Posted inଖେଳ

ସନ୍ଦୀପ କୁମାରୀ ୪ବର୍ଷ ବାସନ୍ଦ

ନୂଆଦିଲ୍ଲୀ, ୩ା୫ (ପି.ଟି.)-ଡୋପ୍‌ ଟେଷ୍ଟରେ ବିଫଳ ହେବାରୁ ଆଥଲେଟିକ୍ସ ଇଣ୍ଟିଗ୍ରିଟି ୟୁନିଟ୍‌ ଡିସ୍‌କସ୍‌ ଥ୍ରୋୟର ସନ୍ଦୀପ କୁମାରୀଙ୍କୁ ୪ ବର୍ଷ ବାସନ୍ଦ କରିଛି। କୌତୂହଳର କଥା ଏହିକିଯେ, ୨୦୧୮ରେ ଗୁଆହାଟୀଠାରେ ଜାତୀୟ ଆନ୍ତଃ ରାଜ୍ୟ ଚାମ୍ପିୟନଶିପ୍‌ ବେଳେ ନ୍ୟାଶନାଲ ଆଣ୍ଟି ଡୋପିଂ ଏଜେନ୍ସି (ନାଡା)ର ଅଫିସିଆଲମାନେ କୁମାରୀଙ୍କଠାରୁ ରକ୍ତ ନମୁନା ସଂଗ୍ରହ କରିଥିଲେ। ନ୍ୟାଶନାଲ ଡୋପ୍‌ ଟେଷ୍ଟିଂ ଲାବୋରେଟୋରି (ଏନ୍‌ଡିଟିଏଲ୍‌)ରେ ଏହାର ପରୀକ୍ଷା କରାଯାଇଥିଲା। ଫଳାଫଳ ନେଗେଟେିଭ ଆସିଥିଲା। କୁମାରୀ ଏହି ଚାମ୍ପିୟନଶିପ୍‌ରେ ୫୮.୪୧ ମିଟି ଥ୍ରୋ କରି ସ୍ବର୍ଣ୍ଣ ପଦକ ଜିତିଥିଲେ। ଓ୍ବାଲର୍‌ଡ ଆଣ୍ଟି ଡୋପିଂ ଏଜେନ୍ସି (ଓ୍ବାଡା) କିନ୍ତୁ କୁମାରୀଙ୍କଠାରୁ ସଂଗୃହୀତ ସାମ୍ପଲକୁ ଆଉଥରେ କାନାଡାସ୍ଥିତ ମଣ୍ଟ୍ରିଲ ଲାବୋରେଟୋରିରେ ପରୀକ୍ଷା କରିବା ଲାଗି ନିଷ୍ପତ୍ତି ନେଇଥିଲା। ସେଥିରେ ଆନାବୋଲିକ୍‌ ଷ୍ଟେରଏଡ୍‌ ମେଟିନୋଲୋନ୍‌ ପାଇଁ ପଜିଟିଭ ଆସିଥିଲା। କୁମାରୀ ଏନ୍‌ଡିଟିଏଲ୍‌ ଦ୍ୱାରା ଦୋଷମୁକ୍ତ ହେବାର ୨ବର୍ଷ ପରେ ସେ ଦଣ୍ଡିତ ହୋଇଛନ୍ତି। ଫଳରେ ୨୦୧୮ ଜୁନ୍‌ ୨୬ରୁ ୨୦୧୮ ନଭେମ୍ବର ୨୧ ପର୍ଯ୍ୟନ୍ତ ତାଙ୍କର ସମସ୍ତ ଫଳାଫଳକୁ ରଦ୍ଦ କରିଦିଆଯାଇଛି। ଓ୍ବାଡାର ୪ ବର୍ଷିଆ ବାସନ୍ଦ ଦଣ୍ଡ ଶୁକ୍ରବାର ଘୋଷଣା କରାଯାଇଛି। ଏହା ସାମ୍ପଲ ସଂଗ୍ରହର ପରଦିନଠାରୁ କାର୍ଯ୍ୟକାରୀ ହେବ। କେବଳ କୁମାରୀ ନୁହଁନ୍ତି ଏନଡିଟିଏଲ୍‌ ଦ୍ୱାରା ନେଗେଟିଭ ଆସିଥିବା ଅନ୍ୟ ୪ଭାରତୀୟଙ୍କ ଫଳାଫଳ ମଧ୍ୟ ମଣ୍ଟ୍ରିଲ ଲାବରେଟୋରିରେ ନେଗେଟିଭ୍‌ ଆସିଛି। ସେମାନଙ୍କ ମଧ୍ୟରେ ୨୦୧୭ ଏସିଆନ ଚାମ୍ପିୟନ କ୍ୱାର୍ଟରମାଇଲର ନିର୍ମଳା ଶେଓରାନ ରହିଛନ୍ତି। ଅନ୍ୟ ଜଣେ ଝୁମା ଖାତୁନ୍‌ ଗତ ମାସରେ ୪ବର୍ଷ ବାସନ୍ଦ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri