ସବୁଜିମା ଫେରିବା ନେଇ ଆଶଙ୍କା: ଚାରା ନେବାକୁ ଆଗ୍ରହ ଦେଖାଉନାହାନ୍ତି ସହରୀ ଲୋକ

ପୁରୀ ଅଫିସ, ୮ା୭: ପୁରୀ ଜିଲାକୁ ଏକପ୍ରକାର ଗଛ ଶୂନ୍ୟ କରିଦେଇଛି ପ୍ରଳୟଙ୍କରୀ ସାମୁଦ୍ରିକ ଝଡ଼ ଫନୀ। ବାତ୍ୟାରେ ଜିଲାରେ ଲକ୍ଷ ଲକ୍ଷ ଗଛ ଭାଙ୍ଗିଯିବାରୁ ସବୁଜିମା ନଷ୍ଟ ହୋଇଛି। ବନ ବିଭାଗ ପୁଣି ସବୁଜିମା ଫେରାଇ ଆଣିବାକୁ ଉଦ୍ୟମ ଆରମ୍ଭ କରିଛି। ଲୋକଙ୍କୁ ସଚେତନ କରିବା ସହ ମାଗଣା ଚାରା ବାଣ୍ଟିବା ଆରମ୍ଭ କରିଛି। ଗ୍ରାମଞ୍ଚଳରେ ଲୋକମାନେ ଚାରା ନେବାକୁ ଆଗ୍ରହ ପ୍ରକାଶ କରୁଥିବାବେଳେ ସହରୀ ମଣିଷ ବାଡ଼ିବଗିଚାରେ ଗଛଟିଏ ଲଗାଇବାକୁ ସେତେଟା ଆଗ୍ରହ ଦେଖାଉ ନାହାନ୍ତି। ଜିଲାର ବିଭିନ୍ନ ସ୍ଥାନରେ ଗତ ୧ ତାରିଖଠାରୁ ଚାରା ବିତରଣ କେନ୍ଦ୍ର ଖୋଲିଥିବା ବେଳେ କାଗଜପତ୍ରରୁ ଏହି ତଥ୍ୟ ଜଣାପଡ଼ିଛି। ପୁଣି ଲୋକଙ୍କ ଚାହିଦା ମୁତାବକ ଚାରା (ଆମ୍ବ, ପଣସ, ନଡ଼ିଆ ଆଦି ଫଳଚାରା)ବି ବିତରଣ କେନ୍ଦ୍ରରେ ଉପଲବ୍ଧ ହେଉ ନାହିଁ। ତେବେ ବନ ବିଭାଗ ପକ୍ଷରୁ ପର୍ଯ୍ୟାପ୍ତ ଚାରା ଅଣାଯାଇ ଭିଆଇପି ରୋଡ଼ ବନାନୀ ପରିସରରେ ଗଛିତ ରଖାଯାଇଥିଲେ ମଧ୍ୟ ବଣ୍ଟନ ଏତେଟା ଉତ୍ସାହଜନକ ହେଉନାହିଁ। ଫଳରେ ସବୁଜିମା ଫେରିବା ନେଇ ଆଶଙ୍କା ଦେଖାଦେଇଛି।
ବାତ୍ୟାରେ ଲକ୍ଷ ଲକ୍ଷ ଗଛ ଭାଙ୍ଗିଯବାରୁ ଶ୍ରୀହୀନ ଦେଖାଯାଉଥିଲା ପୁରୀ। ବିଶେଷକରି ପୁରୀ-କୋଣାର୍କ ରାସ୍ତା ପାର୍ଶ୍ୱସ୍ଥ ୮୭ ବର୍ଗକିମି ପରିବ୍ୟାପ୍ତ ବାଲୁଖଣ୍ଡ ଅଭୟାରଣ୍ୟ ସମ୍ପୂର୍ଣ୍ଣ ଭାବେ ଉଜୁଡ଼ି ଯାଇଥିଲା। ପ୍ରାୟ ୫ ହଜାର ହେକ୍ଟର ଅଞ୍ଚଳର ଲକ୍ଷାଧିକ ଗଛ ଧରାଶାୟୀ ହୋଇପଡିଥିଲା। ସେହିପରି ଜିଲାରେ ବ୍ୟାପକ ମାତ୍ରାରେ କାଜୁ ବଗିଚା ଓ ନଡ଼ିଆ ବଗିଚା ଛାରଖାର ହୋଇଯାଇଥିଲା। ତେଣୁ ଜିଲାରରେ ସବୁଜିମା ଫେରାଇ ଆଣିବା ଲାଗି ପୁରୀ ବନଖଣ୍ଡ ପକ୍ଷରୁ ଲୋକଙ୍କୁ ମାଗଣାରେ ଚାରା ବିତରଣ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ପୁରୀ ବନମଣ୍ଡଳ ଅଧୀନସ୍ଥ କୋଣାର୍କ, ସାକ୍ଷୀଗୋପାଳ, ବ୍ରହ୍ମଗିରି, ଅସ୍ତରଙ୍ଗ, ଗୋପ ଏବଂ ପୁରୀ ସହରରେ ଚାରା ବିତରଣ କେନ୍ଦ୍ର ଖୋଲାଯାଇଛି। ପୁରୀ ସହରର ବଳଗଣ୍ଡି ଛକ ଏବଂ ଭିଆଇପି ରୋଡ (ବନ ବିଭାଗ ବନାନୀ ନିକଟ)ରେ ଖୋଲିଛି ୨ଟି କେନ୍ଦ୍ରରେ ଝାଉଁ, ପାଟୋଳି, ନିମ୍ବ, ଚାକୁଣ୍ଡା, କୁକୁମ, କୁତ୍ରଞ୍ଜିବା, ଅର୍ଜୁନ, ଜାମୁ, କଦମ୍ବ, ଶିଶୁ ପ୍ରଭୃତି ଜଙ୍ଗଲୀ ଚାରା ଉପଲବ୍ଧ ହେଉଛି। ଗ୍ରାମାଞ୍ଚଳ ଲୋକଙ୍କୁ ୧୦ଟି ଏବଂ ସହରାଞ୍ଚଳ ଲୋକଙ୍କୁ ୫ଟି ଚାରା ଦେବାକୁ ନିଷ୍ପତ୍ତି ହୋଇଛି। ଠିକଣା ଦେଇ ଜଣେ ବ୍ୟକ୍ତି ଚରା ନେଇପାରିବ ବୋଲି ବିଭାଗ ପକ୍ଷରୁ ଗାଇଡ୍‌ଲାଇନ ରଖାଯାଇଛି। ତେବେ ୭ ତାରିଖ ସୁଦ୍ଧା ଭିଆଇପି ରୋଡ କେନ୍ଦ୍ରକୁ ମାତ୍ର ୨୮୫ ଜଣ ଲୋକ ଚାରା ନେବାକୁ ଆସିଛନ୍ତି। ଏହି ୭ ଦିନରେ ମୋଟ ୨,୪୯୯ଟି ଚାରା ବଣ୍ଟନ କରାଯାଇଛି। ତେଣୁ ଏହି ସଂଖ୍ୟା ହିଁ ଲୋକଙ୍କ ମଧ୍ୟରେ ବୃକ୍ଷରୋପଣ କରିବାର ମାନସିକତା କମ୍‌ ଥିବା ସ୍ପଷ୍ଟ କରୁଛି। ମାଗଣାରେ ମିଳୁଥିଲେ ବି ବିଶେଷକରି ସହରୀ ମଣିଷ ଏଥିପ୍ରତି ଆଗ୍ରହ ଦେଖାଉ ନାହାନ୍ତି। ଗ୍ରାମାଞ୍ଚଳ ଲୋକେ ସେମିତି ଏତେଟା ବାଛବିଚାର କରୁନାହାନ୍ତି। ବାଡିରୁ ଗଛ ଶୂନ୍ୟ ହୋଇଯାଇଥିବାରୁ ଯେ କୌଣସି ଗଛ ଲଗାଇବାକୁ ପାଇଁ ଚାରା ନେଉଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଲୋକେ ବିଶେଷ ଭାବେ ଫଳ ଚାରା ପ୍ରତି ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି। ଆମ୍ବ, ପଣସ, ନଡ଼ିଆ ଚାରା ଖୋଜୁଛନ୍ତି। କିନ୍ତୁ ଏ ସବୁ ଚାରା ବିତରଣ କେନ୍ଦ୍ରରେ ଉପଲବ୍ଧ ହେଉନାହିଁ। ଯେ ହେତୁ ବନ ବିଭାଗ ପକ୍ଷରୁ ଏହି କେନ୍ଦ୍ର ଖୋଲାଯାଇଛି ତେଣୁ ଏହିସବୁ ଫଳ ଚାରା ନ ମିଳିବା ସ୍ବାଭାବିକ। ଉଦ୍ୟାନ କୃଷି ବିଭାଗ ଯଦି ଲୋକଙ୍କ ଚାହିଦା ମୁତାବକ ଫଳ ଚାରା ଯୋଗାଇ ଦିଅନ୍ତା ତେବେ ବନ ବିଭାଗର ଏହି ଉଦ୍ଦେଶ୍ୟ ଫଳପ୍ରଦ ହୋଇପାରନ୍ତା ବୋଲି କୁହାଯାଉଛି। ଅନ୍ୟପକ୍ଷରେ ସୋମବାର ଆନ୍ଧ୍ରପ୍ରଦେଶ ଏବଂ ପଶ୍ଚିମବଙ୍ଗରୁ ୨ଟି ଟ୍ରକ୍‌ ଯୋଗେ ବିଭିନ୍ନ ପ୍ରକାର ଚାରା ଆସି ପହଞ୍ଚତ୍ଛି। ବନାନୀ ପରିସରରେ ଏସବୁ ଚାରା ରଖାଯାଇଛି। ଆନ୍ଧ୍ରପ୍ରଦେଶରୁ ୯୫୧ ଏବଂ ପଶ୍ଚିମବଙ୍ଗରୁ ୫୫୭ଟି ଚାରା ଆସିଛି। ଏଥିରେ ବର, ଅଶ୍ୱସ୍ତ, ବଉଳ, ଜାମୁ, ମେହନାଦ, ପିପଳ, କରଞ୍ଜ, ନିମ୍ବ, ପାଟୋଳି ପ୍ରଭୃତି ଚାରା ଆସିଥିବା ଜଣାପଡିଛି। ସେହିପରି ବନ ବିଭାଗର ଖୋର୍ଦ୍ଧା ଡିଭିଜନରୁ ଶିଶୁ, ଅର୍ଜୁନ, କରଞ୍ଜ ଏବଂ ରାୟପୁରରୁ ଝାଉଁ ଚାରା ଆସିଛି। ଏଗୁଡ଼ିକୁ ଲୋକେ ନେଇ ନିଜ ବାଡ଼ିବଗିଚାରେ ଲଗାଇ ଉପଯୁକ୍ତ ଯତ୍ନ ନେବାକୁ ଡିଏଫ୍‌ଓ ହର୍ଷବର୍ଦ୍ଧନ ଉଦ୍‌ଗାତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ମାର୍ଟ ଓଡ଼ିଶା ହାକାଥନ ୩.୦ କାର୍ଯ୍ୟକ୍ରମ ଉଦ୍‌ଯାପିତ

ବରଗଡ଼,୨୩ା୭(ପ୍ରେମାନନ୍ଦ ଖମାରୀ); ବରଗଡ଼ ଜିଲାସ୍ତରୀୟ ସ୍ମାର୍ଟ ଓଡ଼ିଶା ହାକାଥନ ୩.୦ କାର୍ଯ୍ୟକ୍ରମ ସୋମବାର ବରଗଡ଼ ବିଜ୍ଞାନ କେନ୍ଦ୍ର ଟୁକୁର୍ଲାରେ ଉଦ୍‌ଯାପିତ ହୋଇଯାଇଛି। ଜିଲା ଶିକ୍ଷା ଅଧିକାରୀ ସରୋଜ…

ଶିକ୍ଷାନୁଷ୍ଠାନ ନିକଟରୁ ମଦ ଦୋକାନ ବନ୍ଦ ନିର୍ଦ୍ଦେଶ

ବରଗଡ଼,୨୩ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ବୁଧବାର ଷଷ୍ଠ ଜିଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ…

ଚାଷକାର୍ଯ୍ୟ ଆରମ୍ଭରୁ ସାର କଳାବଜାର: ଚାଷୀ ହଟହଟା

ବରଗଡ଼,୨୩।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସରୁ ଖରିଫ ଚାଷକାର୍ଯ୍ୟ ଆରମ୍ଭ ହୋଇଛି। ଜମିରେ ଧାନ ବିହୁଡ଼ା, ପହ୍ଲାରୁଆ କାର୍ଯ୍ୟ ଏବେ ଜୋରସୋର୍‌ରେ ଚାଲିଛି। ଅନ୍ୟପଟେ ଚାଷ ଆରମ୍ଭରୁ…

ବିଦ୍ରୋହ ଭିତରେ ସୁପ୍ରିମକୋର୍ଟର CJI ସୂର୍ଯ୍ୟକାନ୍ତଙ୍କ ବିସ୍ଫୋରକ ବୟାନ, ସୋସିଆଲ ମିଡିଆରେ ଫେମସ୍‌ ହୁଅ ନାହିଁ…

ନୂଆଦିଲ୍ଲୀ,୨୩।୭: ଦେଶର ରାଜଧାନୀ ଦିଲ୍ଲୀରେ ଛାତ୍ର ଆନ୍ଦୋଳନ ଓ policeର କାର୍ଯ୍ୟାନୁଷ୍ଠାନକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଏବେ ଦେଶର ସୁପ୍ରିମକୋର୍ଟରେ ପହଞ୍ଚିଛି । ବଡ଼ କଥା…

କଠୋର କାର୍ଯ୍ୟାନୁଷ୍ଠାନ ନେଲେ ସରକାର! ସକାଳୁ ସକାଳୁ CJP ଦେଲା ବଡ଼ ସୂଚନା, ଦେଶରେ ହଇଚଇ

ନୂଆଦିଲ୍ଲୀ,୨୩।୭: କକ୍ରୋଚ ଜନତା ପାର୍ଟି (CJP)ର ସଂସ୍ଥାପକ ଅଭିଜୀତ ଦୀପକେ କହିଛନ୍ତି ଯେ ଜନ୍ତର-ମନ୍ତରରେ ଚାଲିଥିବା ଆନ୍ଦୋଳନ ସମ୍ପୂର୍ଣ୍ଣ ଶାନ୍ତି ଏବଂ ଅହିଂସା ପନ୍ଥାରେ ଆଗକୁ ବଢିବ।…

ବିଦ୍ରୋହ ଭିତରେ ଇନଷ୍ଟାଗ୍ରାମ୍‌ ଛାଡିଲେ ଧର୍ମେନ୍ଦ୍ର ପ୍ରଧାନଙ୍କ ଝିଅ, କାରଣ ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ, ୨୩ା୭: ଜନ୍ତର-ମନ୍ତରରେ ଛାତ୍ର ଏବଂ ‘କକରୋଚ୍ ଜନତା ପାର୍ଟି’ର ପ୍ରଦର୍ଶନ ଜାରି ରହିଛି। ଏହି ସମୟରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଝିଅ ନୈମିଷା…

ବାହାଘରରୁ ଫେରୁଥିବା ବେଳେ ବଡ଼ ଅଘଟଣ: ପୋଖରୀକୁ ଖସି ପଡିଲା କାର୍‌: ୫ ମୃତ

ଢେଙ୍କାନାଳ,୨୩।୭( ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଛାଟିଆ ନିକଟରେ ଏକ ଇନୋଭା କାର୍‌ ଗୁରୁବାର ଭୋର୍‌ ୪ଟା ସମୟରେ ଭାରସାମ୍ୟ ହରାଇ ରାସ୍ତା କଡ଼…

ଏହି ଜିଲାରେ କରୋନା ଆକ୍ରାନ୍ତ ଚିହ୍ନଟ: ସରକାର କହିଲେ…

ଭୁବନେଶ୍ୱର,୨୩ା୭(ସୁଚିସ୍ମିତା ସାହୁ): ଆନ୍ଧ୍ରପ୍ରଦେଶ ପରେ ଏବେ ଓଡ଼ିଶାରେ କରୋନା ବ୍ୟାପିବା ଆଶଙ୍କା ଦେଖାଦେଇଛି। ଗଞ୍ଜାମ ଜିଲାରେ ଜଣେ ଆକ୍ରାନ୍ତ ରହିଥିବା କୋଭିଡ୍‌ ଡ୍ୟାସ୍‌ବୋର୍ଡରେ ଦର୍ଶାଯାଇଥିବାବେଳେ ମଙ୍ଗଳବାର ଏମ୍‌କେସିଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri