Posted inଜାତୀୟ

ସଦୟ ହେଲା ‘ନିସର୍ଗ’

ମୁମ୍ବାଇ/ନୂଆଦିଲ୍ଲୀ,୪।୬: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ ବାତ୍ୟା ‘ନିସର୍ଗ’ ପ୍ରଭାବରୁ ବର୍ତ୍ତିଯାଇଛି। ମୁମ୍ବାଇରେ ସେଭଳି କୌଣସି ବଡ଼ଧରଣର କ୍ଷୟକ୍ଷତି ହୋଇ ନ ଥିବା ଜଣାପଡ଼ିଛି। ମହାରାଷ୍ଟ୍ରର ମୁମ୍ବାଇଠାରୁ ପ୍ରାୟ ୧୦୦ କି.ମି. ଦୂର ରାୟଗଡ଼ ଜିଲାର ଆଲିବାଗ୍‌ଠାରେ ବାତ୍ୟା ‘ନିସର୍ଗ’ ବୁଧବାର ପୂର୍ବାହ୍ନ ୧୨.୩୦ରେ ଲ୍ୟାଣ୍ଡ୍‌ଫଲ କରିଛି। ଲ୍ୟାଣ୍ଡ୍‌ଫଲ କଲାବେଳେ ପବନର ବେଗ ଘଣ୍ଟାପ୍ରତି ୧୨୦ରୁ ୧୪୦ କି.ମି. ରହିଥିଲା। ଏହାର ପ୍ରଭାବରେ ପ୍ରାୟ ଶତାଧିକ ବଡ଼ ଗଛ ଭାଙ୍ଗିଯାଇଥିବା ବେଳେ କେତେକ ବିଦ୍ୟୁତ୍‌ ଖୁଣ୍ଟ ଉପୁଡ଼ି ପଡ଼ିଛି। ରାୟଗଡ଼, ପାଲ୍‌ଘର ଆଦି ସ୍ଥାନରେ ଥିବା କେତେକ ଘରଦ୍ୱାର ଉଡ଼ିଯାଇଛି। ଆଲିବାଗ୍‌ରେ ବିଦ୍ୟୁତ୍‌ ଖୁଣ୍ଟ ପଡ଼ି ଜଣେ ୫୫ ବର୍ଷୀୟ ବ୍ୟକ୍ତି ପ୍ରାଣ ହରାଇଛନ୍ତିି। ସେହିପରି ପୁଣେରେ ବାତ୍ୟା ଯୋଗୁ ଆଉ ୨ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ଅନେକେ ଆହତ ହୋଇଛନ୍ତି। ବିଦ୍ୟୁତ ଖୁଣ୍ଟ ନଷ୍ଟ ହୋଇଯିବା ଫଳରେ କେତେକେ ଅଞ୍ଚଳ ଅନ୍ଧକାର ହୋଇପଡ଼ିଛି। ତେବେ ପରବର୍ତ୍ତୀ ସମୟରେ ବାତ୍ୟା କ୍ରମଶଃ ଦୁର୍ବଳ ହୋଇଯାଇଛି।
ବିଭିନ୍ନ ବାତ୍ୟା ଅଞ୍ଚଳରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (ଏନ୍‌ଡିଆର୍‌ଏଫ୍‌) ଉଦ୍ଧାରକାରୀ ଦଳ ଅପରେଶନ ଜାରି ରଖିଥିବା ଜଣାପଡ଼ିଛି। ନିସର୍ଗ ପ୍ରଭାବରେ ପବନର ବେଗ ଘଣ୍ଟାପ୍ରତି ୧୧୦ କି.ମି. ରହି ପରେ ଅପରାହ୍ନ ୨ଟା ବେଳକୁ ୯୦ କି.ମିି. ବେଗ ଭିତରେ ରହିଥିଲା ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ପକ୍ଷରୁ ଦର୍ଶାଯାଇଛି। ପାନ୍‌ଭେଲ, ଠାଣେ, ମୁମ୍ବାଇ ଓ ଏହାର ଆଖପାଖ ଅଞ୍ଚଳରେ ପବନର ବେଗ ଘଣ୍ଟା ପ୍ରତି ୭୫ କି.ମି. ରହିଥିଲା। ବାତ୍ୟା ପୁଣେ ଅତିକ୍ରମ କରିଥିବା ବେଳେ ଏଠାରେ ପବନର ଗତି ଘଣ୍ଟାପ୍ରତି ୪୦ କି.ମି. ରହିଥିବା ଜଣାପଡ଼ିଛି। ତେବେ ବର୍ଷାର ତାଣ୍ଡବ ଜାରି ରହିଛି। ଏଥିଯୋଗୁ ବିଭିନ୍ନ ଟ୍ରେନ୍‌ ଯାତାୟାତ ବିଧାପ୍ରାପ୍ତ ହୋଇଛି। ୧୯୬୧ ପରେ ମୁମ୍ବାଇବାସୀ ପୁଣି ଏକ ମହାବାତ୍ୟା ଦେଖିଛନ୍ତି। ଅନ୍ୟପକ୍ଷରେ ଗୁଜରାଟରେ ‘ନିସର୍ଗ’ର ପ୍ରଭାବ ସେଭଳି ପଡ଼ି ନ ଥିବାବେଳେ ବର୍ଷା ବିତ୍ପାତ ଜାରି ରହିଥିବା ପ୍ରକାଶ।
ମହାମାରୀ କରୋନା ମୁମ୍ବାଇବାସୀଙ୍କୁ ଆତଙ୍କିତ କରି ରଖିଥିବା ବେଳେ ଏବେ ବାତ୍ୟା ନିସର୍ଗର ତାଣ୍ଡବ ସେମାନଙ୍କୁ ଭାରାକ୍ରାନ୍ତ କରିପକାଇଛି। ପ୍ରବଳ ବର୍ଷା ଯୋଗୁ ଅନେକ ତଳିଆ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ବାତ୍ୟା ପୂର୍ବରୁ ମହାରାଷ୍ଟ୍ର ସରକାର ଉପକୂଳ ଓ କୋଙ୍କଣରୁ ୬୦ ହଜାର ଓ ଗୁଜରାଟ ସରକାର ଉପକୂଳ ଅଞ୍ଚଳରୁ ୪୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରିଥିଲେ। ୭,୦୦୩ ମାଛଧରା ବୋଟ୍‌ କୂଳକୁ ଫେରାଇ ଆଣିଥିଲେ। ପରିସ୍ଥିତିକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ଓ ଗୁଜରାଟରେ ମୋଟ ୪୩ ଏନ୍‌ଡିଆର୍‌ଏଫ୍‌ ଟିମ୍‌କୁ ମୁତୟନ କରାଯାଇଥିଲା। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ବାତ୍ୟା କ୍ଷୟକ୍ଷତି ସମ୍ପର୍କରେ ଜିଲାପାଳ ଓ ବିଏମ୍‌ସି କମିଶନର ଇକ୍‌ବାଲ ସିଂ ଚହଲଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି। ବାତ୍ୟା ପବନ କମିଯିବା ପରେ ସନ୍ଧ୍ୟା ୬ଟାରୁ ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରୁ ପୁଣି ବିମାନ ଉଡ଼ାଣ ଆରମ୍ଭ କରାଯାଇଛି। ଗୁରୁବାର ଅପରାହ୍ନ ସୁଦ୍ଧା ମହାରାଷ୍ଟ୍ର ଓ ଗୁଜରାଟରେ ଶୁଖିଲା ପାଗ ଦେଖାଦେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri