Posted inଖେଳ

ସାଫ ୧୮ ବର୍ଷରୁ କମ୍‌ ଫୁଟବଲ୍‌ : ଭାରତ- ବାଂଲାଦେଶ ମ୍ୟାଚ୍‌ ଡ୍ର

କାଠମାଣ୍ଡୁ,୨୪।୯(ପି.ଟି.)- ଏଠାରେ ଆରମ୍ଭ ହୋଇଥିବା ସାଫ୍‌ ୧୮ ବର୍ଷରୁ କମ୍‌ ଫୁଟବଲ ଟୁର୍ନାମେଣ୍ଟରେ ଭାରତ ଡ୍ର’ ଅଭିଯାନ ଆରମ୍ଭ କରିଛି। ସୋମବାର ଭାରତ ତା’ର ପ୍ରଥମ ମ୍ୟାଚ୍‌ରେ ବାଂଲାଦେଶକୁ ଭେଟିଥିଲା। କଡ଼ା ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚ୍‌ ଗୋଲ ଶୂନ୍ୟ ଭାବେ ଡ୍ର ରହିଛି। ମ୍ୟାଚ୍‌ ଆରମ୍ଭରୁ ଭାରତ ଆକ୍ରମଣାତ୍ମ ପ୍ରଦର୍ଶନ କରିଥିଲା। ନବମ ମିନିଟ୍‌ରେ ଭାରତୀୟ ଗୋଲ କିପର ପ୍ରଭୁସୁକନ ସିଂ ଗିଲ ଆହତ ହୋଇଥିଲେ। ଫଳରେ କୋଚ୍‌ ଫ୍ଲଏଡ ପିଣ୍ଟୋଙ୍କୁ ଦଳରେ ପରିବର୍ତ୍ତନ କରିବାକୁ ପଡିଥିଲା। ବାଂଲାଦେଶ ଡିଫେନ୍ସ ବେଶ୍‌ ଦୃଢ଼ ଥିଲା। ଫଳରେ ଭାରତ ଗୋଲ ସ୍କୋର କରିବାକୁ ସକ୍ଷମ ହୋଇ ନ ଥିଲା। ୩୬ତମ ମିନିଟରେ ସୁମିତ ରଥି ଗୋଲ ସୁଯୋଗ ସୃଷ୍ଟି କରିଥିଲେ। ତେବେ ତାଙ୍କ ଶଟ୍‌ ବାରର ଠିକ ଉପର ଦେଇ ଚାଲିଯାଇଥିଲା। ଫଳରେ ଗୋଲ ସମ୍ଭବ ହୋଇପାରି ନ ଥିଲା। ଏହାପରେ ଭାରତ ପ୍ରଭାବି ବିସ୍ତାର କରି ଖେଳିଥିଲେ ମଧ୍ୟ ଗୋଲ ହୋଇପାରି ନ ଥିଲା। ଆଟାକିଂ ଲାଇନ୍‌ରେ ଭାରତ ଦୁଇଟି ପରିବର୍ତ୍ତନ କରିଥିଲେ ଗୋଲ ସମ୍ଭାବାନ ସୃଷ୍ଟି କରିପାରି ନ ଥିଲା। ଏହି ମ୍ୟାଚ୍‌ ବେଶ୍‌ କଷ୍ଟକର ଥିଲା ବୋଲି ପିଣ୍ଟୋ ସ୍ବୀକାର କରିଛନ୍ତି। ୧୦ଜଣ ଖେଳାଳିଙ୍କ ନେଇ ବାଂଲାଦେଶ ଭଲ ପ୍ରଦର୍ଶନ କରିଥିଲା। ମ୍ୟାଚ୍‌ ଡ୍ର ହେବା ଫଳରେ ଉଭୟ ଦଳ ପଏଣ୍ଟ ଭାଗ କରିଛନ୍ତି। ଏବେ ଭାରତ ତା’ର ଅନ୍ତିମ ଗ୍ରୁପ୍‌ ମ୍ୟାଚ୍‌ରେ ୨୫ ତାରିଖରେ ଶ୍ରୀଲଙ୍କାକୁ ଭେଟିବ। ଶ୍ରୀଲଙ୍କା ତା’ର ଗତ ମ୍ୟାଚ୍‌ରେ ବାଂଲାଦେଶଠାରୁ ୦-୩ରେ ପରାସ୍ତ ହୋଇଥିଲା। ଦୁଇଟି ଗ୍ରୁପ୍‌ର ଶ୍ରେଷ୍ଠ ଦୁଇଟି ଦଳ ସେମିଫାଇନାଲରେ ପ୍ରବେଶ କରିବେ। ୨୭ ତାରିଖରେ ଦୁଇଟି ସେମିଫାଇନାଲ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତକୁ ମିଳିଲା ପ୍ରଥମ ସ୍ବର୍ଣ୍ଣ

ଗ୍ଲାସ୍‌ଗୋ,୨୬ା୭: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରବିବାର ଭାରତକୁ ପ୍ରଥମ ସ୍ବର୍ଣ୍ଣ ପଦକ ମିଳିଛି। ତାରକା ଭାରୋତ୍ତୋଳିକା ମୀରାବାଈ ଚାନୁ ମହିଳା ୪୮ କେଜି କାଟେଗୋରୀରେ ଏହି ସଫଳତା ପାଇଛନ୍ତି।…

ବୈଭବଙ୍କ ବିସ୍ଫୋରକ ବ୍ୟାଟିଂ: ଭାରତର କ୍ଲିନ ସୁଇପ୍‌

ହରାରେ,୨୬ା୭: ଭାରତର ବ୍ୟାଟିଂ ସେନସେଶନ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ଭାରତ ୩୫ ରନରେ…

ରିଶିକାନ୍ତଙ୍କୁ ମିଳିଲା ରୌପ୍ୟ ପଦକ

ଗ୍ଲାସ୍‌ଗୋ,୨୬ା୭: ଭାରତର ରିଶିକାନ୍ତ ସିଂ ଚନାମ୍ବାମ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ରବିବାର ପୁରୁଷ ୬୦ କେଜି ଭାରୋତ୍ତୋଳନ ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରିଛନ୍ତି। ମଣିପୁରର ଏହି…

ଇତିହାସ ରଚିଲେ ଅଭିଷେକ ଶର୍ମା, ଟି-୨୦ କ୍ରିକେଟରେ ଏହି ସଫଳତା ହାସଲ କରିବାରେ ହେଲେ ପ୍ରଥମ ଭାରତୀୟ ଓପନିଂ ବ୍ୟାଟସମ୍ୟାନ

ନୂଆଦିଲ୍ଲୀ,୨୬।୭: ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତ ୯୦ ରନରେ ବିଜୟ ହାସଲ କରିଛି। ତଥାପି, ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମା ପୁଣି ଥରେ…

ଇଶାନ, ତିଲକଙ୍କ ବିସ୍ଫୋରକ ବ୍ୟାଟିଂ, ୨-୦ରେ ଭାରତ ସିରିଜ୍‌ ଆଗୁଆ

ହରାରେ,୨୫ା୭: ଇଶାନ କିଶନ ଓ ତିଲକ ବର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଶନିବାର ଅନୁଷ୍ଠିତ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୯୦ ରନରେ ଜିମ୍ବାଓ୍ବେକୁ ପରାସ୍ତ କରିଛି।…

ରାଜ୍ୟଗୋଷ୍ଠୀ କ୍ରୀଡ଼ା: ସ୍ବାନ ଜିତିଲେ ପ୍ରଥମ ସ୍ବର୍ଣ୍ଣ

ଗ୍ଲାସଗୋ,୨୫ା୭: ଇଂଲଣ୍ଡର ମାର୍କ ସ୍ବାନ ଚଳିତ ଗ୍ଲାସ୍‌ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପ୍ରଥମ ସ୍ବର୍ଣ୍ଣ ବିଜେତା ହୋଇଛନ୍ତି। ଲାଇଟ୍‌ଓ୍ବେଟ୍‌ ପାଓ୍ବାରଲିଫ୍ଟିଙ୍ଗ ପ୍ରତିଯୋଗିତାରେ ସେ ୨୨୨କେଜି ଉତ୍ତୋଳନ କରି ପ୍ରଥମ…

ରୋହିତ ଶର୍ମାଙ୍କୁ ନେଇ ହୃଦୟସ୍ପର୍ଶୀ ବାର୍ତ୍ତା ଶେୟାର କଲେ ଜସ ବଟଲର୍‌

ନୂଆଦିଲ୍ଲୀ,୨୫।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଏକଦିବସୀୟ ସିରିଜ ଶେଷ ହେବା ପରେ, ଉଭୟ ଦଳର ଖେଳାଳିଙ୍କ ମଧ୍ୟରେ ଉତ୍କୃଷ୍ଟ ଖେଳ ମନୋଭାବ ଦେଖିବାକୁ ମିଳିଥିଲା। ଇଂଲଣ୍ଡର…

ରୋହିତଙ୍କ ଅବସରକୁ ନେଇ ରାଜୀବ ଶୁକ୍ଳାଙ୍କ ବଡ଼ ଘୋଷଣା, ୨୦୨୭ ବିଶ୍ବକପ୍…

ନୂଆଦିଲ୍ଲୀ,୨୫।୭: ଇଂଲଣ୍ଡ ଗସ୍ତ ସମୟରେ ଟିମ୍ ଇଣ୍ଡିଆର ଓପନର ରୋହିତ ଶର୍ମାଙ୍କ ଅବସର ନେଇ ସମ୍ପ୍ରତି ଅନେକ କଳ୍ପନାଜଳ୍ପନା ଚାଲିଥିଲା। ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଥିଲା ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri