ସମ୍ପାଦକୀୟ/ଆଜି ଅସଲି, କାଲି ନକଲି

ଜଣେ ବ୍ୟକ୍ତିଙ୍କ ଆୟର ଉତ୍ସ ଜାଣିବା ଲାଗି ଭାରତର ଆୟକର ବିଭାଗ ଦ୍ୱାରା ପର୍ମାନେଣ୍ଟ ଆକାଉଣ୍ଟ ନମ୍ବର (ପାନ୍‌) ବ୍ୟବହାର କରାଯାଇଥାଏ। ସେହିପରି ଆୟକର ଦାଖଲ ବେଳେ ବିଭିନ୍ନ କାଗଜପତ୍ର ସହ ପାନ୍‌ ନମ୍ବର ଯୋଡ଼ାଯିବା ବାଧ୍ୟତାମୂଳକ ରହିଆସିଛି। ହେଲେ ଏବେ କେନ୍ଦ୍ର ସରକାର ହଠାତ୍‌ କହିଲେଣି ଯେ ଆଧାରକୁ ଆର୍ଥିକ କାରବାର ସହ ଜଡ଼ିତ ପ୍ରତ୍ୟେକ କ୍ଷେତ୍ରରେ ଲାଗୁ କରାଯିବ। ବାର୍ଷିକ ୨୦-୨୫ ଲକ୍ଷ ଟଙ୍କାର ଜମା ବା ଉଠାଣ କରିବା ଦିଗରେ ସରକାର ଆଧାରକୁ ବାଧ୍ୟତାମୂଳକ କରିବାକୁ ଯାଉଛନ୍ତି। ଆଧାରର ଏପରି ବ୍ୟବହାର ନେଇ ସରକାରୀ ଭାବେ ସଫେଇ ଦିଆଯାଉଛି ଯେ, କଳାଧନ ଖୋଜିବାରେ ଏହା ବିଶେଷ ସହାୟକ ହେବ। କୌତୂହଳର ବିଷୟ ହେଉଛି, ବିଦେଶରୁ କଳାଧନ ଫେରାଇ ଆଣିବା ଓ ଦେଶ ଭିତରେ ଥିବା କଳାଧନ ଠାବ କରିବା ପାଇଁ କିଛିବର୍ଷ ହେବ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଉଛି ବୋଲି ସରକାର କହୁଛନ୍ତି। କିନ୍ତୁ ଏ ଦିଗରେ କୌଣସି ଆଖିଦୃଶିଆ ଅଗ୍ରଗତି ଘଟିପାରୁନାହିଁ। କଳାଧନ ଠାବ ନେଇ ସରକାର ଯେଉଁସବୁ ବିଷୟ ଉଲ୍ଲେଖ କରୁଛନ୍ତି, ତାହା ମନଗଢ଼ା କାହାଣୀ ଭଳି ଲାଗିଲାଣି। କାରଣ ସରକାର ମୂଳକୁ ନ ଯାଇ ଉପରେ ବାଡ଼ି ବୁଲାଉଥିବାରୁ ଲକ୍ଷ୍ୟ ସାଧନ ହୋଇପାରୁ ନାହିଁ।
ପାନ୍‌ ପରିବର୍ତ୍ତେ ଆଧାର କାର୍ଡକୁ ଗୁରୁତ୍ୱ ଦିଆଯିବା ନେଇ ସମାଲୋଚନା ହେବା ପରେ ସରକାରଙ୍କ ପକ୍ଷରୁ କୁହାଯାଉଛି ଯେ, ଲୋକେ ନକଲି ପାନ୍‌ ବ୍ୟବହାର କରୁଛନ୍ତି। ଯଦି ପାନ୍‌ର ଅବସ୍ଥା ଏଭଳି ହେଉଛି, ତେବେ ଆଧାର ମଧ୍ୟ ସମଦଶା ଭୋଗିବା ସ୍ବାଭାବିକ। ଅତୀତରେ ବିଦେଶୀ ଓ ଆତଙ୍କବାଦୀଙ୍କ ନାମରେ ଆଧାର କାର୍ଡ ବାହାରି ଯାଇଥିବାର ଅନେକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି। ଏପରି କି ଆମ ଦେଶକୁ ଆସୁଥିବା ପ୍ରବାସୀ ଭାରତୀୟଙ୍କୁ ତତ୍‌କ୍ଷଣାତ୍‌ ଆଧାର ଦିଆଯିବାର ବ୍ୟବସ୍ଥା କରାଯାଉଛି।
ଏଠାରେ ମନେପଡ଼େ, ପୂର୍ବରୁ କେବଳ ଆୟକର ବିଭାଗ କାର୍ଯ୍ୟାଳୟରୁ ପାନ୍‌କାର୍ଡ ହାସଲ କରି ହେଉଥିଲା। କିଛି ଦଶନ୍ଧି ତଳେ ଏହି କାର୍ଡ ପାଇବା ସକାଶେ ବ୍ୟକ୍ତିବିଶେଷ ବା ବ୍ୟବସାୟିକ ସଂସ୍ଥାକୁ ଆୟକର ଦେବାକୁ ପଡ଼ୁଥିଲା। ପରବର୍ତ୍ତୀ ସମୟରେ ନିୟମକୁ ବଦଳାଇ ଦିଆଗଲା। ଆୟକର ବିଭାଗୀୟ କର୍ମଚାରୀଙ୍କଠାରୁ ଏହି କାର୍ଡ ଦେବାର କ୍ଷମତା ଅପସାରଣ କରାଗଲା। ତା’ ପରିବର୍ତ୍ତେ ଟାଟା କନ୍‌ସଲଟାନ୍ସି ଭଳି କେତେକ ବାହ୍ୟ କମ୍ପାନୀକୁ ପାନ୍‌ କାର୍ଡ ପ୍ରସ୍ତୁତି ଓ ଯୋଗାଇବାର ଠିକା ପ୍ରଦାନ କରାଗଲା। ଏହି ବ୍ୟବସାୟିକ ସଂସ୍ଥାଗୁଡ଼ିକ ଅର୍ଥ ଦେଉଥିବା ଯେକୌଣସି ବ୍ୟକ୍ତିଙ୍କୁ ପାନ୍‌ କାର୍ଡ ଦେବା ପାଇଁ ତତ୍ପରତା ପ୍ରଦର୍ଶନ କଲେ। ଯେତେ ଅଧିକ କାର୍ଡ ବଣ୍ଟାଗଲା, ଠିକା ପାଇଥିବା କମ୍ପାନୀ ସେତେ ଅଧିକ କମିଶନ ପାଇଲା। ଏଭଳି ନିଷ୍ପତ୍ତି ଦ୍ୱାରା ପ୍ରଥମ ଶିକାର ହେଲା ଯାଞ୍ଚ କରି କାର୍ଡ ଦେଉଥିବା ବ୍ୟବସ୍ଥା। ଫଳସ୍ବରୂପ ଆୟକର ଦେଉ ନ ଥିବା ବ୍ୟକ୍ତି ମଧ୍ୟ ପାନ୍‌କାର୍ଡଧାରୀ ହୋଇପାରିଲେ। ଏବେ କୁହାଯାଉଛି ଆଧାରରେ ସେଭଳି ତ୍ରୁଟି ଘଟିବା ଅସମ୍ଭବ। ଆଧାର କାର୍ଡ ଦେବା ପାଇଁ ଠିକାଦାରମାନଙ୍କୁ ଅନୁରୂପ ଭାବେ ଦାୟିତ୍ୱ ଦିଆଯାଇଛି। ନକଲ କରିବା ଅସମ୍ଭବ ହେବ ବୋଲି ଯେଉଁ ଦାବି କରାଯାଉଛି, ତାହାର ଯୁକ୍ତି ବାୟୋମେଟ୍ରିକ୍‌ ବ୍ୟବସ୍ଥା ଉପରେ ନିର୍ଭରଶୀଳ। ପୂର୍ବରୁ ପାନ୍‌ କାର୍ଡ ଉପରେ ସମସ୍ତଙ୍କ ଆସ୍ଥା ଥିଲା। ତାହା ଏବେ ନକଲ ହେଉଛି ବୋଲି ଖୋଦ୍‌ ସରକାର ସ୍ବୀକାର କଲେଣି। ସରକାରଙ୍କ ନୂଆ ଚିନ୍ତାଧାରାରେ ଏବଂ ନୂତନ ବ୍ୟବସ୍ଥା ଅନୁଯାୟୀ ଆଧାର କାର୍ଡକୁ ଜନ୍ମ ଦିଆଗଲା। ଏଠାରେ ମନେରଖିବାକୁ ହେବ ଯେ, ପ୍ରତ୍ୟେକ ଦିନ ଅନେକ ଆଧାରକାର୍ଡଧାରୀଙ୍କ ମୃତ୍ୟୁ ଘଟୁଛି। ସେହିଭଳି ପ୍ରତିଦିନ ନବଜାତ ମଧ୍ୟ ଆଧାର ପାଇଁ ଯୋଗ୍ୟ ହେଉଛନ୍ତି। ଅର୍ଥାତ୍‌ ଆଧାର ଏକ ବ୍ୟୟବହୁଳ ଓ ନିରନ୍ତର ପ୍ରକ୍ରିୟା ହୋଇଗଲାଣି, ଯାହାର ଖର୍ଚ୍ଚ ଭାରତ ଭଳି ଗରିବ ଦେଶର କରଦାତାଙ୍କ ଅର୍ଥରୁ ବ୍ୟୟ ହେଉଛି। ଆଧାର ପରେ ପୁଲ୍‌ଓ୍ବାମା ବି ଘଟିଛି। ସେହି ଆଧାର ପରେ ମେହୁଲ ଚୋକ୍‌ସି ଓ ନୀରବ ମୋଦିଙ୍କ ଭଳି ଆହୁରି ଅନେକ ବ୍ୟକ୍ତିବିଶେଷ ଓ ସଂସ୍ଥା ଦେଶକୁ ଠକିପାରୁଛନ୍ତି। ଏଥିରୁ ବୁଝିବାକୁ ହେବ ଯେ, ଆଧାରରେ ଆତଙ୍କବାଦ ଶେଷ ହେବ ନାହିଁ କିମ୍ବା କଳାଧନ ଠାବ ହେବ ନାହିଁ ବା ନୂଆ କଳାଧନ ଅର୍ଜନ ବନ୍ଦ କରିହେବ ନାହିଁ। କେବଳ ବଡ଼ ବ୍ୟବସାୟୀଙ୍କ ପାଖରେ ଦେଶର ସାଧାରଣ ନାଗରିକର ସବୁ ଅନ୍ତରଙ୍ଗ ତଥ୍ୟ ଜମାଟବାନ୍ଧି ରହିବ। ଉଲ୍ଲେଖଯୋଗ୍ୟ ଯେ, ବ୍ରିଟେନରେ ଆଧାର ଭଳି ସୃଷ୍ଟି କରାଯାଇଥିବା କାର୍ଯ୍ୟକ୍ରମକୁ ସେଠାକାର ସରକାର ବନ୍ଦ କରିଦେଲେ। ଭାରତରେ ମଧ୍ୟ କିଛିବର୍ଷ ପରେ ସେଭଳି ପଦକ୍ଷେପ ନେବାକୁ ପଡ଼ିବ। କିନ୍ତୁ ଏବେକାର ପାଗଳାମି ଯୋଗୁ ଅନେକ ହଜାର କୋଟି ଟଙ୍କା ନଷ୍ଟ ହୋଇଚାଲିଛି। ଅନେକ ଉଦାହରଣ ଅଛି ଯେଉଁଥିରେ ସ୍ପଷ୍ଟ ପ୍ରମାଣ ମିଳିଛି ଯେ, ଆଜି ଯାହା ଅସଲି ଦିଶୁଛି, କାଲି ତାହା ନକଲି।


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri