ଭୁବନେଶ୍ୱର,୩।୧(ବ୍ୟୁରୋ):ହକି ପୁରୁଷ ବିଶ୍ୱକପ୍କୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମଧ୍ୟଦେଇ ଖୋର୍ଦ୍ଧା-କଟକକୁ ସଂଯୋଗ କରୁଥିବା ଜାତୀୟ ରାଜପଥ-୧୬ ଉନ୍ନତିକରଣ ତଥା ମରାମତି କାର୍ଯ୍ୟ ଡିସେମ୍ବର ଶେଷସୁଦ୍ଧା ସରିବ। ସର୍ଭିସ ରୋଡ୍ ସହ ସହର ଭିତରେ ଥିବା ବିଭିନ୍ନ ରାସ୍ତା, ଡ୍ରେନ୍, ଫୁଟ୍ପାଥ, ବ୍ୟାରିକେଡ୍, ବ୍ରିଜ୍ର ଆବଶ୍ୟକ ମରାମତି, ଉନ୍ନତି ସହ ଜବରଦଖଲ ଉଚ୍ଛେଦ, ଆଲୋକୀକରଣ, ସୌନ୍ଦର୍ଯ୍ୟକରଣ ଓ ବିଭିନ୍ନ ସେବାମୂଳକ କାର୍ଯ୍ୟ ଶେଷ କରିବାକୁ ଭୁବନେଶ୍ୱର ଉନ୍ନୟକ କର୍ତ୍ତୃପକ୍ଷ(ବିଡିଏ) ପକ୍ଷରୁ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଥିଲା। ଜାତୀୟ ରାଜପଥ ପ୍ରାଧିକରଣ(ଏନ୍ଏଚଆଇ) ପକ୍ଷରୁ ପ୍ରାୟୋରିଟି ରୋଡ୍ ନେଟ୍ଓ୍ବର୍କ (ପିଆର୍ଏନ୍) ମାଧ୍ୟମରେ ଚାଲିଥିବା ରାଜପଥ ମରାମତି ଓ ଉନ୍ନତିକରଣ କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବା ପାଇଁ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ବିଡିଏ ଉପାଧ୍ୟକ୍ଷ ବଲଓ୍ବନ୍ତ ସିଂହ ପରାମର୍ଶ ଦେଇଥିଲେ। ତେବେ କଣ୍ଟ ପୂରଣ ହୋଇଥିଲେ ମଧ୍ୟ ଏସବୁ କାମ ଅଧାପନ୍ତରିଆ ରହିଛି। ଅନେକ ସ୍ଥାନରେ ରାସ୍ତାକଡ଼ରୁ କେବଳ ଜବଦରଦଖଲ ଉଚ୍ଛେଦ କରାଯାଇଥିଲେ ମଧ୍ୟ ଆନୁସଙ୍ଗିକ ତଥା ପରବର୍ତ୍ତୀ କାର୍ଯ୍ୟ ଆଗେଇପାରି ନାହିଁ। ସେହିପରି ସହରସାରା ନିର୍ମାଣ ତଥା ସୋନ୍ଦର୍ଯ୍ୟକରଣ କାର୍ଯ୍ୟ ଚାଲିଥିବାବେଳେ ପ୍ରତିଦିନ ବିଭିନ୍ନ ସ୍ଥାନରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ପର୍ଯ୍ୟଟନ ଋତୁ ଚାଲୁଥିବାରୁ ଏହି ସମସ୍ୟା ଦ୍ୱିଗୁଣିତ ହେଉଛି। ଅତ୍ୟାବଶ୍ୟକ ନ ଥିଲେ ଡିସେମ୍ବର ୧ ପରେ କୌଣସି ଏଜେନ୍ସି ବା ବିଭାଗ ରାଜପଥରେ ଖୋଳାଖୋଳି ନ କରିବା ପାଇଁ କୁହାଯାଇଥିଲେ ମଧ୍ୟ ମାସ ଶେଷ ପର୍ଯ୍ୟନ୍ତ ଖୋଳାପୋତା ଚାଲିଛି। ଓଭରବ୍ରିଜ ଉପରେ ଦିନରାତି କାମ ଚାଲିଥିଲେ ମଧ୍ୟ ମରାମତି ସରୁନାହିଁ। କଳିଙ୍ଗ ଷ୍ଟାଡ଼ିୟମ୍ ଗେଟ୍-୯ ସମ୍ମୁଖରେ ନିର୍ମାଣ ଓ ଭଗ୍ନାବଶେଷର ଗଦାହୋଇ ରହିଛି। ଓ୍ବାଟ୍କୋ, ଗେଲ୍, ଇଣ୍ଟରନେଟ୍ ସେବା ପ୍ରଦାନକାରୀ କମ୍ପାନୀଗୁଡ଼ିକ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ କାମ ଚାଲିଛି। ଯୋଜନା ମୁତାବକ ଏମ୍ସ ରୋଡ଼ରେ ଆଲୋକୀକରଣ, ବରମୁଣ୍ଡା ଓଭରବ୍ରିଜ୍ ତଳେ ଫୁଟପାଥ୍ ମରାମତି, ଲେନ୍ ମାର୍କିଂ, ଡୁମୁଡୁମା ନିକଟରେ ଭାଙ୍ଗିରୁଜି ଯାଇଥିବା ଗ୍ରୀଲ୍ ମରାମତି, ସିଆର୍ପି ଛକରେ ଡ୍ରେନ୍ ମରାମତି ଓ ବ୍ୟାରିକେଡ୍ ମରାମତି କାର୍ଯ୍ୟ ହାତକୁ ନିଆଯାଇଥିଲେ ଅଧିକାଂଶ କାର୍ଯ୍ୟ ଅଧାପନ୍ତରିଆ ପଡ଼ିଛି। ଉତ୍ତର ଜୋନ୍ର ୧୬.୨୧ କି.ମି. ରାସ୍ତା, ଦକ୍ଷିଣ-ପୂର୍ବ ଜୋନ୍ର ୨ଟି ଡିଭିଜନରେ ଯଥାକ୍ରମେ ୧୬.୯୪ କି.ମି. ଏବଂ ୨୨.୪୩ କି.ମି. ରାସ୍ତା ଓ ପାରିପାର୍ଶ୍ୱିକ ଉନ୍ନତିକରଣ କରାଯିବାର ଯୋଜନା ରହିଥିଲା। ଦକ୍ଷିଣ-ପଶ୍ଚିମ ଜୋନର ୨୩.୬୭ କି.ମି. ରାସ୍ତାର ମରାମତି ତଥା ଆନୁସଙ୍ଗିକ ସୌନ୍ଦର୍ଯ୍ୟକରଣ ମଧ୍ୟ ସମାପ୍ତ ହୋଇପାରିନାହିଁ। ନିର୍ଦ୍ଧାରିତ ସମୟ ମଧ୍ୟରେ ପାଦଚଲା ରାସ୍ତା ପ୍ରସ୍ତୁତି, ସ୍ବଚ୍ଛତା, ବ୍ୟାରିକେଡିଂ, ରେଲିଂ ମରାମତି, ବିଭିନ୍ନ ସର୍ଭିସ୍ ରୋଡ୍ରେ ଲେନ୍ ମାର୍କିଂ, ଭାଙ୍ଗିଯାଇଥିବା ବ୍ରିଜ୍ ଏବଂ କର୍ବ୍ର ମରାମତି ତଥା ବିଭିନ୍ନ ସ୍ଥାନରେ ହଟିଯାଇଥିବା ସାଇନେଜ୍ ମରାମତି ସହ ନୂତନ ସାଇନେଏଜ୍ ସ୍ଥାପନ ଓ ରଙ୍ଗ କାର୍ଯ୍ୟ ମଧ୍ୟ ଶତପ୍ରତିଶତ ହୋଇପାରିନାହିଁ। ଅନ୍ୟପଟେ ଡ୍ରେନ୍ ସଫେଇ, ମୁକୁଳା ଡ୍ରେନ୍ ଉପରେ ସ୍ଲାବ୍ ପକାଇବା ସହ ଆଲୋକୀକରଣ, ରାସ୍ତାରେ ସୃଷ୍ଟି ହୋଇଥିବା ବିଭିନ୍ନ ପାଥ୍ହୋଲର ମରାମତି କାର୍ଯ୍ୟ କେବେ ସରିବ ତାହା ମଧ୍ୟ ଅସ୍ପଷ୍ଟ।
ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ
ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...
ୟୁକ୍ରେନ୍ର ଡ୍ରୋନ୍ ଆକ୍ରମଣ: ଚାଲିଗଲା ୨୪ ଜୀବନ
କିଭ୍,୧ା୧ରୁଷିଆ ଅଧିକୃତ ଖେର୍ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍ର ଡ୍ରୋନ୍ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...
Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ
ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...
ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ
ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...
ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…
ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...
ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ
ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...
ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ
ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...
ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…
ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...
Archives


