ସମ୍ପାଦକୀୟ/ ନ୍ୟାୟାଳୟ ଉପରେ ଛିଟା

ଭାରତୀୟ ନ୍ୟାୟପାଳିକାର ସର୍ବୋଚ୍ଚ ଆସନ ଉପରେ ପୁନର୍ବାର କଳାବାଦଲ ଘୋଟିଯାଇଛି। ବର୍ତ୍ତମାନର ପ୍ରଧାନ ବିଚାରପତି(ସିଜେଆଇ) ରଞ୍ଜନ ଗୋଗୋଇଙ୍କ ସମେତ ବରିଷ୍ଠ ବିଚାରପତି ଜଷ୍ଟିସ୍‌ ଚେଲାମେଶ୍ୱର, ମଦନ ବି ଲକୁର ଏବଂ କୁରିୟନ ଯୋଶେଫ୍‌ ତତ୍‌କାଳୀନ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ ମାମଲା ବଣ୍ଟନରେ ଅନିୟମିତତା ଅଭିଯୋଗ ଆଣି ୧୨ ଜାନୁୟାରୀ ୨୦୧୮ରେ ଏକ ଖବରଦାତା ସମ୍ମିଳନୀ ଡାକିଥିଲେ। ଭାରତୀୟ ନ୍ୟାୟ ବ୍ୟବସ୍ଥାରେ ତାହା ଥିଲା ଐତିହାସିକ ବିଦ୍ରୋହ। ଏବେ ଖୋଦ୍‌ ଗୋଗୋଇଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆସିଛି। ଏହାକୁ ଗୋଗୋଇ ଅସ୍ବୀକାର କରିବା ସହ ନ୍ୟାୟ ବ୍ୟବସ୍ଥା ବିପଦରେ ପଡ଼ିଛି ବୋଲି କହିଛନ୍ତି। ଏଠାରେ ମନେପଡ଼େ, ଦି ଏନର୍ଜି ଆଣ୍ଡ୍‌ ରିସୋର୍ସେସ୍‌ ଇନ୍‌ଷ୍ଟିଚ୍ୟୁଟ୍‌(ଟିଇଆର୍‌ଆଇ)ର ପୂର୍ବତନ ଅଧ୍ୟକ୍ଷ ତଥା ମହାନିର୍ଦ୍ଦେଶକ ଆର୍‌.କେ. ପାଚୋରୀଙ୍କ ବିରୋଧରେ ଜଣେ ୨୯ ବର୍ଷୀୟା ଗବେଷିକା ଯୌନ ନିର୍ଯାତନା ଅଭିଯୋଗ ଆଣିବା ପରେ ତାହାକୁ ସେ ଅନୁରୂପ ଢଙ୍ଗରେ ଖଣ୍ଡନ କରିଥିଲେ। ସେତେବେଳେ ଅଦାଲତ ପାଚୋରୀ ମାମଲାରେ ପ୍ରତିକ୍ରିୟା ପ୍ରକାଶ କରି ତାଙ୍କୁ ଦଣ୍ଡିତ କରିଥିବା ବେଳେ ଏବେ ଅଦାଲତ ଏଭଳି ସମାନ ମାମଲାକୁ ଏପର୍ଯ୍ୟନ୍ତ ଅନ୍ୟ ଢଙ୍ଗରେ ଦେଖିଲା ଭଳି ମନେହେଉଛି। ଏପରିକି ବାର୍‌ କାଉନସିଲ ଅଫ୍‌ ଇଣ୍ଡିଆ ଗୋଗୋଇଙ୍କ ନାମରେ ଆସିଥିବା ଯୌନ ନିର୍ଯାତନା ଅଭିଯୋଗକୁ ନିନ୍ଦା କରିବା ସହ ଏହାକୁ ମିଥ୍ୟା ଆଖ୍ୟା ଦେଇଥିଲା। ବିନା ତଦନ୍ତରେ କେଉଁଭଳି ଭାବେ ବାର୍‌ କାଉନସିଲର ଆଇନଜୀବୀମାନେ ଏଭଳି ନିର୍ଣ୍ଣାୟକ ସିଦ୍ଧାନ୍ତରେ ଉପନୀତ ହେଲେ ଭାବିଲେ ଆଶ୍ଚର୍ଯ୍ୟ ଲାଗୁଛି। ଅନ୍ୟପକ୍ଷରେ ସିଜେଆଇଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗକୁ ସେ ଯେପରି ପରିଚାଳନା କଲେ, ତାହାକୁ ଏପ୍ରିଲ ୨୨ରେ ସୁପ୍ରିମକୋର୍ଟ ବାର୍‌ ଆସୋସିଏଶନ(ଏସ୍‌ସିବିଏ) ଏବଂ ସୁପ୍ରିମକୋର୍ଟ ଆଡଭୋକେଟ୍ସ ଅନ୍‌ ରେକର୍ଡ ଆସୋସିଏଶନ(ଏସ୍‌ସିଏଓଆର୍‌ଏ) ବିରୋଧ କରିଛନ୍ତି। ଅର୍ଥାତ୍‌ ସୁପ୍ରିମକୋର୍ଟର ଏହି ଦୁଇ ଓକିଲ ସଂଘ ସିଧାସଳଖ ଭାରତର ପ୍ରଧାନ ବିଚାରପତିଙ୍କ ବିରୋଧରେ ସ୍ବର ଉତ୍ତୋଳନ କରିଛନ୍ତି।
ଏଠାରେ କୁହାଯାଇପାରେ ଯେ, ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟରେ ଚାକିରି କରୁଥିବା ମହିଳା (ଯାହାଙ୍କୁ ଏବେ ବହିଷ୍କୃତ କରାଯାଇଛି) ଆଣିଥିବା ଅଭିଯୋଗକୁ ଅଣଦେଖା କରି ଲୋକଲୋଚନରୁ ହଟେଇ ଦେବା ଭାରତୀୟ ବ୍ୟବସ୍ଥା ପାଇଁ ଏକ ସ୍ବାଭାବିକ ପଦକ୍ଷେପ। ଜଣେ ଶକ୍ତିଶାଳୀ ପୁରୁଷଙ୍କ ବିରୋଧରେ ଯଦି କୌଣସି ଅଭିଯୋଗ ଅଣାଯାଏ ଏବଂ ଅଭିଯୋଗକାରୀ ଯଦି ମହିଳା ହୋଇଥାଆନ୍ତି, ତେବେ ସେହି ଅଭିଯୋଗ ଉପରେ ଦୃଷ୍ଟି ପଡ଼ିବା ଅସମ୍ଭବ। ପୁରୁଷପ୍ରଧାନ ଦେଶ ଭାରତରେ ଯେକୌଣସି ମହିଳାଙ୍କ ଚରିତ୍ର ସଂହାର କରି ସତ୍ୟ ଅଭିଯୋଗକୁ ମଧ୍ୟ ଅସତ୍ୟ କରିଦେଲେ ସମସ୍ତେ ବିଶ୍ୱାସ କରିଯିବେ। କିନ୍ତୁ ଜଣେ ବିଚାରପତି ଯଦି ନିଜର ବ୍ୟାଙ୍କ ଆକାଉଣ୍ଟରେ ମାତ୍ର ୬ ଲକ୍ଷ ଟଙ୍କା ଅଛି ବୋଲି କହି ସଚ୍ଚୋଟପଣିଆ ସାବ୍ୟସ୍ତ କରିବାକୁ ଚେଷ୍ଟା କରୁଥାଆନ୍ତି, ତେବେ ସେହି ଖଣ୍ଡାର ଦୁଇ ପାଖରେ ଧାର ରହିଛି ବୋଲି ସମସ୍ତେ ବୁଝୁଛନ୍ତି। ବିଫଳତାର ପ୍ରଥମ ସୂଚନା ମିଳିଥାଏ ଆର୍ଥିକ ସ୍ଥିତିରୁ। ଅନ୍ୟପଟେ ଆୟବହିର୍ଭୂତ ରୋଜଗାରକୁ କେହି ବ୍ୟାଙ୍କରେ ରଖନ୍ତି ନାହିଁ।
ନିକଟରେ ‘ମିଟୂ’ ଅଭିଯାନ ଦେଶରେ ହଇଚଇ ସୃଷ୍ଟି କରିଥିଲା। ଏହାଦ୍ୱାରା ସମାଜର ବିଭିନ୍ନ ବର୍ଗରେ ଘଟୁଥିବା ଯୌନ କେଳେଙ୍କାରୀ ପଦାକୁ ଆସିଥିଲା। ସେହି ଦୃଷ୍ଟିରୁ ଦେଖିଲେ ସିଜେଆଇଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ହାଲୁକା ଭାବେ ନିଆଯାଇ ନ ପାରେ। ଏହି ଘଟଣାରେ ସମ୍ପୃକ୍ତା ମହିଳାଙ୍କ ଦ୍ୱାରା ସମସ୍ତ ବିଚାରପତିଙ୍କୁ ଦିଆଯାଇଥିବା ସତ୍ୟପାଠରେ ନିଜ ପ୍ରତି ହୋଇଥିବା ଅନ୍ୟାୟ ବର୍ଣ୍ଣନା କରାଯିବା ପରେ ଏହା ସାମ୍ନାକୁ ଆସିଛି। ଏଥିରୁ ଏତିକି ମନେ କରାଯାଇପାରେ ଯେ, ଜଣେ ସାଧାରଣ ମହିଳା ସିଜେଆଇଙ୍କ ଭଳି ଜଣେ ଉଚ୍ଚ ପଦବୀଧାରୀଙ୍କ ବିରୋଧରେ ଅଭିଯୋଗ ଆଣିବାକୁ ସତ୍‌ ସାହସ ଦେଖାଇ ପାରିଛନ୍ତି। ଯଦିବା ଦୁର୍ବ୍ୟବହାର ହୋଇଥିବ, ତାହାକୁ ଏବେ ପ୍ରମାଣ କରିବା ତାଙ୍କ ପାଇଁ କଷ୍ଟକର ବ୍ୟାପାର। ‘ମିଟୂ’ ଆନ୍ଦୋଳନକୁ ଦେଖିଲେ ବହୁ କ୍ଷେତ୍ରରେ ପୁରୁଷଙ୍କ ବିରୋଧରେ ମହିଳାମାନେ ଦୀର୍ଘବର୍ଷ ପରେ ଯୌନ ଶୋଷଣ ଅଭିଯୋଗ ଆଣୁଛନ୍ତି। ଏହାର କାରଣ ହେଉଛି ଆମେ ଏପରିି ଏକ ସମାଜରେ ବସବାସ କରୁଛେ, ଯେଉଁଠାରେ ସାଧାରଣ ମହିଳାଙ୍କ ପ୍ରତି ଅସହିଷ୍ଣୁଭାବ ରହୁଛି। ସାଧାରଣତଃ ଲୋକଲଜ୍ଜା ତଥା ସାମାଜିକ ବାସନ୍ଦ ଭୟରେ ମହିଳାମାନେ ଏଭଳି ଅଭିଯୋଗ ଆଣିବାରୁ ଦୂରେଇ ରହିଥାନ୍ତି।
ଆଜି ଏଭଳି ଏକ ସମୟ ଉପନୀତ ହୋଇଛି ଯେ, ବିଭିନ୍ନ ସାମ୍ବିଧାନିକ ଅନୁଷ୍ଠାନ ଭିତରୁ ଓ ବାହ୍ୟ ପ୍ରଭାବରୁ ନଷ୍ଟ ହେଉଛନ୍ତିି। ନ୍ୟାୟ ବ୍ୟବସ୍ଥା କଥା ଦେଖିଲେ ଏବେ ପୁନଶ୍ଚ ଶୀର୍ଷ ଅଦାଲତର ମର୍ଯ୍ୟାଦାରୂପକ ମୂଳରେ କୁରାଢ଼ି ଚୋଟ ବାଜିଛି। ଆହୁରି କ୍ଷତି ହେବା ପୂର୍ବରୁ ଏହାକୁ ସୁରକ୍ଷା ପ୍ରଦାନ କରାଯିବା ଆବଶ୍ୟକ। ଏଭଳି ପରିସ୍ଥିିତିରେ ସିଜେଆଇଙ୍କ ବିରୋଧରେ ଆସିଥିବା ଅଭିଯୋଗର ନିରପେକ୍ଷ ତଦନ୍ତ କେବେହେଲେ ହୋଇପାରିବ ନାହିଁ। ଏଥିରେ ଓକିଲ, ସରକାର ଏବଂ ଅନ୍ୟ କାହାରି ସହଯୋଗ ମିଳିବ ବୋଲି ଭାବିବା ଏକ ଭ୍ରାନ୍ତ ଧାରଣା। କିଛିଦିନ ଗଡ଼ିଗଲେ, ବିଶେଷକରି ନିର୍ବାଚନ ତାତିରେ, ଏଭଳି କଥାକୁ ଜନସାଧାରଣ ଓ ଗଣମାଧ୍ୟମ ଭୁଲିଯିବେ। ଏହାପରେ ପୁନର୍ବାର ରଞ୍ଜନ ଗୋଗୋଇଙ୍କ ଭଳି ସିଜେଆଇ ଦେଶର ଭବିଷ୍ୟତ ନିର୍ଦ୍ଧାରଣ କରିବା ଲାଗି ମଙ୍ଗଧରି ବସିବେ। ଅବସର ହେବ ତାଙ୍କ ବିଦାୟର ଏକମାତ୍ର ସ୍ବାଭାବିକ ପନ୍ଥା। ଏହା ହେଉଛି ଭାରତୀୟ ନ୍ୟାୟ ବ୍ୟବସ୍ଥାର ଜ୍ୱଳନ୍ତ ଉଦାହରଣ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

ଐତିହାସିକ ବିସ୍ମୃତିର ନବପର୍ବ

ଗୋଟିଏ ମୂର୍ତ୍ତି। ଅତୀତର ଗର୍ଭରେ ବିଲୀନ ହୋଇଯାଇଥିବା ମହେଞ୍ଜୋଦାରୋ ସଭ୍ୟତାର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ସମ୍ପର୍କରେ ଯେଉଁ ଯତ୍‌କିଞ୍ଚତ୍ତ୍‌ ଧାରଣା ଏବେ ଆମେ ପାଇଛେ, ସେଥିରେ…

ଭାରତର ଏକତା ଓ ପ୍ରଗତି ପାଇଁ ସମର୍ପିତ ଏକ ଜୀବନ

ରାଷ୍ଟ୍ରବାଦ ଓ ନିଃସ୍ବାର୍ଥ ସେବାର ଆଦର୍ଶରେ ବିଶ୍ୱାସ କରୁଥିବା ଅଗଣିତ ଲୋକଙ୍କ ପାଇଁ ଆଜିର ଦିନ, ୬ ଜୁଲାଇର ବିଶେଷ ମହତ୍ତ୍ୱ ରହିଛି। ଆମେ ଡକ୍ଟର ଶ୍ୟାମା…

ସବୁଆଡ଼ୁ ଘେରିଗଲାଣି ଚାଇନା

ଭାରତର ପଶ୍ଚିମରେ ଥିବା ଆରବ ସାଗରକୁ ଚାଇନା ପ୍ରବେଶ କରିବା ପାଇଁ ଚାଇନା-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି) ସୃଷ୍ଟି କରାଯାଇଛି। ସେଥିରେ ରାସ୍ତା ନିର୍ମାଣଠାରୁ ଆରମ୍ଭ କରି…

ନୈତିକ ଦୁର୍ବଳତାର ପ୍ରତୀକ

ଚୌହାନ ଚଳଚ୍ଚିତ୍ରର ଟିଜର ହେଉଛି ସଂଖ୍ୟାବହୁଳବାଦ ସମ୍ପର୍କରେ ପ୍ରଚାର କରୁଥିବା ସିନେମାଗୁଡ଼ିକ ମଧ୍ୟରେ ଏକ ସଦ୍ୟତମ ଦୃଷ୍ଟାନ୍ତ। ଏଥିରେ କୁହାଯାଇଛି ଯେ, ଲୁହବୁହା ଗ୍ୟାସ୍‌ର ପ୍ରଭାବ ନାହିଁ।…

ପିଲା ଖୋଜୁଛନ୍ତି ସାର୍‌ଙ୍କୁ

ପ୍ରତି ଶିକ୍ଷା ବର୍ଷ ଆରମ୍ଭରେ ପିଲାମାନେ ସାର୍‌ଙ୍କୁ ଖୋଜନ୍ତି। କାହଁିକିନା ସେମାନଙ୍କର ପାଠପଢ଼ା ଆରମ୍ଭ ହେବ। ସାର୍‌ ନ ଥିଲେ ପାଠପଢ଼ା ସମ୍ଭବ ନୁହେଁ। ଅବଶ୍ୟ ଆଜିକାଲି…

ସବୁଜିମା ସୁରକ୍ଷାର ମହତ୍ତ୍ୱ

ସବୁଜିମା ସୃଷ୍ଟିର ଏକ ଅସାଧାରଣ ଦୃଷ୍ଟାନ୍ତର ଅବତାରଣା ଏଠାରେ ଅତ୍ୟନ୍ତ ପ୍ରଯୁଜ୍ୟ। ଦିବା ତାପମାତ୍ରା ୬୦ ଡିଗ୍ରୀ ସେଲ୍‌ସିୟସ ଅତିକ୍ରମ କରୁଥିବା ଏବଂ ରାତିରେ ହଠାତ୍‌ ଶୀତଳ…

କାର୍ଯ୍ୟକାଳ ବୃଦ୍ଧିରେ ଦ୍ୱନ୍ଦ୍ୱ

ହରିୟାଣା ସରକାର ମୁଖ୍ୟ ଶାସନ ସଚିବ ଅନୁରାଗ ରସ୍ତୋଗୀଙ୍କ କାର୍ଯ୍ୟକାଳ ଦ୍ୱିତୀୟ ଥର ୧ ବର୍ଷ ପାଇଁ ବୃଦ୍ଧି କରିବା ସକାଶେ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri