Posted inଖେଳ

ସାଉଥ୍‌ ଏସିଆନ ଗେମ୍ସ: ଭାରତର ପ୍ରାଧାନ୍ୟ ଅବ୍ୟାହତ

କାଠମାଣ୍ଡୁ, ୮ା୧୦ (ପି.ଟି.)-ଚଳିତ ସାଉଥ୍‌ ଏସିଆନ ଗେମ୍ସର ୬ଷ୍ଠ ଦିବସରେ ଭାରତ ସନ୍ତରଣ ଏବଂ କୁସ୍ତି ପ୍ରତିଯୋଗିତାରେ ପ୍ରଭାବୀ ପ୍ରଦର୍ଶନ କରିଥିବାବେଳେ ୪୯ଟି ପଦକ ଲାଭ କରିଛି। ତନ୍ମଧ୍ୟରେ ୨୯ଟି ସ୍ବର୍ଣ୍ଣ ପଦକ ରହିଛି। ଭାରତର ମୋଟ ପଦକ ସଂଖ୍ୟା ୨୧୪(୧୧୦ ସ୍ବର୍ଣ୍ଣ, ୬୯ ରୌପ୍ୟ, ୩୫ ବ୍ରୋଞ୍ଜ)ରେ ପହଞ୍ଚିଛି। ପଦକ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଥିବା ନେପାଳର ପଦକ ସଂଖ୍ୟା ୧୪୨ (୪୩ ସ୍ବର୍ଣ୍ଣ, ୩୪ ରୌପ୍ୟ, ୬୫ ବ୍ରୋଞ୍ଜ) ରହିଛି। ଶ୍ରୀଲଙ୍କା ୧୭୦ ପଦକ (୩୦ ସ୍ବର୍ଣ୍ଣ, ୫୭ ରୌପ୍ୟ, ୮୩ ବ୍ରୋଞ୍ଜ) ସହ ତୃତୀୟ ସ୍ଥାନରେ ରହିଛି। ଶନିବାର ଭାରତର ସନ୍ତରଣକାରୀମାନେ ସମ୍ପୂର୍ଣ୍ଣ ପ୍ରାଧାନ୍ୟ
ବିସ୍ତାର କରି ୭ ସ୍ବର୍ଣ୍ଣ, ୧ ରୌପ୍ୟ ଏବଂ ୧ ବ୍ରୋଞ୍ଜ ଜିତିଛନ୍ତି। ଶ୍ରୀହରି ନଟରାଜ (୧୦୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌) ରିଚା ମିଶ୍ର (୮୦୦ ମିଟର ଫ୍ରିଷ୍ଟାଇଲ), ସିଲ୍‌ଭା ଏସ୍‌ (୪୦୦ ମିଟର ବ୍ୟକ୍ତିଗତ ମିଡ୍‌ଲେ), ମାନ୍ନା ପଟେଲ (୧୦୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌), ଚାହାତ ଆରୋରା (୫୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌), ଲିଖିଥ ଏସପି (୫୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌) ଏବଂ ରୁଜୁତା ଭଟ୍ଟ (୫୦ ମିଟର ଫ୍ରିଷ୍ଟାଇଲ) ପ୍ରମୁଖ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଏ.ଭି. ଜୟାଭିନା (୫୦ ମିଟର ବ୍ୟାକ୍‌ ଷ୍ଟ୍ରୋକ୍‌) ଏବଂ ରିଧିମା ବିରେନ୍ଦ୍ର କୁମାର (୧୦୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌) ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ଜିତିଛନ୍ତି। ଫଳରେ ସନ୍ତରଣରେ ଭାରତର ମୋଟ ପଦକ ସଂଖ୍ୟା ୩୦ରେ ପହଞ୍ଚତ୍ଛି। ପ୍ରଥମ ଦୁଇ ଦିନରେ ଭାରତୀୟ ସନ୍ତରଣକାରୀମାନେ ୨୧ ପଦକ ଜିତି ସାରିଥିଲେ।
ଅନ୍ୟପକ୍ଷରେ କୁସ୍ତି ପ୍ରତିଯୋଗିତାର ପ୍ରଥମ ଦିବସରେ ଭାରତୀୟ କୁସ୍ତିଯୋଦ୍ଧାମାନେ ୪ ସ୍ବର୍ଣ୍ଣ ଜିତିଛନ୍ତି। ସେମାନେ ହେଲେ ସତ୍ୟଓ୍ବର୍ତ କାଡିଆନ (ପୁରୁଷ ୯୭କେଜି ଫ୍ରିଷ୍ଟାଇଲ), ସୁମିତ ମଲିକ (ପୁରୁଷ ୧୨୫ କେଜି ଫ୍ରିଷ୍ଟାଇଲ), ଗୁରସରଣପ୍ରୀତ୍‌ କୌର (ମହିଳା ୭୬ କେଜି) ଏବଂ ସରିତା ମୋର୍‌)। ରାଜ୍ୟଗୋଷ୍ଠୀ କ୍ରୀଡ଼ା ରୌପ୍ୟ ବିଜେତା କାଡିଆନ ପାକିସ୍ତାନର ତାବିୟାର ଖାଁଙ୍କୁ ହରାଇ ଦେଇଥିବାବେଳେ ଜାତୀୟ ଚାମ୍ପିୟନ ଗୁର୍‌ଶାନ୍‌ପ୍ରୀତ ୭ ବର୍ଷ ପରେ ତାଙ୍କର ପ୍ରଥମ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ସ୍ବର୍ଣ୍ଣ ଜିତିଛନ୍ତି। ଭାରତୀୟ ଶୁଟରମାନେ ସେମାନଙ୍କ ପ୍ରଭାବୀ ପ୍ରଦର୍ଶନ ଜାରି ରଖିଛନ୍ତି। ଶନିବାର ସେମାନେ ୩ଟି ସ୍ବର୍ଣ୍ଣ ଜିତିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଗିଯାଇ କାନ୍ଥରେ ବ୍ୟାଟ୍‌ ପିଟିଦେଲେ ରିଷଭ ପନ୍ତ: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୨୯।୩; ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ରାଜସ୍ଥାନ ରୟାଲ୍ସ ଦିଲ୍ଲୀ କ୍ୟାପିଟାଲକୁ ୧୨ ରନରେ ପରାସ୍ତ କରିଛି। ଏହିପରି...

ଜାତୀୟ ପିକଲବଲ୍‌ରେ ଓଡ଼ିଶାର ସଫଳତା

ଭୁବନେଶ୍ୱର, ୨୮।୩(ତପନ ସ୍ବାଇଁ):ପିକଲବଲ୍‌ ଆସୋସିଏଶନ ଅଫ୍‌ ଓଡ଼ିଶା ଆନୁକୂଲ୍ୟରେ ଆୟୋଜିତ ପ୍ରଥମ ଜାତୀୟ ପିକଲବଲ୍‌ ଟୁର୍ନାମେଣ୍ଟରେ ଓଡ଼ିଶା ପ୍ରତିଯୋଗୀମାନେ ପ୍ରଦର୍ଶନର ଛାପ ଛାଡ଼ିଛନ୍ତି। ଏହି ସମ୍ମାନଜନକ...

ଲାଟିନ୍‌ ଆମେରିକା ଲିଗ୍‌ରେ ବିଜୟ ପ୍ରଥମ ଭାରତୀୟ

ଚେନ୍ନାଇ,୨୮ା୩(ପି.ଟି.):ଡିଫେଣ୍ଡର ବିଜୟ ଛେତ୍ରୀ ପ୍ରଥମ ଭାରତୀୟ ଖେଳାଳି ଭାବରେ ଏକ ଲାଟିନ୍‌ ଆମେରିକୀୟ କ୍ଲବରେ ସାମିଲ ହେବାକୁ ଯାଉଛନ୍ତି। ଉରୁଗୁଏର କ୍ଲବ କଲୋନା ଏଫ୍‌ସି ସହିତ...

ଭାରତୀୟ ହକି ଦଳକୁ ଓସ୍‌ଜାର ‘ପ୍ୟାରିସ ଅଲିମ୍ପିକ୍ସ ଶୁଭେଚ୍ଛା’

ଭୁବନେଶ୍ବର, ୨୯ା୩ (ବିଜୟ ରଣା):ଭାରତୀୟ ପୁରୁଷ ହକି ଦଳକୁ ‘ପ୍ୟାରିସ ଅଲିମ୍ପିକ୍ସ ଶୁଭେଚ୍ଛା’ ଜଣାଇଛି ଓ ଓଡ଼ିଶା ସ୍ପୋଟର୍‌ସ ଜର୍ନାଲିଷ୍ଟ ଆସୋସିଏଶନ (ଓସ୍‌ଜା)। ଗୁରୁବାର ସଂଧ୍ୟାରେ...

ଏହି କ୍ରିକେଟର୍‌ଙ୍କୁ ଚପଲରେ ପିଟିବାକୁ ଚାହୁଁଛନ୍ତି ଯୁବରାଜ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୯।୩: ସନରାଇଜର୍ସ ହାଇଦ୍ରାବାଦ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହୋଇଥିବା ମ୍ୟାଚରେ ବିସ୍ଫୋରକ ଇନିଂସ ଜରିଆରେ ଅଭିଷେକ ଶର୍ମା ଚର୍ଚ୍ଚାକୁ ଆସିଛନ୍ତି। ସେ ମାତ୍ର ୧୬...

୩ ଦିନ ହେବ ପେନ୍‌କିଲର ନେଉଥିବା ଖେଳାଳି ପଡିଆରେ ସାଜିଲେ ବିଜୟର ହିରୋ

ନୂଆଦିଲ୍ଲୀ,୨୯।୩: ଚଳିତ ଆଇପିଏଲ୍‌ର ଏକ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଦିଲ୍ଲୀ କ୍ୟାପଟାଲ୍ସକୁ ପରାସ୍ତ କରିଛି। ସଞ୍ଜୁ ସାମସନଙ୍କ ଦଳର ବିଜୟର ରିୟାନ ପରାଗ ଥିଲେ। ସେ...

ଆଇପିଏଲ୍‌ ଅରେଞ୍ଜ୍‌-ପର୍ପଲ କ୍ୟାପ୍‌ ରେସ୍‌ରେ ଅଛନ୍ତି ଏହି ଖେଳାଳି

ନୂଆଦିଲ୍ଲୀ,୨୯।୩: ଦିଲ୍ଲୀ କ୍ୟାପଟାଲ୍ସ ବିପକ୍ଷରେ ରିୟାନ ପରାଗ ଏକ ଚମତ୍କାର ଇନିଂସ ଖେଳିଥିଲେ। ରିୟାନ ପାରାଗ ୪୫ ବଲରେ ୮୪ ରନ ସଂଗ୍ରହ କରିଥିଲେ। ଏହି...

ରାଜସ୍ଥାନର କ୍ରମାଗତ ଦ୍ୱିତୀୟ ବିଜୟ

ଜୟପୁର,୨୮ା୩: ଜୟପୁରର ସଓ୍ବାଇ ମାନସିଂ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ୯ତମ ଆଇପିଏଲ୍‌ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୨ ରନ୍‌ରେ ହରାଇ କ୍ରମାଗତ ଦ୍ୱିତୀୟ ବିଜୟୀ ହୋଇଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri