ଶ୍ରୀମନ୍ଦିର ପରି ପ୍ରଭୁ ଲିଙ୍ଗରାଜଙ୍କ ପାଇଁ ପ୍ରସ୍ତୁତ ହେବ ଅଧିନିୟମ: ମନ୍ତ୍ରୀ

ଭୁବନେଶ୍ୱର, ୧୧-୯(ବ୍ୟୁରୋ):ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଅଧିନିୟମ(ଆକ୍ଟ) ଢାଞ୍ଚାରେ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିର ପରିଚାଳନା ପାଇଁ ଏକ ଆଇନ ଖୁବ୍‌ଶୀଘ୍ର ପ୍ରଣୟନ କରାଯିବ। ଲୋକସେବା ଭବନରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ପୁରୀ ଶ୍ରୀମନ୍ଦିର ସମସାମୟିକ ହୋଇଥିବାରୁ ଏପରି କରାଯିବାର ଆବଶ୍ୟକତା ରହିଥିବା ବିଜ୍ଞାନ ଓ କାରିଗରି ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା ବୈଠକରେ ମତ ଦେଇଥିଲେ ା ଏଥି ସହ ଟ୍ରଷ୍ଟ ବୋର୍ଡର ପୁନର୍ଗଠନ କରିବା, ଆକ୍ଟ ପ୍ରସ୍ତୁତି ପାଇଁ ଟ୍ରଷ୍ଟ ବୋର୍ଡ ଦେବୋତ୍ତର କମିଶନଙ୍କ ମାଧ୍ୟମରେ ଆଇନ ବିଭାଗକୁ ପ୍ରସ୍ତାବ ଦେବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ରାଜ୍ୟରେ ଥିବା ମନ୍ଦିର ସମ୍ବନ୍ଧୀୟ ଆଇନ ବାବଦରେ ଯଥେଷ୍ଟ ଅଭିଜ୍ଞତା ରହିଥିବା ଆଇନଜ୍ଞମାନଙ୍କୁ ନେଇ ଏକ କମିଟି ଗଠନ କରିବାକୁ ଅଶୋକ ପଣ୍ଡା ଗୁରୁତ୍ୱାରୋପ କରିଛନ୍ତି। ସେହିପରି ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱରୁ ଜବରଦଖଲ ଉଚ୍ଛେଦ, ପ୍ରତ୍ନତତ୍ତ୍ବ ବିଭାଗ ଦ୍ୱାରା ରକ୍ଷଣାବେକ୍ଷଣ, ମାର୍କେଟ କମ୍ପ୍ଲେକ୍ସ ସମ୍ବନ୍ଧିତ ସମସ୍ୟାର ସମାଧାନ, ବ୍ୟାଖ୍ୟାନ କେନ୍ଦ୍ର ସମ୍ମୁଖର ବିକାଶ ଓ ଦେବୀ ପାଦହରା ପୁଷ୍କରିଣୀର ଉନ୍ନୟନ ପାଇଁ ସବିଶେଷ ପ୍ରକଳ୍ପ ବିବରଣୀ ପ୍ରସ୍ତୁତ ହୋଇଥିବା ବୈଠକରୁ ସୂଚନା ମିଳିଛି।
ଅନୁରୂପ ଭାବେ ଘଟଗାଁ ତାରିଣୀ ମନ୍ଦିର କମିଟି ଓ ରେମୁଣା କ୍ଷୀରଚୋରା ଗୋପୀନାଥ ମନ୍ଦିରର ଟ୍ରଷ୍ଟ ବୋର୍ଡର ସମ୍ପୂର୍ଣ୍ଣ ପୁନର୍ଗଠନ ଓ ବିଭିନ୍ନ ସମସ୍ୟା ସମ୍ପର୍କରେ ଦେବୋତ୍ତର ବିଭାଗ ଦ୍ୱାରା ତଦନ୍ତ କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଷୋଡ଼ଶ ଶତାବ୍ଦୀର ବାରିପଦା ଜଗନ୍ନାଥ ମନ୍ଦିର କାର୍ଯ୍ୟକାରିତା ସମ୍ପର୍କରେ ମଧ୍ୟ ମନ୍ତ୍ରୀ ସମୀକ୍ଷା କରିଥିଲେ ା ଏହି ମନ୍ଦିର ଅତି ପୁରାତନ ହୋଇଥିବାରୁ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ପ୍ରତ୍ନତତ୍ତ୍ବ ବିଭାଗ କରିବା ପାଇଁ ଉପସ୍ଥିତ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଥିଲା। ଏଥିସହ ବାରିପଦା ଉପଜିଲାପାଳ ଏ ଦିଗରେ ପ୍ରତ୍ନତତ୍ତ୍ବ ବିଭାଗ ସହ ସମନ୍ବୟ ରଖି କାର୍ଯ୍ୟ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ବର୍ତ୍ତମାନ ଦେବୋତ୍ତର ଜମିରେ ବାରିପଦା ମ୍ୟୁନିସିପାଲିଟି ପକ୍ଷରୁ ଅର୍ଥ ଆଦାୟ କରାଯାଉଛି। ତାହାର ଅଂଶ ମନ୍ଦିରକୁ ଦେବା ପାଇଁ ବୈଠକରେ ଆଲୋଚନା କରାଯାଇଥିଲା। ଏହା ବ୍ୟତୀତ ଦେବୋତ୍ତର ଜମି ଯେଉଁମାନଙ୍କ ଅଧୀନରେ ଅଛି ସେମାନେ ୧୯ ଧାରା ଅନୁଯାୟୀ ନିୟମିତ କରିବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ା ଏଥି ନିମନ୍ତେ ଉଭୟ ଉପଜିଲାପାଳ ଓ ଦେବୋତ୍ତର ବିଭାଗ ମିଳିତ ଭାବେ କାର୍ଯ୍ୟ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି ା ଏହି କାର୍ଯ୍ୟ କରିବା ପାଇଁ ପ୍ରଥମେ ୨୫ ଧାରାରେ ସେମାନଙ୍କୁ ନୋଟିସ୍‌ ପଠାଯିବ। ଆଗାମୀ ଏକ ମାସ ମଧ୍ୟରେ ମନ୍ଦିର ୱେବ୍‌ସାଇଟ୍‌ ଓ ସେବାୟତମାନଙ୍କ ସ୍ବାସ୍ଥ୍ୟବୀମା କାର୍ଯ୍ୟ ଶେଷ ହେବ ବୋଲି ବୈଠକରେ ଉପଜିଲାପାଳ ପ୍ରକାଶ କରିଥିଲେ। ସେହିପରି ସେବାୟତମାନଙ୍କର ଯାହାକିଛି ସମସ୍ୟା ରହିଛି ସେ ସମ୍ପର୍କରେ ଖୁବ୍‌ ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ବୈଠକରେ ପ୍ରକାଶ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପରିଶ୍ରମ ଅନୁଯାୟୀ ମହୁଲ ଫୁଲ ସଂଗ୍ରହକାରୀଙ୍କୁ ମିଳୁନି ମୂଲ, ଜୀବିକାକୁ ଆଦରି ନେଇ…

ବରଗଡ଼/ଝାରବନ୍ଧ,୧୩।୪(ପ୍ରେମାନନ୍ଦ ଖମାରୀ/ ଦେବେନ୍ଦ୍ର ସାହୁ): ଲଘୁ ବନଜାତ ଦ୍ରବ୍ୟ ମଧ୍ୟରୁ ମହୁଲ ଫୁଲ ଅନ୍ୟତମ। ଫାଲଗୁନ ମାସ ଆସିବା ମାତ୍ର ଏହି ଫୁଲ ଗଛରେ ଦେଖିବାକୁ ମିଳେ।…

ମା’ ରାମଚଣ୍ଡୀଙ୍କ ଚନ୍ଦନ ପୋଖରୀରେ ଆଣ୍ଠୁଏ ପାଣି, ମେଳାରେ ସମସ୍ୟା ଭୋଗିବେ ବ୍ୟବସାୟୀ, ଅସନ୍ତୋଷ ପ୍ରକାଶ କରି…

ମହାକାଳପଡ଼ା,୧୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗରସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ମନ୍ଦିରରେ ଦିନକ ପରେ ପଣା ସଂକ୍ରାନ୍ତି ଓ ଝାମୁଯାତ୍ରା…

ଆମେରିକା-ଇରାନ ଶାନ୍ତି ଆଲୋଚନା ମଧ୍ୟରେ ଆସିଲା ଏହି ବ୍ୟକ୍ତିଙ୍କର ଗୋଟିଏ ଫୋନ କଲ୍‌, ସବୁ ହୋଇଗଲା ଓଲଟପାଲଓ!

ଇସଲାମାବାଦ,୧୩।୪: ଇରାନ ଦାବି କରିଛି ଯେ ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ବିବାଦ ସମାଧାନ ପାଇଁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ଦ୍ୱାରା ଆମେରିକାର ଉପରାଷ୍ଟ୍ରପତି…

ଏଇ ଭାରତରେ

ସଡ଼କ ପଥରେ ଯାତ୍ରୀଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ଏକ ନୂଆ କ୍ୟୁଆର୍‌ କୋଡ୍‌ ତିଆରି କରିଛନ୍ତି ଆନ୍ଧ୍ରପ୍ରଦେଶ ଏନ୍‌ଟିଆର୍‌ ଜିଲାର ଜି. ଶ୍ରୀନିବାସ ରେଡ୍ଡୀ। ଯେ…

ସଂସ୍କୃତିକୁ ପ୍ରୋତ୍ସାହନ

ଓଡ଼ିଆ ଘରର ଗାଥା-ଗୌରବ, ଚାଲିଚଳଣି, ଖାଦ୍ୟ ପାନୀୟ, ପୋଷାକ ପରିଧାନ, ସଂସ୍କୃତି ଓ ପରମ୍ପରାକୁ ବିଶ୍ୱବିଦିତ କରିବା ଲକ୍ଷ୍ୟରେ ଏପ୍ରିଲ ପହିଲାରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳିତ…

ଯୁଦ୍ଧ ଓ ଶ୍ୱାସରୁଦ୍ଧ ସମ୍ବେଦନଶୀଳତା

ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଅସ୍ତ୍ରବିରତି ଘୋଷଣା ପରେ ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଉଭୟ ଦେଶର ପ୍ରତିନିଧିମଣ୍ଡଳୀଙ୍କ ମଧ୍ୟରେ ଅନୁଷ୍ଠିତ ଶାନ୍ତି ଆଲୋଚନା…

ବିଦ୍ୟୁତ୍‌ ଉପରେ ପଡ଼ୁଛି ଗ୍ୟାସ୍‌ ଚାପ

ଭୁବନେଶ୍ୱର,୧୩।୪(ରବିନାରାୟଣ ଜେନା): ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତିକୁ ନେଇ ରାଜ୍ୟରେ ଘରୋଇ ରନ୍ଧନ ଗ୍ୟାସ୍‌(ଏଲ୍‌ପିଜି)ର ସଙ୍କଟ ସୃଷ୍ଟି ହୋଇଛି। ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ଲୋକେ ଏଲ୍‌ପିଜି…

ଇରାନୀ ନେତାର ନାହିଁ ପ୍ରୟୋଜନ

ପାକିସ୍ତାନ ରାଜଧାନୀ ଇସ୍‌ଲାମାବାଦଠାରେ ଆମେରିକା ଓ ଇରାନ୍‌ ମଧ୍ୟରେ ୨୧ ଘଣ୍ଟା ଧରି ଚାଲିଥିବା ଶାନ୍ତି ଆଲୋଚନା ଶେଷରେ ବିଫଳ ହୋଇଛି। ସ୍ବଦେଶ ପ୍ରତ୍ୟାବର୍ତ୍ତନ ପୂର୍ବରୁ ଆମେରିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri