ସଙ୍କୁଚିତ ହେବ ରୟାଲ ପଡିଆ

ସୋନପୁର,୨୫।୧୦(ନି.ପ୍ର.)-ସୁବର୍ଣ୍ଣପୁର ସହରର ବ୍ଲକ ଛକ ସ୍ଥିତ ଆଠ ଏକର ପରିମିତ ଅଞ୍ଚଳରେ ରହିଛି ରୟାଲ ପଡିଆ। ଏହି ସମତଳ ପଡିଆରେ ମୁଖ୍ୟମନ୍ତ୍ରୀଙ୍କ ସଭାଠାରୁ ଆରମ୍ଭ କରି, ବିଭିନ୍ନ ସଭା ସମିତି, ସାଂସ୍କୃତିକ କାର୍ଯ୍ୟକ୍ରମ, ଫୁଟବଲ ଓ କ୍ରିକେଟ୍‌ ଟୁର୍ନାମେଣ୍ଟ ମାନ ବର୍ଷ ସାରା ଆୟୋଜନ ହୋଇଥାଏ । ପ୍ରାତଃ ଓ ସନ୍ଧ୍ୟା ସମୟରେ ସହରବାସୀ ପଡିଆରେ ଭ୍ରମଣ କରନ୍ତି । ସହରର କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ଦୃଷ୍ଟିରୁ ଖେଳପଡିଆର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହାର ଯୋଜନାବଦ୍ଧ ବିକାଶ ହେବା ଆବଶ୍ୟକ । କିନ୍ତୁ ଦୂରଦୃଷ୍ଟି ଅଭାବରୁ ଏହି ପଡିଆକୁ ସଙ୍କୁଚିତ କରିବା ପାଇଁ ଏବେ ଉଦ୍ୟମ ହେଉଛି । ରାସ୍ତା ପ୍ରଶସ୍ତିକରଣ ନାଁରେ ପଡିଆର ସମ୍ମୁଖ ପଟରୁ ୩୦ ଫୁଟ ଓସାରର ପ୍ରାୟ ୨ ଏକର ଜମି ପ୍ରଶାସନ ନିଜ ଅକ୍ତିଆରକୁ ନେଇ ଗଲାଣି। ଏବେ ପଡିଆରେ ବିଦ୍ୟୁତ୍‌ ଖୁଣ୍ଟ ପୋତା ସରି ତାର ଟଣାଯାଉଛି। ପଡିଆ ଭିତରେ ରାସ୍ତା ନିର୍ମାଣ ହେବ। କିଛି ମାସ ପରେ ପଡିଆ ପୁଣି ସଙ୍କୁଚିତ ହେବ। ଦର୍ଶକ ଗ୍ୟାଲେରି କରିବା ପାଇଁ ପୁଣି ପଡିଆର ସମ୍ମୁଖ ପଟୁ ୩୫ ଫୁଟ ଓସାରର ଜମି ଅଧିଗ୍ରହଣ କରାଯିବ। ଫଳରେ ୬୫ ଫୁଟ୍‌ ଓସାର କମିଯିବା ପରେ ଛୋଟ ପଡିଆରେ ଆଉ ସଭା ସମିତି, ସାଂସ୍କୃତିକ କାର୍ଯ୍ୟକ୍ରମ କି ଟୁର୍ନାମେଣ୍ଟ ଆୟୋଜନ କରିବା ଅସମ୍ଭବ ହୋଇପଡିବ। ଭବିଷ୍ୟତ ପ୍ରତି ଦୃଷ୍ଟି ନ ଦେଇ ପ୍ରଶାସନର ଏଭଳି ମନୋଭାବକୁ ସାଧାରଣରେ ସମାଲୋଚନା କରାଯାଇଛି।
ପ୍ରକାଶ ଯେ, ପୂର୍ତ୍ତ ବିଭାଗ ପକ୍ଷରୁ ମହାନଦୀ ବ୍ରିଜ୍‌ରୁ କୁଞ୍ଜ ଛକ ପର୍ଯ୍ୟନ୍ତ ୩.୨୬୦କିମି. ଡିଭାଇଡର ଓ ଉଭୟ ପାର୍ଶ୍ୱରେ ଡ୍ରେନ ସହିତ ୪ ଥାକିଆ ରାସ୍ତା ନିର୍ମାଣ ପାଇଁ ୬କୋଟି ୭୯ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଛି। ୨୦ ମିଟର ଓସାରର ଏହି ରାସ୍ତା ନିର୍ମାଣ ପାଇଁ ୧୧୬୫ଟି ମୂଲ୍ୟବାନ ଗଛ କଟାଯାଇଛି । କୁଞ୍ଜ ଛକ, ପଟାଭାଡି ଛକ, ବ୍ଲକ ଛକ ଓ ବୁଢାରାଜା ଛକରେ ରାସ୍ତା ଅଧିକ ଚଉଡା