ଶେଷ ହେଲା ତିହିଡ଼ି ମହୋତ୍ସବ: ମନ ମୋହିଲେ ଶ୍ରବଣ କୁମାର ଓ ଗାନ୍ଧୀ, ଜବାହାର

ତିହିଡ଼ି,୪ା୨(ଡି.ଏନ୍‌.ଏ.)- ଭଦ୍ରକ ଜିଲା ତିହିଡ଼ି କାଳୀପଡ଼ିଆରେ ଶ୍ୟାମା କ୍ଲବ ପକ୍ଷରୁ ୫ଦିନ ଧରି ଚାଲିଥିବା ୩ୟ ତିହିଡ଼ି ମହୋତ୍ସବ ସୋମବାର ଉଦ୍‌ଯାପିତ ହୋଇଯାଇଛି । ମହୋତ୍ସବର ଫାଟକ ପାର୍ଶ୍ୱରେ ଶ୍ରବଣ କୁମାର ଓ ମହାତ୍ମାଗାନ୍ଧୀ ଏବଂ ଜବାହରଲାଲ ନେହେରୁଙ୍କ ଜୀବନ୍ତ ମୂର୍ତ୍ତି ଦର୍ଶକମାନଙ୍କ ମନ ମୋହିଥିଲା। ଏହି ଜୀବନ୍ତ ମୂର୍ତ୍ତି ପାଖରେ ଦୀର୍ଘ ୫ଘଣ୍ଟା ଧରି ବେଶ୍‌ ଗହଳି ଲାଗିଥିବା ପରିଲକ୍ଷିତ ହୋଇଥିଲା। ଏହି ମୂର୍ତ୍ତି ଷ୍ଟାଚ୍ୟୁ ପରି ମନେ ହେଉଥିଲେ ମଧ୍ୟ ଏହା ଯେ ଜୀବନ୍ତ ଥିଲା ତାହା ଲୋକମାନେ ବିଶ୍ୱାସ କରିପାରୁ ନ ଥିଲେ। ଉଦ୍‌ଯାପନୀ ସନ୍ଧ୍ୟାରେ ମୁଖ୍ୟଅତିଥି ଭାବେ ବିରୋଧୀଦଳ ଉପନେତା ବିଷ୍ଣୁ ସେଠୀ ଯୋଗ ଦେଇ ଓଡ଼ିଆ ସାହିତ୍ୟକୁ ତିହିଡ଼ି ମାଟିର ଯଥେଷ୍ଟ ଅବଦାନ ଥିବା ମତବ୍ୟକ୍ତ କରିଥିଲେ । ଅନ୍ୟତମ ଅତିଥି ଭାବେ ଏମ୍‌ସର ଡା. ସୁଜିତ୍‌ କୁମାର ତ୍ରିପାଠୀ ଯୋଗ ଦେଇଥିଲେ। ମହୋତ୍ସବ କମିଟିର ସଭାପତି ଶିକ୍ଷାବିତ୍‌ ସୋମନାଥ ପାଢ଼ୀ ଅତିଥିଦ୍ୱୟଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହାଛଡ଼ା ତିହିଡ଼ି ଅଞ୍ଚଳରୁ ନିକଟରେ ଆଇଏଏସ୍‌ ପ୍ରାପ୍ତ ଶୁଭଙ୍କର ମହାପାତ୍ର, ବିଶିଷ୍ଟ ନାଟ୍ୟକାର ଓ କବି ସୁଧାଂଶୁ ଶେଖର ବେହେରାଙ୍କ ସମେତ ବିଭିନ୍ନ ସାମାଜିକ ସଂଗଠନକୁ ସମ୍ବର୍ଦ୍ଧିତ କରାଯାଇଥିଲା। କମାରିଆ ସ୍ଥିତ ଆନନ୍ଦ ପ୍ରସାଦ ସିନ୍ଦୋଳ ପଞ୍ଚାୟତ ସହଯୋଗ ହାଇସ୍କୁଲର ଛାତ୍ରୀଛାତ୍ରଙ୍କ ଦ୍ୱାରା ବୁଢ଼ା ଶଙ୍ଖାରୀ ନାଟକ ଓ ତିହିଡ଼ି ଚନ୍ଦ୍ରଶେଖର ରତ୍ନାକର ହାଇସ୍କୁଲର ଛାତ୍ରୀଛାତ୍ରଙ୍କ ଦ୍ୱାରା ପରିବେଷିତ ଆଇନା ନାଟକ ଦର୍ଶକମାନଙ୍କ ମଧ୍ୟରେ ବେଶ୍‌ ପ୍ରଶଂସିତ ହୋଇଥିଲା। ମୟୂରଭଞ୍ଜ ଚିନୁଆପଦା ଛଉନୃତ୍ୟ ପ୍ରତିଷ୍ଠାନର କଳାକାରଙ୍କ ଦ୍ୱାରା ପରିବେଷିତ ଛଉ ନୃତ୍ୟ ମନମୁଗ୍ଧକର ହୋଇଥିଲା । ଓଡ଼ିଆ ଚଳଚ୍ଚିିତ୍ର ଜଗତର ସ୍ବନାମଧନ୍ୟ ତାରକା ମିହିର ଦାସ ଏଥିରେ ଯୋଗ ଦେଇ ସଂଳାପ ମାଧ୍ୟମରେ ଦର୍ଶକାମାନଙ୍କର ମନୋରଞ୍ଜନ କରିଥିଲେ। ମହୋତ୍ସବ କମିଟି ସମ୍ପାଦକ ଚନ୍ଦ୍ରକାନ୍ତ ମହାନ୍ତି, ଡ. ଲକ୍ଷ୍ମୀଧର ତ୍ରିପାଠୀ ସମଗ୍ର କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ସାମାଜିକ କର୍ମୀ ଧୀରେନ୍ଦ୍ର ସାହୁ, ଅମର ଜେନା, ମନୋଜ ସେନାପତି, ନରେନ୍ଦ୍ର ବାରିକ, କୈଳାସ ବେହେରା, ଜ୍ୟୋତିର୍ମୟ ପାଣ୍ଡବ, ମନୋଜ ପାଣିଗ୍ରାହୀ, ରାଜୀବ କୁମାର ନାୟକ, ଅମୂଲ୍ୟ ସେନାପତି, ପ୍ରିୟବ୍ରତ ପାଢ଼ୀ, ଗିରିଜାରମଣ ଜେନା, ପ୍ରଭାତ ଜେନା, ନୀଳମାଧବ ସେନାପତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri