Posted inଖେଳ

ଶେଷ ଟେଷ୍ଟ ପୂର୍ବରୁ ଭାରତୀୟ ଦଳର ୯ ଖେଳାଳି ଆହତ

ସିଡନୀ,୧୨।୧: ବ୍ରିସବେନ ଟେଷ୍ଟ ପୂର୍ବରୁ ଭାରତୀୟ ଦଳକୁ ଗୋଟିଏ ପରେ ଗୋଟିଏ ଝଟ୍‌କା ଲାଗିଛି। ଭାରତୀୟ କ୍ରିକେଟ ଦଳ ବର୍ଡର-ଗାଭାସ୍କର ଟ୍ରଫିର ଶେଷ ତଥା ଅନ୍ତିମ ମ୍ୟାଚ୍‌ ପୂର୍ବରୁ ଅନ୍ତିମ-୧୧ ଖେଳାଇବାକୁ ନେଇ ଚିନ୍ତାରେ ପଡିଛି। ଅଷ୍ଟ୍ରେଲିଆ ଗସ୍ତରେ ଥିବା ଟେଷ୍ଟ ସିରିଜରେ ଏପର୍ଯ୍ୟନ୍ତ ୯ ଖେଳାଳି ଆହତ ହୋଇଛନ୍ତି। ଏଥିରେ ମହମ୍ମଦ ଶାମି, ଉମେଶ ଯାଦବ, ରବିନ୍ଦ୍ର ଜାଡେଜା, ହନୁମା ବିହାରୀ ଏବଂ ଜସପ୍ରୀତ ବୁମ୍‌ରାଙ୍କୁ ସିରିଜରୁ ବାଦ ଦିଆଯାଇଛି। ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ଦ୍ରୁତ ବୋଲିଂର ନେତୃତ୍ୱ ନେଇଥିବା ଜସପ୍ରୀତ ବୁମରା ପେଟ ମାଂସପେଶୀରେ ଆଘାତ କାରଣରୁ ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟେଷ୍ଟରୁ ସେ ବାଦ ପଡିଛନ୍ତି। ଟେଷ୍ଟର ଆଗାମୀ ଘରୋଇ ସିରିଜକୁ ଦୃଷ୍ଟିରେ ରଖି ଭାରତୀୟ ଦଳ ପରିଚାଳନା ସେମାନଙ୍କ ଆଘାତକୁ ବିପଦରେ ପକାଇବାକୁ ଚାହୁଁନାହଁାନ୍ତି। ଏହା ବ୍ୟତୀତ ରବିଚନ୍ଦ୍ରନ ଅଶ୍ୱିନ, କେ.ଏଲ ରାହୁଲ, ମୟଙ୍କ ଅଗ୍ରୱାଲ ଏବଂ ରିଷଭ ପନ୍ତ ମଧ୍ୟ ଆହତ ହୋଇଛନ୍ତି। ଶେଷ ଟେଷ୍ଟ ପୂର୍ବରୁ ଏହି ଗୁରୁତ୍ୱପୂର୍ଣ୍ଣ ଖେଳାଳିଙ୍କ ଆହତ ଟିମ ଇଣ୍ଡିଆ ପାଇଁ ଚିନ୍ତାର ବିଷୟ ହୋଇଛି। ସିଡନୀ ଟେଷ୍ଟର ଅନ୍ତିମ ଦିନରେ ସାଢେ ତିନି ଘଣ୍ଟା ବ୍ୟାଟିଂ କରିବା ପରେ ରବିଚନ୍ଦ୍ରନ ଅଶ୍ୱିନଙ୍କ ପିଠି ଟାଣିବା ସମସ୍ୟା ବଢିଯାଇଥିଲା, ଫଳରେ ଭାରତରେ ଆଉ ବିକଳ୍ପ ବାକି ନାହିଁ। ବୁମରାଙ୍କ ଆଘାତ ହେତୁ ଦୁଇଟି ଟେଷ୍ଟ ଖେଳିଥିବା ମହମ୍ମଦ ସିରାଜ ଭାରତୀୟ ଆକ୍ରମଣର ନେତୃତ୍ୱ ନେବେ ଏବଂ ନବଦୀପ ସଇନି, ଶାର୍ଦ୍ଦୁଳ ଠାକୁର ଏବଂ ଟି ନଟରାଜନ ଜାନୁଆରୀ ୧୫ରୁ ବ୍ରିସବେନ ଟେଷ୍ଟରେ ଖେଳିବେ।
ଭାରତର ସମ୍ଭାବ୍ୟ ଖେଳ ୧୧:
ଶୁଭମାନ ଗିଲ, ରୋହିତ ଶର୍ମା, ଚେତେଶ୍ୱର ପୂଜାରା, ଅଜିଙ୍କେ ରାହାଣେ, ରିଷଭ ପନ୍ତ, ରିଦ୍ଧିମାନ ସାହା, ରବିଚନ୍ଦ୍ରନ ଅଶ୍ୱିନ, ଶାର୍ଦ୍ଦୁଲ ଠାକୁର, ଟି ନଟରାଜନ, ନବଦୀପ ସାଇନି ଏବଂ ମହମ୍ମଦ ସିରାଜ


Enter your email to get our daily news in your inbox.

All Right Reserved By Dharitri.Com

ଜୁନ୍ ୧ରୁ ପ୍ରତି ମାସରେ ମହିଳାଙ୍କୁ ମିଳିବ ୩୦୦୦ ଟଙ୍କା ସହ ମାଗଣା ବସ୍ ଯାତ୍ରା; ଜାଣନ୍ତୁ କେମିତି କରିବେ ଆବେଦନ

କୋଲକାତା,୨୭।୫: ପଶ୍ଚିମବଙ୍ଗର ନବନିର୍ୱାଚିତ ସରକାର ରାଜ୍ୟର ମହିଳାମାନଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା ପାଇଁ ସେମାନଙ୍କର ସବୁଠାରୁ ବଡ଼ ନିର୍ୱାଚନୀ ପ୍ରତିଶ୍ରୁତି ପୂରଣ କରିବାକୁ ଯାଉଛନ୍ତି। ରାଜ୍ୟ…

ଭିଜିଲାନ୍ସ ଜାଲରେ ACSO, ଲାଞ୍ଚ ନେବାବେଳେ ରେଡ୍‌ ହ୍ୟାଣ୍ଡରେ ଧରାପଡ଼ିଲେ

କେନ୍ଦୁଝର,୨୭ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ବୁଧବାର ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ଚମ୍ପୁଆ ଅତିରିକ୍ତ ସିଭିଲ ସପ୍ଲାଏ ଅଧିକାରୀ (ACSO)।  ତାଙ୍କ ନାଁ ଭୂମାରାମ ମୁର୍ମୁ ବୋଲି ଜଣାପଡ଼ିଛି।…

ତାଳଚୁଆ ସାମୁଦ୍ରିକ ଥାନାରେ ଥାର୍ଡ ଡିଗ୍ରୀ : ମହିଳା ଓ ତାଙ୍କ ପୁଅଙ୍କୁ ଥାନାରେ ମାଡ଼

ଭୁବନେଶ୍ୱର/ରାଜନଗର, ୨୭।୫(ତ୍ରିନାଥ ମହାନ୍ତି/ଭାସ୍କର ରାଉତରାୟ): ବାରଙ୍ଗ ଥାନାରେ ଜଣେ ଯୁବକଙ୍କୁ ପତ୍ନୀ ହତ୍ୟା ସନ୍ଦେହରେ ପୋଲିସ ଉଠାଇ ଆଣି ଥାର୍ଡ ଡିଗ୍ରୀ ଦେଇ ଗୁରୁତର କରି ଆଇସିୟୁ’ରେ…

CM ବିଜୟଙ୍କ ଫିଲ୍ମ ଇଣ୍ଡଷ୍ଟ୍ରିକୁ ବଡ଼ ଉପହାର! ଥ୍ରୀଏଟରରେ ବଦଳିବ ୭୦ ବର୍ଷର ନିୟମ, ଏବେ ହେବ ଜୋରଦାର ରୋଜଗାର

ଚେନ୍ନାଇ,୨୭।୫: ତାମିଲନାଡୁର ନବନିର୍ୱାଚିତ ମୁଖ୍ୟମନ୍ତ୍ରୀ ତଥା ସୁପରଷ୍ଟାର୍‌ ଥାଲାପତି ବିଜୟ (Thalapathy Vijay) ଏବେ ଏଭଳି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି, ଯାହା ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରି…

ପୁରୀର ଏକ ରିସର୍ଟରୁ ଗିରଫ ହେଲେ TMC ବିଧାୟକ

ପୁରୀ,୨୭ା୫: ପଶ୍ଚିମବଙ୍ଗର ପୂର୍ବତନ ପରିବହନ ମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ(TMC)ର ବରିଷ୍ଠ ନେତା ଦିଲ୍ଲୀପ ମଣ୍ଡଳଙ୍କୁ ଏସ୍‌ଟିଏଫ୍‌ ଦ୍ୱାରା ଗିରଫ ହୋଇଥିବା ନେଇ ସୂଚନା ମିଳିଛି ।…

ଆଉ ୨ ଦିନ ଗରମ, ଗୁଳୁଗୁଳି

ଭୁବନେଶ୍ୱର ୨୭।୫ (ବନ୍ଦନା ସେଠୀ): ରାଜ୍ୟରେ ତାପମାତ୍ରାରେ ସାମାନ୍ୟ ହ୍ରାସ ଘଟିଥିଲେ ମଧ୍ୟ ମଙ୍ଗଳବାର ଗରମ ଓ ଗୁଳୁଗୁଳି ଜାରି ରହିଥିଲା। ୨୦ ସ୍ଥାନର ତାପମାତ୍ରା ୪୦…

ବ୍ୟବସାୟୀଙ୍କ ଦୋକାନରୁ ୪୩ ରନ୍ଧନ ଗ୍ୟାସ୍‌ ସିଲିଣ୍ଡର ଜବତ, ଅତର୍କିତ ଚଢାଉ କରି ପୋଲିସ…

ମହାକାଳପଡ଼ା, ୨୭ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତନ୍ତିଆପାଳ ସାମୁଦ୍ରିକ ଥାନା କଣ୍ଟିଲୋ ଓ ପୂର୍ବ ସୁନୀତି ଗ୍ରାମରେ ଦୁଇ ବ୍ୟବସାୟୀଙ୍କ ଦୋକାନ ଗୃହରୁ…

୧୦ ବର୍ଷର ଝିଅକୁ ବଳାତ୍କାର ପରେ ହତ୍ୟା ଘଟଣାର ପ୍ରେସମିଟ୍‌ କରୁଥିବାବେଳେ ହସି ହସି ଗଡ଼ିଲେ ୩ IPS: ଭିଡିଓ ଭାଇରାଲ ପରେ…

କୋଏମ୍ବାଟୁର,୨୭।୫: ତାମିଲନାଡୁର କୋଏମ୍ବାଟୁରରେ ଜଣେ ୧୦ ବର୍ଷୀୟା ଝିଅକୁ ବଳାତ୍କାର ପରେ ହତ୍ୟା କରାଯାଇଥିଲା। ଏହି ନୃଶଂସ ହତ୍ୟାକାଣ୍ଡ ସମଗ୍ର ରାଜ୍ୟକୁ ଦୋହଲାଇ ଦେଇଛି। ବିଜୟ ସରକାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri