ଗଞ୍ଜାମ,୩।୮(ବିଦ୍ୟାଧର ସାହୁ ): ସାହିତ୍ୟ ସଂସଦ , ମାଲକାନଗିରି ଓଡ଼ିଶାର ସପ୍ତମ ପ୍ରତିଷ୍ଠା ଦିବସ ବ୍ରହ୍ମପୁର ସ୍ଥିତ ଗୋପାଳ କୃଷ୍ଣ ରଙ୍ଗ ମଞ୍ଚ, ଗୋସାଣୀ ନୂଆଁ ଗାଁ ଠାରେ ଆୟୋଜିତ ହୋଇଯାଇଛି । ଉକ୍ତ ସମାରୋହରେ ଓଡ଼ିଶାର ବିଭିନ୍ନ ଜିଲାରୁ କବି ଏବଂ କବୟିତ୍ରୀ ଯୋଗ ଦେଇଥିଲେ। ଅନୁଷ୍ଠାନର ସଭାପତି ପ୍ରାକ୍ତନ ସାହିତ୍ୟ ଏକାଡେମୀ ସଦସ୍ୟ କିଶୋର ଚନ୍ଦ୍ର ପ୍ରଧାନ, ସମ୍ମାନିତ ଅତିଥି ଭାବେ ତହସିଲଦାର ଶ୍ରୀଯୁକ୍ତ ପ୍ରାଣକୃଷ୍ଣ ପାଣିଗ୍ରାହୀ , ବରିଷ୍ଠ କବି ଅଶ୍ୱିନୀ କୁମାର ତ୍ରିପାଠୀ ଏବଂ କବୟିତ୍ରି ଲକ୍ଷ୍ମୀ ଆମ୍ମା ନନ୍ଦଡାଙ୍କ
ଉପସ୍ଥିତିରେ ଓଡ଼ିଆ ପୁଅ ତଥା ଯୁବ କବି ସୁନୀଲଙ୍କୁ ‘ମାଟିଲଗ୍ନା ପ୍ରତିଭା ସମ୍ମାନ’ରେ ସମ୍ମାନିତ କରାଯାଇଥିଲା । ପୂର୍ବରୁ ଅନେକ ସାହିତ୍ୟ ଅନୁଷ୍ଠାନରୁ ସେ ସମ୍ମାନିତ ହୋଇ ଆସୁଛନ୍ତି। ଯାହା ଗଞ୍ଜାମ ପାଇଁ ଗର୍ବ ଆଉ ଗୌରବ ବୋଲି ବୁଦ୍ଧିଜୀବୀ ମତବ୍ୟକ୍ତ କରିଛନ୍ତି l ଓଡ଼ିଆ ପୁଅ ସୁନୀଲ ବର୍ତମାନ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଗଣ ଯୋଗାଯୋଗ ବିଭାଗରେ ଅଧ୍ୟୟନରତ । ଏହି ସମ୍ମାନ ପାଇଁ ସେ ଅଭ୍ୟର୍ଥନା ସଭାପତି ଲକ୍ଷ୍ମୀ ଆମ୍ମା ନନ୍ଦଡା ଏବଂ କବି କିଶୋର ଚନ୍ଦ୍ର ପ୍ରଧାନଙ୍କୁ କୃତଜ୍ଞତା ଜଣାଇଛନ୍ତି । ପ୍ରାକ୍ତନ ଅଧ୍ୟକ୍ଷ ବି. ଗୋବିନ୍ଦ ରାଓ , ବିଶିଷ୍ଟ ଇଂରାଜୀ କବି ପ୍ରସନ୍ନ କୁମାର ଦଳାଇ , କବୟତ୍ରୀ ଜ୍ୟୋସ୍ନା ରାଣୀ ଦେବୀ ଏବଂ ଅନେକ ବୁଦ୍ଧିଜୀବୀ ସୁନୀଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

