Posted inଖେଳ

ସାଧାରଣ ପରିଷଦ ବୈଠକ ନେଇ ସିଓଏର ନୋଟିସ୍‌

ନୂଆଦିଲ୍ଲୀ, ୩।୧୦(ପି.ଟି.)- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ବାର୍ଷିକ ସାଧାରଣ ପରିଷଦ ବୈଠକ ନେଇ ପ୍ରଶାସକ କମିଟି (ସିଓଏ) ବୁଧବାର ନୋଟିସ ଜାରି କରିଛି। ଆସନ୍ତା ୨୩ ତାରିଖରେ ଏହି ବୈଠକ ବସିବ ବୋଲି ସିଓଏ ତରଫରୁ ଘୋଷଣା କରାଯାଇଛି। ତେବେ ଏହି ବୈଠକରେ କେବଳ ଅନୁଗତ ସଦସ୍ୟ ଯୋଗ ଦେଇପାରିବେ ବୋଲି ସିଓଏ ସ୍ପଷ୍ଟ କରିଛି। ପୂର୍ବରୁ ୨୧ ଦିନ ପୂର୍ବରୁ ସିଓଏ ସବୁ ସଦସ୍ୟଙ୍କୁ ନୋଟିସ୍‌ ପଠାଇଛି। ବିସିସିଆଇ ନିର୍ବାଚନ ତାରିଖ ମଧ୍ୟ ପୂର୍ବରୁ ଘୋଷଣା କରାଯାଇଛି। ୨୦୧୯ ସେପ୍ଟେମ୍ବର ୨୦ ତାରିଖରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ପାଳନ କରିଥିବା ବୋର୍ଡର ସଦସ୍ୟମାନେ ଏହି ବୈଠକରେ ଯୋଗ ଦେଇପାରିବେ ବୋଲି ସ୍ପଷ୍ଟ କରାଯାଇଛି। ଏ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ତାମିଲନାଡୁ କ୍ରିକେଟ ଆସୋସିଏଶନ (ଟିଏନ୍‌ସିଏ)ର ପ୍ରତିନିଧି ଏହି ବୈଠକରେ ଯୋଗ ନ ଦେବା ଭଳି ପରିସ୍ଥିତି ଉପୁଜିଛି। କାରଣ କିଛିଦିନ ତଳେ ଟିଏନ୍‌ସିଏ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ତେବେ ବିସିସିଆଇ ପ୍ରଣୟନ କରିଥିବା ନୂଆ ସମ୍ବିଧାନ ଅନୁଯାୟୀ ଏହି ନିର୍ବାଚନ ଅନୁଷ୍ଠିତ ହୋଇ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଖେଳାଳିଙ୍କ ଗର୍ଲଫ୍ରେଣ୍ଡ ପାଇଁ ବିସିସିଆଇ ଆଣିବ କଡ଼ା ଗାଇଡ୍‌ଲାଇନ

ମୁମ୍ୱାଇ,୫ା୫: ଚଳିତ ଆଇପିଏଲ୍‌ରେ କିଛି ନିର୍ଦ୍ଦିଷ୍ଟ ଖେଳାଳି ସେମାନଙ୍କ ଗର୍ଲଫ୍ରେଣ୍ଡ ସହ ସର୍ୱସାଧାରଣରେ ନଜର ଆସିବା ଘଟଣା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)କୁ କ୍ଷୁବ୍ଧ କରିଛି।…

ଚୌକା-ଛକା ବର୍ଷା କଲେ ରୋହିତ ଶର୍ମା: ରଚିଲେ ଇତିହାସ

ନୂଆଦିଲ୍ଲୀ,୫।୫: ରୋହିତ ଶର୍ମା କ୍ରମାଗତ ପାଞ୍ଚଟି ମ୍ୟାଚ ପାଇଁ ବାହାରେ ଥିଲେ। ଦଳକୁ ଫେରିବା ପରେ ସେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ବିପକ୍ଷରେ ଇତିହାସ ରଚିଛନ୍ତି। ସେ…

ରାତ୍ରିକାଳୀନ କ୍ରିକେଟ ଟୁର୍ନାମେଣ୍ଟ: ବେଲଖଣ୍ଡି ଦଳ ଚାମ୍ପିୟନ

କର୍ଲାମୁଣ୍ଡା:୪/୫(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡା ପଞ୍ଚାୟତ ଅନ୍ତର୍ଗତ ଗାନ୍ଧିନଗର ପଡାଠାରେ ଗାନ୍ଧିନଗର କ୍ରିକେଟ କମିଟି ପକ୍ଷରୁ ୨ ଦିନଧରି ରାତ୍ରି କାଳୀନ…

ଦିଲ୍ଲୀ ଗ୍ରସ୍ତ ସ୍କିପ୍‌ କଲେ ଧୋନୀ

ଚେନ୍ନାଇ,୪ା୫: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ର ପୂର୍ୱତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଦଳ ସହିତ ପରବର୍ତ୍ତୀ ମ୍ୟାଚ୍‌ ଲାଗି ଦିଲ୍ଲୀ ଯାତ୍ରା କରି ନାହାନ୍ତି। ସିଏସ୍‌କେ…

ଆରସିବିକୁ ବଡ଼ ଝଟ୍‌କା: ସ୍ୱଦେଶ ଫେରିଲେ ଫିଲ୍‌ ସଲ୍ଟ

ନୂଆଦିଲ୍ଲୀ,୪ା୫: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଓପନର ଇଂଲଣ୍ଡର ଫିଲ୍‌ ସଲ୍ଟ ସ୍ୱଦେଶ ଫେରିଛନ୍ତି। ଗତ ମାସରେ ତାଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା। ତାଙ୍କର କ୍ଷତର ଗଭୀରତା…

ରାଜସ୍ଥାନ ଫ୍ରାଞ୍ଚାଇଜର ୭୫% ଅଂଶଧନ କିଣିଲେ ମିତ୍ତଲ ପରିବାର

ନୂଆଦିଲ୍ଲୀ,୪ା୫: ଶିଳ୍ପପତି ଲକ୍ଷ୍ମୀ ମିତ୍ତଲ ଏବଂ ତାଙ୍କ ପୁଅ ଆଦିତ୍ୟ ମିତ୍ତଲଙ୍କ ସହିତ ସେରମ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ (ଏସ୍‌ଆଇଆଇ)ର ଆଦାର ପୁନାଓ୍ୱାଲା ରାଜସ୍ଥାନ ରୟାଲ୍ସ ଫ୍ରାଞ୍ଚାଇଜର…

IPLରେ ‘ଗଲଫ୍ରେଣ୍ଡ କଲ୍ଚର’ ଉପରେ ପୂର୍ଣ୍ଣଛେଦ ପକାଇବ BCCI! ଖେଳାଳିଙ୍କ ସାଥୀ ଆଉ…

ନୂଆଦିଲ୍ଲୀ,୪।୫: IPL ୨୦୨୬ ଭିତରେ BCCI ଏକ କଠୋର ନୂତନ ନିୟମ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି । ଟୁର୍ଣ୍ଣାମେଣ୍ଟ ସମୟରେ ଅନେକ ଖେଳାଳି ସେମାନଙ୍କ ପ୍ରେମିକାଙ୍କ…

‘ମୁଁ ୬ ଜଣ ପୀଡିତାଙ୍କ ମଧ୍ୟରୁ ଜଣେ’, ବ୍ରିଜଭୂଷଣ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଲେ ଭିନେଶ ଫୋଗଟ

ନୂଆଦିଲ୍ଲୀ,୩ା୫: ଭାରତର ପ୍ରସିଦ୍ଧ କୁସ୍ତିଯୋଦ୍ଧା ଭିନେଶ ଫୋଗଟ ରବିବାର ଏକ ଚେତାବନୀ ଜାରି କରିଛନ୍ତି । ଗୋଣ୍ଡାରେ ହେବାକୁ ଥିବା ଜାତୀୟ ଓପନ୍ ରାଙ୍କିଂ ଟୁର୍ନାମେଣ୍ଟରେ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri