ସରକାର, ତଦନ୍ତ ଅଧିକାରୀଙ୍କ ତଣ୍ଟିରେ କାଳିଆ କଣ୍ଟା

ରସୁଲପୁର,୧୪।୮(ଡି.ଏନ୍‌.ଏ.)- କୃଷକଙ୍କ ପାଇଁ କାଳିଆ(କୃଷକ ଆସିଷ୍ଟାନ୍ସ ଫର ଲାଇଭିଲହୁଡ୍‌ ଆଣ୍ଡ ଇନକମ୍‌ ଅଗମେଣ୍ଟେସନ୍‌)ଯୋଜନାକୁ ନେଇ ଦ୍ୱନ୍ଦ ଉପୁଜୁଛି। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏହି ଯୋଜନାକୁ ସରକାର ଅତି ତରବରିଆ ଭାବରେ ପ୍ରଣୟନ କରିଥିଲେ। ମାତ୍ର ଯୋଜନାକୁ ନେଇ ସରକାର ଦେଇଥିବା ପ୍ରତିଶ୍ରୁତିକୁ ଠିକ୍‌ ଭାବରେ ପାଳନ କରି ପାରିଲେ ନାହିଁ। ସରକାର ଶପଥ ନେବା ଦିନ ସବୁ ପଞ୍ଜୀକୃତ ଚାଷୀଙ୍କ ଜମାଖାତାକୁ ଟଙ୍କା ପଠାଯିବ ବୋଲି ଭୋଟ ଗ୍ରହଣ ପୂର୍ବରୁ ଘୋଷଣ କରିଥିଲେ। ଏପରିକି ୫ଟି କିସ୍ତିରେ କୃଷକ ପରିବାରକୁ ୨୫ହଜାର ଟଙ୍କା ପ୍ରଦାନ କରାଯିବ। ଏହି ଟଙ୍କାକୁ କୃଷକ ଚାଷରେ ବିନିଯୋଗ କରି ନିଜ ପରିବାରର ଜୀବିକା ନିର୍ବାହ କରିବା ସହ କୃଷି ଆୟ ବୃଦ୍ଧି କରିବାରେ ସଫଳ ହେବ। ଏହା କେବଳ ନିର୍ବାଚନୀ ପ୍ରଚାର ଥିଲା ା କୃଷି ପରିବାରକୁ ପ୍ରତିଶ୍ରୁତି ଦେଇ ପାଳନ କରି ନ ପାରି ସରକାର ଏବେ ଏକ ପ୍ରକାର କାଠଗଡ଼ାରେ ଛିଡ଼ା ହୋଇଛନ୍ତି। ସରକାର ଓ ତଦନ୍ତ ଅଧିକାରୀଙ୍କ ତଣ୍ଟିରେ ଏବେ କାଳିଆ କଣ୍ଟା ଅଟକିଛି। ଆଉ ଚାଷୀଙ୍କୁ ଭୂଆଁ ବୁଲାଇବା ପାଇଁ ଏବେ ସରକାର ନୂଆ ତରିକା ଆପଣେଇଛନ୍ତି। ତାଲିକାରେ ସ୍ଥାନ ପାଇଥିବା ଅଯୋଗ୍ୟଙ୍କୁ ବାଦ୍‌ ଦେବା ପାଇଁ ସମୟ ଗଡ଼ାଇଛନ୍ତି। ଆଉ ଏହି ବାଦ୍‌ ଦେବା ପ୍ରକ୍ରିୟା ଆସନ୍ତା ୨୭ତାରିଖକୁ ଘୁଞ୍ଚାଯାଇଛି। ଏହାପଛରେ ଯୋଜନା ଉପରୁ କୃଷି ପରିବାରର ଲକ୍ଷ୍ୟ ହଟାଇବା ପାଇଁ ଷଡ଼ଯନ୍ତ୍ର ରହିଛି ବୋଲି କୃଷକନେତା ଓ ସଂଗଠନ ପକ୍ଷରୁ ଅଭିଯୋଗ ହେଉଛି।
ରାଜ୍ୟ ସରକାର ଶପଥ ନେବାର ଅଢେଇ ମାସ ପରେ ବି ପ୍ରକୃତ ଚାଷୀଙ୍କୁ କାଳିଆ ଟଙ୍କା ମିଳିଲା ନାହିଁ। କିଛି ଚାଷୀଙ୍କୁ ଟଙ୍କା ଦେଇ ଅନ୍ୟଙ୍କୁ ନ ଦେବା ଘଟଣା ଚାଷୀଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରୁଛି। କୃଷକମାନେ ସରକାରଙ୍କ ଦ୍ୱାରା ପାତରଅନ୍ତର ନୀତିର ଶିକାର ହୋଇଛନ୍ତି । ଏହା ଆଶଙ୍କା କରି ନିର୍ବାଚନ ପୂର୍ବରୁ କାଳିଆ ଯୋଜନା କାର୍ଯ୍ୟକାରୀ କରିବା ଉପରେ ରୋକ ଲଗାଇବା ପାଇଁ ବିରୋଧୀ ଭାଜପା ପକ୍ଷରୁ ନିର୍ବାଚନ କମିଶନ ଉପରେ ଚାପ ପକାଇଥିଲେ ା ଏହାକୁ ନେଇ ସରକାର ବୋରୋଧୀଙ୍କୁ କଡ଼ା ସମାଲୋଚନା କରିବା ସହ ଆଚରଣବିଧିକୁ ଅଣଦେଖା କରି ଚାଷୀଙ୍କ ଜମାଖାତାକୁ ଟଙ୍କା ଛାଡ଼ିଥିଲେ। କିନ୍ତୁ ଏବେ କାଳିଆକୁ ନେଇ ସରକାରଙ୍କ ବାହାସ୍ପୋଟ ନିଜ ପାଇଁ ଅଡୁଆ ସୃଷ୍ଟି କରିଛି ା ଟଙ୍କା ଦେଇ ନ ପାରି ଯୋଗ୍ୟଅଯୋଗ୍ୟ ଆଳରେ ସରକାର ଖସି ଯିବାକୁ ପ୍ରୟାସ କରୁଛନ୍ତି ବୋଲି ନବନିର୍ମାଣ କୃଷକ ସଂଗଠନର ରସୁଲପୁର ବ୍ଲକ ଆବାହକ ମୁକୁନ୍ଦଦେବ ମହାନ୍ତି ଅଭିଯୋଗ କରିଛନ୍ତି। ଏହା ସମଗ୍ର ରାଜ୍ୟର ସ୍ଥିତି ହୋଇଥିବାବେଳେ ଯାଜପୁର ଜିଲା ରସୁଲପୁର ବ୍ଲକ ଏକ କୃଷି ପ୍ରଧାନ ବ୍ଲକ ହୋଇଥାଇ ବି ଏଠାରେ କାଳିଆ ସ୍ଥିତି ଅତି ନୈରାଶ୍ୟଜନକ ବୋଲି ଜଣାପଡିଛି । ଏହି ବ୍ଲକରେ ୫୪ହଜାର କୃଷି ପରିବାର କାଳିଆ ଯୋଜନାରେ ନାମ ପଞ୍ଜିକୃତ ହୋଇଥିବାବେଳେ ମାତ୍ର ୨୮,୭୫୨ଚାଷୀ ପରିବାରକୁ କାଳିଆ ଟଙ୍କା ମିଳିଛି ବୋଲି ସରକାରୀ ରିପୋର୍ଟରୁ ଜଣାପଡିଛି। ଏହି ତଥ୍ୟକୁ ଦେଖିଲେ ବ୍ଲକର ପ୍ରାୟତଃ ଅର୍ଦ୍ଧାଧିକ ଚାଷୀ ପରିବାରକୁ କାଳିଆ ଟଙ୍କା ମିଳିନାହିଁ ା ବଳକା ପରିବାରକୁ କାଳିଆ ଟଙ୍କା ଦେବାକୁ ହେଲେ ସରକାର ଅଯୋଗ୍ୟ ପରିବାର ଟଙ୍କା ଫେରାଇଲେ ଯୋଗ୍ୟଙ୍କୁ ଦେବେ ବୋଲି ଲକ୍ଷ୍ୟ ରଖିଛନ୍ତି ା ସେଥି ସକାଶେ ସମଗ୍ର ରା୍ଯଯରେ କୃଷକ ପରିବାରକୁ ଚିହ୍ନଟ କରିବା ପାଇଁ ଏକ କମିଟି ଗଠନ କରାଯାଇଛି। ଏହି ଚିହ୍ନଟ କାର୍ଯ୍ୟ ଅଗଷ୍ଟ ୬ତାରିଖରୁ ଆରମ୍ଭ ହୋଇ ୧୪ ତାରିଖ ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ା ଟଙ୍କା ପାଇଥିବା ହିତାଧିକାରୀଙ୍କ ମଧ୍ୟରୁ ଅଯୋଗ୍ୟଙ୍କୁ ବାଦ୍‌ ଦିଆଯିବା ସହ ଟଙ୍କା ଫେରାଇବା ପ୍ରକ୍ରିୟା ସାରିବାକୁ କୁହାଯାଇଥିଲା। ମାତ୍ର କାଳିଆ ତାଲିକା ଯାଞ୍ଚ କରିବାକୁ ତଦନ୍ତ ଅଧିକାରୀ କୁନ୍ଥୁକୁନ୍ଥୁ ହେଉଛନ୍ତି। ଏଦିଗରେ ଚାଷୀଙ୍କୁ ନେଇ ସରକାରଙ୍କ ଅସ୍ପଷ୍ଟ ନୀତିକୁ ଦାୟୀ କରାଯାଉଛି। ସରକାରଙ୍କ ପକ୍ଷରୁ ଚାଷୀର ସଜ୍ଞା ନିରୂପଣ ହୋଇନାହିଁ, ଭାଗଚାଷୀ କିଏ ଓ ସେମାନଙ୍କୁ କେମିତି ଚିହ୍ନଟ କରାଯିବ ସେ ଦିଗରେ ସରକାରଙ୍କ ପକ୍ଷରୁ କୌଣସି ନିର୍ଦ୍ଦିଷ୍ଟ ସୂଚନା ପ୍ରଦାନ କରାଯାଇ ନାହିଁ ା ଫଳରେ ଆବେଦନକାରୀ ଚାଷୀ କି ନୁହେଁ ତାକୁ ବିଚାରକୁ ନିଆଯିବା ସମ୍ଭପର ନୁହେଁ ା କେବଳ ଆବେଦନକାରୀଙ୍କ ମଧ୍ୟରୁ ଯଦି କିଏ ମରିଯାଇଛି ତାକୁ ବାଦ୍‌ ଦେଇ ହେବ। ତେବେ ନିର୍ଦ୍ଧାରିତ ଅବଧି ଭିତରେ ରିପୋର୍ଟ ପ୍ରସ୍ତୁତ ହୋଇନପାରିବାରୁ ସରକାର ତଦନ୍ତ ଅବଧିକୁ ୧୪ଦିନ ବଢାଇ ଦେଇଛନ୍ତି। ବର୍ଦ୍ଧିତ ଅବଧି ମଧ୍ୟରେ ପୂର୍ଣ୍ଣାଙ୍ଗ ରିପୋର୍ଟ ଆସି ପାରିବ କି ନାହିଁ ତାକୁ ନେଇ ସନ୍ଦେହ ଉପୁଜିଛି। ଏ ନେଇ କାଳିଆ ଯୋଜନା ରସୁଲପୁର ବ୍ଲକ ଦାୟିତ୍ୱରେ ଥିବା ସହକାରୀ କୃଷି ଅଧିକାରୀ ତୁଷାରକାନ୍ତି ସେଠୀଙ୍କୁ ପଚାରିବାରୁ ତଦନ୍ତ ଚାଲିଛି ା ସମ୍ପୂର୍ଣ୍ଣ ରିପୋର୍ଟ ନ ଆସିବା ପର୍ଯ୍ୟନ୍ତ କୌଣସି ସୂଚନା ଦେବାକୁ ସେ ମନା କରିଦେଇଛନ୍ତି। ତେବେ ଏହି ବ୍ଲକରେ କାଳିଆ ପାଇଁ ଆବେଦନକାରୀଙ୍କ ମଧ୍ୟରେ ବିଶେଷ ପରିବର୍ତ୍ତନ ଘଟିବାର ନାହିଁ ବୋଲି କୃଷି ଅଧିକାରୀସେଠୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri