ଶୁଷ୍କ ତ୍ୱଚାକୁ କରନ୍ତୁନି ଅଣଦେଖା

ଶୀତଦିନେ ଅନେକଙ୍କଠାରେ ଶୁଷ୍କ ତ୍ୱଚା ସମସ୍ୟା ଦେଖିବାକୁ ମିଳିଥାଏ। ହେଲେ ଅନେକ ଲୋକ ଏହାକୁ ଅଣଦେଖା କରିଥାନ୍ତି। ଯଦ୍ଦ୍ବାରା ତ୍ୱଚା ସମ୍ବନ୍ଧୀୟ ଅନେକ ସମସ୍ୟା ଭୋଗିବାକୁ ପଡ଼ିଥାଏ। ତେଣୁ ତ୍ୱଚାକୁ ଶୁଷ୍କ ହେବାକୁ ନ ଦେବା ଏବଂ ନରମ ରଖିବା ଆବଶ୍ୟକ। ଏହାସହ ଡାକ୍ତରଙ୍କ ପରାମର୍ଶରେ ଶୁଷ୍କ ତ୍ୱଚାର ଅବିଳମ୍ବେ ଚିକିତ୍ସା କରାଇବା ଜରୁରୀ। ଏହାର ଶୀଘ୍ର ଚିକିତ୍ସା କରା ନ ଗଲେ ଚର୍ମ ସଂକ୍ରମଣ(ସ୍କିନ୍‌ ଇନ୍‌ଫେକ୍ସନ୍‌) ସମସ୍ୟା ମଧ୍ୟ ଉପୁଜିଥାଏ। ଜୀବାଣୁ ଜନିତ ସଂକ୍ରମଣ ଦ୍ୱାରା ଚର୍ମ ଲାଲ୍‌ ପଡ଼ିବା ସହ ରକ୍ତ ଓ ପୂଯ ବାହାରିବା, ଫୁଲିବା ଆଦି ଲକ୍ଷଣ ଦେଖାଯାଇଥାଏ। ଏହି ଲକ୍ଷଣ ଗୁଡ଼ିକ ଦେଖାଦେଲେ ତୁରନ୍ତ ଅଭିଜ୍ଞ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ। ତେବେ ଶୁଷ୍କ ତ୍ୱଚା ସମସ୍ୟାରୁ ନିଜକୁ ଦୂରେଇ ରଖିବା ପାଇଁ ଗାଧୋଇବା ପରେ ନିୟମିତ ମଏଶ୍ଚରାଏଜର୍‌ କ୍ରିମ୍‌ ବ୍ୟବହାର କରିବା ଉଚିତ। ଏହାସହ କେତୋଟି ଗୁରୁତ୍ୱପୂର୍ଣ୍ଣ ବିଷୟ ଯଥା ଚର୍ମକୁ ବାରମ୍ବାର ନ କୁଣ୍ଡାଇବା, ଅତ୍ୟଧିକ ସମୟ ଏସି ରୁମ୍‌ରେ ନ ରହିବା, ଆବଶ୍ୟକ ଠାରୁ ଅଧିକ ଗରମ ପାଣିରେ ନ ଗାଧୋଇବା ଏବଂ ଡିଟର୍‌ଜେଣ୍ଟ ବ୍ୟବହାର ସମୟରେ ସତର୍କ ରହିବା ଉପରେ ଦୃଷ୍ଟିଦେଲେ ଶୁଷ୍କ ତ୍ୱଚାରୁ ରକ୍ଷା ପାଇପାରିବା। ସେହିପରି ଘରେ ଉପଲବ୍ଧ ନଡ଼ିଆତେଲ ଶୁଷ୍କ ତ୍ୱଚା ସମସ୍ୟାରେ ଭଲ କାମ କରିଥାଏ। ଏହା ବ୍ୟତୀତ ପେଟ୍ରୋଲିୟମ୍‌ ଜେଲି, ମହୁ ଏବଂ ଏଲୋଭେରା ଜେଲ୍‌ ବ୍ୟବହାର କରିବା ଦ୍ୱାରା ମଧ୍ୟ ଏହି ସମସ୍ୟାରୁ ରକ୍ଷା ମିଳିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri