ଭୁବନେଶ୍ୱର,୩।୧(ବ୍ୟୁରୋ):ହକି ପୁରୁଷ ବିଶ୍ୱକପ୍କୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମଧ୍ୟଦେଇ ଖୋର୍ଦ୍ଧା-କଟକକୁ ସଂଯୋଗ କରୁଥିବା ଜାତୀୟ ରାଜପଥ-୧୬ ଉନ୍ନତିକରଣ ତଥା ମରାମତି କାର୍ଯ୍ୟ ଡିସେମ୍ବର ଶେଷସୁଦ୍ଧା ସରିବ। ସର୍ଭିସ ରୋଡ୍ ସହ ସହର ଭିତରେ ଥିବା ବିଭିନ୍ନ ରାସ୍ତା, ଡ୍ରେନ୍, ଫୁଟ୍ପାଥ, ବ୍ୟାରିକେଡ୍, ବ୍ରିଜ୍ର ଆବଶ୍ୟକ ମରାମତି, ଉନ୍ନତି ସହ ଜବରଦଖଲ ଉଚ୍ଛେଦ, ଆଲୋକୀକରଣ, ସୌନ୍ଦର୍ଯ୍ୟକରଣ ଓ ବିଭିନ୍ନ ସେବାମୂଳକ କାର୍ଯ୍ୟ ଶେଷ କରିବାକୁ ଭୁବନେଶ୍ୱର ଉନ୍ନୟକ କର୍ତ୍ତୃପକ୍ଷ(ବିଡିଏ) ପକ୍ଷରୁ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଥିଲା। ଜାତୀୟ ରାଜପଥ ପ୍ରାଧିକରଣ(ଏନ୍ଏଚଆଇ) ପକ୍ଷରୁ ପ୍ରାୟୋରିଟି ରୋଡ୍ ନେଟ୍ଓ୍ବର୍କ (ପିଆର୍ଏନ୍) ମାଧ୍ୟମରେ ଚାଲିଥିବା ରାଜପଥ ମରାମତି ଓ ଉନ୍ନତିକରଣ କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବା ପାଇଁ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ବିଡିଏ ଉପାଧ୍ୟକ୍ଷ ବଲଓ୍ବନ୍ତ ସିଂହ ପରାମର୍ଶ ଦେଇଥିଲେ। ତେବେ କଣ୍ଟ ପୂରଣ ହୋଇଥିଲେ ମଧ୍ୟ ଏସବୁ କାମ ଅଧାପନ୍ତରିଆ ରହିଛି। ଅନେକ ସ୍ଥାନରେ ରାସ୍ତାକଡ଼ରୁ କେବଳ ଜବଦରଦଖଲ ଉଚ୍ଛେଦ କରାଯାଇଥିଲେ ମଧ୍ୟ ଆନୁସଙ୍ଗିକ ତଥା ପରବର୍ତ୍ତୀ କାର୍ଯ୍ୟ ଆଗେଇପାରି ନାହିଁ। ସେହିପରି ସହରସାରା ନିର୍ମାଣ ତଥା ସୋନ୍ଦର୍ଯ୍ୟକରଣ କାର୍ଯ୍ୟ ଚାଲିଥିବାବେଳେ ପ୍ରତିଦିନ ବିଭିନ୍ନ ସ୍ଥାନରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ପର୍ଯ୍ୟଟନ ଋତୁ ଚାଲୁଥିବାରୁ ଏହି ସମସ୍ୟା ଦ୍ୱିଗୁଣିତ ହେଉଛି। ଅତ୍ୟାବଶ୍ୟକ ନ ଥିଲେ ଡିସେମ୍ବର ୧ ପରେ କୌଣସି ଏଜେନ୍ସି ବା ବିଭାଗ ରାଜପଥରେ ଖୋଳାଖୋଳି ନ କରିବା ପାଇଁ କୁହାଯାଇଥିଲେ ମଧ୍ୟ ମାସ ଶେଷ ପର୍ଯ୍ୟନ୍ତ ଖୋଳାପୋତା ଚାଲିଛି। ଓଭରବ୍ରିଜ ଉପରେ ଦିନରାତି କାମ ଚାଲିଥିଲେ ମଧ୍ୟ ମରାମତି ସରୁନାହିଁ। କଳିଙ୍ଗ ଷ୍ଟାଡ଼ିୟମ୍ ଗେଟ୍-୯ ସମ୍ମୁଖରେ ନିର୍ମାଣ ଓ ଭଗ୍ନାବଶେଷର ଗଦାହୋଇ ରହିଛି। ଓ୍ବାଟ୍କୋ, ଗେଲ୍, ଇଣ୍ଟରନେଟ୍ ସେବା ପ୍ରଦାନକାରୀ କମ୍ପାନୀଗୁଡ଼ିକ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ କାମ ଚାଲିଛି। ଯୋଜନା ମୁତାବକ ଏମ୍ସ ରୋଡ଼ରେ ଆଲୋକୀକରଣ, ବରମୁଣ୍ଡା ଓଭରବ୍ରିଜ୍ ତଳେ ଫୁଟପାଥ୍ ମରାମତି, ଲେନ୍ ମାର୍କିଂ, ଡୁମୁଡୁମା ନିକଟରେ ଭାଙ୍ଗିରୁଜି ଯାଇଥିବା ଗ୍ରୀଲ୍ ମରାମତି, ସିଆର୍ପି ଛକରେ ଡ୍ରେନ୍ ମରାମତି ଓ ବ୍ୟାରିକେଡ୍ ମରାମତି କାର୍ଯ୍ୟ ହାତକୁ ନିଆଯାଇଥିଲେ ଅଧିକାଂଶ କାର୍ଯ୍ୟ ଅଧାପନ୍ତରିଆ ପଡ଼ିଛି। ଉତ୍ତର ଜୋନ୍ର ୧୬.୨୧ କି.ମି. ରାସ୍ତା, ଦକ୍ଷିଣ-ପୂର୍ବ ଜୋନ୍ର ୨ଟି ଡିଭିଜନରେ ଯଥାକ୍ରମେ ୧୬.୯୪ କି.ମି. ଏବଂ ୨୨.୪୩ କି.ମି. ରାସ୍ତା ଓ ପାରିପାର୍ଶ୍ୱିକ ଉନ୍ନତିକରଣ କରାଯିବାର ଯୋଜନା ରହିଥିଲା। ଦକ୍ଷିଣ-ପଶ୍ଚିମ ଜୋନର ୨୩.୬୭ କି.ମି. ରାସ୍ତାର ମରାମତି ତଥା ଆନୁସଙ୍ଗିକ ସୌନ୍ଦର୍ଯ୍ୟକରଣ ମଧ୍ୟ ସମାପ୍ତ ହୋଇପାରିନାହିଁ। ନିର୍ଦ୍ଧାରିତ ସମୟ ମଧ୍ୟରେ ପାଦଚଲା ରାସ୍ତା ପ୍ରସ୍ତୁତି, ସ୍ବଚ୍ଛତା, ବ୍ୟାରିକେଡିଂ, ରେଲିଂ ମରାମତି, ବିଭିନ୍ନ ସର୍ଭିସ୍ ରୋଡ୍ରେ ଲେନ୍ ମାର୍କିଂ, ଭାଙ୍ଗିଯାଇଥିବା ବ୍ରିଜ୍ ଏବଂ କର୍ବ୍ର ମରାମତି ତଥା ବିଭିନ୍ନ ସ୍ଥାନରେ ହଟିଯାଇଥିବା ସାଇନେଜ୍ ମରାମତି ସହ ନୂତନ ସାଇନେଏଜ୍ ସ୍ଥାପନ ଓ ରଙ୍ଗ କାର୍ଯ୍ୟ ମଧ୍ୟ ଶତପ୍ରତିଶତ ହୋଇପାରିନାହିଁ। ଅନ୍ୟପଟେ ଡ୍ରେନ୍ ସଫେଇ, ମୁକୁଳା ଡ୍ରେନ୍ ଉପରେ ସ୍ଲାବ୍ ପକାଇବା ସହ ଆଲୋକୀକରଣ, ରାସ୍ତାରେ ସୃଷ୍ଟି ହୋଇଥିବା ବିଭିନ୍ନ ପାଥ୍ହୋଲର ମରାମତି କାର୍ଯ୍ୟ କେବେ ସରିବ ତାହା ମଧ୍ୟ ଅସ୍ପଷ୍ଟ।
ଝିଅର ମୃତଦେହ ସହିତ ପ୍ରାୟ ପାଞ୍ଚ ମାସ ଧରି ରହୁଥିଲେ ବାପା: ହଠାତ୍ ଦିନେ ଘଟିଲା…
ଲକ୍ଷ୍ନୌ,୧୧।୪: ଉତ୍ତର ପ୍ରଦେଶର ମିରଟ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ସଦର ପୋଲିସ ଷ୍ଟେଶନ ଅଞ୍ଚଳର ଜଣେ ବାପା ତାଙ୍କ…
୨୦୨୭ ଜାନୁଆରୀ ୧୩ ଯାଏ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି
ଭୁବନେଶ୍ୱର,୧୧।୪: ୨୦୨୭ ଜାନୁଆରୀ ୧୩ ଯାଏ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି। ଟ୍ରିବ୍ୟୁନାଲ ଅବଧି ବୃଦ୍ଧି କଲେ କେନ୍ଦ୍ର ସରକାର। ଏନେଇ ଜଳ ସମ୍ପଦ ନଦୀ ବିକାଶ…
‘ଇରାନ କେବଳ ଆଲୋଚନା ପାଇଁ ବଞ୍ଚିଛି’, ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ ଟ୍ରମ୍ପଙ୍କ ଧମକ
ଓ୍ବାଶିଂଟନ୍,୧୧।୪: ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଇରାନକୁ ଧମକ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି , ଇରାନ କେବଳ ଆଲୋଚନା ପାଇଁ…
ବିସ୍ଫୋରକ ବ୍ୟାଟିଂ ପଛର ରାଜ୍ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…
ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…
ବିମାନର ପ୍ରତ୍ୟେକ ସିଟ୍ରେ ଲାଗିଛି ପିଲାଙ୍କ ଫଟୋ ସହ ବ୍ୟାଗ-ଜୋତା, କାହିଁକି ଏମିତି କରି ପାକିସ୍ତାନରେ ପହଞ୍ଚିଲା ଇରାନ, ସବୁ ଦେଖିକି…
ନୂଆଦିଲ୍ଲୀ,୧୧।୪: ଇରାନ-ଆମେରିକା ଶାନ୍ତି ଆଲୋଚନା ପାଇଁ ଇସଲାମାବାଦ ପ୍ରସ୍ତୁତ। ଇରାନ ପ୍ରତିନିଧି ଦଳ ପାକିସ୍ତାନରେ ପହଞ୍ଚିଛନ୍ତି। ଆଜି ଶନିବାର ଦିନ ଇରାନ ଏବଂ ଆମେରିକା ଆଲୋଚନା ଟେବୁଲରେ…
ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍ମାର୍ଗ
ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…
ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା
ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…
କାହାକୁ ଚିୟର କରିବେ ଗିଲ୍ ନା ଅର୍ଜୁନ: ଏମିତି ପ୍ରତିକ୍ରିୟା ଦେଲେ ସାରା ତେନ୍ଦୁଲକର, ଦେଖନ୍ତୁ VIDEO
ଲକ୍ଷ୍ନୌ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍ରେ ଆଜି ଦୁଇଟି ମ୍ୟାଚ ଖେଳାଯିବ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏବଂ ଗୁଜରାଟ ଟାଇଟାନ୍ସ ଖେଳିବେ। ମ୍ୟାଚ ପୂର୍ବରୁ ସାରା ତେନ୍ଦୁଲକରଙ୍କ ଏକ…
Archives

