ସଙ୍କଟରେ ପଞ୍ଚଭୂତ

ଅଭିମନ୍ୟୁ ଧଳ
ଯାହା କେବେ ମରେ ନାହିଁ, ସେ ଅମୃତ। ଅର୍ଥାତ୍‌ ଅମୃତ କୌଣସି ପରିସ୍ଥିତିରେ ଜୀବନୀଶକ୍ତି ହରାଏ ନାହିଁ। ମାଟି, ପାଣି, ପବନ, ଉତ୍ତାପ, ଖାଦ୍ୟ ଆଦି ଅମୃତ। ଏହାଙ୍କ ଦ୍ୱାରା ଭୂପୃଷ୍ଠରେ ଜୀବଜନ୍ତୁ, ବୃକ୍ଷଲତା, କୀଟପତଙ୍ଗ ଆଦି ବଞ୍ଚିପାରନ୍ତି। ମାଟି ମା’ ତା’ ବକ୍ଷରେ ଶସ୍ୟ ଉପୁଜାଇ ସୁଶୋଭିତ ହେବା ସ୍ଥଳେ ଜଳ ଓ ବାୟୁ ବଞ୍ଚିବା ପାଇଁ ଅତ୍ୟାବଶ୍ୟକ। ଉତ୍ତାପର ଅମାପ ଶକ୍ତି ସମସ୍ତଙ୍କୁ ଜାଗ୍ରତ, ସତେଜ କରେ। ଏମାନଙ୍କ ଆଶୀର୍ବାଦରୁ କୋଟି କୋଟି ବର୍ଷ ହେବ ଧରାପୃଷ୍ଠରେ ଜୀବନ୍ତ ବସ୍ତୁ ତିଷ୍ଠିରହିବା ସଙ୍ଗେ ସଙ୍ଗେ ପରିବେଶ ସୁନ୍ଦର ଦିଶେ, ବୃକ୍ଷଲତାରେ ଫଳ ସଞ୍ଚାର ହୁଏ। ପ୍ରାଣୀଙ୍କର ଖାଦ୍ୟରୂପେ ଏହା ବ୍ୟବହୃତ ହୁଏ। ପ୍ରାକୃତିକ ଉତ୍ତାପ ହେଉ ଅବା କୃତ୍ରିମ ତାହା ଆମ ପାଇଁ ଅମୃତ। ଏହିସବୁ ଅମୃତ ଭଗବାନ ଖଞ୍ଜି ଦେଇଛନ୍ତି ଆମ ବଞ୍ଚିବା ପାଇଁ। ଏଥିରେ ସମସ୍ତଙ୍କର ଅଧିକାର ଅଛି, ପରନ୍ତୁ ଜ୍ଞାନୀ ମଣିଷ ସୁଖ ପାଇଁ ନିଜ ଗୋଡ଼ରେ କୁରାଢ଼ି ମାରିଲା ପରି ଏହି ଅମୃତରେ ବିଷ ମିଶାଇବାରେ ବ୍ୟସ୍ତ। ଏପରି କାର୍ଯ୍ୟ ସମଗ୍ର ଜୀବଜଗତ ଲୋପର କାରଣ ହେଲାଣି।
ନୀତି ଆୟୋଗ ରିପୋର୍ଟ ଅନୁସାରେ ଦେଶ ଭୟଙ୍କର ଜଳସଙ୍କଟ ଦେଇ ଗତିକରୁଛି। ୬୦ କୋଟି ଲୋକଙ୍କ ମଧ୍ୟରେ ପାଣିି ପାଇଁ ହାହାକାର। ବର୍ଷକୁ ଦୁଇଲକ୍ଷ ଲୋକ ଦୂଷିତ ପାଣି ପିଇ ମୃତ୍ୟୁମୁଖରେ ପଡୁଛନ୍ତି। ଏହି କାରଣରୁ ୩.୬ କୋଟି ଲୋକଙ୍କ ସ୍ବାସ୍ଥ୍ୟ ପ୍ରତି ବିପଦ ରହିଛି। ମୁଖ୍ୟତଃ ପାନୀୟ ଜଳରେ ମାତ୍ରାଧିକ ଫ୍ଲୋରାଇଡ, ଆର୍‌ସେନିକ୍‌, ଲୌହ ଓ ଲବଣ ଅଂଶ ରହୁଥିବାରୁ ତାହା ସ୍ବାସ୍ଥ୍ୟ ପାଇଁ ବିପଦ। ପ୍ରଦୂଷଣ ବ୍ୟତୀତ ଜୀବାଣୁଜନିତ ପ୍ରଦୂଷଣ ଯୋଗୁ ପ୍ରତିବର୍ଷ ୩୭.୭ ନିୟୁତ ଭାରତୀୟ ବିଭିନ୍ନ ରୋଗରେ ଆକ୍ରାନ୍ତ ହୁଅନ୍ତି ଏବଂ ୧.୫ ନିୟୁତ ଶିଶୁଙ୍କ ଅକାଳ ମୃତ୍ୟୁ ହୁଏ। ଲାନ୍‌ସେଟ୍‌ କମିଶନ ତରଫରୁ ଅକ୍ଟୋବର ୨୦୧୭ରେ ପ୍ରକାଶିତ ରିପୋର୍ଟ ଅନୁସାରେ ବାୟୁ ଓ ଜଳ ପ୍ରଦୂଷଣ ଜନିତ ରୋଗ ଯୋଗୁ ୨୦୧୫ ମସିହାରେ ସାରା ବିଶ୍ୱରେ ୯ ନିୟୁତ ଲୋକ ମୃତ୍ୟୁବରଣ କରିଥିଲେ। ଏହା ମୋଟ ମୃତ୍ୟୁସଂଖ୍ୟାର ୧୬%। ବାହାର ବାୟୁ ପ୍ରଦୂଷଣ ଯୋଗୁ ୧ ନିୟୁତରୁ ଅଧିକ ଓ ଘରୋଇ ବାୟୁ ପ୍ରଦୂଷଣ ବିଶେଷକରି ରୋଷେଇ ଘରର ଧୂଆଁ ଯୋଗୁ ୧ ନିୟୁତରୁ କମ୍‌ ଲୋକଙ୍କ ମୃତ୍ୟୁ ହୋଇଥିଲା। ଜୀବାଶ୍ମ ଇନ୍ଧନର ବ୍ୟବହାର, ପରିବହନ, କଳକାରଖାନା, କୃଷିଭିତ୍ତିକ କାର୍ଯ୍ୟ, ଯେପରିକି କୀଟନାଶକ ଓ ରାସାୟନିକ ସାର ପ୍ରୟୋଗ ଏବଂ ଆବର୍ଜନା ସ୍ତୂପ ଆଦିରୁ ବାହାରୁଥିବା ଦୂଷିତ ଗ୍ୟାସ୍‌ ବାୟୁ ପ୍ରଦୂଷଣର ମୁଖ୍ୟ କାରଣ।
କୃଷି କ୍ଷେତ୍ରରେ ବ୍ୟବହୃତ ହେଉଥିବା ବିଷ ସାଧାରଣତଃ ଆମ ପାଟି, ଆଖି ଓ ଚର୍ମ ବାଟେ ଦେହକୁ ପ୍ରବେଶ କରିଥାଏ। ଗବେଷଣାରୁ ୫୧ ପ୍ରତିଶତ ଖାଦ୍ୟରେ ବିଷ ମିଶିଥିବାର ପ୍ରମାଣ ମିଳିଛି। ଏହି ବିଷ ଆମ ଶରୀର ଓ ପରିବେଶ ପାଇଁ ଭୟଙ୍କର କ୍ଷତିକାରକ। କୃଷିକ୍ଷେତ୍ରରେ ବ୍ୟାପକ ବିଷର ବ୍ୟବହାର ଯୋଗୁ ପଞ୍ଜାବ ଆଜି ଆମ ଦେଶରେ କ୍ୟାନ୍‌ସର କ୍ୟାପିଟାଲରେ ପରିଣତ ହୋଇଛି। ଅମୃତ ଫଳପ୍ରସୂ ମାଟି ଆଜି ବିଷ ଜର୍ଜରିତ। ପନିପରିବାଠାରୁ ଆରମ୍ଭକରି ସମସ୍ତ ଶସ୍ୟରେ ବିଷର ପ୍ରକୋପ। ଯେଉଁ ମାଟି ମା’ ଦିନେ ଜୈବିକ ଗୁଣରେ ଭରପୂର ଥିଲା, ତାହା ଆଉ ଦେଖିବାକୁ ମିଳୁନାହିଁ। ବିଷ ପ୍ରୟୋଗ ଯୋଗୁ ଉପକାରୀ କୀଟଙ୍କ ମୃତ୍ୟୁ ହେବାରୁ ସମୟକ୍ରମେ ଅଧିକରୁ ଅଧିକ ବିଷ ପ୍ରୟୋଗ କରିବାକୁ ପଡୁଛି। ଅନ୍ୟପଟରେ ଜମିର ଉର୍ବରତା କମି କମି ଆସିଲାଣି ଅଧିକରୁ ଅଧିକ ରାସାୟନିକ ସାର ପ୍ରୟୋଗ ଯୋଗୁ। ଅମୃତ ସନ୍ଧାନୀ ମଣିଷ ଆଜି ବିଷ ବଳୟରେ ଛଟପଟ ହେଉଛି। ପଶୁପକ୍ଷୀ ମଧ୍ୟ ଏଥିରୁ ବାଦ୍‌ ପଡୁନାହାନ୍ତି। ବିଶ୍ୱତାପନ ବଢୁଥିବାରୁ ବରଫପାତ ବି ବଢୁଛି। ବୈଜ୍ଞାନିକମାନଙ୍କ ମତରେ ମେରୁଝଡ଼ ହେତୁ ପ୍ରବଳ ଥଣ୍ଡା ଏବଂ ବରଫପାତ ସ୍ଥିତି ଉପୁଜୁଛି। ବିଶ୍ୱତାପନ ହିଁ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ତାପମାତ୍ରା ବଢୁଥିବାରୁ ବାଷ୍ପୀକରଣ ବଢ଼ିବାରେ ଲାଗିଛି। ଏହାଦ୍ୱାରା ବର୍ଷା ଏବଂ ବରଫପାତ ମଧ୍ୟ ବୃଦ୍ଧିପାଉଛି ବୋଲି ଏନ୍‌ଓଏଏ ପକ୍ଷରୁ କୁହାଯାଉଛି। ବିଶ୍ୱତାପନ ଯୋଗୁ ଅତ୍ୟଧିକ ଗ୍ରୀଷ୍ମ ଓ ଅତ୍ୟଧିକ ଥଣ୍ଡା ହେଉଛି ବୋଲି ସେମାନଙ୍କର ମତ। ବିଶ୍ୱତାପନ ହିଁ ବରଫ ଝଡ଼ ବୃଦ୍ଧି ପାଇବାର ମୁଖ୍ୟ କାରଣ।
ଏକପକ୍ଷରେ ବିକାଶ ଓ ଶିଳ୍ପାୟନ ନାମରେ ଅବିଚାରିତ ପରିବେଶ ଧ୍ୱଂସ, ପ୍ରାକୃତିକ ସମ୍ପଦର ମାତ୍ରାଧିକ ଉପଯୋଗ, ଅନ୍ୟପକ୍ଷରେ ଶିଳ୍ପାୟନ ଓ ଅର୍ଥନୈତିକ ଅଭିବୃଦ୍ଧିର ସ୍ବାଭାବିକ ପାର୍ଶ୍ୱ ପ୍ରତିକ୍ରିୟା ସ୍ବରୂପ ପ୍ରଦୂଷଣ, ପରିବେଶର ଭାରସାମ୍ୟକୁ ଦୋହଲାଇ ଦେଇ ଘୋର ସଙ୍କଟ ମଧ୍ୟକୁ ଟାଣିନେଉଛି। ଏହାର ଠିକ୍‌ ମୁକାବିଲା ହୋଇ ପାରୁନାହିଁ। ଭଗବାନ ଜୀବଜଗତ ପାଇଁ ଯେଉଁ ଅମୃତ ରଖିଛନ୍ତି ଅପରିଣାମଦର୍ଶୀ ମଣିଷ ତାକୁ ସଙ୍କଟ ମଧ୍ୟକୁ ଟାଣିନେଉଛି। ସୁତରାଂ ଏହି ଅମୃତର ସୁରକ୍ଷା ଆଜି ସମସ୍ତଙ୍କ ପାଇଁ ବିରାଟ ଆହ୍ବାନ ହୋଇଛି।
ଓସଂଗରା, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା, ମୋ-୯୮୬୧୦୪୮୦୫୨


Enter your email to get our daily news in your inbox.

All Right Reserved By Dharitri.Com

ମୁଁ କବି ହେବି

ବନ୍ଧୁ ହାରାଧନ ବାବୁ କହିଲେ- ମୋତେ କେତୋଟି ପତ୍ରିକାର ଠିକଣା ଦିଅ। ମୁଁ ମୋ କବିତା ପଠାଇବି। କେଉଁ ପତ୍ରିକା? ମୁଁ ପଚାରିଲି। ସେ କହିଲେ- ଯେଉଁ…

ଡେଥ୍‌ ଟେକ୍‌-ମୃତ୍ୟୁର ବଜାରୀକରଣ

କିଛିଦିନ ତଳେ ଗୋଟିଏ ବିବାହ ସମାରୋହର ଭିଡିଓ ସୋସିଆଲ ମିଡିଆରେ ବହୁଳ ଭାବେ ପ୍ରସାରିତ ହୋଇଥିଲା। ଭିଡିଓଟି ଭାଇରାଲ ହେବାର ମୁଖ୍ୟ କାରଣ ଥିଲା ଯେ ଏଥିରେ…

ନିୟମ ମାନିବାକୁ ପଛଘୁଞ୍ଚା

ସରକାରମାନେ ଆଇନର ଶାସନ ବିଷୟରେ କହୁଥିଲେ ମଧ୍ୟ ନିଜେ ତାହାକୁ ମାନିବାକୁ ପଛଘୁଞ୍ଚା ଦେଇଥାନ୍ତି। ଖାଦ୍ୟ ମନ୍ତ୍ରଣାଳୟ ଦ୍ୱାରା ଏଫ୍‌ସିଆଇର ଜଣେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ନିଲମ୍ବନ ଆଦେଶକୁ…

ଏଇ ଭାରତରେ

ନର୍ସ ଭାବେ ଦୀର୍ଘ ୪୦ବର୍ଷ ଧରି ସାଇକେଲରେ ଉତ୍ତର ପଶ୍ଚିମବଙ୍ଗର ଚା’ବଗିଚା ଅଞ୍ଚଳକୁ ଯାଇ ଆଦିବାସୀଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବା ସହ ସେଠାରେ ଅନେକ କିଛି ପରିବର୍ତ୍ତନ ଆଣିବାରେ…

କାହିଁକି ଏ ନୈରାଶ୍ୟବୋଧ

କାର୍ଯ୍ୟ ପଛରେ ନିହିତ ଥାଏ କାରଣଟିଏ। ମଣିଷ ଏହି କାରଣଟି ପାଇଁ ଧାଉଁଥାଏ କାର୍ଯ୍ୟ ପଛରେ। ଲକ୍ଷ୍ୟ ଥାଏ ସଫଳତା ପାଇଁ। ତେବେ ମଣିଷ କେବେକେବେ ସଫଳତାକୁ…

ଭାସୁକୁଟି

ସକାଳ ହେଲେ ଯେପରି କୁଆକୋଇଲି ରାବଦେଇ ଡାକନ୍ତି, ସେପରି ଭାସୁକୁଟି ମଧ୍ୟ ଆରମ୍ଭ ହୁଏ ଗାଁରେ। ନଦୀ, ପୋଖରୀ ନିକଟରେ ଅବା ପାଇପ ମୂଳରେ ପାଣି ଭରୁଥିବା…

ଇରାନ୍‌ ଯୁଦ୍ଧ ଓ ବିଶ୍ୱ ଅର୍ଥବ୍ୟବସ୍ଥା

ଇରାନ୍‌ ଉପରେ ଆମେରିକା-ଇସ୍ରାଏଲ୍‌ର ବାରମ୍ବାର ଆକ୍ରମଣ ଆର୍ଥିକ ବଜାର ଏବଂ ଅର୍ଥନୈତିକ କାର୍ଯ୍ୟକଳାପ ମଧ୍ୟରେ ଅଧିକ ଅସମାନତାକୁ ସ୍ପଷ୍ଟ କରିଛି। ଏଭଳି ସଙ୍କଟ ବିଶ୍ୱ ଅର୍ଥବ୍ୟବସ୍ଥାକୁ କିପରି…

ତାମିଲ ରାମାୟଣ

କମ୍ୱରାମାୟଣମ୍‌ (କମ୍ୱ ରାମାୟଣ) ତାମିଲ ସାହିତ୍ୟର ସବୁଠାରୁ ପ୍ରସିଦ୍ଧ ରଚନାଗୁଡ଼ିକ ମଧ୍ୟରୁ ଅନ୍ୟତମ। ନବମ ଶତାବ୍ଦୀ ପାଖାପାଖିରେ ଚୋଳ ରାଜାମାନଙ୍କ ସମୟରେ ତାମିଲନାଡୁର କବି କମ୍ୱନ ଏହାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri