ଶେଷରେ ପ୍ରିୟାମଣି

ଆମ ଦେଶର ଅନ୍ୟତମ ଲୋକପ୍ରିୟ ଖେଳ ହେଲା ଫୁଟବଲ୍‌। ଏହାର ସ୍ବର୍ଣ୍ଣ ଜୟନ୍ତୀ ଅବସରରେ ନିର୍ମିତ ହେଉଛି ହିନ୍ଦୀ ସିନେମା ‘ମୈଦାନ’। ଏଥିରେ ଅଜୟ ଦେବଗନ ଫୁଟବଲ ଖେଳାଳି ତଥା ଭାରତୀୟ ଫୁଟବଲ ଦଳର ମ୍ୟାନେଜର ଭାବରେ ଦାୟିତ୍ୱ (୧୯୫୦-୧୯୬୩) ତୁଲାଇଥିବା ସୟଦ ଅବଦୁଲ ରହିମ ଭୂମିକାରେ ଅଭିନୟ କରିବେ। ହେଲେ ଏଥିରେ ତାଙ୍କ ମା’ ରୋଲ୍‌ରେ କାହାକୁ ସାଇନ୍‌ କରାଯିବ ସେ ନେଇ ବେଶ୍‌ ବିଚାର ବିମର୍ଶ କରିବା ପରେ ୨୭ବର୍ଷ ବୟସ୍କା କୀର୍ତ୍ତି ସୁରେଶଙ୍କୁ ସାଇନ୍‌ କରାଯାଇଥିଲା। ହେଲେ ମେକଅପ ନେବା ପରେ ସେ ଏତେ ୟଙ୍ଗ ଦେଖାଗଲେ ଯେ ନିର୍ଦ୍ଦେଶକ ଅମିତ ରବୀନ୍ଦ୍ରନାଥ ଶର୍ମା ତାଙ୍କୁ କାଷ୍ଟିଂରୁ ବାଦ୍‌ ଦେବାକୁ ବାଧ୍ୟ ହୋଇଥିଲେ। ଏବେ ଅନ୍ୟତମ ଲୋକପ୍ରିୟ ତାମିଲ ଅଭିନେତ୍ରୀ ପ୍ରିୟାମଣିଙ୍କୁ ସାଇନ୍‌ କରାଯାଇଛି। ୩୫ବର୍ଷ ବୟସ୍କ ପ୍ରିୟାମଣି ଅଫରଟି ପାଇବା ପରେ ମଧ୍ୟ ରାଜି ହୋଇଯାଇଥିଲେ। ଜି ଷ୍ଟୁଡିଓ, ବୋନି କପୁର, ଆକାଶ ଚାଓ୍ବଲା, ଅରୁନଭା ରୟ ସେନଗୁପ୍ତା, ସ୍ବାୟନ କ୍ୱାଡ୍ରସ ଏବଂ ରିତେଶ ଶାହା ‘ମୈଦାନ’ର ପ୍ରଯୋଜନା କରୁଛନ୍ତି। ଫୁଟବଳ ଉପରେ ପ୍ରସ୍ତୁତ ହେଉଥିବା ଏହି ଫିଲ୍ମଟି ଚଳିତ ମାସ ୨୭ରେ ରିଲିଜ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

ନୂଆ ରେକର୍ଡ କଲା ଅଲୁ ଅର୍ଜୁନଙ୍କ ପୁଷ୍ପା ୨, ଏହି ପ୍ଲାଟଫର୍ମକୁ ୨୭୫ କୋଟି ଟଙ୍କାରେ ବିକ୍ରୀ କଲା ଡିଜିଟାଲ୍ ରାଇଟ୍

ମୁମ୍ବାଇ: ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ଟିଜର ଆସିବା ପରଠାରୁ ଏହା ହେଡଲାଇନରେ ରହିଛି। ଏବେ ଖବର ଆସିଛି ଯେ, ବହୁ ପ୍ରତୀକ୍ଷିତ ସୁକୁମାରଙ୍କ ନିର୍ଦ୍ଦେଶିତ...

ରାଜ କୁନ୍ଦ୍ରାଙ୍କ ୯୭.୭୯ କୋଟିର ସମ୍ପତ୍ତି ଜବତ କଲା ଇଡି, ଶିଳ୍ପାଙ୍କ ବଙ୍ଗଳା ବି ହେଲା ସିଜ୍‌

ମୁମ୍ବାଇ,୧୮।୪: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ପୁଣି ଏକ ବଡ଼ ଅଡ଼ୁଆରେ ଫସିଛନ୍ତି। ଇଡି ତାଙ୍କର ୯୭.୭୯ କୋଟି ଟଙ୍କାର ସମ୍ପତ୍ତିକୁ...

ପରପାରିରେ ବିଶିଷ୍ଟ ଅଭିନେତା-ନିର୍ଦ୍ଦେଶକ ସଚ୍ଚି ଦାସ

ଭୁବନେଶ୍ୱର,୧୮।୪: ଆରପାରିରେ ବିଶିଷ୍ଟ ସିନେ କଳାକାର ଡ. ସଚ୍ଚି ଦାସ । ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା । ସଚ୍ଚି ଦାସ, କବି ସମ୍ରାଟ...

ଗର୍ଭବତୀ ଥାଇ ବି ଆକ୍ସନ ସିନ୍‌ କରୁଛନ୍ତି ଦୀପିକା!

ମୁମ୍ବାଇ: ବଲିଉଡର ‘ମସ୍ତାନୀ’ ଅର୍ଥାତ୍‌ ଦୀପିକା ପାଦୁକୋନ ୨୦୨୪ ସେପ୍ଟେମ୍ବରରେ ମା’ ହେବାକୁ ଯାଉଛନ୍ତି। ଏହି ମୁହୂର୍ତ୍ତକୁ ଅନୁଭବ କରିବାକୁ ଉଭୟ ଅଭିନେତା ରଣବୀର ସିଂ...

କ୍ରିମନାଲ ଲୟର ହେବାକୁ ଚାହୁଁଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ଷ୍ଟାର କିଡଙ୍କ କଥା ଯଦି ଆଲୋଚନାକୁ ନିଆଯାଏ, ତେବେ କୁହାଯାଏ ଯେ ଏମାନେ ପ୍ୟାରେଣ୍ଟସଙ୍କ ପଥ ଅନୁସରଣ କରି ମନୋରଞ୍ଜନ ଦୁନିଆରେ ନିଜର...

ସାଉଥରେ ଡେବ୍ୟୁ କରିବେ ଅକ୍ଷୟ

ହାଇଦ୍ରାବାଦ: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ନିଜର ଆକ୍ସନ ଥ୍ରୀଲର ଫିଲ୍ମ ‘ବଡ଼େ ମିୟାଁ ଛୋଟେ ମିୟାଁ’ପରେ ଏବେ ତେଲୁଗୁ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବାକୁ ଯାଉଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri