ସମ୍ପାଦକୀୟ/ଲାଞ୍ଚୁଆ ଭୋଟର

ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ନିର୍ବାଚନ ପୂର୍ବରୁ ରାଜନୈତିକ ଦଳଗୁଡ଼ିକ ବିଭିନ୍ନ ପ୍ରକାର ମାଗଣା ଦ୍ରବ୍ୟ ଯାଚିବା ସହ ସିଧାସଳଖ ଅର୍ଥ ହସ୍ତାନ୍ତର ଯୋଜନା କରିଥିବାରୁ ଏବେ ସେସବୁକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ଏ ନେଇ କେନ୍ଦ୍ର ସମେତ ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ତେଲେଙ୍ଗାନା, ଓଡ଼ିଶା ଏବଂ ଝାଡ଼ଖଣ୍ଡ ସରକାରଙ୍କୁ ନୋଟିସ ଜାରି କରାଯାଇଛି। ଉଲ୍ଲେଖଯୋଗ୍ୟ, କରଦାତାଙ୍କଠାରୁ ଆଦାୟ ଅର୍ଥରେ ନିର୍ବାଚନର କିଛି ମାସ ପୂର୍ବରୁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା, ଓଡ଼ିଶା ସରକାର ‘କାଳିଆ’, ତେଲେଙ୍ଗାନା ସରକାର ‘ରଇତୁ ବନ୍ଧୁ’ ଭଳି କୃଷକଙ୍କୁ ତତ୍‌କ୍ଷଣାତ୍‌ ଅର୍ଥ ମିଳିଯିବାର ବ୍ୟବସ୍ଥା କରିଥିଲେ। ପେଣ୍ଟାପତି ପୁଲ୍ଲା ରାଓ (୨୦୧୯ ଲୋକ ସଭା ନିର୍ବାଚନରେ ଆନ୍ଧ୍ରପ୍ରଦେଶର ଇଲ୍ଲୁରରୁ ନିର୍ବାଚନ ଲଢ଼ିଥିଲେ) ନାମକ ଆନ୍ଧ୍ରପ୍ରଦେଶର ଜଣେ ରାଜନେତାଙ୍କ ଆବେଦନକୁ ବିଚାରକୁ ନେଇ ସର୍ବୋଚ୍ଚ ଅଦାଲତଙ୍କ ଖଣ୍ଡପୀଠ କେନ୍ଦ୍ର ଓ ଉପରଲିଖିତ ୫ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ଏଥିସହିତ ଖଣ୍ଡପୀଠ ଏହି ମର୍ମରେ ନିର୍ବାଚନ କମିଶନଙ୍କଠାରୁ ଜବାବ ମାଗିଛନ୍ତି।
ଶାସନରେ ଥିବା ରାଜନୈତିକ ଦଳଗୁଡ଼ିକ ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଅର୍ଥାତ୍‌ ସର୍ବନିମ୍ନ ୬ ମାସ ଆଗରୁ ଯୋଜନା ଘୋଷଣା ସଂକ୍ରାନ୍ତ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ରହିବା ଦିଗରେ ବିଚାର କରିବା ଲାଗି ଆବେଦନକାରୀ ପେଣ୍ଟାପତି ଶୀର୍ଷ ଅଦାଲତଙ୍କ ନିକଟରେ ଆପତ୍ତି ଉଠାଇଥିଲେ। ଏହିସବୁ ସୁବିଧା ଭୋଟରଙ୍କୁ ସିଧାସଳଖ ଲାଞ୍ଚ ଦେବା ଭଳି ହୋଇଥିଲା ବୋଲି ଆବେଦନକାରୀ କହିଥିଲେ। ଅବଶ୍ୟ ତାହା ଜନସାଧାରଣଙ୍କୁ ସ୍ପଷ୍ଟ ଦିଶିଯାଉଛି। ଓଡ଼ିଆରେ ଢଗ ଅଛି- ‘ଚୋର ଗଲା ପରେ ବୁଦ୍ଧି ଦିଶେ’; ଅର୍ଥାତ୍‌ ସାଧାରଣ ନିର୍ବାଚନ ପରେ କେନ୍ଦ୍ର ଓ ରାଜ୍ୟଗୁଡ଼ିକରେ ସରକାର ଗଠନ ହୋଇସାରିଛି। ଶାସନ କ୍ଷମତାରେ ଥିବା ରାଜନୈତିକ ଦଳଗୁଡ଼ିକ ଭୋଟରଙ୍କୁ ଲୋଭନୀୟ ଜିନିଷ ସହ ଅର୍ଥ ଦେଇ ଯାହା ଫାଇଦା ନେବା କଥା ନେଇଯାଇଛନ୍ତି। ଏଭଳି ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟ କେନ୍ଦ୍ର ଓ ୫ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିବା କେବଳ ଧର୍ମକୁ ଆଖିଠାର ସଦୃଶ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୨୦୧୩ରେ ସୁବ୍ରମଣ୍ୟମ୍‌ ବନାମ ତାମିଲନାଡୁ ସରକାର ରାୟରେ ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟ ଏକ ନିର୍ଦ୍ଦେଶ ଦେଇଥିଲେ ଯେ, ଭୋଟକୁ ଆଖିଆଗରେ ରଖି ଯେଉଁ ସରକାରଗୁଡ଼ିକ ମାଗଣା ଯୋଜନା ଘୋଷଣା କରୁଛନ୍ତି, ସେ ଦିଗରେ ନିୟମାବଳୀ ସ୍ଥିର କରାଯିବା ଉଚିତ। ହେଲେ ସେ ସଂକ୍ରାନ୍ତ ଅଗ୍ରଗତି ବିଷୟରେ ସର୍ବୋଚ୍ଚ ଅଦାଲତ ସମୀକ୍ଷା ନ କରି ଏବେ ପୁନଶ୍ଚ ନିର୍ବାଚନ କମିଶନଙ୍କଠାରୁ ଜବାବ ତଲବ କରିବା ଅଦାଲତି ବ୍ୟବସ୍ଥା କେତେ ହାସ୍ୟାସ୍ପଦ ସ୍ତରରେ ପହଞ୍ଚିଲାଣି ବୁଝାପଡ଼ୁଛି। ଏଥିରୁ ଖିଅ ଟାଣି କୁହାଯାଇପାରେ ଯେ, ବ୍ୟବସ୍ଥାର ପ୍ରତ୍ୟେକ ଅଙ୍ଗ ଜନମତକୁ ମୋଡ଼ିମକଚି ଦେବାକୁ ଚେଷ୍ଟା କରିଚାଲିଛନ୍ତି। ନିଜ ସ୍ବାର୍ଥସାଧନ ଲକ୍ଷ୍ୟରେ ଦୌଡ଼ୁଥିବା ଗଣତନ୍ତ୍ରର ମୂଲ୍ୟବାନ ଅଙ୍ଗ ଯେତେବେଳେ ଦାୟିତ୍ୱ ଭୁଲି କେବଳ ଲୋକଦେଖାଣିଆ ରାୟ ବା ମତ ଦେବେ, ସେତେବେଳେ ସମଗ୍ର ସାମାଜିକ ବ୍ୟବସ୍ଥା ବିଗିଡ଼ିଯିବା ସ୍ବାଭାବିକ। ଗଣତନ୍ତ୍ରର ମୂଳ ସଂଜ୍ଞା- ଲୋକଙ୍କର, ଲୋକଙ୍କ ଦ୍ୱାରା ଏବଂ ଲୋକଙ୍କ ପାଇଁ। କିନ୍ତୁ ଭୋଟରଙ୍କୁ ଲାଞ୍ଚ ଯାଚି ଯେଉଁ ରାଜନୈତିକ ଦଳଗୁଡ଼ିକ କ୍ଷମତା ଅର୍ଜନ କରିପାରିଛନ୍ତି, ପରବର୍ତ୍ତୀ ସମୟରେ ସେମାନଙ୍କୁ ସୁପ୍ରିମକୋର୍ଟଙ୍କଠାରୁ ଯେତେ ନୋଟିସ ଆସିଲେ ମଧ୍ୟ ତାହା କୌଣସି ଲକ୍ଷ୍ୟ ସାଧନ କରିପାରିବ ନାହିଁ। ଅପରପକ୍ଷରେ ଯେଉଁସବୁ ଭୋଟର ସେହି ଲାଞ୍ଚ ନେଇ ଭୋଟ ଦେଇଛନ୍ତି, ତାହା ଲୋକଙ୍କ ଦାରିଦ୍ର୍ୟ ମନୋଭାବର ପରିଚୟ ଦେଉଛି। ଯେପର୍ଯ୍ୟନ୍ତ ଭାରତର ଭୋଟର ଘୁସ୍‌ ନେବା ପାଇଁ ନିଜର ଆଗ୍ରହ ପ୍ରକାଶ ସହିିତ ଘୁସ୍‌ ଦେଉଥିବା ରାଜନୈତିକ ବ୍ୟକ୍ତି ବା ଦଳକୁ ସମର୍ଥନ ଜଣାଇବେ, ସେ ପର୍ଯ୍ୟନ୍ତ ଏ ଦେଶରେ ଦୁର୍ନୀତି ଦୂର ସମ୍ଭବପର ହେବ ନାହିଁ। ୨୦୧୯ ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ବାରି ହେଲା ଯେ ଭାରତର ସାଧାରଣ ଭୋଟର ଅତ୍ୟନ୍ତ ଲାଞ୍ଚୁଆ। ଭବିଷ୍ୟତରେ ମଧ୍ୟ ଲାଞ୍ଚ ମାଧ୍ୟମରେ କାର୍ଯ୍ୟ କରାଯାଇପାରିବ। ଏଭଳିସ୍ଥଳେ କେବଳ ରାଜନେତାଙ୍କୁ ଦୋଷ ଦେବା ଉଚିତ ହେବ ନାହିଁ। କାରଣ ଭୋଟର ତ ଲାଞ୍ଚୁଆ! ଯିଏ ଯେଉଁଠି ପାଇଲା, ସିଏ ସେଠାରେ ସୁବିଧା ଟାଣିନେବାକୁ ଚେଷ୍ଟା କଲା।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri