ସାବୁନ କାରିଗର ସତ୍ୟବ୍ରତ: ପ୍ରସ୍ତୁତ କରୁଛନ୍ତି ଦେବଦେବୀ, ପଶୁପକ୍ଷୀଙ୍କ କଳାକୃତି

ଖୋର୍ଦ୍ଧା ଅଫିସ,୨୧ା୬: ଶରୀରର ସୌନ୍ଦର୍ଯ୍ୟ ଲାଗି ଆମେ ଭଳିକି ଭଳି ସାବୁନ ବ୍ୟବହାର କରିଥାଉ। ତେବେ ସାବୁନର ବ୍ୟବହାର କରାଯାଇ ଅତି ସୁନ୍ଦର ନିଖୁଣ କାରୁକାର୍ଯ୍ୟ କରାଯାଇପାରେ, ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଖୋର୍ଦ୍ଧା ଜିଲା ବାଘମାରୀ ଅଞ୍ଚଳର ସତ୍ୟବ୍ରତ। ତୁଳସୀ ଦୁଇପତ୍ରରୁ ବାସିଲା ପରି କଳା ପ୍ରତି ଥିବା ଆଗ୍ରହ ଆଜି ତାଙ୍କୁ ଏକ ସ୍ବତନ୍ତ୍ର ପରିଚୟ ଦେଇଛି। ସତ୍ୟବ୍ରତ ସାବୁନରେ ବିଭିନ୍ନ ଦେବଦେବୀ ଯଥା ରାଧାକୃଷ୍ଣ, ଗଣେଶ, ସରସ୍ବତୀ, ଶିବପାର୍ବତୀ, ବୁଦ୍ଧ, ବିଭିନ୍ନ ପଶୁପକ୍ଷୀ ଅତି ସୂକ୍ଷ୍ମ କାରୁକାର୍ଯ୍ୟ କରୁଛନ୍ତି। ତାଙ୍କ ହାତର ଯାଦୁର ପଟ୍ଟାନ୍ତର ନାହିଁ। ସାବୁନରେ ସେ ବିଭିନ୍ନ କଳାକୃତିକୁ ଜୀବନ୍ତ ରୂପ ଦେଇଥାନ୍ତି । ଅଭାବ ଅନଟନ ସତ୍ତ୍ବେ ସେ ନିଜର କଳାକୃତି ଜାରି ରଖିଛନ୍ତି। ଅତ୍ୟନ୍ତ ଗରିବ ପରିବାରରେ ଜନ୍ମିତ ସତ୍ୟବ୍ରତ ନିଜର ପ୍ରଚେଷ୍ଟା ଜାରି ରଖିଛନ୍ତି। ଚାଳଛପର ଘରେ ମୁଣ୍ଡ ଗୁଞ୍ଜିବାକୁ ଜାଗା ନାହିଁ। ବର୍ଷା ହେଲେ ପାଣି ଗଳୁଛି। ତଥାପି ସେ ହାରି ଯାଇନାହାନ୍ତି। ସେହି ଘର ଏବେ ସାବୁନ କଳାର ଗନ୍ଥାଘର ପାଲଟିଛି। ତାଙ୍କ କଳାର ଯାଦୁ ସମସ୍ତଙ୍କୁ ଆକୃଷ୍ଟ କରୁଛି। ଯିଏ ତାଙ୍କ ଠାରୁ ଥରେ କୌଣସି ଦେବଦେବୀଙ୍କ ସାବୁନ ପ୍ରତିମୂର୍ତ୍ତି ନେଇଛନ୍ତି, ସେ ତାଙ୍କ ନିଖୁଣ କାରୁକାର୍ଯ୍ୟକୁ ବେଶ୍‌ ପ୍ରଂଶସା କରୁଛନ୍ତି । ତେବେ ପ୍ରୋତ୍ସାହନ ଅଭାବରୁ ବଣମଲ୍ଲୀ ବଣରେ ଫୁଟି ମଉଳି ଗଲା ପରି ତାଙ୍କ ପ୍ରତିଭା ମଉଳିବାରେ ଲାଗିଛି। ଘଣ୍ଟା ଘଣ୍ଟା ଧରି କାର୍ଯ୍ୟରେ ନିମଗ୍ନ ରହିଥାନ୍ତି ସତ୍ୟବ୍ରତ। ସେ କୁହନ୍ତି, କୌଣସି ଦେବଦେବୀଙ୍କ ପ୍ରତିମୂର୍ତ୍ତି ଗଢ଼ିବା ବେଳେ ସେଥିରେ ଗଭୀର ମନ ନିବେଶ ଏବଂ ଅତ୍ୟନ୍ତ ନିଷ୍ଠା ପୂର୍ବକ କରିବାକୁ ପଡ଼େ।
ସତ୍ୟବ୍ରତ କୁହନ୍ତି, ପିଲା ବେଳୁ କଳା ପ୍ରତି ଆଗ୍ରହ ରହିଥିଲା। ତେବେ ଆର୍ଥିକ ଅନଟନ କାରଣରୁ ସେ ଉଚ୍ଚଶିକ୍ଷା ଲାଗି ଆଶା କରିଥିଲେ ମଧ୍ୟ ଆଗକୁ ବଢ଼ି ପାରି ନ ଥିଲେ। ମୂଲ ଲାଗିଲେ ପରିବାର ଚଳେ। ପେଟ ପାଟଣା ଲାଗି ୧୦ ବର୍ଷ ତଳେ ପ୍ରସ୍ତର ଶିଳ୍ପୀ ଗୁରୁ କଳ୍ପତରୁ ପଣ୍ଡାଙ୍କ ନିକଟରେ ପଥର କାରୁକାର୍ଯ୍ୟ କାମ କରିଥିଲେ। କାମରେ ଆଗ୍ରହ ଦେଖି ଗୁରୁ ମୋତେ ବହୁତ ସହଯୋଗ କରିଥିଲେ। ତାଙ୍କ ଆଶୀର୍ବାଦ ଓ ପ୍ରେରଣାରୁ ପଥରରେ କିପରି ନିଖୁଣ କାରୁକାର୍ଯ୍ୟ କରାଯିବ ଶିକ୍ଷା ଗ୍ରହଣ କରିଛି। ଏହି ସମୟରେ ଥରେ ଘରେ ଏକ ସାବୁନରେ ପ୍ରଥମେ ଶ୍ରୀକୃଷ୍ଣଙ୍କ ପ୍ରତିମୂର୍ତ୍ତି ପ୍ରସ୍ତୁତ କରିଥିଲି। ପ୍ରଥମେ ଏହାକୁ ସମ୍ପୂର୍ଣ୍ଣ ରୂପ ଦେବା ଲାଗି ୩ ଦିନ ଲାଗିଥିଲା। ସେଦିନର ପ୍ରଥମ କଳାକୃତି ମୋ’ ଜୀବନର ଗତିପଥ ପରିବତ୍ତର୍ନ କରିଦେଇଥିଲା। ପଥର କାରୁକାର୍ଯ୍ୟ ସହ ସାବୁନରେ ଧୀରେ ଧୀରେ ଗୋଟିଏ ପରେ କଳାକୃତି ପ୍ରସ୍ତୁତ କରିବାରେ ଲାଗିଲି। ଏହା ପରେ ଲୋକଙ୍କ ଦ୍ବାରା ଜନାଦୃତ ହେବା ପରେ ଏଥିପ୍ରତି ମୋର ଆଗ୍ରହ ବଢ଼ିଥିଲା। ଗୋଟିଏ ପ୍ରତିମୂର୍ତ୍ତି ପ୍ରସ୍ତୁତ ଲାଗି ପ୍ରାୟ ଦିନେ ଦୁଇଦିନ ଲାଗୁଛି। ତବେ ପରିଶ୍ରମ ତୁଳନାରେ ସେପରି ମଜୁରି ମିଳୁନାହିଁ। ୫୦ ଟଙ୍କାରୁ ଆରମ୍ଭ କରି ୧୫୦ଟଙ୍କା ପର୍ଯ୍ୟନ୍ତ ପ୍ରତିମୂର୍ତ୍ତିର ଦାମ୍‌ ରହିଛି । ଗୋଟିଏ ପ୍ରତିମୂର୍ତ୍ତି ପ୍ରସ୍ତୁତ ଲାଗି ନିଖୁଣ କାରୁକାର୍ଯ୍ୟ କରିବାକୁ ପଡ଼େ। ସେ ତୁଳନାରେ ମୂଳ ଅନୁସାରେ ଟଙ୍କା ମିଳେ ନାହିଁ । ବର୍ତ୍ତମାନର ଆଧୁନିକ ତଥା ଚାକଚକ୍ୟ ଯୁଗରେ ଏହି କଳାର ବେଶ୍‌ ଆଦୃତ ହୋଇ ନ ଥିବାରୁ ଏହାକୁ ଅଧିକ ଦାମ୍‌ରେ କିଣିବାକୁ ଲୋକେ ନାପସନ୍ଦ କରୁଛନ୍ତି। ଫଳରେ ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ କମ୍‌ ଦାମ୍‌ରେ ମଧ୍ୟ ଅନିଚ୍ଛା ସତ୍ତ୍ବେ ବିକ୍ରି କରିବାକୁ ପଡ଼େ।
ସତ୍ୟବ୍ରତ କୁହନ୍ତି, ଯଦିଓ ଏହି କଳା ହସ୍ତଶିଳ୍ପ ଯୋଜନାରେ ଆସୁନାହିଁ ତଥାପି ସରକାରୀସ୍ତରରେ ପ୍ରୋତ୍ସାହନ ମିଳିଲେ ଏହା ଜନାଦୃତ ହୋଇପାରିବ ବୋଲି ସେ ଆଶା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri