ସରକାରୀ ହସ୍ପିଟାଲରୁ ଦଲାଲ ହଟାଇବାକୁ ସ୍ପେଶାଲ ଡ୍ରାଇଭ : ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଗିରଫ ହେଲେ ୩୫

ଭୁବନେଶ୍ୱର,୨୭ା୯(ବ୍ୟୁରୋ) :ସରକାରୀ ହସ୍ପିଟାଲକୁ ଆସୁଥିବା ରୋଗୀଙ୍କୁ ନାନା ଭାବେ ପ୍ରଭାବିତ ଓ ପ୍ରଲୋଭିତ କରି ଘରୋଇ ହସ୍ପିଟାଲକୁ ପଠାଯାଉଛି। ସେଠାରେ ନାନା ଭାବେ ରୋଗୀଙ୍କୁ ଶୋଷଣ କରାଯାଉଛି। ଏଥିରେ ଦଲାଲ ମୁଖ୍ୟ ଭୂମିକା ଗ୍ରହଣ କରୁଥିବାବେଳେ ସରକାରୀ ହସ୍ପିଟାଲର କେତେଜଣ ଡାକ୍ତର ଓ କର୍ମଚାରୀ ପରୋକ୍ଷ ସମ୍ପୃକ୍ତ ରହୁଛନ୍ତି। ବର୍ଷ ବର୍ଷ ଧରି ଏଭଳି ଅଭିଯୋଗ ହୋଇ ଆସୁଥିବାବେଳେ ଏବେ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସରକାରୀ ହସ୍ପିଟାଲକୁ ତୁରନ୍ତ ଦଲାଲମୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ସମସ୍ତ ଜିଲାପାଳ ଓ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେବାପରେ ଆରମ୍ଭ ହୋଇଛି ସ୍ପେଶାଲ ଡ୍ରାଇଭ୍‌। ଗତ ଦୁଇ ଦିନରେ ରାଜ୍ୟର ବିଭିନ୍ନ ସରକାରୀ ହସ୍ପିଟାଲ ପରିସରରୁ ୩୫ଜଣ ଦଲାଲଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କ ମଧ୍ୟରେ ଭୁବନେଶ୍ୱରରୁ ୪, ସମ୍ବଲପୁର ୫, ବଲାଙ୍ଗୀର ୫, ଭଦ୍ରକ ୪, ମୟୂରଭଞ୍ଜ ୩, ରାଉରକେଲା ୪, ବାଲେଶ୍ୱର ୩, ନବରଙ୍ଗପୁର ୨, କେନ୍ଦୁଝର ୪ ଓ ଅନୁଗୋଳରୁ ଜଣେ ରହିଛନ୍ତି।
ପୋଲିସ ଡିଜି ବି.କେ. ଶର୍ମା କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ସରକାରୀ ହସ୍ପିଟାଲକୁ ଦଲାଲମୁକ୍ତ କରାଯିବା ପାଇଁ ପଦକ୍ଷେପ ନିଆଯାଉଛି। ବିଶେଷକରି ସରକାରୀ ହସ୍ପିଟାଲ, ମେଡିକାଲ କଲେଜ, ବ୍ଲଡ୍‌ ବ୍ୟାଙ୍କ୍‌ ଆଦି ସ୍ଥାନରେ ଦଲାଲ ବୁଲୁଥିଲେ ସେମାନଙ୍କୁ ଧରିବାକୁ କୁହାଯାଇଛି। ସେଥିପାଇଁ ପୋଲିସ ସାଦା ପୋଷାକରେ ରହି ଦଲାଲଙ୍କ ଗତିବିଧି ଉପରେ ନଜର ରଖୁଛନ୍ତି। ସନ୍ଦେହ ହେଲେ ତୁରନ୍ତ ସେମାନଙ୍କୁ ଧରି ଗିରଫ କରାଯାଉଛି ବୋଲି ଶର୍ମା କହିଛନ୍ତି। ହସ୍ପିଟାଲରେ ଚଢ଼ାଉକୁ ଦେଖି ଦଲାଲମାନେ ଭୟଭୀତ ହୋଇପଡିଛନ୍ତି। ଗୁରୁବାର କ୍ୟାପିଟାଲ ହସ୍ପିଟାଲ ପରିସରରେ ଜଣେ ବି ଦଲାଲ ଦେଖିବାକୁ ମିଳି ନ ଥିଲେ। ହସ୍ପିଟାଲ ଫାଣ୍ଡି ପୋଲିସ ପୂର୍ବରୁ ଏହି ଦଲାଲମାନଙ୍କୁ ଚିହ୍ନିଥିଲେ ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ନେଉଥିଲେ। ଏବେ ପୋଲିସର ଚଢ଼ାଉ ଲୋକଦେଖାଣିଆ ବୋଲି ଆଲୋଚନା ହେଉଛି।
ଅନ୍ୟପକ୍ଷରେ ବହୁ ସରକାରୀ ହସ୍ପିଟାଲର ଡାକ୍ତରମାନେ ରୋଗୀଙ୍କୁ ଘରୋଇ ଡାକ୍ତରଖାନା ବା କ୍ଲିନିକ୍‌କୁ ଯିବାକୁ ପ୍ରୋତ୍ସାହିତ କରୁଛନ୍ତି। ମେଡିସିନ କିଣିବାଠାରୁ ଆରମ୍ଭ କରି ଅଲଟ୍ରାସାଉଣ୍ଡ ଆଦି କରିବା ପାଇଁ ସେଠାକୁ ପଠାଉଛନ୍ତି। ଏଥିପାଇଁ ଡାକ୍ତରମାନେ ଉକ୍ତ ଘରୋଇ କ୍ଲିନିକଠାରୁ ମାସିକିଆ ପାଉଣା ନେଉଛନ୍ତି। ଅଧିକାଂଶ ସମୟରେ ଅଭିଯୋଗ ଆସିଥାଏ ଯେ ଡାକ୍ତରମାନେ ମଧ୍ୟ ଦଲାଲଙ୍କ ସହାୟତାରେ ଏଭଳି ବେଆଇନ କାର୍ଯ୍ୟ କରିଥାନ୍ତି। ଏବେ ଘରୋଇ ହସ୍ପିଟାଲକୁ ରୋଗୀ ପଠାଉଥିବା ଡାକ୍ତରଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି। ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ଯଦି ସରକାରୀ ହସ୍ପିଟାଲର କର୍ମଚାରୀ କିମ୍ବା ଅନ୍ୟ କେହି ରୋଗୀଙ୍କୁ ଘରୋଇ ହସ୍ପିଟାଲଙ୍କୁ ପଠାଉଥିବା ନଜରକୁ ଆସେ ତେବେ ସେମାନଙ୍କ ବିରୋଧରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri