ବିବାହର ପ୍ରତିଶ୍ରୁତି ଦେଇ ମହିଳାଙ୍କୁ ଗର୍ଭବତୀ କଲେ ୬୫ ବର୍ଷୀୟ ବୃଦ୍ଧ, ଥାନାରେ ପହଞ୍ଚି ସବୁ ସତ ବଖାଣିଲେ…

ମୋହନା,୨୦।୪( ମନ୍ମଥ ମିଶ୍ର ) : ବିବାହର ପ୍ରତିଶ୍ରୁତି ଦେଇ ମହିଳାଙ୍କୁ କଲେ ଗର୍ଭବତୀ ୬୫ ବର୍ଷୀୟ ବୃଦ୍ଧ । ଏଭଳି ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଦମାଦୁଆ ଗ୍ରାମ ପଞ୍ଚାୟତ ଘାସପଦା ଗାଁରେ। ଜଣେ ବିଧବା ମହିଳା ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। ଘାସପଦା ଗାଁର ମାରିଆନ ବିଶୋଇ (ବୟସ ୬୫) ତାଙ୍କୁ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଦୀର୍ଘ ମାସ ଧରି ଶାରୀରିକ ସମ୍ପର୍କ ରଖି ଆସୁଥିଲେ। ଫଳରେ ମହିଳା ଜଣଙ୍କ ବର୍ତ୍ତମାନ ଛଅ ମାସର ଗର୍ଭବତୀ ଅଛନ୍ତି । ମହିଳାଙ୍କ ଅଭିଯୋଗ ଅନୁଯାୟୀ ପ୍ରଥମେ ବିବାହ ର ପ୍ରତିଶୃତି ପରେ ମନା କରିଥିଲେ। ଏନେଇ ଗାଁରେ ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ ଏକ ବୈଠକ ହୋଇଥିଲା ଓ ସେଠାରେ ବୃଦ୍ଧା ଜଣଙ୍କ ବିବାହ ପାଇଁ ସମ୍ମତି ଦେଇଥିଲେ। କିନ୍ତୁ ପରେ ପୁଣିଥରେ ସେ ତାଙ୍କ ମତ ପରିବର୍ତ୍ତନ କରି ବିବାହକୁ ଅସ୍ବୀକାର କରିଥିବା ନେଇ ଥାନାରେ ମହିଳା ଜଣଙ୍କ ଅଡବା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୋଲିସ ଥାନାରେ ୮୧/୨୬ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ଗାଁରେ ପହଞ୍ଚି ତଦନ୍ତ କରି ସାକ୍ଷୀମାନଙ୍କ ବୟାନ ରେକର୍ଡ କରିଛି। ଯାହାକୁ ନେଇ ଆଜି ବୃଦ୍ଧାଙ୍କୁ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତରୀ ମାଇନା କରିବା ସହ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

Odisha’s No.1 Odia Daily

Share