ସର୍ବଭାରତୀୟ ନାଟକ, ନୃତ୍ୟ ପ୍ରତିଯୋଗିତା ଆଜି: ଓଡ଼ିଆ, ହିନ୍ଦି, ମଣିପୁରୀ ନାଟକ ମଞ୍ଚସ୍ଥ ହେବ

ଦେବଗଡ,୧୦।୧(ଡି.ଏନ.ଏ)-ସର୍ବଭାରତୀୟ ବହୁଭାଷୀ ନାଟକ ଓ ନୃତ୍ୟ ପ୍ରତିଯୋଗିତା ଆୟୋଜନ ପାଇଁ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ଜାଗରଣ ଆର୍ଟ ଇଣ୍ଟରନ୍ୟାଶନାଲ’ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି। ସର୍ବଭାରତୀୟ ପ୍ରତିଯୋଗିତା ଜାନୁୟାରୀ ୧୦ରୁ ଆରମ୍ଭ ହେବ। ୧୫ତାରିଖ ପର୍ଯ୍ୟନ୍ତ ଦୀର୍ଘ ୬ଦିନ ଧରି ଏହା ଆୟୋଜନ କରିବାକୁ ନିଷ୍ପତି ହୋଇଛି। ଆୟୋଜକ ସାଂସ୍କୃତିକ ଅନୁଷ୍ଠାନ ‘ଜାଗରଣ ଆର୍ଟ ଇଣ୍ଟରନ୍ୟାଶନାଲ’ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଜିଲା ଓ ଜିଲା ବାହାରୁ ନାଟକ ଓ କଳା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ବ୍ୟକ୍ତିତ୍ୱମାନଙ୍କୁ ଅନୁଷ୍ଠାନ ପକ୍ଷରୁ ‘ଜାଗରଣ ସମ୍ମାନ’ରେ ସମ୍ମାନିତ କରାଯିବ। ସ୍ଥାନୀୟ ଟାଉନ ହଲଠାରେ ୧୦ତାରିଖ ଶୁକ୍ରବାର ଉଦ୍‌ଘାଟନୀ ସନ୍ଧ୍ୟାରେ ପ୍ରଥମ ନାଟକ ଝାରସୁଗୁଡା ଜିଲା ବେଲପାହାଡର ମିରର ଥିଏଟର ଦ୍ୱାରା ସୁବାସ ଚନ୍ଦ୍ର ପ୍ରଧାନଙ୍କ ରଚିତ ଓ ନିର୍ଦ୍ଦେଶିତ ଓଡିଆ ନାଟକ ‘ସ୍ମାଇଲ ପ୍ଲିଜ’ପରିବେଷଣ କରାଯିବ। ସେହିପରି ଝାଡ଼ଖଣ୍ଡର ଝାଡ଼ଖଣ୍ଡ ସାଂସ୍କୃତିକ ମଞ୍ଚ ଦ୍ୱାରା ସୁନୀଲ ରାଜଙ୍କ ରଚିତ ଓ ଶିବଲାଲ ସାଗରଙ୍କ ନିର୍ଦ୍ଦେଶିତ ହିନ୍ଦୀ ନାଟକ ‘ସମ୍ବୋଧନ’ ପରିବେଶିତ ହେବ। ୧୧ ତାରିଖ ଦ୍ୱିତୀୟ ସନ୍ଧ୍ୟାରେ ଜାମସେଦପୁରର ସାଗର ଏକଟିଂ ଇନ୍ସଟିଚ୍ୟୁଟ ଦ୍ୱାରା ଡକ୍ଟର ସରକାର ସେସାଙ୍କ ରଚିତ ଓ ପ୍ରତିତୀ ସାଗରଙ୍କ ନିର୍ଦ୍ଦେଶିତ ହିନ୍ଦୀ ନାଟକ ‘ଘରୋନ୍ଦା’ ଓ ସୋନପୁରର ବୀଣାପାଣି ସାହିତ୍ୟ କଳା ସଂସଦ ଦ୍ୱାରା ସୁମନ୍ତ ଭୋଇଙ୍କ ରଚିତ ଓ ନିର୍ଦ୍ଦେଶିତ ସମ୍ବଲପୁରୀ ନାଟକ ‘ନାଇଟ ହସ୍‌ପିଟାଲ’ମଞ୍ଚସ୍ଥ ହେବ। ୧୨ ତାରିଖ ତୃତୀୟ ସନ୍ଧ୍ୟାରେ ସମ୍ବଲପୁରର ଆର୍ଟିଷ୍ଟ ଆସୋସିଏଶନ ପରିଚୟ ଦ୍ୱାରା ଶଙ୍କର ତ୍ରିପାଠୀଙ୍କ ରଚିତ ତଥା ପ୍ରଶାନ୍ତ ମହାରଣାଙ୍କ ଅନୁବାଦିତ ଓ ନିର୍ଦ୍ଦେଶିତ ସମ୍ବଲପୁରୀ ନାଟକ ‘ବାଗଡି’ ଓ ପଦ୍ମପୁରର ‘ଲୁ’ ଦ୍ୱାରା ଅଶୋକ ମିଶ୍ରଙ୍କ ରଚିତ ତଥା ଅଧ୍ୟାପକ କେଶବରଞ୍ଜନ ପ୍ରଧାନଙ୍କ ଅନୁବାଦିତ ଓ ନିର୍ଦ୍ଦେଶିତ ସମ୍ବଲପୁରୀ ନାଟକ ‘ଗାନ୍ଧୀ ଛକ’,୧୩ ତାରିଖ ଚତୁର୍ଥ ସନ୍ଧ୍ୟାରେ ମଧ୍ୟପ୍ରଦେଶ ଭୋପାଳର ନିଲେଶ ତିଫ୍ବାରୀ ଶିକ୍ଷା ଏବମ୍‌ ସମାଜ କଲ୍ୟାଣ ସମିତି ଦ୍ୱାରା ଅଭୟ ଦୁବେଙ୍କ ରଚିତ ଓ ନିର୍ଦ୍ଦେଶିତ ହିନ୍ଦୀ ନାଟକ ‘କେନଛୁଲି’ ଓ ବରଗଡ ଜିଲା ସୋହେଲାର ଡ୍ରାମା ଚେତନା ଦ୍ୱାରା ନାଟ୍ୟରଶ୍ମୀ ଅଶୋକ ବହିଦାରଙ୍କ ରଚିତ ଓ ଡ. ତୁଷାରକାନ୍ତ ସାହୁଙ୍କ ନିର୍ଦ୍ଦେଶିତ ସମ୍ବଲପୁରୀ ନାଟକ ‘ରଘୁପତି ରାଘବ ରାଜାରାମ’ମଞ୍ଚସ୍ଥ ହେବ। ୧୪ ତାରିଖ ପଞ୍ଚମ ସନ୍ଧ୍ୟାରେ ମଣିପୁର ଇମ୍ଫାଲର ଲେଇସାରେମବି ଆର୍ଟ ଏଣ୍ଡା କଲଚୁରାଲ ଏସୋସିଏସନ ଦ୍ୱାରା ଡକ୍ଟର କେ.ବି. ଶର୍ମାଙ୍କ ରଚିତ ଓ ୟୁ.ୟୁ.ସମରେନ୍ଦ୍ରଙ୍କ ନିର୍ଦ୍ଦେଶିତ ମଣିପୁରୀ ନାଟକ ‘ଓମ୍‌ ଶାନ୍ତି’ ଓ ରାଉରକେଲାର ସ୍ବସ୍ତି ଝଙ୍କାର ଦ୍ୱାରା ସର୍ମିଷ୍ଠା କବି ଶତପଥିଙ୍କ ରଚିତ ଓ ରାଜୀବ ପାଣିଙ୍କ ନିର୍ଦ୍ଦେଶିତ ଓଡିଆ ନାଟକ ‘ଗଛ’ ମଞ୍ଚସ୍ଥ ହେବ ା ସେହିପରି ୧୫ ତାରିଖ ଅନ୍ତିମ ସନ୍ଧ୍ୟାରେ ଭୁବନେଶ୍ୱରର ବିଦ୍ୟା କନକ ସୃଜନ ଅନୁଷ୍ଠାନ ଦ୍ୱାରା ପ୍ରାଣଭନ୍ଧୁ କରଙ୍କ ରଚିତ ଓ ଜଗଦିଶ ପ୍ରସାଦ ମହାରଣାଙ୍କ ନିର୍ଦ୍ଦେଶିତ ଓଡିଆ (ପ୍ରଦର୍ଶନୀ) ନାଟକ ‘ଆଶାନ୍ତ’ମଞ୍ଚସ୍ଥ ହେବ ବୋଲି ଜଣାପଡିଛି। ଏଥିସହ ପ୍ରତ୍ୟେକ ସନ୍ଧ୍ୟାରେ ୨ଟି ଲେଖାଏଁ ନାଟକ ମଞ୍ଚସ୍ଥ ହେବା ପରେ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଅନ୍ୟପକ୍ଷରେ ଚଳିତବର୍ଷ ପ୍ରଥମ ଥର ପାଇଁ ପ୍ରତ୍ୟେକ ନାଟକ ପରେ ଦର୍ଶକମାନଙ୍କୁ ନେଇ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବ। ଏହାପରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଓ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହେବ ବୋଲି ଆୟୋଜକ ସାଂସ୍କୃତିକ ଅନୁଷ୍ଠାନ ‘ଜାଗରଣ ଆର୍ଟ ଇଣ୍ଟରନ୍ୟାଶନାଲ’ର ସାଧାରଣ ସମ୍ପାଦକ ସୁଜିତ କୁମାର ପାତ୍ର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବଘିଅପଡା,୨୦।୪ ( ଶ୍ରୀକାନ୍ତ ସାହୁ): ଶନିବାର ସକାଳ ୮ ଘଣ୍ଟା ସମୟରେ ବୌଦ୍ଧ ଥାନା ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ଗୌଡଦଇ ନିକଟରେ ଏକଯୁବକଙ୍କ ରକ୍ତାକ୍ତ ମୃତଦେହ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

ଶିକ୍ଷାକୁ ନେଇ ଲେନିନ୍‌-ରବି ବାକ୍‌ଯୁଦ୍ଧ

ସମ୍ବଲପୁର,୨୦ା୪(ପ୍ରମୋଦ ବହିଦାର):ସମ୍ବଲପୁରରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଶୂନ୍ୟ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତିଙ୍କ ଉକ୍ତିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri