Posted inଫୁରସତ

ସାଥୀଙ୍କ ହୃଦୟ ଜିଣିବା ପାଇଁ ଦେବେ କେଉଁ ରଙ୍ଗର ଗୋଲାପ…

ଭାଲେଣ୍ଟାଇନ୍‌ ଓ୍ବିକ୍‌ର ପ୍ରଥମ ଦିନକୁ ରୋଜ୍‌ ଡେ କୁହାଯାଇଥାଏ। ଏହା ଫେବୃୟାରୀ ୭ରେ ପାଳିତ ହେବ। ପ୍ରେମିକାପ୍ରେମିକ ନିଜ ସାଥୀଙ୍କ ହୃଦୟ ଜିଣିବା ପାଇଁ ଭିନ୍ନ ଭିନ୍ନ ରଙ୍ଗର ଗୋଲାପ ଉପହାର ଦେଇଥାନ୍ତି। ତେବେ କେଉଁ ରଙ୍ଗ ଗୋଲାପ କାହିଁକି ଉପହାରରେ ଦିଆଯାଇଥାଏ ତାହାର ଭିନ୍ନ ଭିନ୍ନ କାରଣ ରହିଛି। ଲାଲ୍‌ ରଙ୍ଗ ବା ରେଡ୍‌ ରୋଜ୍‌ ଦେଇ ପ୍ରେମିକାପ୍ରେମିକ ସାଥୀଙ୍କୁ ପ୍ରପୋଜ୍‌ କରିଥାନ୍ତି। ରୋଜ୍‌ ଡେରେ ଅଧିକାଂଶ ପ୍ରେମିକାପ୍ରେମିକ ଏହି ରଙ୍ଗର ଗୋଲାପ କିିଣବାକୁ ପସନ୍ଦ କରନ୍ତି। ଏହି ରଙ୍ଗ ଜଣଙ୍କର ରୋମାଣ୍ଟିକ୍‌ ମନୋଭାବକୁ ସୂଚିତ କରିଥାଏ। ବାଇଗଣୀ ରଙ୍ଗ ରୋଜ୍‌ ଉପହାରରେ ଦେଇ ପ୍ରେମିକାପ୍ରେମିକ ପ୍ରଥମ ଦେଖାରେ ଭଲ ପାଇବା ଆରମ୍ଭ ହୋଇଥିବାର ସୂଚନା ଦେଇପାରିବେ। ସେହିପରି ଧଳା ଗୋଲାପ ଏହି ଦିନ ଦେଲେ ଏହା ସୂଚିତ କରିଥାଏ ଯେ, ସେ ସାଥୀଙ୍କୁ ଜୀବନ ସାଥୀ କରିବା ପାଇଁ ଚିନ୍ତା କରୁଛନ୍ତି। ହଳଦିଆ ରଙ୍ଗର ଗୋଲାପ ଦେଇ ଜଣେ ଅନ୍ୟ ଜଣଙ୍କ ପ୍ରତି ଥିବା ବନ୍ଧୁତ୍ୱକୁ ପରିପ୍ରକାଶ କରିଥାନ୍ତି। ସାଥୀଙ୍କ ସୌନ୍ଦର୍ଯ୍ୟ ତଥା ଭଲଗୁଣର ପ୍ରଶଂସା ପାଇଁ ଗୋଲାପି ରଙ୍ଗର ଗୋଲାପ ଦିଆଯାଇଥାଏ। ଧନ୍ୟବାଦ୍‌ ଦେବା ପାଇଁ ପ୍ରେମିକାପ୍ରେମିକ ରୋଜ୍‌ ଡେରେ ଫିକା ଗୋଲାପି ରଙ୍ଗର ଗୋଲାପ ଦେଇ ପାରିବେ। ଅପରପକ୍ଷରେ କମଳା ରଙ୍ଗ ଗୋଲାପ ଦେଇ ପ୍ରେମିକାପ୍ରେମିକ ନିଜ ସମ୍ପର୍କର ଗଭୀରତା ସମ୍ପର୍କରେ ସୂଚନା ଦେଇପାରିବେ। ତେଣୁ ଏବେ କେଉଁ ରଙ୍ଗର ଗୋଲାପ ଦେଇ ସାଥୀଙ୍କ ହୃଦୟ ଜିଣିବେ ସେ ନେଇ ଶୀଘ୍ର ଚିନ୍ତା କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଅମିର ଖାନ୍‌

ମୁମ୍ବାଇ,୧୭ା୪:କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଜରିଆରେ ବଲିଉଡ୍‌ ଅଭିନେତା ଆମୀର ଖାନ୍‌ଙ୍କ ପୁରୁଣା ଭିଡିଓକୁ ବ୍ୟବହାର କରାଯାଇ ଭାଜପା ବିରୋଧରେ ଏକ ବିଜ୍ଞାପନ ପ୍ରସ୍ତୁତ କରାଯାଇଛି। ସୋସିଆଲ...

୨.୨୬ ଲକ୍ଷ ଟଙ୍କାରେ ନିଲାମ ହେଲା ଗୋଟିଏ ଅଣ୍ଡା, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୬।୪: ସମସ୍ତେ ଶୁଣିଛନ୍ତି ଯେ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ, କିନ୍ତୁ ଯେତେବେଳେ ଆପଣ ଜାଣିବେ ଯେ ଗୋଟିଏ ଅଣ୍ଡାର ମୂଲ୍ୟ ଲକ୍ଷ ଲକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri