ସମସିଆ ଘେରରେ ୫୦ ବଛର ପୁରନା ସ୍କୁଲ

ବିନିକା, ୭ା୧(ଡି.ଏନ୍‌.ଏ.)-
ସରକାର ପ୍ରାଥମିକ ଶିକ୍ଷାକେ ଗୁରୁତ୍‌ ଦେଇ ଅନେକ ଯୋଜନା ଜରିଆରେ କୋଟି କୋଟି ଟଁକା ଖରଚ୍‌ କରୁଛନ୍‌। ହେଲେ ଯୋଜନାକେ କାଯ୍‌କାରୀ କରୁଥିବାର ଅଧ୍‌କାରୀମାନକର ଉଦାସିନତା ଲାଗି ଅନେକ ଜାଗାରେ ପ୍ରାଥମିକ ସ୍କୁଲମାନ ନାନା ସମସିଆ ଘେରରେ ଛଁଦି ହେଇ ରହିଛେ। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଜୁଲୁଣ୍ଡା ପଁଚେତ୍‌ ସଦର ଉଚ୍ଚ ପ୍ରାଥମିକ ସ୍କୁଲରେ।
ସୂଚନା ଅନ୍‌ସାରେ ସ୍କୁଲଟା ୧୯୬୬ ସାଲେ ଥାପନା ହେଇଥିଲା। ସେ ସମିଆରେ ସ୍କୁଲରେ ୬ଷ୍ଠ ଆର ୭ମ ଶ୍ରେଣୀରେ ପାଠ୍‌ ପଢ଼ବାର ବେବସ୍‌ତା ରହିଥିଲା। ପଛେ ୨୦୧୭ ସାଲେ ସ୍କୁଲରେ ୮ମ ଶ୍ରେଣୀ ଯୁଡ଼ି ହେଇଥିଲା। ଏହେଦେ ସ୍କୁଲରେ ୩ଟା ଶ୍ରେଣୀର ମୋଟ୧୪୪ ଛାତ୍ରୀଛାତ୍ର ପାଠ୍‌ ପଢ଼ୁଛନ୍‌। ହେଲେ ସ୍କୁଲରେ ୨ଟା ନ ପଢ଼ାକୁଠି ରହିଛେ। ଇଆଡ଼େ ସେ ଭିତରୁ ଗୁଟେ କୁଠିଥି ସ୍କୁଲର ଏମ୍‌ଡିଏମ୍‌ ସାମାନ ରହୁଛେ। ସ୍କୁଲର ଭିତିଭୂମିର ବିକାଶ ଲାଗି ୧ ଏକର ଜମି ରହିଛେ। ହେଲେ ବିଭାଗୀୟ ଅଧ୍‌କାରୀମାନକର ଖାମଖିଆଲି ମନ୍‌ଭାବ ଲାଗି ସ୍କୁଲର ଉନ୍‌ନତି ସମ୍‌ଭବ ନାଇଁ ହେଇପାରବାର। ବାଡ଼ା ଅଭାବୁ ସ୍କୁଲର ଚାର୍‌ହିକୁତି ମେଲା ପଡ଼ିଛେ। ସଖାଲୁ ବେଲବୁଡ଼ା ତକ୍‌ ପରିସରରେ ଗାଈଦାମୁର ଚରୁଛନ୍‌। ବେଲ୍‌ବୁଡ଼ଲେ ଆସର ପାସର ମଦୁଆକର ଆସର ଜମୁଛେ। ସ୍କୁଲରେ ଛାତ୍ରୀଛାତ୍ରକଁର ଲାଗି ଗୁଟେ ନଲ୍‌ଚୁଅଁା ରହିଛେ। ହେଲେ ସେଥ୍‌ରୁ ଦୁଷିତ୍‌ ପାଏନ୍‌ ବାହାରବାର ସଂଗେ ନଲ୍‌ଚୁଅଁାର ଚଁାଦ୍‌ନୀ ନଁାଇଁନ। ଇଆଡ଼େ ସରକାରକଁର ନିୟମ ହିସାବେ ୩୫ଟା ପିଲାରେ ଝନେ ଶିକ୍ଷକ ରହିବାର କଥା। ହେଲେ ସ୍କୁଲରେ ୧୪୪ ଛାତ୍ରୀଛାତ୍ରକେ ୩ ଝନ୍‌ ଶିକ୍ଷକ ରହିଛନ୍‌। ସ୍କୁଲରେ ଝନେ ଥାଇ ପ୍ରଧାନଶିକ୍ଷକ ନଁାଇଁନ। ସହକାରୀ ଶିକ୍ଷକ କୁଶଳେଶ୍ୱର ପଧାନ ପ୍ରଧାନ ଶିକ୍ଷକ ଦାଇତିଅ ତୁଲଉଛନ୍‌। ସେନ୍‌ତା ଶିକ୍ଷକ ସୀତାରାମ ଗଡ଼ତିଆ ଆର ପୌଲସ୍ତି ବିଶି ସହକାରୀ ଶିକ୍ଷକ ଦାଇତିଅ ତୁଲଉଛନ୍‌। ୩ ଝନ୍‌ ଶିକ୍ଷକ ୩ଟା ଶ୍ରେଣୀର ୯ ବିଷେରେ ପାଠ୍‌ ପଢ଼ଉଛନ୍‌। ଇଆଡ଼େ ପଢ଼ାକୁଠି ଅଭାବ୍‌କେ ଛାତ୍ରୀଛାତ୍ର ଛେଲମେଢ଼ି ଲେଖେଁ ଗୁହାଲେ ଯଁାକିକୁଁଚି ହେଇ ବସ୍‌ଲାଲେଖେଁ ପାଠ୍‌ ପଢ଼ୁଛନ୍‌। ଶିକ୍ଷକ ମର୍‌ଡି ଲାଗି ପାଠ୍‌ପଢ଼ା ବି ଖେଲ୍‌ଢ଼େପ ହେଉଛେ। ଏନ୍‌ତାଥି ସ୍କୁଲର ଛାତ୍ରୀଛାତ୍ରକଁର ଭବିଷତ୍‌ ନେଇ ଅଭିଭାବକମାନେ ଚିନ୍‌ତା ପରକଟ କରିଛନ୍‌। ଇ ସ୍କୁଲ ଉପରେ ଜିଲାପାଳ ଆର ବିଭାଗୀୟ ଅଧ୍‌କାରୀମାନେ ଦୁରୁଷ୍‌ଟି ଦେଇ ସମସିଆର ସମାଧାନ କରବାକେ ଅଭିଭାବକମାନେ ଦାବି କରିଛନ୍‌। ଇ ବାବ୍‌ଦେ ସ୍କୁଲର ଭାରପ୍ରାପ୍ତ ପ୍ରଦାନଶିକ୍ଷକ କୁଶଳେଶ୍ୱର ପଧାନକୁଁ ପଚ୍‌ରାଲାରୁ ସ୍କୁଲରେ ପଢ଼ାକୁଠିର ବହୁତ୍‌ ଅଭାବ ରହିଛେ। ୨ଟା କୁଠିଥି ୩ଟା ଶ୍ରେଣୀର ଛାତ୍ରୀଛାତ୍ରକୁଁ ବସେଇ ପାଠ୍‌ପଢ଼ାବାର ଭିଡ୍‌ ହେଇଯାଉଛେ। ଏନ୍‌ତାଥି କେହେନ୍‌ସି କାମ୍‌ ଠିକ୍‌ ଢଂଗେ ନାଇଁ ହେଇପାରବାର ବଲି ସେ ଦୁଖ୍‌ ପରକାଶ କରିଥିଲେ। ସେନ୍‌ତା ଇ ବାବ୍‌ଦେ ବିନିକା ବିଇଓ ଶଶୀଭୂଷଣ ସେଠୀକୁଁ ପଚ୍‌ରାଲାରୁ ଜୁଲୁଣ୍ଡା ଉ.ପ୍ରା. ସ୍କୁଲ ସମସିଆ ବାବ୍‌ଦେ ଜାନିଛେଁ। ସ୍କୁଲରେ ପଢ଼ାକୁଠିର ଅଭାବ ରହିଛେ, ନୂତନ ପଢ଼ାକୁଠି ତିଆରି ଲାଗି ଜିଲା ଶିକ୍ଷା ବିଭାଗକେ ଜନେଇ ଦିଆଯାଇଛେ। ବହୁତ୍‌ ଜଲ୍‌ଦି ସମସିଆର ସମାଧାନ କରାଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ଉପରେ ଜମୁଛି ନର୍ଦ୍ଦମା ପାଣି, ସ୍ଥାୟୀ ସମାଧାନ ଦାବିରେ ଜିଲାପାଳଙ୍କୁ ଭେଟି…

ଅମରପାଲି,୨ା୭(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ଗ୍ରାମ ଦେଇ ଯାଇଥିବା ପୂର୍ତ୍ତ ବିଭାଗର ମୁଖ୍ୟ ରାସ୍ତା ଏବେ ସ୍ଥାନୀୟ ଲୋକଙ୍କ ପାଇଁ ଦୁର୍ଦ୍ଦଶାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri