Posted inଖେଳ

ସିଓଏର ଘୋଷଣା ପରେ ଅଡୁଆରେ ଓସିଏ

କଟକ ଅଫିସ,୭ା୯-
ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ପରିଚାଳନା ପାଇଁ ସୁପ୍ରିମକୋର୍ଟ ଦ୍ୱାରା ନିୟୋଜିତ କମିଟି ଅଫ ଆଡମିନଷ୍ଟ୍ରେଟର(ସିଓଏ) ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛି । ଘୋଷଣା ଏହା ଯେ, ସେପ୍ଟେମ୍ବର ୨୮ ତାରିଖ ସୁଦ୍ଧା ସମସ୍ତ ରାଜ୍ୟ ସଂଘ କର୍ମକର୍ତ୍ତା ନିର୍ବାଚନ କରିବାକୁ ବାଧ୍ୟ । ପୂର୍ବରୁ ଏହି ଅବଧି ସେପ୍ଟେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ଥିଲା । ଏବେ ଅଧିକ ୧୪ ଦିନ ଅବଧି ବୃଦ୍ଧି କରାଯାଇ ରାଜ୍ୟ ସଂଘ ଗୁଡ଼ିକ ନିର୍ବାଚନ ଶେଷ କରିବା ସହ ଅକ୍ଟୋବର ୨୨ରେ ହେବାକୁ ଥିବା ବିସିସିଆଇ ନିର୍ବାଚନରେ ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଛି ସିଓଏ । ଏହି ଘୋଷଣା ପରେ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି । ଆସନ୍ତା ଅକ୍ଟୋବର ୨୦ ତାରିଖ ମଧ୍ୟରେ ଓସିଏର କର୍ମକର୍ତ୍ତା ନିର୍ବାଚନ ହେବ ବୋଲି ଗତ ଅଗଷ୍ଟ ୨୯ରେ ନିର୍ବାଚନ ଅଧିକାରୀ ମାଖନଲାଲ ମଜୁମଦାର ଘୋଷଣା କରିଥିଲେ। ଫଳସ୍ବରୂପ ସିଓଏର ନିର୍ଦ୍ଦେଶକୁ ମାନି ଆସନ୍ତା ୨୮ ତାରିଖ ମଧ୍ୟରେ ନିର୍ବାଚନ କରିବା ନିମନ୍ତେ ପ୍ରସ୍ତୁତ ହେବା ଓସିଏ ପାଇଁ କଷ୍ଟକର ହେବ। ଅନ୍ୟପକ୍ଷରେ ଅକ୍ଟୋବର ପ୍ରଥମ ସପ୍ତାହରେ ଓସିଏ ନିର୍ବାଚନ କରିବାକୁ ଚେଷ୍ଟା କରିବ । ଏ ଦିଗରେ ଦୃଷ୍ଟି ଦେବାକୁ ସିଓଏକୁ ଓସିଏ ପକ୍ଷରୁ ଏକ ଚିଠି ଲେଖାଯାଇଥିବା ଜଣାପଡ଼ିଛି ।
ଶୁକ୍ରବାର ପ୍ରକାଶ ପାଇଥିବା ସିଓଏର ବିଜ୍ଞପ୍ତିରେ ଏହା ଉଲ୍ଲେଖ କରାଯାଇଛି ଯେ, ସେପ୍ଟେମ୍ବର ୧୨ ତାରିଖ ମଧ୍ୟରେ ରାଜ୍ୟ ସଂଘ ଗୁଡ଼ିକ ନିର୍ବାଚନ ନେଇ ବଳକା କାର୍ଯ୍ୟ ଶେଷ କରିବା ଉଚିତ । ସମ୍ବିଧାନ ସଂଶୋଧନ ରିପୋର୍ଟ ଦାଖଲ, ନିର୍ବାଚନ ଅଧିକାରୀ ନିଯୁକ୍ତି ଓ ନିର୍ବାଚନ ନେଇ ଦିନ ଘୋଷଣା କରିବା ଆବଶ୍ୟକ । ଏହି ତାରିଖ ମଧ୍ୟରେ ଉପରୋକ୍ତ ୩ଟି କାର୍ଯ୍ୟ ନ ସରିଲେ ସେମାନେ ନିର୍ବାଚନରେ ଭାଗ ନେଇ ପାରିବେ ନାହିଁ କିମ୍ବା ସେମାନଙ୍କ ନିବେଦନ ଗ୍ରହଣ କରାଯିବ ନାହିଁ । ଉପରୋକ୍ତ ୩ଟି ଯାକ କାର୍ଯ୍ୟ ଓସିଏ ଶେଷ କରି ସାରିଛି। ଗତ ଜୁଲାଇ ମାସରେ ଓସିଏ ଚୂଡ଼ାନ୍ତ ସମ୍ବିଧାନ ସଂଶୋଧନ ରିପୋର୍ଟ ଦାଖଲ କରିଥିଲା। ଗତ ଅଗଷ୍ଟ ୨୬ ତାରିଖରେ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ ହୋଇଥିଲେ ମାଖନଲାଲ ମଜୁମଦାର । ପରେ ଅଗଷ୍ଟ ୨୯ରେ ନିର୍ବାଚନ ନେଇ ଘୋଷଣା ମଧ୍ୟ ହୋଇଛି । ସିଓଏର ଏହି ଘୋଷଣା ପରେ ଓସିଏ ପରବର୍ତ୍ତୀ ଏବେ କଣ ନେବ ତାହାକୁ ଅପେକ୍ଷା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

RCB vs GT IPL Final: ଯଦି ବର୍ଷା ଫାଇନାଲରେ ସାଜେ ଖଳନାୟକ, ତେବେ କିଏ ଚାମ୍ପିୟନ ହେବ? ଜାଣନ୍ତୁ ଅହମଦାବାଦର ପାଣିପାଗ…

ନୂଆଦିଲ୍ଲୀ,୩୧।୫: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଫାଇନାଲ ପାଇଁ ପର୍ଯ୍ୟାୟ ପ୍ରସ୍ତୁତ। ଆଜି ଅହମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଟାଇଟଲ ମୁକାବିଲା ହେବ। ଫାଇନାଲରେ ଡିଫେଣ୍ଡିଂ…

Video: ବୈଭବ ସୂର୍ଯ୍ୟବଂଶୀଙ୍କ ଜଣେ ଭଲ ପ୍ରଶଂସକ ହୋଇଯାଇଛନ୍ତି ସଚିନ ତେନ୍ଦୁଲକର , ତାଙ୍କ ପ୍ରଶଂସାରେ କହିଲେ…

ନୂଆଦିଲ୍ଲୀ,୩୧।୫: ‘ବେବି ବସ’ ଭାବରେ ଶୀଘ୍ର ପ୍ରସିଦ୍ଧି ଲାଭ କରୁଥିବା ବୈଭବ ସୂର୍ଯ୍ୟବଂଶୀ ତାଙ୍କର ବିସ୍ଫୋରକ ଖେଳ ଶୈଳୀ ସହିତ ଏକ ଚାଞ୍ଚଲ୍ୟକର ଘଟଣା ସୃଷ୍ଟି କରିଛନ୍ତି।…

ଦିଲ୍ଲୀରୁ ଘରକୁ ଫେରୁଥିଲେ, ଜାତୀୟ ପାରା ଆଥ୍‌ଲେଟଙ୍କୁ ହତ୍ୟା,:ରକ୍ତ ଜୁଡ଼ୁବୁଡ଼ୁ…

ଗାଜିଆବାଦ, ୩୦।୫: ଉତ୍ତର ପ୍ରଦେଶର ଗାଜିଆବାଦ ଅଞ୍ଚଳରୁ ଏକ ଅଭାବନୀୟ ତଥା ଦୁଃଖଦ ଖବର ସାମ୍ନାକୁ ଆସିଛି। ଜାତୀୟ ସ୍ତରର ପାରା ଖେଳାଳୀ ଚିରାଗ ତ୍ୟାଗୀଙ୍କୁ ନିର୍ମମ…

ଫାଇନାଲରେ ପହଞ୍ଚିଲେ ସାତ୍ତ୍ୱିକ-ଚିରାଗ ଯୋଡ଼ି

ସିଙ୍ଗାପୁର,୩୦ା୫: ଭାରତର ତାରକା ଯୋଡ଼ି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ସିଙ୍ଗାପୁର ଓପନ ସୁପର ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଅନୁଷ୍ଠିତ…

ରେସଲିଂ ଫେରିବା ଆଶା ଧୂଳିସାତ

ନୂଆଦିଲ୍ଲୀ,୩୦ା୫- ଅଲିମ୍ପିଆନ ଭିନେଶ ଫୋଗତଙ୍କ ପ୍ରତିଦ୍ୱନ୍ଦ୍ୱିତାମୂଳକ ରେସଲିଂକୁ ଫେରିବା ଆଶା ଧୂଳିସାତ ହୋଇଛି। ଶନିବାର ଏସିଆନ ଗେମ୍ସ ଚୟନ ପ୍ରକ୍ରିୟାରେ ୫୩ କେଜି ସେମିଫାଇନାଲରେ ସେ ମୀନାକ୍ଷୀଙ୍କଠାରୁ…

IPL ଇତିହାସରେ ଏମିତି କାରନାମା କରିବାରେ ପ୍ରଥମ ଖେଳାଳି ହେଲେ ଶୁବମନ ଗିଲ

ନୂଆଦିଲ୍ଲୀ,୩୦।୫: ଗୁଜରାଟ ଟାଇଟାନ୍ସ କ୍ୱାଲିଫାୟର ୨ରେ ରାଜସ୍ଥାନ ରୟାଲ୍ସକୁ ୭ ଉଇକେଟରେ ପରାସ୍ତ କରି ଆଇପିଏଲ ୨୦୨୬ ଫାଇନାଲରେ ସ୍ଥାନ ପକ୍କା କରିଛି। କ୍ୱାଲିଫାୟର ୨ ମ୍ୟାଚ୍‌ରେ…

‘ଅଦ୍ଭୁତ ସୂର୍ଯ୍ୟା’! ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରଶଂସାରେ ଶତମୁଖ ଅମିତାଭ ବଚ୍ଚନ; କହିଲେ- ଏହି ବୟସରେ ଆମେ…

ନୂଆଦିଲ୍ଲୀ,୩୦।୫: ଆଇପିଏଲର କ୍ୱାଲିଫାୟର୍‌-୨ରେ ଶୁକ୍ରବାର ରାଜସ୍ଥାନ ରୟାଲ୍ସ (RR) ଗୁଜରାଟ ଟାଇଟନ୍ସ (GT) ହାତରୁ ପରାଜୟର ସମ୍ମୁଖୀନ ହୋଇଛି। ଏହି ପରାଜୟ ସହ ଦଳ ଟୁର୍ନାମେଣ୍ଟରୁ ବାହାରି…

IPLରୁ RR ବିଦାୟ ନେବା ପରେ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ; ଭାଇରାଲ ଭିଡିଓ ଦେଖି ପ୍ରଶଂସକଙ୍କ ଆଖିରେ ବି ଲୁହ!

ନୂଆଦିଲ୍ଲୀ,୩୦।୫: ଆଇପିଏଲ ୨୦୨୬ରେ ରାଜସ୍ଥାନ ରୟାଲ୍ସର ସଫଳତାରେ ବୈଭବ ସୂର୍ଯ୍ୟବଂଶୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି ୧୫ ବର୍ଷୀୟ ବ୍ୟାଟସମ୍ୟାନ ଏହି ସିଜିନରେ ଲଗାତାର ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri