ସରକାରୀ ହସ୍ପିଟାଲରୁ ଦଲାଲ ହଟାଇବାକୁ ସ୍ପେଶାଲ ଡ୍ରାଇଭ : ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଗିରଫ ହେଲେ ୩୫

ଭୁବନେଶ୍ୱର,୨୭ା୯(ବ୍ୟୁରୋ) :ସରକାରୀ ହସ୍ପିଟାଲକୁ ଆସୁଥିବା ରୋଗୀଙ୍କୁ ନାନା ଭାବେ ପ୍ରଭାବିତ ଓ ପ୍ରଲୋଭିତ କରି ଘରୋଇ ହସ୍ପିଟାଲକୁ ପଠାଯାଉଛି। ସେଠାରେ ନାନା ଭାବେ ରୋଗୀଙ୍କୁ ଶୋଷଣ କରାଯାଉଛି। ଏଥିରେ ଦଲାଲ ମୁଖ୍ୟ ଭୂମିକା ଗ୍ରହଣ କରୁଥିବାବେଳେ ସରକାରୀ ହସ୍ପିଟାଲର କେତେଜଣ ଡାକ୍ତର ଓ କର୍ମଚାରୀ ପରୋକ୍ଷ ସମ୍ପୃକ୍ତ ରହୁଛନ୍ତି। ବର୍ଷ ବର୍ଷ ଧରି ଏଭଳି ଅଭିଯୋଗ ହୋଇ ଆସୁଥିବାବେଳେ ଏବେ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସରକାରୀ ହସ୍ପିଟାଲକୁ ତୁରନ୍ତ ଦଲାଲମୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ସମସ୍ତ ଜିଲାପାଳ ଓ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେବାପରେ ଆରମ୍ଭ ହୋଇଛି ସ୍ପେଶାଲ ଡ୍ରାଇଭ୍‌। ଗତ ଦୁଇ ଦିନରେ ରାଜ୍ୟର ବିଭିନ୍ନ ସରକାରୀ ହସ୍ପିଟାଲ ପରିସରରୁ ୩୫ଜଣ ଦଲାଲଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କ ମଧ୍ୟରେ ଭୁବନେଶ୍ୱରରୁ ୪, ସମ୍ବଲପୁର ୫, ବଲାଙ୍ଗୀର ୫, ଭଦ୍ରକ ୪, ମୟୂରଭଞ୍ଜ ୩, ରାଉରକେଲା ୪, ବାଲେଶ୍ୱର ୩, ନବରଙ୍ଗପୁର ୨, କେନ୍ଦୁଝର ୪ ଓ ଅନୁଗୋଳରୁ ଜଣେ ରହିଛନ୍ତି।
ପୋଲିସ ଡିଜି ବି.କେ. ଶର୍ମା କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ସରକାରୀ ହସ୍ପିଟାଲକୁ ଦଲାଲମୁକ୍ତ କରାଯିବା ପାଇଁ ପଦକ୍ଷେପ ନିଆଯାଉଛି। ବିଶେଷକରି ସରକାରୀ ହସ୍ପିଟାଲ, ମେଡିକାଲ କଲେଜ, ବ୍ଲଡ୍‌ ବ୍ୟାଙ୍କ୍‌ ଆଦି ସ୍ଥାନରେ ଦଲାଲ ବୁଲୁଥିଲେ ସେମାନଙ୍କୁ ଧରିବାକୁ କୁହାଯାଇଛି। ସେଥିପାଇଁ ପୋଲିସ ସାଦା ପୋଷାକରେ ରହି ଦଲାଲଙ୍କ ଗତିବିଧି ଉପରେ ନଜର ରଖୁଛନ୍ତି। ସନ୍ଦେହ ହେଲେ ତୁରନ୍ତ ସେମାନଙ୍କୁ ଧରି ଗିରଫ କରାଯାଉଛି ବୋଲି ଶର୍ମା କହିଛନ୍ତି। ହସ୍ପିଟାଲରେ ଚଢ଼ାଉକୁ ଦେଖି ଦଲାଲମାନେ ଭୟଭୀତ ହୋଇପଡିଛନ୍ତି। ଗୁରୁବାର କ୍ୟାପିଟାଲ ହସ୍ପିଟାଲ ପରିସରରେ ଜଣେ ବି ଦଲାଲ ଦେଖିବାକୁ ମିଳି ନ ଥିଲେ। ହସ୍ପିଟାଲ ଫାଣ୍ଡି ପୋଲିସ ପୂର୍ବରୁ ଏହି ଦଲାଲମାନଙ୍କୁ ଚିହ୍ନିଥିଲେ ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ନେଉଥିଲେ। ଏବେ ପୋଲିସର ଚଢ଼ାଉ ଲୋକଦେଖାଣିଆ ବୋଲି ଆଲୋଚନା ହେଉଛି।
ଅନ୍ୟପକ୍ଷରେ ବହୁ ସରକାରୀ ହସ୍ପିଟାଲର ଡାକ୍ତରମାନେ ରୋଗୀଙ୍କୁ ଘରୋଇ ଡାକ୍ତରଖାନା ବା କ୍ଲିନିକ୍‌କୁ ଯିବାକୁ ପ୍ରୋତ୍ସାହିତ କରୁଛନ୍ତି। ମେଡିସିନ କିଣିବାଠାରୁ ଆରମ୍ଭ କରି ଅଲଟ୍ରାସାଉଣ୍ଡ ଆଦି କରିବା ପାଇଁ ସେଠାକୁ ପଠାଉଛନ୍ତି। ଏଥିପାଇଁ ଡାକ୍ତରମାନେ ଉକ୍ତ ଘରୋଇ କ୍ଲିନିକଠାରୁ ମାସିକିଆ ପାଉଣା ନେଉଛନ୍ତି। ଅଧିକାଂଶ ସମୟରେ ଅଭିଯୋଗ ଆସିଥାଏ ଯେ ଡାକ୍ତରମାନେ ମଧ୍ୟ ଦଲାଲଙ୍କ ସହାୟତାରେ ଏଭଳି ବେଆଇନ କାର୍ଯ୍ୟ କରିଥାନ୍ତି। ଏବେ ଘରୋଇ ହସ୍ପିଟାଲକୁ ରୋଗୀ ପଠାଉଥିବା ଡାକ୍ତରଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି। ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ଯଦି ସରକାରୀ ହସ୍ପିଟାଲର କର୍ମଚାରୀ କିମ୍ବା ଅନ୍ୟ କେହି ରୋଗୀଙ୍କୁ ଘରୋଇ ହସ୍ପିଟାଲଙ୍କୁ ପଠାଉଥିବା ନଜରକୁ ଆସେ ତେବେ ସେମାନଙ୍କ ବିରୋଧରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri