ଚୋରାଚାଲାଣ ହେଉଥିଲା କମର୍ସିଆଲ ଗ୍ୟାସ, ଅଚାନକ ଚଢାଉ କଲା ଯୋଗାଣ ବିଭାଗ, ଜବତ ହେଲା ଏତେ…

ଭବାନୀପାଟଣା/ଜୁନାଗଡ଼,୨୦।୪(ଉତ୍ତମ ଦାଶ/ସୁନୀଲ କୁମାର ସିଂ): କଳାହାଣ୍ଡି ଜିଲା ଜୁନାଗଡ଼ ସହର ଦେଇ ରାୟପୁରକୁ ଚୋରାଚାଲାଣ ହେଉଥିବା ଏକ ବ୍ୟବସାୟିକ (କମର୍ସିଆଲ) ଗ୍ୟାସ ବୋଝେଇ ପିକ୍‌ଅପ୍‌ ଉପରେ ସୋମବାର ସ୍ଥାନୀୟ ପୋଲିସ ଓ ଯୋଗାଣ ବିଭାଗ ଚଢ଼ାଉ କରିଛି। ସହରର କଲମପୁର ଛକ ନିକଟରୁ ଧରାପଡିଥିବା ଏହି ପିକଅପ ନଂ ସିଜି ୦୪ ପି ଡବ୍ଲୁ ୭୨୭୧ରେ ଯାଞ୍ଚ କରାଯିବାବେଳେ ୬୪ଟି ଗ୍ୟାସ ଜବତ ହୋଇଥିଲା। ଯେଉଁଥିରେ ୫୨ଟି ଭର୍ତ୍ତିଥିବା ଓ ଅବଶିଷ୍ଟ ଖାଲି ରହିଥିଲା। ଗାଡିଟି ଭବାନୀପାଟଣାରୁ ଗ୍ୟାସ ଧରି ରାୟପୁରକୁ ଚାଲାଣ ହେଉଥିଲା। ଏହି ସମ୍ପୃକ୍ତ ଗାଡି ଚାଳକ ରାୟପୁରର ମନୋଜ କୁମାରଙ୍କୁ ପୋଲିସ ଥାନାକୁ ଆଣି ଅଟକ ରଖି ପଚରାଉଚୁରା କରୁଛି। ଏହି ଚଢ଼ାଉରେ ଜୁନାଗଡ଼ ଆଇଆଇସି ଶେଷଦେବ ବେହେରା,ଜିଲା ଯୋଗାଣ ଅଧିକାରୀ ଅଜୟ ବେହେରା,ଜୁନାଗଡ଼ ବ୍ଲକ ଯୋଗାଣ ନିରୀକ୍ଷକ ଅଲେଖ ଭୋଇ,ଧର୍ମଗଡ଼ ଗଣପତି ତାଣ୍ଡି ପ୍ରମୁଖ ସାମିଲ ଥିଲେ।

Odisha’s No.1 Odia Daily

Share