ସତ ଲୁଚାଉଛି ଚାଇନା

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୪ା୪: କରୋନା ଭାଇରସ୍‌ର ଉତ୍ପତ୍ତିସ୍ଥଳ କୁହାଯାଉଥିବା ଉହାନ ଭିତରକୁ ଯିବା ପାଇଁ ଆମେରିକୀୟ ବୈଜ୍ଞାନିକମାନଙ୍କୁ ମନା କରିଦେଇଛି ଚାଇନା। ଉହାନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜି କିମ୍ବା ଚାଇନାର ଅନ୍ୟ କୌଣସି ସ୍ଥାନକୁ ତଦନ୍ତ ନିମନ୍ତେ ଆମେରିକାର କେହି ଯାଇପାରିବେ ନାହିଁ ବୋଲି ରୋକ୍‌ଠୋକ୍‌ ମନାକରିଦେଇଛି ବେଜିଂ।
ଆମେରିକାର ପରରାଷ୍ଟ୍ର ସଚିବ ମାଇକ୍‌ ପମ୍ପିଓ ଗୁରୁବାର ଏକ ଟିଭି ଚ୍ୟାନେଲକୁ ସାକ୍ଷାତ୍‌କାର ଦେଇ କହିଛନ୍ତି, ଏବେ ମଧ୍ୟ ଚାଇନା ସରକାର ଆମେରିକୀୟ ବୈଜ୍ଞାନିକମାନଙ୍କୁ ଚାଇନା ଭିତରକୁ ଯିବାକୁ ଅନୁମତି ଦେଇନାହାନ୍ତି। କେବଳ ଉହାନ ଲାବ୍‌ ନୁହେଁ, ଭାଇରସ୍‌ ସମ୍ପର୍କରେ ଜାଣିବା ପାଇଁ ଯେଉଁ ସବୁ ସ୍ଥାନକୁ ସେମାନେ ଯିବାକୁ ଚାହିଁଛନ୍ତି ଚାଇନା ବାଧା ଦେଇଛି। ସେଠାରୁ ହିଁ ଭାଇରସ୍‌ ଅନ୍ୟ ସବୁଆଡ଼େ ବିସ୍ତାର ଲାଭ କରିଥିବା ନେଇ ଟ୍ରମ୍ପ୍‌ ପ୍ରଶାସନ ନିକଟରେ ସୂଚନା ରହିଛି। ତେବେ ଏନେଇ ଆମେ ସ୍ପଷ୍ଟ ଭାବେ ଜାଣିବାକୁ ଚାହୁଁ। ଜି ଜିନ୍‌ପିଙ୍ଗ୍‌ ସରକାର ଏନେଇ ଅଧିକ ସ୍ବଚ୍ଛତାର ପ୍ରମାଣ ଦେବା ଦରକାର ବୋଲି ପମ୍ପିଓ କହିଛନ୍ତି। ସେହିପରି ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ମଧ୍ୟ ଏହି କ୍ଷେତ୍ରରେ ସ୍ବଚ୍ଛତା ଅବଲମ୍ବନ କରୁନାହିଁ। ତେଣୁ ଡବ୍ଲ୍ୟୁଏଚ୍‌ଓକୁ ବି କରୋନା ସଂକ୍ରମଣ ବୃଦ୍ଧି ପାଇଁ ଉତ୍ତରଦାୟୀ କରାଯିବା ଦରକାର। ଅନ୍ୟ ରାଷ୍ଟ୍ରଗୁଡ଼ିକ ଡବ୍ଲ୍ୟୁଏଚ୍‌ଓର ବିଫଳତାକୁ ନେଇ କିପରି ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି ତାହା ଦେଖିବାର କଥା ବୋଲି ପମ୍ପିଓ କ୍ଷୋଭବ୍ୟକ୍ତ କରିଛନ୍ତି। ପ୍ରକାଶ ଯେ, ଏହି ସଙ୍ଗଠନ ଲୋକଙ୍କ ଜୀବନରକ୍ଷା ପରିବର୍ତ୍ତେ ଚାଇନାକୁ ରାଜନୈତିକ ସୁରକ୍ଷା ଦେବାରେ ଅଧିକ ତତ୍ପରତା ଦେଖିାଉଥିବା ଦର୍ଶାଇ ଗତ ସପ୍ତାହରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଡବ୍ଲ୍ୟୁଏଚ୍‌ଓକୁ ପାଣ୍ଠି ଯୋଗାଇବା ବନ୍ଦ କରିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

ଗୋଟିଏ ବର୍ଷରେ ଶେଷ ହୋଇଯିବ କଲ ସେଣ୍ଟର

ନୂଆଦିଲ୍ଲୀ,୨୬।୪: ଦେଶରେ ଅର୍ଥନୈତିକ ଉଦାରୀକରଣ ଆରମ୍ଭ ହେବା ପରେ ସାରା ବିଶ୍ୱରୁ କମ୍ପାନୀମାନେ ଭାରତ ଆସିଥିଲେ। ବିଶ୍ୱର ଅନେକ କମ୍ପାନୀ ସେମାନଙ୍କର ବ୍ୟବସାୟକୁ ଭାରତକୁ ସ୍ଥାନାନ୍ତର...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

କିଏ ସେହି ଭାରତୀୟ ଛାତ୍ରୀ ଯାହାଙ୍କୁ ଆମେରିକାରେ କରାଯାଇଛି ଗିରଫ

ଓ୍ବାଶିଂଟନ,୨୬।୪: ଆମେରିକାରେ ଜଣେ ଭାରତୀୟ ଛାତ୍ରୀଙ୍କୁ ଗିରଫ କରାଯାଇଛି। ଏହି ଛାତ୍ର ଇସ୍ରାଏଲକୁ ବିରୋଧ କରୁଥିବାବେଳେ ପାଲେଷ୍ଟାଇନକୁ ସମର୍ଥନ କରି ବିରୋଧ କରିଥିବା ଅଭିଯୋଗ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri