦଲାଲ୍‌ମାନେ ସେମାନଙ୍କୁ ଟାଣି ନେଉଛନ୍ତି। ଗ୍ରାମାଞ୍ଚଳ ଏବଂ ଗରିବ ରୋଗୀଙ୍କୁ ଚଢ଼ା ଦରରେ ଔଷଧ ବିକ୍ରି କରୁଛନ୍ତି। ଅନେକ ସମୟରେ ଏହାକୁ ନେଇ ଅପ୍ରୀତିକିର ପରିସ୍ଥିତି ଦେଖାଦେଉଛି।
ପୂର୍ବରୁ ଏନେଇ ଜିଲା ପ୍ରଶାସନ ପାଖରେ ବହୁ ଅଭିଯୋଗ ପହଞ୍ଚିଛି। ଏଣୁ ଜିଲାପାଳ କୁଲାଙ୍ଗେ ଘରୋଇ ଔଷଧ ଦୋକାନ ପାଖରେ ପହଞ୍ଚିଥିଲେ। ଗୋଟିଏ ଦୋକାନ ରୋଗୀଙ୍କୁ ପଲିଥିନ୍‌ ଦେଉଥିବା ଦୃଷ୍ଟିକୁ ଆସିଥିଲା। ବ୍ରହ୍ମପୁର ମହାନଗର ନିଗମ ଏନ୍‌ଫୋର୍ସମେଣ୍ଟ ଟିମ୍‌ ଜରିଆରେ ଉକ୍ତ ଔଷଧ ଦୋକାନଠାରୁ ୧୦ହଜାର ଟଙ୍କାର ଜରିମାନା ଆଦାୟ କରାଯାଇଥିଲା। ଏଥି ସହ ହସ୍‌ପିଟାଲ କ୍ୟାମ୍ପସ୍‌ରେ ରହି ସରକାରଙ୍କ ବିଭିନ୍ନ ଆଇନ୍‌ ଉଲ୍ଲଂଘନ କରୁଥିବା ଯୋଗୁ ଉଭୟ ଔଷଧ ଦୋକାନକୁ ବନ୍ଦ ନିର୍ଦ୍ଦେଶ ଦେଇଥିଲେ। ଆବଶ୍ୟକ ଦସ୍ତାବିଜ ଦେଖାଇବା ପରେ ହିଁ ଦୋକାନ ଖୋଲିବାକୁ ଚେତାବନୀ ଦେଇଥିଲେ। ହସ୍‌ପିଟାଲ୍‌ ପରିସରରେ ୩ ନିରାମୟ କେନ୍ଦ୍ର କାର୍ଯ୍ୟ କରୁଛି। ରୋଗୀଙ୍କ ସୁବିଧା ପାଇଁ ଆଉ ଦୁଇଟି ନିରାମୟ କେନ୍ଦ୍ର ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏତଦ୍‌ ବ୍ୟତୀତ ବରିଷ୍ଠ ନାଗରିକଙ୍କ ସୁବିଧା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ସର୍ଜରି ବିଭାଗ ଉପର ମହଲାରେ ନିଦାନ କେନ୍ଦ୍ର ଥିବା ଯୋଗୁ ବରିଷ୍ଠ ନାଗରିକମାନେ ଶିଡି ଚଢ଼ି ଯିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଣୁ ତଳ କୋଠାରେ ଗୋଟିଏ ନିଦାନ କେନ୍ଦ୍ର ଖୋଲିବାକୁ ଜିଲାପାଳ କୁଲାଙ୍ଗେ ପରାମର୍ଶ ଦେଇଥିଲେ। ଏକ୍ସ-ରେ ମେଶିନ୍‌ ଦୀର୍ଘ ଦିନ ହେଲା ଖରାପ ହୋଇଯାଇଛି । ତାକୁ ସଜାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ ।
ଗସ୍ତ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ପାଣିଗ୍ରାହୀ କହିଛନ୍ତି, ରୋଗୀମାନେ ମାଗଣାରେ ସ୍ବାସ୍ଥ୍ୟ ସେବା ପାଉଛନ୍ତି ନା ନାହିଁ, ଜିଲାପାଳ ପଚାରି ବୁଝିଥିଲେ।
କ୍ୟାମ୍ପସ୍‌ ସଫାସୁତରା ପରଖିଲେ। ନିରାମୟ କେନ୍ଦ୍ର ଏବଂ ବିଭିନ୍ନ ୱାର୍ଡ଼ ବୁଲିଥିଲେ । ବରିଷ୍ଠ ନାଗରିକଙ୍କ ପାଇଁ ନିଦାନ କେନ୍ଦ୍ର ଖୋଲିବାକୁ ପରାମର୍ଶ ଦେଇଥିଲେ। ଗୋଟିଏ ସପ୍ତାହ ମଧ୍ୟରେ କେନ୍ଦ୍ର ଖୋଲାଯିବ। ଦୁଇଟି ଔଷଧ ଦୋକାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି। ଜିଲାପାଳଙ୍କ ଗସ୍ତ ସମୟରେ ଏନ୍‌ଏଚ୍‌ଏମ୍‌ ଡିପିଏମ୍‌ ଶ୍ୟାମ ସୁନ୍ଦର ତ୍ରିପାଠୀଙ୍କ ସମେତ ସ୍ବାସ୍ଥ୍ୟ ବିଭାଗର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଖୋଲିଲା ମା’ ତାରାତାରିଣୀଙ୍କ ଦାନହୁଣ୍ଡି; ସୁନା-ରୁପା ଅଳଙ୍କାର ସହ ମିଳିଲା…

ପୁରୁଷୋତ୍ତମପୁର,୬।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ଦାନହୁଣ୍ଡି ସୋମବାର ଖୋଲାଯାଇଛି । ମନ୍ଦିର ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦ…

ହାଇଜମ୍ପରେ ସ୍ବର୍ଣ୍ଣପଦକ ଜିତିଲେ ରୁକ୍ମିଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଭଞ୍ଜନଗର,୬।୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବାହାଡ଼ାପଦର ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ରୁକ୍ମିଣୀ ବିଷୋୟୀ ରାଜ୍ୟସ୍ତରୀୟ ହାଇଜମ୍ପ ପ୍ରତିଯୋଗିତାରେ ସ୍ବର୍ଣ୍ଣପଦକ…

ମୋବାଇଲ୍‌ଠାରୁ ଦୂରେଇ ରହିବାକୁ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଲେ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି, ୫।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଡିଗ୍ରୀ କଲେଜ ପରିସରରେ ସେବା ସଂକଳ୍ପ ଅଭିଯାନ ଆନୁକୂଲ୍ୟରେ ଯୁକ୍ତ ୩ ଛାତ୍ରୀଛାତ୍ରଙ୍କୁ ନେଇ…

ଗାଁରେ ଚାଲିଥିଲା ଜୁଆ ଖେଳ: ମାଡ଼ିବସିଲା ପୋଲିସ, ଆଉ ତା’ପରେ…

ଦିଗପହଣ୍ଡି,୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗାଁରେ ଜୁଆ ଖେଳ ଚାଲିଥିଲା। ଖବର ପାଇ ଦିଗପହଣ୍ଡି ପୋଲିସର ଏକ ଟିମ୍‌ ଚଢ଼ାଉ କରି…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ        

ଦିଗପହଣ୍ଡି,୫|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଟିଗୁଡ଼ା ଗ୍ରାମର ନବୀନ ମହାଙ୍କୁଡ଼ ଙ୍କୁ ଗ୍ରାମର ଗୋପୀନାଥ ଡାକୁଆ ରବିବାର ଅପରାହ୍ନ ପ୍ରାୟ ସାଢେ ୪ ଟାରେ…

ଦକ୍ଷିଣପୁର ଗାଁ ପୋଖରୀରେ ୪ କୁମ୍ଭୀର: ଲୋକେ ଆତଙ୍କିତ

ଦିଗପହଣ୍ଡି,୫|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଗୋକର୍ଣ୍ଣପୁର ପଞ୍ଚାୟତ ଦକ୍ଷିଣପୁର ଗାଁ ଦାନ୍ତା ପୋଖରୀ(ବନ୍ଧ) ରେ ୪ ଟି କୁମ୍ଭୀର ଥିବା ଲୋକେ ଦେଖିବା ପରେ…

ପୋଖରୀରୁ ମାଛ ଚୋରି ଉଦ୍ୟମ: ଧରାପଡ଼ିବାରୁ ତେଣ୍ଟାରେ ଭୁଷି ହତ୍ୟା ଉଦ୍ୟମ, ଅଭିଯୁକ୍ତ ଗଲେ ଜେଲ

ଦିଗପହଣ୍ଡି, ୫/୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ ଅନ୍ତର୍ଗତ ସିନ୍ଧୁଖାଳି ଗ୍ରାମ ନିକଟସ୍ଥ ପୋଖରୀରୁ ମାଛ ଚୋରି ଉଦ୍ୟମକୁ କେନ୍ଦ୍ର…

ହୃଦ୍‌ଘାତରେ ଅନିତା ଆରୁଖଙ୍କ ପରଲୋକ: ଖେଳିଗଲା ଶୋକର ଛାୟା

ଭଞ୍ଜନଗର, ୫।୧ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର୍‌ ଆସୋସିଏସନର ବରିଷ୍ଠ ସଦସ୍ୟ ତଥା ବରିଷ୍ଠ ବିଜେଡି ନେତା ଦିବାକର ନାୟକଙ୍କ ଧର୍ମପତ୍ନୀ ଅନିତା ଆରୁଖଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?