ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ରସଗୋଲା

ଛପନ ଭୋଗ

ବିଭିନ୍ନ ପ୍ରକାର ମିଠା ବିଶେଷକରି ବଙ୍ଗଳା ମିଠା ପାଇଁ ପ୍ରସିଦ୍ଧି ଲାଭ କରିଥିବା ଜୟଦେବ ବିହାର ଛକସ୍ଥିତ ଛପନ ଭୋଗ ସୁଇଟ୍ସ ବିଭିନ୍ନ ଫ୍ଲେଭରର ରସଗୋଲା ପାଇଁ ପ୍ରସିଦ୍ଧ। ଏଠାକାର ରସଗୋଲା ହାତକୁ ଯେତେ ନରମ ପାଟିକୁ ସେତିକି ସ୍ବାଦିଷ୍ଟ ମଧ୍ୟ। ମ୍ୟାଙ୍ଗୋ, ପାଇନ୍‌ଆପଲ ଓ ଗୁଡ ରସଗୋଲା ମୁଖ୍ୟତଃ ଏଠାରେ ଏହା ଲୋକପ୍ରିୟ ହୋଇଥିବା ବେଳେ ବେକ୍‌ଡ ରସଗୋଲା ମଧ୍ୟ ଏହାର ଆଉ ଏକ ସ୍ବତନ୍ତ୍ର ପ୍ରସ୍ତୁତି। ୧୦ଟଙ୍କାରୁ ଆରମ୍ଭ ହୋଇ ୧୨ଟଙ୍କା ଏବଂ ୨୦ଟଙ୍କା ଦାମ୍‌ ରହିଥାଏ। ସେହିଭଳି ମଧୁମେହ ରୋଗୀଙ୍କ ପାଇଁ ସ୍ବତନ୍ତ୍ର ସୁଗାର ଫ୍ରି ରସଗୋଲା ମଧ୍ୟ ମିଳେ।

 

ନିମାପଡା ସୁଇଟ୍ସ

ରସଗୋଲା ପାଇଁ ଭୁବନେଶ୍ୱରରେ ପ୍ରସିଦ୍ଧି ଲାଭ କରିଥିବା ଦୋକାନ ମଧ୍ୟରୁ ବାପୁଜୀ ନଗରର ନିମାପଡା ସୁଇଟ୍ସ ଅନ୍ୟତମ। ଗତ ୧୫ବର୍ଷ ଧରି ଭୁବନେଶ୍ୱରରେ ମିଠା ବ୍ୟବସାୟ କରିଆସୁଥିବା ଏହି ଦୋକାନରେ ମୁଖ୍ୟତଃ ଛୋଟ ବଡ ୫ ପ୍ରକାରର ରସଗୋଲା ମିଳେ। ଉଭୟ ନାଲି ଓ ଧଳା ରସଗୋଲା ପାଇଁ ଏହା ପ୍ରସିଦ୍ଧ। ଲୋକଙ୍କ ଚାହିଦା ଅନୁଯାୟୀ ଏଠାରେ ସୁଗାର ଫ୍ରି ରସଗୋଲା ମଧ୍ୟ ପ୍ରସ୍ତୁତ ହୋଇଥାଏ।

 

ବିଶୋଇ ରସଗୋଲା ଦୋକାନ

ପୁରୁଣା ଭୁବନେଶ୍ୱରରେ ଦୀର୍ଘ ୮୦ବର୍ଷ ହେଲା ମିଠା ବ୍ୟବସାୟ କରିଆସୁଥିବା ବିଶୋଇ ମିଠା ଦୋକାନ କଥା କହିଲେ ସମସ୍ତେ ଜାଣନ୍ତି। ଦୋକାନ ମାଲିକ ରବୀନ୍ଦ୍ର ବିଶୋଇଙ୍କ ଜେଜେବାପାଙ୍କ ଅମଳରୁ ଏହି ଦୋକାନ ଚାଲିଆସିଛି। ମୁଖ୍ୟତଃ ୪ ପ୍ରକାରର ରସଗୋଲା ଏଠାରେ ମିଳୁଥିବା ବେଳେ କମଳା ଫ୍ଲେଭର ରସଗୋଲାର ଚାହିଦା ଅଧିକ। ସେହିଭଳି କାଜୁ, କିସ୍‌ମିସ୍‌ ରସଗୋଲା ଏବଂ ଖୁଆଦିଆ ରସଗୋଲା ସହ ଏଠାକାର ସାଦା ରସଗୋଲା ମଧ୍ୟ ବେଶ୍‌ ସୁସ୍ବାଦୁ, ଯାହାର ଦାମ୍‌ ୫ ଟଙ୍କା, ୧୦ ଟଙ୍କା ଓ ୨୦ ଟଙ୍କା ରହିଥାଏ।

 

ଶ୍ରୀୟା ଟକିଜ୍‌ ଛକ ଠେଲାଗାଡି ଦୋକାନ

ଦୀର୍ଘ ୩୭ବର୍ଷ ହେଲା ଶ୍ରୀୟା ଟକିଜ୍‌ ଛକ ନିକଟରେ ଏକ ଛୋଟ ଠେଲାଗାଡିରେ ଚାଲିଛି ରସଗୋଲା ବ୍ୟବସାୟ। ପ୍ରଥମେ ବାପା ଛବି ବେହେରା ରସଗୋଲା ବିକ୍ରିରୁ ବେପାର ଆରମ୍ଭ କରିଥିବା ବେଳେ ଏବେ ତାଙ୍କ ପୁଅ ହାପି ବ୍ୟବସାୟକୁ ଆଗକୁ ନେଇଛନ୍ତି। ତେବେ ଅନ୍ୟ ଦୋକାନ ଅପେକ୍ଷା ଏଠାକାର ରସଗୋଲା ଦେଖିବାକୁ ଯେପରି ଆକର୍ଷଣୀୟ ଓ ଭିନ୍ନ, ଦାମ୍‌ ମଧ୍ୟ ସେମିତି ପକେଟ୍‌କୁ ସୁହାଇଲା ଭଳି। ମାତ୍ର ୨.୫ ଟଙ୍କା ଓ ୫ ଟଙ୍କାରେ ଏଠାରେ ଜଣେ ସୁସ୍ବାଦୁ ରସଗୋଲା ପାଇପାରିବ।

 

ବିକଳାନନ୍ଦ କର ରସଗୋଲା

ବିକଳାନନ୍ଦ କର ରସଗୋଲା କଥା ବା କିଏ ନ ଜାଣେ। ଓଡ଼ିଶା ଓ ଓଡ଼ିଶା ବାହାରେ ରହିଛି ଏହି ରସଗୋଲାର ପ୍ରସିଦ୍ଧି। ବନ୍ଧୁ, ପରିଜନଙ୍କ ପାଖକୁ ସୁଦୂର ଆମେରିକା ହେଉକି ଲଣ୍ଡନ ଯଦି ରସଗୋଲା ପଠେଇବାର ଥାଏ ତାହେଲେ ଖୋଜାହୁଏ ବିକଳାନନ୍ଦ କର ଦୋକାନ। ଶହୀଦନଗର, ସିଆର୍‌ପି, ରବି ଟକିଜ୍‌ରେ ଏହାର ଆଉଟ୍‌ଲେଟ୍‌ ରହିଥିବା ବେଳେ ଏହାର ବ୍ରାଉନ୍‌ ତଥା ନାଲି ରସଗୋଲା ବେଶି ପ୍ରସିଦ୍ଧ। ବିନା କୌଣସି ରସାୟନର ମିଶ୍ରଣରେ ପ୍ରସ୍ତୁତ ଏଠାକାର ରସଗୋଲାର ଦାମ୍‌ ୧୨ଟଙ୍କାରୁ ଆରମ୍ଭ କରି ୬୦ଟଙ୍କା ପର୍ଯ୍ୟନ୍ତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚିକିତ୍ସା ସହିତ ମେଡିକାଲ ପାଠ୍ୟକ୍ରମ ପାଇଁ ଓଡ଼ିଶାରେ ରହିଛି ଏହି Top 10 Government Medical Colleges

ବର୍ତ୍ତମାନ ଚିକିତ୍ସା ସେବା ପାଇଁ ଓଡ଼ିଶାବାସୀଙ୍କୁ ଆଉ ବିଶେଷ କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଡୁନାହିଁ। ପ୍ରାୟ ପ୍ରତି ବଡ଼ ବଡ଼ ସହର ବ୍ୟତୀତ ଲୋକଙ୍କ ନିକଟରେ…

Top 5 Magnificent handloom sarees of Odisa: ରାଜ୍ୟ ସହ ରାଜ୍ୟ ବାହାରେ ବେଶ ଆଦୃତ ଓଡ଼ିଶାର ଏହି ହସ୍ତତନ୍ତ ଶାଢୀ

ଓଡ଼ିଶା ଏହାର ସମୃଦ୍ଧ ଏବଂ ବିବିଧ ସଂସ୍କୃତି, ଐତିହ୍ୟ ଏବଂ କଳା ପାଇଁ ବେଶ ଜଣାଶୁଣା। ଓଡ଼ିଶାର ସଂସ୍କୃତିର ସବୁଠାରୁ ପ୍ରମୁଖ ଦିଗ ହେଉଛି ଏହାର ହସ୍ତତନ୍ତ…

Top 5 Evergreen Odia Film Songs: ଶୁଣିଲେ ଆଜି ବି ହେବେ ଗୁଣୁଗୁଣୁ, ଜାଣନ୍ତୁ…

୧୯୬୩ରୁ ଆରମ୍ଭ ହୋଇଛି ଓଡ଼ିଆ ସିନେମା ନିର୍ମାଣର ଧାରା, ଯେଉଁ ଧାରାକୁ ଅଧିକ ଲୋକପ୍ରିୟ କରାଇଛି ଏହାର ଗୀତ। କିଏ ସିନେମା ଦେଖନ୍ତୁ କିମ୍ବା ନ ଦେଖନ୍ତୁ,…

Top 5 agricultural scientists of Odisha: କୃଷି କ୍ଷେତ୍ରରେ ଓଡ଼ିଶାର ୫ ବୈଜ୍ଞାନିକଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ

ଓଡ଼ିଶା ଭାରତର ପୂର୍ବ ଉପକୂଳରେ ଅବସ୍ଥିତ। ଏହା ଏମିତି ଏକ ରାଜ୍ୟ, ଯାହାର ନିଜର ଭୌଗୋଳିକ ସ୍ଥିତି ଓ କୃଷି ଉପରେ ଅଧିକ ନିର୍ଭରଶୀଳ। ଓଡ଼ିଶାରେ କୃଷି…

Top 5 Odishi Dancers in Odisha: ଓଡ଼ିଶୀ ନୃତ୍ୟକୁ ପ୍ରଚାର ପ୍ରସାର କରିବାରେ ୫ ନୃତ୍ୟଶିଳ୍ପୀଙ୍କ ମହତ୍ତ୍ୱପୂର୍ଣ୍ଣ ଭୂମିକା

ଓଡ଼ିଶୀ ନୃତ୍ୟକୁ  ପ୍ରଚାର ପ୍ରସାର କରିବାରେ ଅନେକ ଓଡ଼ିଶୀ ନୃତ୍ୟଶିଳ୍ପୀଙ୍କ ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ମାତ୍ର ଏମାନଙ୍କ ମଧ୍ୟରୁ ୫ ଶ୍ରେଷ୍ଠ ଓଡ଼ିଶୀ ନୃତ୍ୟଶିଳ୍ପୀ (Top 5…

Top 5 Cyclone In Odisha: ଓଡ଼ିଶାବାସୀଙ୍କୁ ଥରାଇ ଦେଇଥିଲା ଏହି ୫ ବାତ୍ୟା,ଆଜି ବି ମନେପଡ଼େ ସେହି କରାଳ ରୂପ…

ଓଡ଼ିଶା ଭାରତର ପୂର୍ବ ଉପକୂଳରେ ଅବସ୍ଥିତ। ଫଳରେ ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟାର ପ୍ରଭାବରେ ବାରମ୍ବାର କ୍ଷତିଗ୍ରସ୍ତ ହୋଇଛି। ଓଡ଼ିଶା ଇତିହାସରେ ଅନେକ ବାତ୍ୟା ଭୟଙ୍କର କ୍ଷୟକ୍ଷତି ଘଟାଇଛି।…

Top 5 temples in Western Odisha: ପଶ୍ଚିମ ଓଡ଼ିଶାର ଟପ୍‌-୫ ମନ୍ଦିର

ପଶ୍ଚିମ ଓଡ଼ିଶାରେ ଅନେକ ଐତିହାସିକ ଓ ଧାର୍ମିକ ମନ୍ଦିର ରହିଛି, ଯାହା ସାଂସ୍କୃତିକ ଓ ସ୍ଥାପତ୍ୟ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ମନ୍ଦିରଗୁଡ଼ିକରେ ଶୈବ, ବୈଷ୍ଣବ ଓ…

Top 5 Cricketer Of Odisha: ଅନ୍ତର୍ଜାତୀୟ କ୍ରିକେଟରେ ଓଡ଼ିଶାରୁ ପ୍ରତିନିଧିତ୍ୱ କରିଥିଲେ ଏହି ଟପ୍‌-୫ କ୍ରିକେଟର୍‌: ଜାଣନ୍ତୁ କିଏ କିଏ

ଅନ୍ତର୍ଜାତୀୟ କ୍ରିକେଟରେ ଓଡ଼ିଶାରୁ ଖୁବ୍‌ କମ୍‌ ଖେଳାଳି ନାଁ କରିଛନ୍ତି। କିଛି ହାତ ଗଣତି କ୍ରିକେଟର୍‌ ଅନ୍ତର୍ଜାତୀୟ ସ୍ତରରେ ଭଲ ଖେଳିଛନ୍ତି। ଆମେ ସେହି ଖେଳାଳିଙ୍କୁ ବିଷୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri