ଶ୍ରୀଲିଙ୍ଗରାଜଙ୍କ ଜମିରେ ବେଆଇନ ନିର୍ମାଣ

ପୁରୁଣା ଭୁବନେଶ୍ୱର,୧୦।୨(ଡି.ଏନ.ଏ.): ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱ ସୌନ୍ଦର୍ଯ୍ୟକରଣ ଓ ବିକାଶ ନେଇ ମୁଖ୍ୟମନ୍ତ୍ରୀଙ୍କ ବିରାଟ ଯୋଜନା କାର୍ଯ୍ୟ କରିବାକୁ ସମସ୍ତ ବିଭାଗ ମିଳିତ ଭାବେ କାମ କରୁଛନ୍ତି। ହେଲେ କେତେଜଣ ଜବରଦଖଲକାରୀ, ଅବୈଧ ନିର୍ମାଣକାରୀଙ୍କ ଯୋଗୁ ଅଧିକାରୀଙ୍କ ପାରିବା ପଣିଆ ପଦାରେ ପଡିଛି। କିଛିଦିନ ମଧ୍ୟରେ ସବୁକିଛି ବଦଳି ଯିବା ପରି ମନେହୁଏ। ପୂର୍ବରୁ ଶ୍ରୀଲିଙ୍ଗରାଜ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ କେତେକ ସ୍ଥାନରେ ନିର୍ମାଣ ଉପରେ ରୋକ ଲଗାଇ ପୋଲିସ ସହଯୋଗରେ ଏହା ଶ୍ରୀଲିଙ୍ଗରାଜଙ୍କ ସମ୍ପତ୍ତି ବୋଲି ବୋର୍ଡ ଲଗାଇଥିଲେ। ମାତ୍ର ଅଧିକାରୀ ସବୁ ବିଭିନ୍ନ ମାପ ଚୁପ ଓ ସର୍ଭେ କାର୍ଯ୍ୟରେ ବ୍ୟସ୍ତ ରହୁଥିବାରୁ ଅବୈଧ ନିର୍ମାଣକାରୀ ସକ୍ରିୟ ହୋଇ ଉଠିଛନ୍ତି । କାର୍ଯ୍ୟନିର୍ବାହୀ ଅଧିକାରୀ ରାଜାରାଣୀ ମୌଜାର ଖାତା ନଂ. ୬୦୪/୨୪୯ ର ପ୍ଲଟ ନଂ. ୮୬୯ ଓ ୮୭୦ ଉପରେ ଅବୈଧ ନିର୍ମାଣ ବନ୍ଦ କରାଇବା ସଙ୍ଗେ ସଙ୍ଗେ ଏଠାରେ ନୋଟିସ ମାରିଥିଲେ। ବର୍ତ୍ତମାନ ନୂତନ ଭାବେ ଓଏଏସ୍‌ ଅଧିକାରୀ ପ୍ରସନ୍ନ କୁମାର ଦାସ ମୁଖ୍ୟ କାର୍ଯ୍ୟନିର୍ବାହୀ ଭାବେ ଯୋଗଦେବା ପରେ ହଠାତ୍‌ ବିଭିନ୍ନ ଜବରଦଖଲକାରୀ ଓ ବିଲଡର ପୂର୍ବପରି ଅବୈଧ ନିର୍ମାଣ ଆରମ୍ଭ କରି ଦେଇଛନ୍ତି। ଏଣୁ କେବଳ ବୋର୍ଡ ମାରିବା ବ୍ୟତୀତ ଏସବୁ ଅବୈଧ ଦଖଲ ଜମିକୁ ବିଦ୍ୟୁତ୍‌, ପାଣି, ରାସ୍ତା ଭଳି ମୌଳିକ ସୁବିଧା ଦିଆ ନ ଗଲେ ଜବରଦଖଲ ହେବନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହେଉଛି। ଏଣୁ ନୂତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏକାମ୍ର ବିକାଶ କାର୍ଯ୍ୟରେ ସରକାରଙ୍କୁ ସହଯୋଗ କରିବା ସଙ୍ଗେ ସଙ୍ଗେ ଠାକୁରଙ୍କ ସମ୍ପତ୍ତି ରକ୍ଷଣା ବେକ୍ଷଣ ପ୍ରତି ଦୃଷ୍ଟି ଦେବାକୁ ମତପ୍ରକାଶ ପାଇଛି। ଏ ନେଇ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପ୍ତ କୁମାର ସାହୁଙ୍କୁ ପଚାରିବାରେ ଅଭିଯୋଗ ପରେ ଅବୈଧ ନିର୍ମାଣ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଷେତ ବଞ୍ଚାଅ ଅଭିଯାନ: ଜୈବିକ କୃଷିକୁ ପ୍ରୋତ୍ସାହନ ମୁଖ୍ୟ ଲକ୍ଷ୍ୟ

କେସିଙ୍ଗା, ୨୭।୧୦ (ତୁମେଶ୍ୱର ସାହୁ): ଚାଷଜମିର ସୁରକ୍ଷା, ମୃତ୍ତିକାର ସ୍ବାସ୍ଥ୍ୟ ବଜାୟ ରଖିବା ଏବଂ ଜୈବିକ ଓ ପ୍ରାକୃତିକ କୃଷି ପଦ୍ଧତିକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ କଳାହାଣ୍ଡି…

‘ଅର୍ଣ୍ଣବ’ର ମୁକାବିଲା ପାଇଁ ପ୍ରସ୍ତୁତ ରାମନାଗୁଡ଼ା ବ୍ଲକ ପ୍ରଶାସନ: ୧୪ ଆଶ୍ରୟସ୍ଥଳୀ ପ୍ରସ୍ତୁତ

ଗୁଣପୁର, ୨୭।୧୦(ସୁଜାତା ପାଢ଼ୀ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ମୁକାବିଲା ଏବଂ ଜିଲାରେ ସ୍ଥିତି ନିୟନ୍ତ୍ରଣ ପାଇଁ ଓଡ଼ିଶା ସରକାରଙ୍କ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ…

ପୁଣି ମା’ ହେବେ ଅନୁଷ୍କା! ଭିଡିଓ ଭାଇରାଲ ପରେ ବଢିଲା…

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ପୁଣିଥରେ ମା’ ହେବେ ବୋଲି ଗୁଜବ ଉଠିଛି। ଭାରତୀୟ କ୍ରିକେଟର୍‌ ତଥା ତାଙ୍କ ସ୍ବାମୀ ବିରାଟ କୋହଲିଙ୍କ ସହ ମୁମ୍ବାଇରେ ନଜର…

ଟି-୨୦ ନୂଆ ଇତିହାସ ଲେଖିଲା ଭାରତ: ଭାଙ୍ଗିଲା ଅନେକ ରେକର୍ଡ

ଓ୍ବେଲିଂଟନ୍‌,୨୭।୧୦: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଦଳର ଓପନର୍‌ ଅଭିଷେକ ଶର୍ମା ଓ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ ଅନେକ…

ଉଗ୍ର ହେଲାଣି ଅର୍ଣ୍ଣବ: ଭୁବନେଶ୍ୱର-ପୁରୀରେ ୧୦୦ ଛୁଇଁବ ପବନ! ଆଜି ରାତିରେ…

ଭୁବନେଶ୍ୱର,୨୭।୧୦: ସମୁଦ୍ରରେ ବଳ ଗୋଟାଉଛି ବାତ୍ୟା ଅର୍ଣ୍ଣବ। ଦ୍ରୁତ ଗତିରେ ଉପକୂଳ ଆଡ଼କୁ ମାଡ଼ି ଆସୁଛି। ଅତିଭୀଷଣ ବାତ୍ୟା ରୂପ ନେଇ ମାଡ଼ି ଆସୁଛି ଅର୍ଣ୍ଣବ ।…

ଅଭିଷେକ ଶର୍ମାଙ୍କ ରେକର୍ଡ ବର୍ଷା: କୋହଲିଙ୍କୁ ପକାଇଲେ ପଛରେ, ମାତ୍ର ୩୫ ବଲ୍‌ରେ କଲେ କମାଲ୍‌

ଓ୍ବେଲିଂଟନ୍‌,୨୭।୧୦:ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୱେଲିଂଟନ୍‌ରେ ଖେଳାଯାଉଥିବା ତୃତୀୟ ଟି-୨୦ ମ୍ୟାଚ୍‌ରେ ଅଭିଷେକ ଶର୍ମାଙ୍କ ବ୍ୟାଟ୍‌ରୁ ରନ ବର୍ଷା ହୋଇଛି। ନ୍ୟୁଜିଲାଣ୍ଡ ଭାରତ ସମ୍ମୁଖରେ ୧୯୯ ରନ୍‌ର…

ଅଭିଷେକ-ବୈଭବଙ୍କ ଝଡ଼ରେ ଧରାଶୟୀ ନ୍ୟୁଜିଲାଣ୍ଡ: ଭାରତର ଧମାକାଦାର ବିଜୟ

ୱେଲିଂଟନ୍‌,୨୭।୧୦: ୱେଲିଂଟନ୍‌ରେ ନ୍ୟୁଜିଲାଣ୍ଡର ୱେଲିଂଟନ୍‌ରେ ଭାରତୀୟ ବ୍ୟାଟରଙ୍କ ଧମାକାଦାର ପ୍ରଦର୍ଶନ ଦେଖିବାକୁ ମିଳିଛି। ତୃତୀୟ ଟି-୨୦ ମ୍ୟାଚ୍‌ରେ ଅଭିଷେକ ଶର୍ମା ଓ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ…

Featured Video Play Icon

ବିଶେଷଜ୍ଞଙ୍କ ଭୟଙ୍କର ଆକଳନ! ଆଜି ମଧ୍ୟରାତ୍ରିରେ…

ଭୁବନେଶ୍ୱର,୨୭।୧୦: ସମୁଦ୍ରରେ ବଳ ଗୋଟାଉଛି ବାତ୍ୟା ଅର୍ଣ୍ଣବ। ୬ ଘଣ୍ଟା ହେଲା ଘଣ୍ଟା ପ୍ରତି ୨୨ କିମି ବେଗରେ ପଶ୍ଚିମ ଦିଗକୁ ଗତି କରୁଛି । ବିଶାଖାପାଟଣାଠୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?