ସମ୍ପାଦକୀୟ/୩୭୦ ଉଚ୍ଛେଦ ସ୍ବାଗତଯୋଗ୍ୟ

କୁହାଯାଉଛି ଭାରତୀୟ ଇତିହାସ ଫର୍ଦ୍ଦରେ ୫ ଅଗଷ୍ଟ ୨୦୧୯ ଯୋଡ଼ି ହୋଇଯାଇଛି। ଜମ୍ମୁ ଓ କଶ୍ମୀରକୁ ଦିଆଯାଇଥିବା ଏହାର ସ୍ବତନ୍ତ୍ର ମର୍ଯ୍ୟାଦା ଅନୁଚ୍ଛେଦ ୩୭୦କୁ ଏହି ଦିନ ହଟାଇ ଦିଆଯାଇଛି। ରାଷ୍ଟ୍ରପତିଙ୍କ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏଣିକି ଜମ୍ମୁ ଓ କଶ୍ମୀର ଦୀର୍ଘବର୍ଷ ଧରି ପାଇ ଆସୁଥିବା ସୁବିଧାରୁ ବଞ୍ଚିତ ହେବ। କେବଳ ସେତିକି ନୁହେଁ, ଉକ୍ତ ରାଜ୍ୟକୁ ବିଭାଜନ କରାଯାଇ ଜମ୍ମୁ ଓ କଶ୍ମୀର ଏବଂ ଲଦାଖ ନାମରେ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ କରାଯିବା ଲାଗି ରାଜ୍ୟ ସଭାରେ ଜମ୍ମୁ ଓ କଶ୍ମୀର ପୁନର୍ଗଠନ ବିଲ୍‌ ଗୃହୀତ ହୋଇଛି। ଫଳରେ ଜମ୍ମୁ ଓ କଶ୍ମୀରରେ ଦିଲ୍ଲୀ ଓ ପୁଡୁଚେରୀ ଭଳି ବିଧାନସଭା ରହିବାକୁ ଥିବା ବେଳେ ଚଣ୍ଡିଗଡ଼ ପରି ଲଦାଖରେ ବିଧାନସଭା ରହିବ ନାହିଁ ବୋଲି ଉକ୍ତ ବିଲ୍‌ରେ ଦର୍ଶାଯାଇଛି।
ଗତ ସପ୍ତାହରେ ଉପତ୍ୟକାକୁ ଅଧିକ ୩୮ ହଜାର କେନ୍ଦ୍ରୀୟ ବଳ ପ୍ରେରଣ କରାଯିବା ଏବଂ ୪ ଅଗଷ୍ଟରେ ପିଡିପି ନେତ୍ରୀ ମେହବୁବା ମୁଫ୍‌ତି ଓ ନ୍ୟାଶନାଲ କନ୍‌ଫରେନ୍ସ (ଏନ୍‌ସି) ନେତା ଓମାର ଅବଦୁଲ୍ଲାଙ୍କୁ ଗୃହବନ୍ଦୀ ରଖାଯିବା ପରେ କଶ୍ମୀରରେ ଏକ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି ବୋଲି ଆଶଙ୍କା ସୃଷ୍ଟି ହୋଇଥିଲା। ୫ ଅଗଷ୍ଟରେ ତାହା ବାସ୍ତବରେ ପରିଣତ ହୋଇଥିବାରୁ ଦେଶବ୍ୟାପୀ ଏହା ଆଲୋଡ଼ନ ଖେଳାଇ ଦେଇଛି। ବିଶେଷକରି ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ସୁନାମି ସୃଷ୍ଟି ହୋଇଛି। ସରକାରଙ୍କୁ ବିଜେଡି, ଏଏପି, ଏଆଇଏଡିଏମ୍‌କେ, ଓ୍ବାଇଏସ୍‌ଆର୍‌ କଂଗ୍ରେସ, ବିଏସ୍‌ପି, ଆଇଏନ୍‌ଏଲ୍‌ଡି, ଶିବସେନା ସମର୍ଥନ କରିଥିବା ବେଳେ କଂଗ୍ରେସ, ଟିଏମ୍‌ସି, ପିଡିପି, ଏନ୍‌ସି, ଏସ୍‌ପି ଆଦି ଦଳ ବିରୋଧ କରିଛନ୍ତି। ଏନ୍‌ଡିଏର ସହଯୋଗୀ ଜେଡିୟୁ ମଧ୍ୟ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି କକ୍ଷତ୍ୟାଗ କରିଥିବା ଦେଖିବାକୁ ମିଳିଛି। କୌତୂହଳର ବିଷୟ ହେଉଛ, ସମ୍ବିଧାନ ସମ୍ପର୍କରେ ଏଭଳି ଏକ ରାଜନୈତିକ ନିଷ୍ପତ୍ତିକୁ ବଡ଼ ସହଜରେ ଦୁଇଭାଗରେ ଦର୍ଶାଯାଉଛି। ସମର୍ଥନକାରୀ ହୋଇଗଲେ ଦେଶପ୍ରେମୀ ଏବଂ ବିରୋଧୀ ହେଲେ ଦେଶଦ୍ରୋହୀ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସ୍ବାଧୀନତା ପରେ ଭାରତର ଶିଳ୍ପ ଓ ଯୋଗାଣ ମନ୍ତ୍ରୀଭାବେ କାର୍ଯ୍ୟ କରି ଆସୁଥିବା ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ସହିତ କଶ୍ମୀର ପ୍ରସଙ୍ଗରେ ମତଭେଦ ସୃଷ୍ଟି ହୋଇଥିଲା। ଅନୁଚ୍ଛେଦ ୩୭୦କୁ ବିରୋଧ କରୁଥିବା ମୁଖାର୍ଜୀ କଂଗ୍ରେସ ଦଳ ଓ ସରକାରରୁ ଇସ୍ତଫା ଦେଇ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସ୍‌ଏସ୍‌) ସାହାଯ୍ୟରେ ଭାରତୀୟ ଜନସଂଘ ନାମରେ ରାଜନୈତିକ ଦଳ ଗଠନ କଲେ। ଜନ୍ମରୁ ୩୭୦କୁ ବିରୋଧ କରିଆସୁଥିବା ସେବକାର ଜନସଂଘ ଯାହା ଏବେ ଭାଜପାରେ ପରିଣତ ହୋଇଛି, ୫ ଅଗଷ୍ଟ ୨୦୧୯ରେ ତାହାର ପ୍ରତିଷ୍ଠାତା ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କର ମୂଳ ସ୍ବପ୍ନକୁ ସାକାର କରିପାରିଛି। ଏହି ପଦକ୍ଷେପକୁ ସମର୍ଥନ କରିବା ବ୍ୟତୀତ ଅନ୍ୟ କୌଣସି ଚିନ୍ତା ପୋଷଣ କରିବା ଅନୁଚିତ ହେବ। କିନ୍ତୁ ଏହି ଅନୁଚ୍ଛେଦ ୩୭୦ ସହିତ ୩୭୧କୁ ମଧ୍ୟ ହଟାଯିବା ଦରକାର। ଉଲ୍ଲେଖଯୋଗ୍ୟ, ୩୭୧ରେ ବିଦର୍ଭଠାରୁ ଆରମ୍ଭକରି ସୌରାଷ୍ଟ୍ର ପର୍ଯ୍ୟନ୍ତ ମହାରାଷ୍ଟ୍ର ଓ ଗୁଜରାଟର ଅନେକ ଅଞ୍ଚଳକୁ ସାମ୍ବିଧାନିକ ସ୍ତରରେ ବିଭିନ୍ନ ସୁରକ୍ଷା ଦିଆଯାଇଛି। ସେହି ଦୁଇ ରାଜ୍ୟକୁ ବିଶେଷ ସୁବିଧା ଦିଆଯିବା କେତେଦୂର ଯୁକ୍ତିଯୁକ୍ତ ତାହା ଆଲୋଚ୍ୟ ବିଷୟ ହୋଇପାରେ। ବିଶେଷକରି ଓଡ଼ିଶାର ଉତ୍ତର, ପଶ୍ଚିମ ଓ ଦକ୍ଷିଣରେ ଅନେକ ଅନୁନ୍ନତ ଅଞ୍ଚଳ ରହିଥିବା ସତ୍ତ୍ୱେ ସେଗୁଡ଼ିକୁ ଗୁଜରାଟର ସୌରାଷ୍ଟ୍ର କିମ୍ବା କଚ୍‌ ଭଳି ସାମ୍ବିଧାନିକ ସ୍ତରରେ ସ୍ବତନ୍ତ୍ର ସ୍ଥାନ ଦିଆଯାଇ ନାହିଁ।
ଭାରତର ଅନ୍ୟ ପ୍ରାନ୍ତରୁ ଯାଇ ନାଗାଲାଣ୍ଡ, ମିଜୋରାମ, ସିକ୍କିମ, ଆସାମ ଭଳି ଉତ୍ତର ପୂର୍ବାଞ୍ଚଳର ଅନେକ ରାଜ୍ୟରେ ଭାରତୀୟମାନେ ନିଜ ନାମରେ ଜମି କିଣିପାରିବେ ନାହିଁ ବୋଲି ସମ୍ବିଧାନରେ ଉଲ୍ଲେଖ ରହିଛି। ସେହିଭଳି ଉତ୍ତରାଖଣ୍ଡ ଓ ଗୁଜରାଟର କେତେକ ଅଞ୍ଚଳରେ ବାହାରୁ ଯାଇଥିବା ଲୋକ ଜାଗା ଓ ଘର କିଣିବା ଉପରେ ପ୍ରତିବନ୍ଧକ ରହିଛି। ଏହି ପ୍ରସଙ୍ଗ ସମ୍ପର୍କରେ ସାଧାରଣ ନାଗରିକ ସମ୍ପୂର୍ଣ୍ଣ ଭାବେ ଅଜ୍ଞ। ଏହା ବ୍ୟତୀତ ଗୋଟିଏ ରାଜ୍ୟକୁ ବିଭାଜନ କରିବା ପାଇଁ ହେଲେ ଯଥାକ୍ରମେ ସମ୍ପୃକ୍ତ ରାଜ୍ୟର ବିଧାନସଭାରେ ସେ ସଂକ୍ରାନ୍ତ ବିଲ୍‌ ତିନି ଚତୁର୍ଥାଂଶ ସଭ୍ୟଙ୍କ ଦ୍ୱାରା ଗୃହୀତ ହେବା ଆବଶ୍ୟକ। ତା’ପରେ ପାର୍ଲାମେଣ୍ଟର ଉଭୟ ଗୃହରେ ଏହି ନିଷ୍ପତ୍ତି ଗୃହୀତ ହେଲେ ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିପାରିବ। ଏହାପରେ ସେହି ରାଜ୍ୟର ବିଭାଜନ ସମ୍ଭବପର ହୋଇଥାଏ। କିନ୍ତୁ ଜମ୍ମୁ ଓ କଶ୍ମୀରରେ ଏବେ ରାଷ୍ଟ୍ରପତି ଶାସନ ଚାଲିଛି । କୌଣସି ନିର୍ବାଚିତ ପ୍ରତିନିଧିଙ୍କ ବିଧିବଦ୍ଧ ମତ ଲୋଡ଼ା ଯାଇନାହିଁ । ସେଭଳି ପରିସ୍ଥିତିରେ କେବଳ ରାଜ୍ୟପାଳଙ୍କ ମତକୁ ନେଇ ଏଭଳି ବିରାଟକାୟ ପଦକ୍ଷେପ ନିଆଯାଇଛି। ଅବଶ୍ୟ ସମଗ୍ର ଦେଶରେ ଜୁଆର ଭଳି ଉଠୁଥିବା ସମର୍ଥନ ଏବେ ଭାରତର ସମ୍ବିଧାନକୁ ଅକାମୀ କରିଦେଇଛି।
ଏହି ପଦକ୍ଷେପକୁ ସ୍ବାଗତ କରୁଥିବା ବେଳେ ଅନ୍ୟ କେତେକ ଚିନ୍ତା ମନକୁ ଆସୁଛି। ଉଦାହରଣ ସ୍ବରୂପ ଗତ ଶତାବ୍ଦୀର ନବେ ଦଶନ୍ଧିରେ ନିଜ ଜମି ଓ ଘରୁ ଉଚ୍ଛେଦ ହୋଇଥିବା କଶ୍ମୀର ପଣ୍ଡିତମାନେ ବାସସ୍ଥାନକୁ ଅକ୍ତିଆରରେ ଆଣିପାରିବେ କି ନାହିଁ, ତାହା ଦେଖିବାକୁ ଅଛି। ଯେଉଁ ପର୍ଯ୍ୟନ୍ତ କଶ୍ମୀର ହିନ୍ଦୁମାନେ ଦିଲ୍ଲୀ ଓ ଅନ୍ୟ ଅଞ୍ଚଳରୁ ନିଜ ବାସଗୃହକୁ ଫେରିନାହାନ୍ତି, ସେପର୍ଯ୍ୟନ୍ତ ଅନୁଚ୍ଛେଦ ୩୭୦ର ଉଚ୍ଛେଦ କୌଣସି ମାନେ ରଖୁନାହିଁ। ଶୁଣାଯାଉଛି ଯେ, ଅତିଶୀଘ୍ର ଶ୍ରୀନଗରରେ ଶିଳ୍ପପତିମାନଙ୍କର ଏକ ବିରାଟ ସମାଗମ ଆୟୋଜନ ହୋଇପାରେ। କଶ୍ମୀରରେ ଅର୍ଥ ବିନିଯୋଗ କରିବାକୁ ଇଚ୍ଛୁକ ଭାଜପା ସମର୍ଥକ ବ୍ୟବସାୟୀ ଓ ଶିଳ୍ପପତି କେଉଁଭଳି ବିପଦକୁ ସମ୍ମୁଖୀନ ହୋଇ ସେଠାରେ କାର୍ଯ୍ୟ କରିବେ, ତାହା ମଧ୍ୟ ଏକ ସଫଳତାର ମାପକାଠି ପାଲଟିବ। କାରଣ ସ୍ଥାନୀୟ ଯୁବତୀଯୁବକଙ୍କ ଅର୍ଥନୈତିକ ଦୁଃସ୍ଥିତି ଦୂର ନ ହେବା ପର୍ଯ୍ୟନ୍ତ ସବୁ ଅସ୍ଥିରତା ଲାଗି ରହିବାର ଆଶଙ୍କା ରହିଛି। କଶ୍ମୀରରେ ମୁସଲମାନ ସମ୍ପ୍ରଦାୟ ସଂଖ୍ୟାଗରିଷ୍ଠ ଥିବାରୁ, କେନ୍ଦ୍ର ସରକାର ଯେଉଁଭଳି ଭାବେ ସେଠାକାର ଜନସଂଖ୍ୟାରେ ମୁସଲମାନ-ହିନ୍ଦୁରେ ଭାରସାମ୍ୟ ଆଣିବେ, ତାହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଦିଗକୁ ସୂଚାଉଛି। ଯେତେ ଅଧିକ ପୋଲିସ ଓ କେନ୍ଦ୍ରୀୟ ବଳ କଶ୍ମୀରରେ ମୁତୟନ କରାଯିବ, ସେତେ ଅଧିକ ନକାରାତ୍ମକ ପ୍ରତିକ୍ରିୟା ସ୍ଥାନୀୟ ଯୁବପିଢ଼ିଠାରୁ ମିଳିପାରେ। ସେଥିପାଇଁ ସ୍ଥାନୀୟ ମୁସଲମାନଙ୍କ କ୍ରୋଧକୁ କେଉଁଭଳି ଥଣ୍ଡା କରାଯିବ, ତାହା ମଧ୍ୟ ଚିନ୍ତାର ବିଷୟ। ଅବଶ୍ୟ ଏଠି କୁହାଯାଇପାରେ ଯେ, ଧୈର୍ଯ୍ୟ ଏବଂ ଅପେକ୍ଷା କଲେ ଆଜିର ନେତୃତ୍ୱ ସଫଳତାର ସହିତ ସବୁ ସମସ୍ୟାର ସମାଧାନ କରିପାରିବେ। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ପୁନର୍ବାର ସମର୍ଥନ ଜଣାଉଥିବା ସହିତ ଅନେକ ଚିନ୍ତା ଦେଶବାସୀଙ୍କୁ ଘାରିବା ଆବଶ୍ୟକ। କଶ୍ମୀରରେ ଠୁଳ ହୋଇ ରହିଥିବା ଭାରତୀୟ ସଶସ୍ତ୍ର ବାହିନୀର ଶକ୍ତି ଏହି ଦେଶର ଆର୍ଥିକ ରକ୍ତ ଶୋଷିନେଉଛି। ନିକଟରେ ୩୮ ହଜାର କେନ୍ଦ୍ରୀୟ ବଳ ମୁତୟନ ହେବା ଫଳରେ ଖର୍ଚ୍ଚ ଆହୁରି ବଢ଼ିିଚାଲିବ। ତତ୍‌ସହିତ ଟିକସ ବଢ଼ିବ, ବିଭିନ୍ନ ସେସ୍‌ ବସିବ ଏବଂ ସାଧାରଣ ଉନ୍ନତି ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି। ସେଥିପାଇଁ ସରକାରଙ୍କୁ ଏଭଳି ଶକ୍ତିଶାଳୀ ନିଷ୍ପତ୍ତି ପାଇଁ ଶୁଭେଚ୍ଛା ଜଣାଇବା ସହିତ ଦେଶର ଦୁର୍ବଳ ଆର୍ଥିକ ସ୍ଥିତି ପ୍ରତି ଦୃଷ୍ଟି ଆକର୍ଷଣ କରାଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri