Posted inଜାତୀୟ

ସାଥୀ ଖୋଜିବାକୁ ୨ ହଜାର କିମି

ନୂଆଦିଲ୍ଲୀ, ୭।୩: ‘ବଞ୍ଜର ହୈ ସବ୍‌ ବଞ୍ଜର ହୈ। ହମ୍‌ ଢୁଣ୍ଡନେ ଜବ ଫିର୍ଦ୍ଦୋଷ ଚାଲେ। ତେରେ ଖୋଜ୍‌ ତଲାସ ମେଁ ଦେଖ୍‌ ପିୟା, ହମ୍‌ କିତନେ କାଲେ କୋଶ ଚାଲେ…’। ମହାନ୍‌ ସଙ୍ଗୀତକାର ଗୁଲ୍‌ଜାରଙ୍କ ରଚିତ ଏହି ଶାୟରୀକୁ ଆମେ ଶୁଣିବାକୁ ପାଇଥିଲେ ହିନ୍ଦୀ ଫିଲ୍ମି ‘ସାଥିୟଁା’ରେ, ଯାହାକୁ ନିଜର କଣ୍ଠରେ ସଜାଇଥିଲେ ଓସ୍କାର ବିଜେତା କଣ୍ଠଶିଳ୍ପୀ ଏ.ଆର୍‌. ରହମନ। ଏହି ଗୀତରେ ଭରି ରହିଛି ବିରହ ପ୍ରେମର ଯନ୍ତ୍ରଣା। ଏପରି ଏକ ବିରହୀ ବାଘର ପ୍ରେମ କାହାଣୀକୁ ନେଇ ସୋସିଆଲ ମିଡିଆରେ ଜୋର୍‌ ଧରିଛି ଚର୍ଚ୍ଚା। ଉକ୍ତ ମହାବଳ ବାଘ ସାଥୀ ଖୋଜିବାକୁ ୨୦୦୦ କିମି ପଥ ଅତିକ୍ରାନ୍ତ କରିଛି। ବାଙ୍ଗାଲୋରର ଜଣାଶୁଣା ଭାରତୀୟ ବନ ସେବା (ଆଇଏଫ୍‌ଏସ୍‌) ଅଧିକାରୀ ପ୍ରବୀଣ କଶଓ୍ବାନ ଉକ୍ତ ବାଘର ଫଟୋ ଏବଂ ଏହାର କଷ୍ଟପୂର୍ଣ୍ଣ ଯାତ୍ରାର ଛାୟାଚିତ୍ରକୁ ନିଜର ଟୁଇଟର ହ୍ୟାଣ୍ଡେଲରେ ଶେୟାର କରିଛନ୍ତି।
ଋତୁ ଅନୁଯାୟୀ ଜଟିଳ ପରିସ୍ଥିତିରୁ ମୁକୁଳିବାକୁ ପଶୁପକ୍ଷୀମାନେ ନିଜର ଆବାସସ୍ଥଳୀ ବଦଳାଇଥାନ୍ତି। ଏହାକୁ ମାଇଗ୍ରେଶନ ବା ଦେଶାନ୍ତର କୁହାଯାଏ। ଉକ୍ତ ବାଘ ମଧ୍ୟ ସାଥୀ ଖୋଜିବାରେ ୨୦୦୦ କିମି ଚାଲିଥିବା ପ୍ରବୀଣ ଉଲ୍ଲେଖ କରିଛନ୍ତି। ମହାରାଷ୍ଟ୍ରର ଟିପ୍ପେଶ୍ୱର ବନ୍ୟପ୍ରାଣୀ ଅଭୟାରଣ୍ୟରୁ ନିଜର ଯାତ୍ରା ଆରମ୍ଭ କରିଥିବା ଉକ୍ତ ବାଘ ଏବେ ହିଙ୍ଗୋଲି ନିକଟ ଜ୍ଞାନଗଙ୍ଗା ଅଭୟାରଣ୍ୟରେ ପହଞ୍ଚତ୍ଛି। ନିଜର ଯାତ୍ରା ସମୟରେ ବାଘଟି ବିଲ, କେନାଲ, ଜଙ୍ଗଲ ରାସ୍ତା ଅତିକ୍ରମ କରିଛି। ସେ ଦିନ ତମାମ ବିଶ୍ରାମ ନେଉଥିବାବେଳେ ରାତିରେ ହିଁ ଚାଲୁଥିଲା। ହେଲେ ରାସ୍ତାରେ ବାଘଟି କାହାରି କୌଣସି କ୍ଷତି କରିନାହିଁ। କେବଳ ଜଣେ ଯୋଗ୍ୟ ସାଥୀ ପାଇବାକୁ ସେ ଏପରି ପରିଶ୍ରମ କରିଛି। ୨୦୧୯ ମାର୍ଚ୍ଚରେ ଉକ୍ତ ବାଘ ଦେହରେ ଭିଏଚ୍‌ଏଫ୍‌ ରେଡିଓ ଖଞ୍ଜାଯାଇଥିଲା। ଜିପିଏସ୍‌ ସହାୟତାରେ ତା’ ଉପରେ ଲଗାତର ନଜର ରଖାଯାଇଥିଲା। ତେବେ ବାଘକୁ ସାଥୀ ମିଳିଛି ନା ନାହିଁ ସେ ସମ୍ପର୍କରେ ପ୍ରବୀଣ କିଛି ଉଲ୍ଲେଖ କରିନାହାନ୍ତି।
ତେବେ ପ୍ରବୀଣ ସମ୍ପୂର୍ଣ୍ଣ ଘଟଣାକୁ ଶେୟାର କରିବା ପରେ ଟୁଇଟର ୟୁଜର ବାଘକୁ ନେଇ ମଜାଳିଆ କମେଣ୍ଟ ଦେଇଛନ୍ତି। ଜଣେ କହିଛନ୍ତି, ଏଠି ଲୋକେ ନେଟ୍‌ଫ୍ଲିକ୍ସର ପାସ୍‌ଓ୍ବାର୍ଡ ଦେଉନାହାନ୍ତି, ଅଥଚ ବାଘ ଏତେ ପରିଶ୍ରମ କରୁଛି। ଆଉ ଜଣେ ଲେଖିଛନ୍ତି, ସେ ବାଘୁଣୀ ବେଶ୍‌ ଭାଗ୍ୟବତୀ ହୋଇଥିବ। ଅନ୍ୟ ଜଣେ ଉଲ୍ଲେଖ କରିଛନ୍ତି, ବାଘମାନଙ୍କ ପାଇଁ ଟିଣ୍ଡର (ଡେଟିଂ ଆପ୍‌) ଲୋଡ଼ା। ସେ ଯାହା ହେଉନା କାହିଁକି, ସାଥୀ ଖୋଜିବାକୁ ବାଘର ଏପରି ଯାତ୍ରା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ଖୋରାକ ଯୋଗାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

ରିଲିଜ ପୂର୍ବରୁ ‘ରାକା’ରଚିଲା ଇତିହାସ: ଗିନିଜ ୱାଲର୍‌ଡ ରେକର୍ଡରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ

ମୁମ୍ବାଇ: ‘ପୁଷ୍ପା’ ଓ ‘ପୁଷ୍ପା ୨’ ଭଳି ଫିଲ୍ମ ଜରିଆରେ କେବଳ ଦେଶ ନୁହେଁ, ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଥିବା ତେଲୁଗୁ ସୁପରଷ୍ଟାର ଅଲ୍ଲୁ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?