Posted inରାଜ୍ୟ

ଶ୍ରୀଜୀଉଙ୍କ ଅପେକ୍ଷାରେ ବ୍ରହ୍ମ ତାଳଧ୍ୱଜ

କେନ୍ଦ୍ରାପଡା ଅଫିସ, ୪ା୭: ଆଜି ବିଶ୍ୱ ପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ରଥଯାତ୍ରା। ତୁଳସୀ କ୍ଷେତ୍ରାଧିପତି ଶ୍ରୀ ବଳଦେବଜୀଉ ଏହି ଅବସରରେ ମାଉସୀମା ମନ୍ଦିର ଅଭିମୁଖେ ରଥରେ ଯାତ୍ରା କରିବେ। ଏଥିପାଇଁ ଶ୍ରୀଜୀଉଙ୍କ ମନ୍ଦିର ସମ୍ମୁଖରେ ବ୍ରହ୍ମ ତାଳଧ୍ୱଜ ରଥ ପ୍ରସ୍ତୁତ ହୋଇରହିଛି । ବୁଧବାର ସନ୍ଧ୍ୟାରେ ରଥ ପ୍ରତିଷ୍ଠା ହୋଇଛି ା କେବଳ ଶ୍ରୀଜୀଉଙ୍କୁ ଅପେକ୍ଷା । ପୁରୀ ଶ୍ରୀକ୍ଷେତ୍ର ପରେ ରାଜ୍ୟର ଯେଉଁ କୋତୋଟି ସ୍ଥାନରେ ରଥଯାତ୍ରାରେ ପ୍ରବଳ ଜନ ସମାଗମ ହୁଏ, ସେଥିମଧ୍ୟରୁ କେନ୍ଦ୍ରାପଡାର ଇଚ୍ଛାପୁର ଅନ୍ୟତମ । ଶ୍ରୀଜୀଉ ମଣି ବିଗ୍ରହ ହୋଇଥିବା ବେଳେ ବିରାଜିତ ରଥକୁ ବ୍ରହ୍ମ ତାଳଧ୍ୱଜ ରଥ କୁହାଯାଏ । ଏହି ବ୍ରହ୍ମ ତାଳଧ୍ୱଜ ରଥରେ ଗତ ସ୍ନାନ ପୂର୍ଣ୍ଣିମାରେ ଚକ ଡେରାଲାଗି ହୋଇ ବରାନ୍ଦ ଯୋଡା ଆରମ୍ଭ ହୋଇଥିଲା । ଆଷାଢ଼ ମାସ, କୃଷ୍ଣପକ୍ଷ ଏକାଦଶୀ ତିଥିରେ ନାହାକା ଯୋଡା ପରେ ଏବେ ରଥ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଯାଇଛି ବୋଲି ରଥ ନିର୍ମାଣ ମୁଖ୍ୟ ସୁକଦେବ ମହାରଣା କହିଛନ୍ତି ।
ସେ ରଥ ସମ୍ପର୍କରେ ସୂଚନା ଦେଇଛନ୍ତି, ଏହାର ଉଚ୍ଚତା ୪୩ ହାତ ୧୦ ଆଙ୍ଗୁଳି । କଳସ ଓ ନେତକୁ ବାଦ ଦେଲେ କେବଳ ରଥର ଉଚ୍ଚତା ୬୫ ଫୁଟ ୬ ଇଞ୍ଚ ହେବ। ରଥର ବ୍ୟାସ ୩୮ ଫୁଟ ହେବ । ବଖୁରିଆ ଯନ୍ତ୍ରରେ ମାପ ହୋଇ ନିର୍ମିତ ଏହି ବ୍ରହ୍ମ ତାଳଧ୍ୱଜ ରଥର ଉଚ୍ଚତା ଅଥବା ବ୍ୟାସ କେବେ କମ୍‌ ହୋଇ ନ ଥିବା ସେ ଦର୍ଶାଇଛନ୍ତି । ୧୭୨୮ ମସିହାରେ ମରହଟ୍ଟା ସନ୍ନ୍ୟାସୀ ସନ୍ଥ ଗୋପାଳ ଦାସ ତୁଳସୀ କ୍ଷେତ୍ରରେ ଅବସ୍ଥାନ ପରେ ଶ୍ରୀଜୀଉଙ୍କ ମନ୍ଦିର ଓ ଶ୍ରୀଗୁଣ୍ଡିଚା ମନ୍ଦିର ନିମିର୍ର୍ତ ହୋଇଥିଲା । ଏହି ମହାତ୍ମା ହିଁ ଏହି ବିଶ୍ୱବିଖ୍ୟାତ ରଥର ପ୍ରବର୍ତ୍ତକ ବୋଲି ସେବାୟତ ଗଗନ ପତ୍ରୀ ମତ ଦେଇଛନ୍ତି । ତାଙ୍କ ସୂଚନା ଅନୁଯାୟୀ, ଦ୍ୱିବିନ୍ଦ ଦାନବ ବଧ କାଳରେ ତାଳ ବନରେ ବ୍ରହ୍ମା ଶ୍ରୀ ବଳଦେବଜୀଉଙ୍କୁ ଏହି ତାଳଧ୍ୱଜ ରଥ ପ୍ରଦାନ କରିଥିଲେ । ବଳଦେବ ସ୍ବୟଂ ବାସୁଦେବ ଓ ଅନନ୍ତ । ସେ ପ୍ରଥମେ ତୁଳସୀ କ୍ଷେତ୍ରରେ ଏକାକୀ ପୂଜା ପାଉଥିଲେ । ପରବର୍ତ୍ତୀ କାଳରେ ତାଙ୍କ ସହ ସୁଭଦ୍ରା ଓ ଜଗନ୍ନାଥଙ୍କ ପୂଜାର୍ଚ୍ଚନା କରାଯାଉଛି। ଅଗ୍ରପୂଜ୍ୟ ବଳଦେବ ଓ ମୁନିଋଷିଙ୍କ ଗହଣରେ ଯାତ୍ରା କରିବା ପରମ୍ପରା ଏଠାରେ ଚାଲିଆସିଛି । ରଥ ନିର୍ମାଣର ରୀତିନୀତି ସମ୍ପର୍କରେ ଟ୍ରଷ୍ଟ ବୋର୍ଡ କାର୍ଯ୍ୟ ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ କୁହନ୍ତି, ଦୋଳ ପୂର୍ଣ୍ଣିମା ପରଦିନ ଚୈତ୍ର କୃଷ୍ଣ ପ୍ରତିପଦ ଦିବସରେ ରଥ ନିର୍ମାଣ ନିମନ୍ତେ ନିର୍ଦ୍ଦିଷ୍ଟ ବୃକ୍ଷରେ ଶ୍ରୀଜୀଉଙ୍କ ଆଜ୍ଞାମାଳ ବନ୍ଧା ଯାଏ । ପରେ ପୂଜାର୍ଚ୍ଚନା କରାଯାଇ ବୃକ୍ଷଛେଦନ କରାଯାଏ ।
ଅକ୍ଷୟ ତୃତୀୟା ଦିବସରେ ଏହି କାଷ୍ଟ ସହ ଯନ୍ତ୍ରାଦି ପୂଜା ପାଇ ରଥ ନିର୍ମାଣ ଶୁଭାରମ୍ଭ ହୋଇଥାଏ । ଅନୁକୂଳ ଦିବସରେ ଯେଉଁ କାଷ୍ଟ ଖଣ୍ଡିକ କଟା ଯାଏ, ସେଥିରେ ଲଙ୍ଗଳାୟୁଧ ତିଆରି କରା ଯିବା ବିଧି ରହିଛି। ଉକ୍ତ ହଳାୟୁଧ ରଥ ଶୀର୍ଷରେ ସ୍ଥାନିତ ହୁଏ । ରଥ କାଠ ସମ୍ପର୍କରେ ଟ୍ରଷ୍ଟି ଧୀରେନ ସାହୁ କୁହନ୍ତି, ରଥର ନିର୍ମାଣ ପାଇଁ ପୂର୍ବରୁ ବ୍ୟବହୃତ ରଥର କାଠ ଲାଗେ । ତେବେ ୨ ନୂତନ ଚକ ଓ ଅଖ ଅନ୍ୟୁନ ବଦଳା ଯିବାର ବିଧାନ ରହିଛି। ଏଥିସହ ରଥର ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଲମ୍ବା କାଠର ଆବଶ୍ୟକତା ହୋଇଥାଏ। ଚଳିତ ବର୍ଷ ମୋଟ ୩୦ ଲକ୍ଷ ଟଙ୍କା ରଥଯାତ୍ରାରେ ଖର୍ଚ୍ଚ ହେବାକୁ ଥିବା ବେଳେ ଏହି ଅର୍ଥ ଭରଣା ପାଇଁ ବିଭିନ୍ନ ସଂସ୍ଥା, ବ୍ୟକ୍ତି, ଅନୁଷ୍ଠାନ ଓ ସରକାରୀ ସାହାଯ୍ୟକୁ ଅପେକ୍ଷା କରାଯାଇଥାଏ ା ଶ୍ରୀଜୀଉଙ୍କ ରଥଯାତ୍ରା ପାଇଁ ଏକ ସ୍ବତନ୍ତ୍ର ବନ ପ୍ରକଳ୍ପ ଆରମ୍ଭ ହେବା ଆବଶ୍ୟକ ବୋଲି ସେ ପ୍ରକାଶ କରିଛନ୍ତି । ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ ତଥା ଉପଜିଲାପାଳ ସଞ୍ଜୟ କୁମାର ମିଶ୍ର ରଥଯାତ୍ରା ସମ୍ପର୍କରେ କୁହନ୍ତି ଏଠାରେ ୨ଦିନ ଧରି ରଥଯାତ୍ରା ଅନୁଷ୍ଠିତ ହୋଇଥାଏ । ଏହି ସମୟରେ ଭକ୍ତଙ୍କ ଭିଡକୁ ଲକ୍ଷ୍ୟକରି ପ୍ରଶାସନ ଓ ଟ୍ରଷ୍ଟ ବୋର୍ଡ ପକ୍ଷରୁ ବାରମ୍ବାର ବୈଠକ କରାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଗଡ଼ଚଣ୍ଡୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହରେ ଆଣ୍ଠୁଏ ପାଣି, ଶିକ୍ଷାଦାନ ବନ୍ଦ

