ସଙ୍କଳ୍ପବଦ୍ଧ ହୋଇ କାର୍ଯ୍ୟ କରିବାକୁ ପରାମର୍ଶ

ଅନୁଗୋଳ ଅଫିସ, ୨୮।୯

ଅନୁଗୋଳ ଜିଲାରେ ଜଳସେଚନର ଅନେକ ସମ୍ଭାବନା ରହିଛି। ଏହି ସମ୍ଭାବନାକୁ କାର୍ଯ୍ୟରେ ପରିଣତ କରିବା ପାଇଁ ସମସ୍ତେ ଏକ ଲକ୍ଷ୍ୟ ସ୍ଥିର କରିବା ସହ ସଙ୍କଳ୍ପବଦ୍ଧ ହୋଇ କାମ କରିବାକୁ ରାଜ୍ୟ ଜଳ ସମ୍ପଦ, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ପରାମର୍ଶ ଦେଇଛନ୍ତି। ଜିଲାରେ ଉପଲବ୍ଧ ଥିବା ବ୍ୟବସ୍ଥାକୁ ଠିକ୍‌ ଭାବେ କାର୍ଯ୍ୟକାରୀ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ୫ଟି ଆଧାରରେ ବୈଷୟିକ ଜ୍ଞାନର ଉପଯୋଗ କରି ଜଳସେଚନ ତ୍ୱରାନ୍ବିତ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ଅନୁଗୋଳ ଜିଲାକୁ ଗୁରୁବାରଠାରୁ ୨ ଦିନିଆ ଗସ୍ତରେ ଆସିଥିବା ମନ୍ତ୍ରୀ ଦାସ ଶୁକ୍ରବାର ସକାଳେ ଡେରଜାଙ୍ଗ ମଧ୍ୟମ ଜଳସେଚନ ପ୍ରକଳ୍ପ ବୁଲି ଦେଖିବା ସହ ବନ୍ଧର ଉଚ୍ଚତା ବୃଦ୍ଧି, ସୁରକ୍ଷା, ଜଳଧାରଣର କ୍ଷମତା ଓ ପର୍ଯ୍ୟଟନର ବିକାଶ ଉପରେ ବିଭାଗୀୟ ଯନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ପରେ ସର୍କିଟ ହାଉସଠାରେ ବିଭାଗୀୟ ଅଧିକାରୀଙ୍କୁ ନେଇ ଏକ ସମୀକ୍ଷା ବୈଠକ କରିଥିଲେ। ଏହି ବୈଠକରେ ଢେଙ୍କାନାଳ ଏମ୍‌ପି ମହେଶ ସାହୁ, ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ, ଓଡ଼ିଶା ଗ୍ରାମ୍ୟ ଗୃହ ଓ ଉନ୍ନୟନ ନିଗମର ଅଧ୍ୟକ୍ଷ ମୀନକେତନ ଅମାନ୍ତ, ଅନୁଗୋଳ ବିଧାୟକଙ୍କ ପ୍ରତିନିଧି ଦୁର୍ଗାଚରଣ ପ୍ରଧାନ, ଛେଣ୍ଡିପଦା ବିଧାୟକଙ୍କ ପ୍ରତିନିଧି ଦିନେଶ ପ୍ରଧାନ ପ୍ରମୁଖ ଯୋଗଦେଇ ନିଜ ନିଜ ଅଞ୍ଚଳରେ ସରକାରଙ୍କ ସର୍ବନିମ୍ନ ୩୫ ପ୍ରତିଶତ ଜଳସେଚନ ବ୍ୟବସ୍ଥା ସମ୍ପର୍କରେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏଥିସହ ଦୀର୍ଘଦିନ ଧରି ଅସମ୍ପୂର୍ଣ୍ଣ ଭାବେ ପଡ଼ି ରହିଥିବା ବିଭିନ୍ନ ଜଳସେଚନ ପ୍ରକଳ୍ପ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଦାବି କରିଥିଲେ। ଡେରଜାଙ୍ଗ ମଧ୍ୟମ ଜଳସେଚନ ପ୍ରକଳ୍ପରୁ ବଅଁରପାଳ, ଅନୁଗୋଳ ଓ ତାଳଚେର ବ୍ଲକର ୯୯ ପ୍ରତିଶତ ଜମି ଖରିଫ ଋତୁରେ ଓ ରବି ଋତୁରେ ୭୫ ପ୍ରତିଶତ ଜମି ଜଳସେଚନ ହେଉଛି। ଏହି ପ୍ରକଳ୍ପରୁ ଅନୁଗୋଳ ସହରକୁ ପାନୀୟ ଜଳ ଯୋଗାଣ ହେଉଛି। ଆଉଁଳି ମଧ୍ୟମ ଜଳସେଚନ ପ୍ରକଳ୍ପ ଦ୍ୱାରା ଛେଣ୍ଡିପଦା ବ୍ଲକ ଅଞ୍ଚଳରେ ଖରିଫ ଋତୁରେ ୧୭୪୬ ହେକ୍ଟର ଓ ରବି ଋତୁରେ ୮୦୯ ହେକ୍ଟର ଜଳସେଚନ କରାଯାଉଛି। ଏହି ଦୁଇ ପ୍ରକଳ୍ପରେ ୪ଟି ପାଣି ପଞ୍ଚାୟତ କାର୍ଯ୍ୟ କରୁଛି। ମାନଜୋର ମଧ୍ୟମ ଜଳସେଚନ ପ୍ରକଳ୍ପ ଦ୍ୱାରା ଆଠମଲ୍ଲିକ ବ୍ଲକ ଅଞ୍ଚଳରେ ଖରିଫ ଓ ରବି ଋତୁରେ ଶତ ପ୍ରତିଶତ ଜମି ଜଳସେଚନ କରାଯାଉଛି। ରେଙ୍ଗାଳି ଜଳସେଚନ ପ୍ରକଳ୍ପର ସମଲ ବ୍ୟାରେଜ ଦକ୍ଷିଣ କେନାଲ ଦ୍ୱାରା ୪୦୬ ହେକ୍ଟର ଓ ବାମ କେନାଲ ଦ୍ୱାରା ଅନୁଗୋଳ ସମେତ ଢେଙ୍କାନାଳ, କଟକ, ଯାଜପୁର ଓ କେନ୍ଦୁଝର ଜିଲାର ୧ ଲକ୍ଷ ୧୪ ହଜାର ହେକ୍ଟର ଜମିରେ ଜଳସେଚନ ବ୍ୟବସ୍ଥା କରାଯାଇଛି। ଧଉରାଗୋଠ ଜଳସେଚନ ପ୍ରକଳ୍ପ ଦ୍ୱାରା କିଶୋରନଗର ବ୍ଲକର ୨୨୩୦ ହେକ୍ଟର ଜମି ଜଳସେଚିତ ହେବ। ଏହି ପ୍ରକଳ୍ପ ଦ୍ୱାରା ୧୩୫ ପରିବାର ବିସ୍ଥାପିତ ହେବେ। ଜଙ୍ଗଲ ଜମି ଅନୁମତି ଏ ପର୍ଯ୍ୟନ୍ତ ଆସିନାହିଁ ଓ ୮ଟି ଗଁା ମଧ୍ୟରୁ ୪ଟି ଗଁାରେ ପଲ୍ଲିସଭା ହୋଇଛି ବୋଲି ବୈଠକରେ ଆଲୋଚନା ହୋଇଥିଲା। ଏହାପରେ ମନ୍ତ୍ରୀ ତୁରନ୍ତ ପଲ୍ଲିସଭା କରାଇବାକୁ ନିର୍ଦ୍ଦେଶ ଦେଇଥିଲେ। ପଲ୍ଲିସଭା, ବିସ୍ଥାପିତ କଲୋନୀ ପାଇଁ ଜାଗା ଚିହ୍ନଟ ଓ ସେମାନଙ୍କ ଥଇଥାନ ଉପରେ ମନ୍ତ୍ରୀ ବୈଠକରେ ଗୁରୁତ୍ୱାରୋପ କରିଥିଲେ। ସେହିପରି ବନ୍ତଳା ଅଞ୍ଚଳରେ ପ୍ରସ୍ତାବିତ ହିଡିସିଙ୍ଗ ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ସମ୍ପର୍କରେ ସ୍ଥାନୀୟ ଲୋକପ୍ରତିନିଧି ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ପ୍ରକଳ୍ପ ପାଇଁ ପଲ୍ଲିସଭା ହୋଇସାରିଛି ବୋଲି ମନ୍ତ୍ରୀ କହିଥିଲେ। ବୈଠରେ ନୂଆଖେତାର କାଣିଘାଇ ଓ ରୁକୁଣା ମଧ୍ୟମ ଜଳସେଚନ ପ୍ରକଳ୍ପର କାର୍ଯ୍ୟକ୍ଷମ ଉପରେ ମନ୍ତ୍ରୀ ସମୀକ୍ଷା କରିଥିଲେ। ଶିଳ୍ପ ସଂସ୍ଥାଗୁଡ଼ିକ ସେମାନଙ୍କ କାରଖାନା ପାଇଁ ବ୍ୟବହାର କରୁଥିବା ପାଣି ନିମନ୍ତେ ଷ୍ଟୋରେଜ ବ୍ୟବସ୍ଥା କରିବାକୁ ମନ୍ତ୍ରୀ ନିଦ୍ଦେର୍ଶ ଦେଇଥିଲେ। ଏଥିସହ ପରଙ୍ଗ ମଧ୍ୟମ ଜଳସେଚନ ପ୍ରକଳ୍ପର କାର୍ଯ୍ୟକାରିତା ଓ ଶିଳ୍ପ ସଂସ୍ଥା ଠାରୁ ସଂଗ୍ରହ ହେଉଥିବା ରାଜସ୍ବ ସମ୍ପର୍କରେ ମନ୍ତ୍ରୀ ସମୀକ୍ଷା କରିଥିଲେ। ପ୍ରାରମ୍ଭରେ ଜିଲାପାଳ ମନୋଜ କୁମାର ମହାନ୍ତି ବିଭିନ୍ନ ଜଳସେଚନ ପ୍ରକଳ୍ପ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଏହି ବୈଠକରେ ଅନୁଗୋଳ ବ୍ଲକ ଉପାଧ୍ୟକ୍ଷା ମମତା ପ୍ରଧାନ, ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ସୁକାନ୍ତ କୁମାର ପ୍ରଧାନ, ବ୍ରାହ୍ମଣୀ ଅବବାହିକା ସମଲ ମୁଖ୍ୟଯନ୍ତ୍ରୀ ସୁଶାନ୍ତ କୁମାର ରଥ, ଅନୁଗୋଳ ଜଳସେଚନ ସର୍କଲର ଅଧୀକ୍ଷଣ ଯନ୍ତ୍ରୀ ଦୀପ୍ତି ରଞ୍ଜନ ପଣ୍ଡା, ରେଙ୍ଗାଳି ଜଳସେଚନ ପ୍ରକଳ୍ପର ନିର୍ବାହୀ ଯନ୍ତ୍ରୀ ଅଜିତ କୁମାର ଜେନା, ସମଲ (ହେଡ ଅଫ୍‌ ୱାର୍କସ୍‌) ବିଶ୍ୱମୋହନ ବରାଳ, ଡେରଜାଙ୍ଗ ଜଳସେଚନ ପ୍ରକଳ୍ପର ଉପନିର୍ବାହୀ ଯନ୍ତ୍ରୀ ସୁବ୍ରତ କୁମାର ନାୟକଙ୍କ ସମେତ ବିଭିନ୍ନ ଜଳସେଚନ ପ୍ରକଳ୍ପର କର୍ମକର୍ତ୍ତା ଓ ଜିଲାସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ ପରେ ଡିଜେଲର ପାଳି! ଆରମ୍ଭ ହେବ ବାୟୋ ଡିଜେଲ, ଜାଣନ୍ତୁ କେତେ ପରିମାଣରେ ମିଶିବ…

ନୂଆଦିଲ୍ଲୀ,୨୨।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ (Ethnaol Blending) କୁ ନେଇ ସାରା ଦେଶରେ ବେଶ୍ ହଙ୍ଗାମା ଚାଲିଛି। ଏହି ପେଟ୍ରୋଲ ଯୋଗୁଁ ସେମାନଙ୍କ ଗାଡ଼ି ଖରାପ ହେଉଥିବା…

ସୋନମ ୱାଙ୍ଗଚୁକଙ୍କ ପାଇଁ ନ୍ୟୁୟର୍କଠାରୁ ଆରମ୍ଭ କରି ଲଣ୍ଡନ ପର୍ଯ୍ୟନ୍ତ ପ୍ରଦର୍ଶନ, ଭାରତ ସରକାରଙ୍କୁ କଲେ ବଡ଼ ଅପିଲ୍‌

ନୂଆଦିଲ୍ଲୀ,୨୨।୭: ଆମେରିକାସ୍ଥିତ ଏକ ଅଧିକାର ଗ୍ରୁପର କର୍ମକର୍ତ୍ତାମାନେ ଆମରଣ ଅନଶନ କରୁଥିବା ସୋନମ ୱାଙ୍ଗଚୁକଙ୍କ ପ୍ରତି ଏକଜୁଟତା ଜାହିର କରିବା ପାଇଁ ନ୍ୟୁୟର୍କ ଏବଂ ସାନ ହୋଜେରେ…

ଅଙ୍ଗନଦୀରେ ଭାସିଗଲେ ଗୋପାଳକ, ଅଗ୍ନିଶମ ବିଭାଗ ପକ୍ଷରୁ ଚାଲିଛି ଖୋଜାଖୋଜି

ପଦ୍ମପୁର,୨୨।୭ (ପ୍ରଦୀପ୍ତ ଦାଶ) : ପଦ୍ମପୁର ଉପଖଣ୍ଡ ଜଗଦଳପୁର ଥାନା ଅନ୍ତର୍ଗତ ସମ୍ବଲପୁରୀ ଗ୍ରାମ ନିକଟରେ ଥିବା ଅଙ୍ଗନଦୀରେ ଭାସିଯାଇ ଜଣେ ଗୋପାଳକ ନିଖୋଜ ହୋଇଥିବା ଘଟଣା…

BCCIର ବଡ଼ ଘୋଷଣା: ଏଣିକି ଏମିତି କଲେ ବୋଲରଙ୍କୁ…ନୂଆ ନିୟମ ଜାରି

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୨୦୨୬-୨୭ ଘରୋଇ କ୍ରିକେଟ ସିଜନ ପୂର୍ବରୁ ଖେଳର ନିୟମରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ନୂତନ ନିୟମଗୁଡ଼ିକର ପ୍ରଭାବ…

ଭଟାପଲାକୁ ନୂତନ ଗ୍ରାମ ପଞ୍ଚାୟତ ମାନ୍ୟତା ଦାବି ଜୋରଦାର: ଲିଖିତ ଦାବିପତ୍ର ଦାଖଲ

କର୍ଲାମୁଣ୍ଡା,୨୨।୭(ପ୍ରଦୀପ କୁମାର ସାହୁ):କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଭଟାପଲାକୁ ସୱତନ୍ତ୍ର ଗ୍ରାମ ପଞ୍ଚାୟତର ମାନ୍ୟତା ପ୍ରଦାନ କରିବା ଦାବିରେ ଅଞ୍ଚଳବାସୀଙ୍କ ସୱର ଦିନକୁ ଦିନ ଜୋରଦାର ହେଉଛି। ଦୀର୍ଘଦିନ…

ଆନ୍ଦୋଳନକୁ ନେଇ କଂଗ୍ରେସ କଲା ବଡ଼ ପ୍ଲାନ! ଛାନିଆ ହେଲେ କେନ୍ଦ୍ର ସରକାର, ରାଜନୀତିରେ ଚହଳ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀରେ ନିଟ୍ (NEET) ପେପର୍ ଲିକ୍ ବିରୋଧରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ଏକ ନୂଆ ଜୀବନ ସଞ୍ଚାର କରୁଛି। ଜୁଲାଇ ୨୦ ତାରିଖରେ…

CJPର ଆନ୍ଦୋଳନ ପରେ ସୋସିଆଲ ମିଡିଆରେ ବଡ଼ ଘୋଷଣା କଲେ ଧର୍ମେନ୍ଦ୍ର ପ୍ରଧାନ, ରାହୁଲଙ୍କୁ ନେଇ କହିଲେ…

ନୂଆଦିଲ୍ଲୀ,୨୨।୭: CJP (ସିଜେପି)ର ‘ଚଲୋ ସଂସଦ’ ପ୍ରଦର୍ଶନ ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଥମ ଥର ପାଇଁ ସାର୍ବଜନୀନ ପ୍ରତିକ୍ରିୟା ରଖିଛନ୍ତି। ସେ କଂଗ୍ରେସ ନେତା…

ରାହୁଲ ଗାନ୍ଧୀଙ୍କ ପିଏମ ଆବାସ ସମ୍ମୁଖରେ ଆନ୍ଦୋଳନ ପରେ ପଡିଲା ପ୍ରଭାବ: ସରକାରଙ୍କ ପକ୍ଷରୁ…

ନୂଆଦିଲ୍ଲୀ,୨୨।୭: NEET ପରୀକ୍ଷା ବିବାଦକୁ ନେଇ ବିରୋଧୀଙ୍କ ପ୍ରଦର୍ଶନ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ଭିତରେ ସରକାରଙ୍କ ପକ୍ଷରୁ ଏକ ବଡ଼ ଜବାବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri