ଶୈବ, ଶାକ୍ତ ପୂଜାର ଚିନ୍‌ହାଁ: ନାଗ୍‌ବାଚା

ବିନିକା,୧୩।୯(ଡି.ଏନ୍‌.ଏ.): ଆମର ପୁରାଣ, ଶାସ୍ତ୍ରମାନକେ ଅନେକ ପୂଜାପାଠ୍‌, ତନ୍ତ୍ରମନ୍ତ୍ର ବାବ୍‌ଦେ ବରନନ୍‌ ରହିଛେ। ସେନ୍‌ତା ଆୟୁର୍ବେଦରେ ଅନେକ ରୋଗ୍‌ର ନିଦାନ୍‌ ସଂଗେ ସଁାପ୍‌, କଁଟିଆ, ବିଷାନ୍‌ ପୋକ୍‌ ଚାବ୍‌ଲେ ତାର ପରତିକାର ଲାଗି ଚେରମୂଲିର ବାବ୍‌ଦେ ବରନନ୍‌ ରହିଛେ। ଆଘୋ କାଲେ ଲୋକ୍‌ ରୋଗ୍‌ ଲାଗି ଆୟୁର୍ବେଦ୍‌, ସଁପ୍‌, କଁଟିଆ ଚାବ୍‌ଲେ ଫୁକାଝରା, ଗୁନିଗାରେଡି, ଚେରମୂଲିର ସାହାଯ୍‌ ନେଉଥିଲେ। ହେଲେ ଆଏଜ୍‌କାଲି ଇ ବୈଜ୍ଞାନିକ ଯୁଗେ ଇ ସବୁର ଗୁରୁତ୍‌ କମିଗଲାନ। କଁା ଭଁା ଗଁାଗଁଡ଼ାମାନକେ ଚେରମୂଲି ଚିକିଛା, ଫୁକାଝରା, ଗୁନିଗାରେଡି ଦେଖ୍‌ବାକେ ମିଲୁଛେ। ନାଗ୍‌ବାଚା ପୂଜା ହେଉଛେ ଇ ପରମ୍ପରାର ଗୁଟେ ଚିନ୍‌ହଁା ଆଏ।
ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଅଧୀନ ବାଙ୍କିଘିର୍ଡି ଗଁାରେ ଆଏଜ୍‌କେ ୬୦ ବଛର ହେଲା ନାଗ୍‌ବାଚା ପୂଜା ହେଇଆସୁଛେ। ଫିବଛର ଲେଖେଁ ଗଲା ବୁଧୁବାର ଇ ପୂଜାର ମୂଲ ହେଇଛେ। ଇ ପରମ୍ପରାଟା ଶୈବ ଆର ଶାକ୍ତ ଉପାଶନାର ଆଧାରଥି ରହିଛେ। ନାଗ୍‌ବାଚା ପୂଜା କଡ଼ା ନୀତିନିୟମଥି ପାଲନ୍‌ ହେସି। ପୂଜା ମୂଲ କରବାର ଆଗ୍‌ରୁ ଭକତ୍‌ମାନେ ବଜାଗଜା ବଜେଇ ବୁଧୁବାର ଗୁରୁ ବରନ୍‌ କରିଥିଲେ। ଗୁରୁବରନ ଉତାରୁ ନାଗବାଚା ଦେଉଲ ଆଘେ ଭକତ୍‌ମାନେ ପହେଲା ଗୁରୁକଁର ଗୋଡ଼ ଧୁଇ ପୂଜା କରିଥିଲେ। ପଛେ ଗୁରୁ ସମଲେଇକଁର ଶାଲକା ବାଡ଼ିର ପୂଜା କରବାର ସଂଗେ ଶିବ ବରନ୍‌ ଲାଗି ସିଂଘିଯୁବା ପଁଚେତ୍‌ର ଖଇରମାଲ ଗଁାର ମନ୍ଦିରକେ ଯାଇଥିଲେ। ବରନ୍‌ ହେଇ ଆସିଥିବାର ଶିବକୁଁ ପହେଲା ଗଁା ଖୁଲିରେ ପୂଜା କରାଯାଇଥିଲା। ଯେନ୍‌ଟାକେ ଦେଶୀ ଭାଷାରେ ଡଁାଡ଼୍‌ ପୂଜା ବଲି କୁହାଯାଏସି। ପଛେ ଶିବକୁଁ ନାଗ୍‌ବାଚା ଦେଉଲେ ବିଜେ କରି ପୂଜାପାଠ୍‌ କରାଯାଇଥିଲା। ଗୁରୁ ଉପାସୀ ଭକତ୍‌ମାନକୁ ଥାଲ ଧରେଇ ମନ୍ତ୍ର ପଢ଼ି ତାକର ଦିହେ ଦେବ୍‌ତା ଭରେଇଥିଲେ। ଇ ସମିଆରେ ଗଁାର ଅନେକ ଲୋକ୍‌ ନିଜର ମାନ୍‌ସିକ୍‌ ପୂରନ୍‌ ଲାଗି ଦେବ୍‌ତା ଭରିଥିବାର ଭକତ୍‌ମାନକର ଆଘେ ପାଲ୍‌ ପଡ଼ିଥିଲେ। ସେନ୍‌ତା ଗୁରୁବାର ଝାରପୂଜା ହେଇଥିଲା। ଇ ପୂଜାର ଲାଗି ଗୁରୁକଁର ସଂଗେ ଭକତ୍‌ମାନେ ଜଂଗଲକେ ଯାଇ ଶିବ, ଗଣେଶ ଆର ଚଉଷଠି ଯୋଗିନୀକଁର ପୂଜା କରବେ। ସେଠାନେ ପୂଜା ଉତାରୁ ଗୁରୁ ଭକତ୍‌ମାନକୁ ସଁାପ୍‌ ଗରଲ ଖୁଆବାର ସଂଗେ ଯୋଗିନୀମାନକରନେ କୁକ୍‌ରା, ବୁକାଗର୍‌ରା ବଲି ଦେବେ। ସଭେ ରସାଦ ସେବନ କରି ଜଂଗ୍‌ଲେ ରାଏତ୍‌ କଟାବାର କାଯ୍‌କରମ ରହିଛେ। ଇ ପୂଜା ସମିଆରେ ଭକତ୍‌ମାନେ ତଲେ ଶୁଇବାର ସଂଗେ ଝାରପୂଜା ନାଇଁ ସରବାର ତକ୍‌ ଉପାସେ ରହେବାର କଡ଼ା ନିୟମ ରହିଛେ। ଚଲ୍‌ତି ବଛର ଇ ପୂଜାରେ ଗୁରୁ ହିସାବେ ରୁଦ୍ର ଘିବିଲା, ପୂଜା ପରିଚାଲକ୍‌ ହିସାବେ ଟିକେଶ୍ୱର ପୁଟେଲ, ହୃଷୀକେଶ ସେଠ୍‌, ତଷୋବନ୍ତ ପୁଟେଲ ପରମୁଖ ରହିଥିଲେ। ସେନ୍‌ତା ଉପାସୀ ଭକତ୍‌ ହିସାବେ ଟିହିଲୁ ଭୁଏ, ଠିବୁ ପୁଟେଲ, ବୁଟୁରୁ ଯୁଆଡ଼ି, କୀର୍ତ୍ତନ୍ୟ ନାଗ୍‌, ବାବାଜୀ ଦାସ, ନିର୍ମଳ ସେଠ୍‌ ଆର ଘନ ପୁଟେଲ ପରମୁଖ ୧୦୦ରୁ ଅଧ୍‌କା ଭକତ୍‌ ରହିଥିଲେ।