ହାଟଡିହୀ, ୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡା): ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି ହୋଇଛି। କେଉଁଠି ପୋଲ…

ଜନ୍ତରମନ୍ତରରେ ପୁଣି ପୋଲିସ-ପ୍ରଦର୍ଶନକାରୀ ମୁହାଁମୁହିଁ, ପଥର ମାଡ଼ ପରେ ଲାଠିଚାର୍ଜ

ନୂଆଦିଲ୍ଲୀ,୨୨।୭: ନୂଆଦିଲ୍ଲୀର ଜନ୍ତର ମନ୍ତରରେ ଚାଲିଥିବା CJP ପ୍ରତିବାଦ ମଧ୍ୟରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି । ପ୍ରଦର୍ଶନକାରୀ ଏବଂ ଦିଲ୍ଲୀ ପୋଲିସ ମଧ୍ୟରେ ସଂଘର୍ଷ ହୋଇଛି…

ରାଜ୍ୟ ରାଜନୀତିରେ ହଲଚଲ୍! କ୍ୟାପିଟାଲ୍‌ ଥାନା ପକ୍ଷରୁ ପାଣ୍ଡିଆନଙ୍କୁ ନୋଟିସ, ଏହି ଦିନ ହେବ ହାଜର

ଭୁବନେଶ୍ବର,୨୨।୭: CMOରୁ ଫାଇଲ୍‌ ଗାୟବ ମାମଲାରେ ଭିକେ ପାଣ୍ଡିଆନ୍‌ଙ୍କୁ ନୋଟିସ କରାଯାଇଛି । ପୂର୍ବତନ ଆଇଏଏସ୍‌ ଅଫିସର ଭି.କେ ପାଣ୍ଡିଆନଙ୍କୁ ଆସନ୍ତା ୨୫ ତାରିଖ ଦିନ ୧୧ଟା…

ହଠାତ୍‌ ପ୍ରେସ୍‌ କନ୍‌ଫରେନ୍ସ କଲେ ନଡ୍ଡା: ଛାତ୍ରମାନଙ୍କ ଆନ୍ଦୋଳନରେ ରାହୁଲ ରାଜନୈତିକ ରୁଟି ସେକୁଛନ୍ତି କହି ବର୍ଷିଲେ, ସବୁର ଜବାବ…

ନୂଆଦିଲ୍ଲୀ,୨୨।୭: ପ୍ରଶ୍ନପତ୍ର ଲିକ୍‌ ମାମଲାରେ ରାଜନୈତିକ ଘମାସାନ ଜାରି ରହିଥିବା ବେଳେ ବୁଧବାର କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା ଏକ ଖବରଦାତା ସମ୍ମିଳନୀରେ କରି ବିରୋଧୀଙ୍କୁ କଡ଼ା ଜବାବ…

ବିଦ୍ରୋହ ମଧ୍ୟରେ ଆସିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନ, ‘୨୯ ଜୁଲାଇ ସମସ୍ତଙ୍କ ପାଇଁ….’

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଶିକ୍ଷା ମନ୍ତ୍ରୀମାନଙ୍କ ଏକ ସମ୍ମିଳନୀରେ ବୁଧବାର ଦିନ ଉଦବୋଧନ ଦେଇଥିଲେ। ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,…

ଜଣେ ମନ୍ତ୍ରୀ ଇସ୍ତଫା ଦେଇଦେଲେ ସରକାର ଭୁଶୁଡ଼ି ପଡ଼େ ନାହିଁ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି ଏମିତି ଅପିଲ୍‌ କଲେ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀରେ NEET ପ୍ରଶ୍ନପତ୍ର ଲିକ୍‌ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ନେଇ ଜାରି ରହିଥିବା ଆନ୍ଦୋଳନ ମଧ୍ୟରେ ପ୍ରସିଦ୍ଧ ସମାଜସେବୀ ଅନ୍ନା…

ହସ୍ପିଟାଲରୁ ପ୍ରଥମ Video ଜାରିକଲେ ସୋନମ ୱାଙ୍ଗଚୁକ୍, ସରକାରଙ୍କୁ କହିଲେ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ ହେବା ପରେ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍ ତାଙ୍କର ପ୍ରଥମ ଭିଡିଓ ବାର୍ତ୍ତା ଜାରି କରିଛନ୍ତି…

ଟିମ୍‌ ଇଣ୍ଡିଆରେ ମିଳିଲାନି ସୁଯୋଗ, ଏବେ ଏହି ଟିମ୍‌ ପାଇଁ ଖେଳିବେ କୁଲଦୀପ ଯାଦବ 

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ ଦଳର ତାରକା ସ୍ପିନର କୁଲଦୀପ ଯାଦବଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜରେ ଭାରତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri