ଶ୍ରାବଣରେ ବି ବର୍ଷା ନାହିଁ: ଆଗେଇ ପାରୁନି ଚାଷ

ଦେଓଗାଁ, ୨୧ା୭(ଡି.ଏନ.ଏ.)  ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକରେ ଚଳିତ ବର୍ଷ ଖରିଫ ଧାନ ଚାଷ ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି। ଅସ୍ବାଭାବିକ ବର୍ଷା ଯୋଗୁ ବୁଣାଧାନ ବେଉଷୁଣ ହୋଇ ପାରିନାହିଁ। ଅପରପକ୍ଷରେ ଜୁନ ଓ ଜୁଲାଇ ମାସରେ ସ୍ବଳ୍ପ ବୃଷ୍ଟିପାତ ପରେ ଚାଷୀମାନେ ପକାଇଥିବା ପହ୍ଲାଘାରୀ ମାଟି ଫାଟି ଆଁ କଲାଣି। ଫଳରେ ଚାଷ କାର୍ଯ୍ୟ ଆଗେଇ ପାରୁନାହିଁ। ସପ୍ତାହକ ମଧ୍ୟରେ ଆବଶ୍ୟକ ବର୍ଷା ନ ହେଲେ ପ୍ରାୟତଃ ଚାଷୀଙ୍କ ଧାନଚାଷ ସମ୍ପୂର୍ଣ୍ଣରୂପେ ଉଜୁଡିଯିବା ଆଶଙ୍କା ସୃଷ୍ଟି କରିଛି।
ବ୍ଲକର ଚାଷୀମାନେ ଧାନଚାଷ ପାଇଁ ଋତୁ ଆରମ୍ଭରୁ ଖେତ ପ୍ରସ୍ତୁତ କରି ଧାନବୁଣି ତିଲେ। ତଳିଘେରା ପ୍ରସ୍ତୁତ କରି ପହ୍ଲା ବି ପକାଇଥିଲେ ା ବର୍ତ୍ତମାନ ବେଉଷୁଣ ସମୟ ହୋଇଥିବା ବେଳେ ବର୍ଷା ନ ହେବାରୁ ପ୍ରାୟ ଜମିରେ ଗଜା ମରୁଡି ଦେଖାଦେଇଛି ା କେତେକ ଚାଷୀ ନିକଟସ୍ଥ ବନ୍ଧ ଅବା କୂଅରୁ ପାଣି ମଡାଇ ପହ୍ଲାକୁ ବଞ୍ଚାଇ ରଖିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳୁଛି। ଏଣୁ କିଛି ଦିନ ମଧ୍ୟରେ ବର୍ଷା ନ ହେଲେ ସମଗ୍ର ବ୍ଲକରେ ଶତପ୍ରତିଶତ ଗଜା ମରୁଡି ହୋଇଯିବା ନିଶ୍ଚିତ ମନେ ହେଉଛି ା ଗତବର୍ଷ ଏହି ବ୍ଲକର ଚାଷୀଙ୍କ ଧାନ ଫସଲ ପ୍ରଥମେ ପେଥାଇ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିଲା। ପରବର୍ତ୍ତୀ ସମୟରେ ଚକଡା ପୋକ ଲାଗିଲା। ପରେ ଯାହା କିଛି ବଞ୍ଚତ୍ଥିଲା ତାହା ଅଦିନିଆ ବର୍ଷାରେ ଧୋଇ ହୋଇଗଲା।  ସ୍ଥିତି ଏପରି ଥିବାବେଳ କୃଷି ଓ ରାଜସ୍ବ ବିଭାଗର ତ୍ରୁଟିପୂର୍ଣ୍ଣ ଆକଳନ ଚାଷୀଙ୍କୁ ଦୁର୍ଗତି ମଧ୍ୟକୁ ଟାଣିନେଇଛି। ବ୍ଲକର ୭୦ପ୍ରତିଶତ ଗାଁର ଚାଷୀ ମରୁଡି ସହାୟତାରୁ ବଞ୍ଚତ୍ତ ରହିଲେ। ଯେଉଁ ଗାଁ ମରୁଡି ଘୋଷିତ ହୋଇଛି ସେମାନଙ୍କ ମଧ୍ୟରୁ ଅନେକ ଚାଷୀ ଏପର୍ଯ୍ୟନ୍ତ ସହାୟତା ରାଶି ପାଇ ପାରି ନ ଥିବା ଅଭିଯୋଗ ହୋଇଛି। ଚଳିତବର୍ଷ ମରୁଡି୍‌ର ପଦଧ୍ୱନୀ ଦେଖାଯିବା ପରେ ମଧ୍ୟ ଅନେକ ଚାଷୀ ପ୍ରଧାନମନ୍ତ୍ରୀ ଫସଲ ବୀମା କରିବାରେ ଦ୍ୱିଧା ମନେ କରୁଥିବା ଦେଖାଯାଇଛି। ଚଳିତବର୍ଷ ବ୍ଲକରେ ୧୦ହଜାର୫୫୦ ହେକ୍ଟର ଚାଷଜମିରେ ଧାନଚାଷ କରାଯିବାର ଲକ୍ଷ୍ୟ ରହିଛି। ଏଥିମଧ୍ୟରୁ ବର୍ତ୍ତମାନ ପର୍ଯ୍ୟନ୍ତ ୫୬୮ ହେକ୍ଟର ଚାଷ ଜମିରେ ବୁଣାବୁଣି ହୋଇଥିବା ବେଳେ ୨୪୫ ହେକ୍ଟର ଜମିରେ ତଳିଘେରା ଅର୍ଥାତ ବିହନ ପହ୍ଲା ପକାଯାଇଥିବା ବିଭାଗୀୟ ଅଧିକାରୀଙ୍କଠୁ ଜଣାପଡିଛି। ଗତବର୍ଷ ବୃଷ୍ଟିପାତ ରେକର୍ଡକୁ ଅନୁଧ୍ୟ୍ୟାନ କଲେ ଜୁନ ଓ ଜୁଲାଇ ମାସରେ ଗତବର୍ଷଠାରୁ ୫୦ପ୍ରତିଶତ ବୃଷ୍ଟିପାତ କମ୍‌ ହୋଇଥିବାରୁ ଚାଷର ଭବିଷ୍ୟତକୁ ନେଇ ଚାଷୀ ଏବେ ଘୋର ଚିନ୍ତାରେ ଦିନକାଟୁଥିବା ଦେଖାଯାଇଛି। ଏ ନେଇ ବ୍ଲକ ସହକାରୀ କୃଷି ଅଧିକାରୀ ପ୍ରଦୀପ୍ତ କୁମାର ନାଏକଙ୍କୁ ପଚାରିବାରୁ ଚଳିତବର୍ଷ ବର୍ଷାଭାବରୁ ବ୍ଲକରେ ଗଜାମରୁଡି ଦେଖାଦେଲାଣି। ଚାଷ ଉପଯୋଗୀ ବର୍ଷା ନ ହେଲେ ସାରା ବ୍ଲକରେ ଗଜାମରୁଡି ହେବା ସୁନିଶ୍ଚିତ। ବିଭାଗ ପକ୍ଷରୁ ସମସ୍ତ ଅଞ୍ଚଳକୁ ଯାଇ ଅନୁଧ୍ୟ୍ୟାନ କରାଯାଉଛି। କୃଷି ଓ ରାଜସ୍ବ ବିଭାଗର ଯୁଗ୍ମ ତଦନ୍ତ ରିପୋର୍ଟ ସରକାରଙ୍କୁ ପଠାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?