ଶ୍ରୀମନ୍ଦିରରେ ପହଞ୍ଚିଲା ଦଶମୂଳ

ପୁରୀ ଅଫିସ,୧୬।୬: ଦେବସ୍ନାନ ପୂର୍ଣ୍ଣିମାରେ ସ୍ନାନବେଦିରେ ୧୦୮ ଗଡୁ ଜଳରେ ସ୍ନାନ କରିବା ପରେ ଜ୍ୱରରେ ପଡିଛନ୍ତି ମହାପ୍ରଭୁ। ଅଣସର ପିଣ୍ଡିରେ ଚାଲିଛି ଦାରୁଦିଅଁଙ୍କ ଗୁପ୍ତ ସେବା। ଶ୍ରୀଅଙ୍ଗ ସେବକ ଦଇତାପତି ସେବାରେ ଲାଗିଛନ୍ତି। ଫୁଲୁରି ତେଲ ଏବଂ ଓଷୁଅ ଲାଗି ପରେ ଦାରୁବିଗ୍ରହଙ୍କୁ ଏକାଦଶୀରେ ଦଶମୂଳ ଲାଗି କରାଯିବ। ଏଥର ଦୁଇଦିନ ଦଶମୀ ରହିଥିବା ବେଳେ ସୋମବାର ଶ୍ରୀମନ୍ଦିରର ବୈଦ୍ୟ ସେବକ ମହାପ୍ରଭୁଙ୍କ ପାଇଁ ଦଶମୂଳ ପ୍ରସ୍ତୁତି କରି ଗାରଦରେ ଦାଖଲ କରିଛନ୍ତି। ବୈଦ୍ୟ ସେବକଙ୍କ ମତରେ ଦଶମୂଳ ହେଉଛି ମହାପ୍ରଭୁଙ୍କ ଔଷଧ। ଏକମାସ ପୂର୍ବରୁ ଏହାକୁ ସଂଗ୍ରହ କରିବାକୁ ପଡ଼ିିଥାଏ। ସ୍ନାନ ପୂର୍ଣ୍ଣିମା ପରେ ଦଶମୂଳକୁ ଶୁଖାଯାଇଥାଏ। ଏହାକୁ ହେମଦସ୍ତାରେ କୁଟା ହୋଇ ଗୁଣ୍ଡ କରାଯାଏ। ନୂତନ କାଠ ଚୁଲିରେ ଏହାକୁ ପ୍ରସ୍ତୁତ କରାଯାଇ ମୋଦକ ତିଆରି କରାଯାଏ। ପରେ ଏହାକୁ ତାଳପତ୍ର ଭୋଗେଇରେ ପ୍ୟାକିଂ କରାଯାଇ ବୈଦ୍ୟ ସେବକ ଶ୍ରୀମନ୍ଦିରରେ ପହଞ୍ଚାଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ପଶିଲା ସାପ, ଆଉ ତା’ପରେ…

ବଡ଼ଗାଁ,୨୭ା୭(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ଅନ୍ତର୍ଗତ ତୁଡାଲଗା ପଞ୍ଚାୟତର ଜାଙ୍ଗଲି ପ୍ରାଥମିକ ବିଦ୍ୟାଳୟ କୋଠରୀରେ ଥିବା ୨ଟି ସାପକୁ ଉଦ୍ଧାର କରାଯାଇ ଜଙ୍ଗଲରେ ଛଡାଯାଇଛି।…

ସେବା ପାଇଁ ଉତ୍ସର୍ଗୀକୃତ ଭଞ୍ଜନଗର ରୋଟାରୀ କ୍ଲବ: ବିଭିନ୍ନ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା

ଭଞ୍ଜନଗର,୨୭।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ରୋଟାରୀ କ୍ଳବର ୧୯ ତମ ଅଧିଷ୍ଠାନ ଉତ୍ସବ ସ୍ଥାନୀୟ ଜଗନ୍ନାଥ ରିସର୍ଟରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅତିଥିମାନେ ଯୋଗଦେଇ…

ଇସ୍ତଫା ଦିଅନ୍ତୁ ଗଣଶିକ୍ଷା ମନ୍ତ୍ରୀ: ଗର୍ଜିଲା ସିପିଆଇ

ଛତ୍ରପୁର,୨୭।୭(ଦିଲ୍ଲୀପ ସାମଲ): ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଗଞ୍ଜାମ ଜିଲା କମିଟି ପକ୍ଷରୁ ଦିଲ୍ଲୀସ୍ଥିତ ଜନ୍ତରମନ୍ତରଠାରେ ହୋଇଥିବା ଯୁବଛାତ୍ର ଆନ୍ଦୋଳନର ସଫଳତା ପରିପ୍ରେକ୍ଷୀରେ ଦେଶର ଅଗଣିତ ଛାତ୍ରୀଛାତ୍ର ଓ…

ପୁଣି ଚର୍ଚ୍ଚାରେ ଦାନ ମାଝୀ, ଏହି କାରଣକୁ ନେଇ ଫିଲ୍ମ ‘ଲାଶ୍’ର ପ୍ରଯୋଜକଙ୍କ ନାଁରେ ଦେଲେ ଏତଲା

ଭବାନୀପାଟଣା,୨୭।୭(ଉତ୍ତମ କୁମାର ଦାଶ): କାନ୍ଧରେ ପତ୍ନୀଙ୍କ ମୃତ ଦେହ ବୋହି ସାରା ବିଶ୍ୱରେ ଏକଦା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିବା କଳାହାଣ୍ଡିର ଦାନ ମାଝୀ ପୁଣି ଚର୍ଚ୍ଚାକୁ ଆସିଛନ୍ତି…

ରଥଯାତ୍ରାର ଅନ୍ତିମ ଯାତ୍ରା ଦେଖିବା ପାଇଁ ଶ୍ରୀକ୍ଷେତ୍ରକୁ ଭକ୍ତଙ୍କ ଆଗମନ

ପୁରୀ,୨୭ା୭: ଆଜି ଘୋଷଯାତ୍ରାର ଅନ୍ତିମ ପର୍ବ ନୀଳାଦ୍ରିବିଜେ। ନୀଳକନ୍ଦରକୁ ବିଜେ କରିବେ ନୀଳାଦ୍ରିନାଥ। ଗୋଟି ପହଣ୍ଡିରେ ଶ୍ରୀମନ୍ଦିର ରତ୍ନବେଦିକୁ ବିଜେ କରିବେ ଦାରୁବିଗ୍ରହ। ଏଥିସହ ଚଳିତବର୍ଷର ବିଶ୍ୱପ୍ରସିଦ୍ଧ…

ଅଗଷ୍ଟ ୧ରୁ ବଦଳିବ ଗ୍ୟାସ ସିଲିଣ୍ଡର ଦର! ମହଙ୍ଗା ହେବ କି ଶସ୍ତା ଜାଣନ୍ତୁ

ନୂଆଦିଲ୍ଲୀ, ୨୭।୭: ଇରାନ ଏବଂ ଆମେରିକା ମଧ୍ୟରେ ସଂଘର୍ଷ ଯୋଗୁଁ ସାଧାରଣ ଜନତାଙ୍କୁ ମହଙ୍ଗା ମାଡ଼ର ସମ୍ମୁଖୀନ ହେବାକୁ ପଡିଥିଲା । ତେଲ, ଗ୍ୟାସ ଏବଂ ଅନେକ…

ରେଳ ଟ୍ରାକ୍‌ରେ ଦୁଇ ଫୁଟ ପାଣି, ଦୁଇ ଘଣ୍ଟା ଧରି ଅଟକିଲା କୋରାପୁଟ–ବିଶାଖାପାଟଣମ୍ ଟ୍ରେନ୍

ଟିକିରି, ୨୭।୭ (ପ୍ରଫୁଲ୍ଲ କୁମାର ବେହେରା): ଲଗାଣ ବର୍ଷାର ପ୍ରଭାବ ଏବେ ରେଳ ଚଳାଚଳ ଉପରେ ପଡ଼ିଛି। ରାୟଗଡ଼ା ଜିଲାର ଟିକିରି ଷ୍ଟେଶନ୍ ନିକଟରେ ରେଳ ଟ୍ରାକ୍‌…

ଏହି ଅଭିନେତ୍ରୀଙ୍କ ପ୍ରେମରେ ବୋଲ୍ଡ ହେଲେ ଅର୍ଶଦୀପ ସିଂ

ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ଅର୍ଶଦୀପ ସିଂହ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି। ଅର୍ଶଦୀପ ଇନଷ୍ଟାଗ୍ରାମରେ ମଡେଲ ତଥା ଅଭିନେତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri