ସରକାରୀ ଶୋଷଣର ଶିକାର ହେଉଛନ୍ତି ଚାଷୀ

ବ୍ରହ୍ମପୁର ଅଫିସ୍‌,୬ା୧୨- ଓଡ଼ିଶା କୃଷକ ସଭା ଗଞ୍ଜାମ ଜିଲା କମିଟି କୃଷି ଏବଂ କୃଷକ ଓ ଦେଶ ବଞ୍ଚାଅ ଡାକରା ଦେଇ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର୍‌ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଥିଲା। କମିଟି ସଭାପତି ଗୋପାଳ ପାଣିଗ୍ରାହୀ ଏଥିରେ ଅଧ୍ୟକ୍ଷତା କରିଥିଲେ। ସମସ୍ତ ଚାଷୀଙ୍କଠାରୁ ସରକାରୀ ଦରରେ ଧାନ କିଣିବା, ଭାଗ ଚାଷୀଙ୍କଠାରୁ ଧାନ କିଣିବା ବ୍ୟବସ୍ଥା କରିବା, ଅଦିନିଆ ବର୍ଷା ଏବଂ ବୁଲ୍‌ବୁଲ୍‌ ବାତ୍ୟା ଯୋଗୁ ଧାନର ଏଫ୍‌ଏକ୍ୟୁ ମାନକୁ ହଟାଇ ଧାନ କିଣିବା, କୃଷକମାନଙ୍କୁ ଋଣ ମୁକ୍ତ କରିବା, ଫସଲ ବୀମା ଟଙ୍କା ସମସ୍ତ କୃଷକଙ୍କୁ ପ୍ରଦାନ କରିବା, କାଳିଆ ଯୋଜନା ଟଙ୍କା ସମସ୍ତ ଚାଷୀଙ୍କୁ ଯୋଗାଇଦେବା, ଆଧାର ଲିଙ୍କ୍‌ କଟକଣା ଯୋଗୁ ରାଶନ୍‌ ପାଇବାରୁ ବଞ୍ଚିତ ଚାଷୀଙ୍କୁ ତୁରନ୍ତ ସାମଗ୍ରୀ ପ୍ରଦାନ, ଜଙ୍ଗଲ ଅଧିକାର ଆଇନ୍‌ କାର୍ଯ୍ୟକାରୀ ଆଦିବାସୀଙ୍କୁ ପଟ୍ଟା ଓ ଭୂମିହୀନ ଏବଂ ବାସହୀନଙ୍କୁ ଘରଡ଼ିହ ପଟ୍ଟା ପ୍ରଦାନ ଆଦି ଦାବି କରାଯାଇଥିଲା। ପରେ ଏନେଇ ଏକ ଦାବିପତ୍ର ଆର୍‌ଡିସିଙ୍କୁ ପ୍ରଦାନ କରାଯାଇଥିଲା। ଧାରଣାରେ ରାଜ୍ୟ ଉପସଭାପତି ଜଗନ୍ନାଥ ମିଶ୍ର ଉଦ୍‌ବୋଧନ ଦେଇ ଚାଷୀ ମାରଣନୀତି ପାଇଁ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ। ଚାଷ ଏବଂ ଚାଷୀ ଗଭୀର ସଂକଟ ଦେଇ ଗତି କରୁଛନ୍ତି ।
ଚାଷୀମାନେ ଆମତ୍ହତ୍ୟା କରୁଛନ୍ତି। ଅନ୍ୟପଟେ ବଜାରରେ ପରିବା ଏବଂ ଅନ୍ୟାନ୍ୟ ସାମଗ୍ରୀର ଦର ହୁହୁ ହୋଇ ବଢ଼ି ଚାଲିଛି। ସବୁ କ୍ଷେତ୍ରରେ ସାଧାରଣ ଜନତା ହିଁ ଆର୍ଥିକ କ୍ଷତି ସହୁଛନ୍ତି । ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ସେ ଅଭିଯୋଗ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସିପିଆଇ(ଏମ୍‌) ଜିଲା ସମ୍ପାଦକ କୈଳାସ ଷଡ଼ଙ୍ଗୀ, କୃଷକ ସଭା ଜିଲା ସମ୍ପାଦକ ପି.ହରିକୃଷ୍ଣ ରେଡ୍ଡୀ, ଯୁଗ୍ମ ସମ୍ପାଦକ ବସନ୍ତ ନନ୍ଦ, ବିଜୟ ବିଷୋୟୀ, ବାସୁଦେବ ଗୌଡ଼, ନୀଳମଣି ଗୁରୁ, ବିଭୁ ପାଣିଗ୍ରାହୀ, ବାବୁଲା ନାୟକ, ଶ୍ୟାମ ବେହେରା, କୃଷ୍ଣମୂର୍ତ୍ତି ପାତ୍ର, ସିଟୁ ନେତା ଯୁଧିଷ୍ଠିର ବେହେରା, ଲକ୍ଷ୍ମଣ ପାଢୀ ପ୍ରମୁଖ ନେତୃତ୍ୱ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମେମୁ ଟ୍ରେନରୁ ପ୍ରିନ୍ସପାଲଙ୍କ ମୃତଦେହ ଉଦ୍ଧାର

ନୟାଗଡ଼,୮।୧୦(ଲୋକନାଥ ମିଶ୍ର): ଭୁବନେଶ୍ୱର-ଦଶପଲ୍ଲା ମେମୁ ଟ୍ରେନରୁ ଶରଣକୁଳ କଲେଜ ପ୍ରିନ୍ସପାଲ ମହେଶ୍ୱର ମହାପାତ୍ର(୫୬)ଙ୍କ ମୃତଦେହ ଗୁରୁବାର ଉଦ୍ଧାର ହୋଇଛି। ଦଶପଲ୍ଲା ଷ୍ଟେଶନରେ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଠାବ…

କଂଗ୍ରେସର ବନ୍ଦ ଡାକରା: ରାଜ୍ୟ ରାଜପଥ ଅବରୋଧ କଲେ ବିକ୍ଷୋଭକାରୀ

ବଞ୍ଚୋ,୮ା୧୦(ପ୍ରଦୋଷ ବିଶ୍ୱାଳ): ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାର ପ୍ରଭାବ ଆନନ୍ଦପୁରରେ ଦେଖିବାକୁ ମିଳିଛି। ବନ୍ଦକୁ ସମର୍ଥନ ଜଣାଇ କଂଗ୍ରେସ, ସିପିଆଇ ସମେତ ବାମପନ୍ଥୀ…

ସ୍ମାର୍ଟ କ୍ଲାସ୍‌ରୁମ୍‌ରେ ତାଲା: ୨୫ ଦିନ ହେଲା ନାହିଁ ବିଜୁଳି, ଗରମରେ ସିଝୁଛନ୍ତି ଛାତ୍ରୀଛାତ୍ର

ବାଲିଗୁଡ଼ା,୮ା୧୦(ସଞ୍ଜୟ କୁମାର ପାଣିଗ୍ରାହୀ): ସରକାରୀ ବିଦ୍ୟାଳୟରେ ସ୍ମାର୍ଟ କ୍ଲାସ୍‌ରୁମ୍‌ ନିର୍ମାଣ କରି ଡିଜିଟାଲ ଶିକ୍ଷାକୁ ଗୁରୁତ୍ୱ ଦିଆଯାଉଛି। ହେଲେ ବିଦ୍ୟୁତ୍‌ ନ ଥିବାରୁ ସେହି ସ୍ମାର୍ଟ କ୍ଲାସ୍‌ରୁମ୍‌…

ପୁରୁଷୋତ୍ତମପୁରରେ ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ, ଚର୍ଚ୍ଚାରେ କଂଗ୍ରେସର ଗୋଷ୍ଠୀକନ୍ଦଳ

ପୁରୁଷୋତ୍ତମପୁର,୮।୧୦(ସବିତା ମିଶ୍ର): ଓଡ଼ିଶା ବନ୍ଦର ପ୍ରଭାବ ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଦେଖିବାକୁ ମିଳିଛି । କାଳୀମନ୍ଦିର ଛକରେ କଂଗ୍ରେସ ଓ ସିପିଆଇ କର୍ମୀମାନେ ପିକେଟିଂ କରି ଗାଡ଼ିମୋଟର…

ଟ୍ରେନ୍‌ ଟ୍ରାକ୍‌ରୁ ମିଳିଲା ଯୁବକଙ୍କ ମୃତଦେହ, ଦେଓଗାଁରେ ବାଇକ୍‌ ରଖି…

ବଲାଙ୍ଗୀର,୮ା୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ରାଏପାଲି ଗ୍ରାମ ନିକଟ ଟ୍ରେନ୍‌ ଟ୍ରାକ୍‌ରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ…

ପ୍ରଶାସନିକ ସ୍ତରରେ ଅଦଳବଦଳ; ବଦଳିଲେ ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର,୮।୧୦: ପ୍ରଶାସନିକ ସ୍ତରରେ ଅଦଳବଦଳ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ତ୍ରିଲୋଚନ ମହାନ୍ତିଙ୍କ ବଦଳି ହୋଇଛନ୍ତି । ଭୁବନେଶ୍ବର ସ୍ଥିତ ROTIର ଯୁଗ୍ମ ନିର୍ଦ୍ଦେଶକ ଭାବେ…

ଦିଗପହଣ୍ଡିରେ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ସହ ଅନେକ ଦାବି ନେଇ ବନ୍ଦ ପାଳନ

ଦିଗପହଣ୍ଡି,୮ା୧୦(ଅଶେଷ ନାଥ ମିଶ୍ର): ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି, ସିପିଆଇ,ସିପିଆଇ(ଏମ) ଏବଂ ଇଣ୍ଡି ମେଣ୍ଟର ଅନ୍ୟାନ୍ୟ ସମସ୍ତ ଦଳ ପକ୍ଷରୁ ଗୁରୁବାର ବନ୍ଦ ଡାକରା ଦିଆଯାଇଥିବା ଓଡ଼ିଶା…

ଶୋଇଥିବାବେଳେ ସ୍ବାମୀଙ୍କ ତଣ୍ଟି ଉପରେ ଚଢ଼ି ଜୀବନ ନେଇଗଲେ ସ୍ତ୍ରୀ, ଘର ବାହାରେ…

ଆଳି,୮ା୧୦(ବନମାଳୀ ସେନାପତି): ସ୍ବାମୀଙ୍କ ତଣ୍ଟି ଉପରେ ଛିଡ଼ା ହୋଇ ହତ୍ୟା କରିଛନ୍ତି ସ୍ତ୍ରୀ। ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?