ହେବ। ତେବେ ପ୍ରଶାସନ ଜବରଦଖଲ ଉଚ୍ଛେଦ କ୍ଷେତ୍ରରେ ଟାଳଟୁଳ ନୀତି ଅବଲମ୍ବନ କରୁଛି। କେତେକ ମୁଷ୍ଟିମେୟ ଲୋକ ସରକାରୀ ଜମି ଜବରଦଖଲ କରି ବାସଭବନ ଓ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରିଛନ୍ତି। ସେମାନଙ୍କୁ ଫାଇଦା ଦେବା ପାଇଁ ରାସ୍ତାକୁ ଆବଶ୍ୟକସ୍ଥଳେ ବଙ୍କା କରିବା ପାଇଁ ଯୋଜନା ହେଉଛି । ପଡିଆରେ ରାସ୍ତା ନିର୍ମାଣ ଓ ନବନିର୍ମିତ ମାର୍କେଟ୍‌ କମ୍ଲେକ୍ସକୁ ଭାଙ୍ଗିବା ପାଇଁ ପ୍ରଶାସନ ଅଧିକ ଗୁରୁତ୍ୱ ଦେଉଥିବା ଅଭିଯୋଗ ହେଉଛି । ପଡିଆରେ ଫୁଟବଲ ଖେଳ ପାଇଁ ଉଦ୍ଦିଷ୍ଟ ଦର୍ଶକ ଗ୍ୟାଲେରି ନିର୍ମାଣ ପାଇଁ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୧ ବର୍ଷ ପୂର୍ବରୁ ଶିଳାନ୍ୟାସ କରିଛନ୍ତି। ଏଥିପାଇଁ ମ୍ୟୁନିସିପାଲିଟି ୬କୋଟି ୨୮ଲକ୍ଷ ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତୁତ କରିଛି। ଏହି ଗ୍ୟାଲେରି ତଳେ ୪୦ରୁ ଊର୍ଦ୍ଧ୍ୱ ଦୋକାନ ଘର ନିର୍ମାଣ କରାଯିବାର ଯୋଜନା ରହିଛି । ସରକାରଙ୍କ ଅନୁଦାନ ମିଳିଲେ ଖୁବ୍‌ଶୀଘ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଏଭଳି ସ୍ଥିତିରେ ଖେଳ ପଡିଆ ନିଜର ଅସ୍ତିତ୍ୱ ହରାଇବ। ଏ ସମ୍ପର୍କରେ ଜିଲା ଓକିଲ ସଂଘ ସଭାପତି ସର୍ବେଶ୍ୱର ପୁରୋହିତ କୁହନ୍ତି, ୪ ଥାକିଆ ରାସ୍ତା ନିର୍ମାଣକୁ ଆମେ ସ୍ବାଗତ କରୁଛୁ । ହେଲେ ପ୍ରଶାସନ କେତେକ ସରକାରୀ ଜମି ଜବରଦଖଲକାରୀଙ୍କ ସ୍ବାର୍ଥ କଥା ଚିନ୍ତା କରି ପଡିଆ ଭିତରେ ରାସ୍ତା ନିର୍ମାଣ କରିବାକୁ ଉଦ୍ୟମ କରିବା ଦୁର୍ଭାଗ୍ୟଜନକ। ରାସ୍ତାର ଦୁଇପାର୍ଶ୍ୱ ଜମିକୁ ସମାନ ଭାବରେ ଅଧିଗ୍ରହଣ ନ କଲେ ଓ ଖେଳ ପଡିଆକୁ ଅନାବଶ୍ୟକ ଭାବେ ସଙ୍କୁଚିତ କରିବାକୁ ଚେଷ୍ଟା କଲେ ବ୍ୟାପକ ଜନଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ତେବେ ଅତିରିକ୍ତ ଜିଲାପାଳ ଶରତ ଚନ୍ଦ୍ର ପଣ୍ଡା କହିଛନ୍ତି ପ୍ରଶାସନ କାହାରିକୁ ଅନୁକମ୍ପା ଦେଖାଇବାର ପ୍ରଶ୍ନ ଉଠୁନି । ଜବରଦଖଲ ଉଚ୍ଛେଦ କରାଯାଇ ରାସ୍ତା ନିର୍ମାଣ କରାଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

ବିଜେଡିରୁ ପ୍ରାର୍ଥୀ ଦୌଡ଼ରେ ୪ ମହିଳା

ଖୋର୍ଦ୍ଧା,୨୬ା୪(ପ୍ରଭାତ ପାଣିଗ୍ରାହୀ): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଆସନ୍ତା ମେ’୨୫ତାରିଖରେ ଭୁବନେଶ୍ୱର ଲୋକ ସଭା ସଂସଦୀୟ କ୍ଷେତ୍ରରେ ନିର୍ବାଚନ ହେବ।...

୮ ବର୍ଷ ହେଲା ସରୁନି ବିଦ୍ୟୁତ୍‌ ସବ୍‌ଷ୍ଟେଶନ କାର୍ଯ୍ୟ

କୋଣାର୍କ,୨୬।୪(ଜ୍ୟୋତିରାଜ ମହାନ୍ତି): କୋଣାର୍କ ନିକଟସ୍ଥ ସୁତନ ପଞ୍ଚାୟତର ୬ଟି ଗ୍ରାମକୁ ନିରବଛିନ୍ନ ବିଦ୍ୟୁତ୍‌ ଯୋଗାଣ ନିମନ୍ତେ ୨୦୧୬ରେ ଓପିଟିସିଏଲ୍‌ ମାଧ୍ୟମରେ ଆରମ୍ଭ ହୋଇଥିବା ସୁତନ ୩୩...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଚାଷୀ ଦେଉଛନ୍ତି ଜଳକର, ଜମିରେ ମାଡୁନି ପାଣି

ନୂଆଗାଁ,୨୬।୪( ଧନେଶ୍ୱର ସାହୁ): ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବା ପାଇଁ ସରକାର ଅନେକ କୋଟି ଟଙ୍କା ବ୍ୟୟ କରୁଛନ୍ତି। ଜଳସେଚନ ପ୍ରକଳ୍ପ ନିର୍ମାଣ...

ପ୍ରଶାସନିକ ଅବହେଳା, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ

ପଟ୍ଟାମୁଣ୍ଡାଇ, ୨୬ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଅଞ୍ଚଳରେ କାର୍ଯ୍ୟରତ ସରକାରୀ କର୍ମଚାରୀ, ଜନପ୍ରତିନିଧିମାନେ ସାମ୍ବିଧାନିକ ବିଧି ବ୍ୟବସ୍ଥାର ନୀତିନିୟମ ଓ ଆଇନକୁ ଉଲ୍ଲଂଘନ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri