ଶୁଦ୍ଧ ବିଚାର

ଡକ୍ଟର ବାସୁଦେବ ମିଶ୍ର

ଆମ ଇଚ୍ଛାର ଅନୁକୂଳରେ କାର୍ଯ୍ୟ ହେଉଥିଲେ ଅଥବା ସେହି ଅନୁସାରେ ଆମକୁ ସଫଳତା ମିଳୁଥିଲେ ଆମେ ସେଥିପାଇଁ ଅନ୍ୟ କାହାକୁ, ଏମିତିକି ଈଶ୍ୱରଙ୍କୁ ବି ଶ୍ରେୟ ଦେଉନା। ଆମ ପାରିବାପଣିଆର ଫଳସ୍ବରୂପ ତାହା ଆମର ପ୍ରାପ୍ୟ ଥିଲା ବୋଲି ଭାବିନେଉ। ଆମର କାର୍ଯ୍ୟ ସଫଳ ହେବା ଦିଗରେ ଈଶ୍ୱରଙ୍କର ଇଚ୍ଛା, ଗୁରୁଜନଙ୍କ ଆଶୀର୍ବାଦ ଅବା ବନ୍ଧୁମାନଙ୍କର ଶୁଭେଚ୍ଛା ଯେ ଥାଇପାରେ, ସେକଥା ଆମେ ମନକୁ ନେଉନା। ଈଶ୍ୱରଙ୍କ ବିରୋଧରେ ମଧ୍ୟ ଅଭିଯୋଗ ସବୁ ବାଢିଦେଉ। ପରୀକ୍ଷା ସମୟ ଆସିଲେ ପିଲାଏ ସାଧାରଣତଃ ପାଠପଢା ଉପରେ ଅଧିକ ଧ୍ୟାନ ଦେଇଥାନ୍ତି। କିନ୍ତୁ ଅନେକ ଛାତ୍ରୀଛାତ୍ର ପାଠପଢା ଉପରେ ନଜର ଦେଇଥାନ୍ତି ଯେତିକି, ତା’ଠାରୁ ଅଧିକ ଧ୍ୟାନ ଦିଅନ୍ତି ମନ୍ଦିରରେ, ଠାକୁରମାନଙ୍କ ପାଖରେ, ପୂଜା ହୋମ ମାନସିକ ଇତ୍ୟାଦି କରିବାରେ। ପରୀକ୍ଷାର୍ଥୀ କ’ଣ, ଆଜିକାଲି ନେତାମାନେ ନିର୍ବାଚନ ପାଇଁ ନାମାଙ୍କନ କରିବାକୁ ଯିବା ପୂର୍ବରୁ ମନ୍ଦିରରେ ଠାକୁର ଠାକୁରାଣୀଙ୍କ ପୂଜା ହୋମ ଇତ୍ୟାଦି କରିବା ଦେଖାଯାଏ। ପୁଣି ଯେଉଁଦିନ ନିର୍ବାଚନର ଫଳ ଘୋଷିତ ହୁଏ ସେଦିନ ମଧ୍ୟ ପ୍ରାର୍ଥୀମାନେ ଠାକୁର ଠାକୁରାଣୀଙ୍କ ଶରଣରେ ରହିବା ଦେଖାଯାଏ । ଏକଥା ମଧ୍ୟ ଦେଖାଯାଏ, ନିର୍ବାଚନରେ ସଫଳତା ପ୍ରାପ୍ତ ହୋଇଥିବା ପ୍ରାର୍ଥୀ ତାଙ୍କର ପାଞ୍ଚବର୍ଷ ସମୟକାଳ ମଧ୍ୟରେ ଆଉଥରେ କେବେ ସେହି ମନ୍ଦିରକୁ ଆସିବାକୁ ସମୟ ପାଆନ୍ତି ନାହିଁ।
ଠିକ୍‌ ସେମିତି ଆମେ ଚାହୁଁ କେହି ଆମ ସହିତ କଥାବାର୍ତ୍ତା କରିବା ସମୟରେ ଆମ ମନ ଅନୁକୂଳରେ ଅର୍ଥାତ୍‌ ଯେଉଁପରି କଥା ଶୁଣିଲେ ଆମର ମନ ଖୁସି ହେବ, ସେପରି କଥା କହୁ। ଏପରିକି ଆମ ନିଜ ବିଷୟରେ ମଧ୍ୟ କିଛି ଭଲ ଶୁଣିବା ପାଇଁ ଆମର କାନଦୁଇଟି ଅପେକ୍ଷା କରିଥାଏ। ସେଥିରେ ଏପଟ ସେପଟ ହେଲେ ଆମେ ବିରକ୍ତ ହୋଇଉଠୁ। କିନ୍ତୁ ସବୁବେଳେ ତାହା ସମ୍ଭବ ହୁଏନାହିଁ। ଆମେ ସମୟ ସମୟରେ ଏପରି କାର୍ଯ୍ୟ ପାଇଁ କିଛି ବାଧ୍ୟତାମୂଳକ ପରିସ୍ଥିତି ସୃଷ୍ଟିକରୁ ଏବଂ ନିଜ ବିଷୟରେ ଗୁଡିଏ ଭ୍ରାନ୍ତ ଧାରଣା ନିଜ ମନକୁ ନେଉ। ଏପରି କାର୍ଯ୍ୟ କରୁ ନ ଥିବା ଅଥବା କାର୍ଯ୍ୟରେ ସାହାଯ୍ୟ ସହଯୋଗ କରୁ ନ ଥିବା ଲୋକକୁ ଆମେ ଅଜ୍ଞ, ମୂର୍ଖ ଅଥବା ପାଷଣ୍ଡ ବୋଲି କହି ତିରସ୍କାର କରୁ। ଶେଷରେ ପରିଣାମ ଆମକୁ ହିଁ ଭୋଗିବାକୁ ହୁଏ। ବଣର ରାଜା ସିଂହକୁ ଦିନେ ଶିଆଳଟାଏ ଭେଟି କହିଲା, ତୁମେ ନିଜକୁ ନିଜେ ରାଜା ବୋଲି କହିଲେ କ’ଣ ହେବ? ଏଠାରେ ବାସ କରୁଥିବା ଅନ୍ୟ ପଶୁପକ୍ଷୀମାନଙ୍କ ମତ ନେଇଛ? ସିଂହ ଭାବିଲା ସତ କଥା। ପରଦିନ ସେ ଗୋଟିଏ ଠେକୁଆକୁ ଭେଟି ସେଇ କଥା ପଚାରିବାରୁ ଠେକୁଆ ‘ଆପଣ ହିଁ ଏ ବଣର ରାଜା‘ ବୋଲି କହିଲା। ସିଂହର ମନ ଭାରି ଖୁସିହେଲା। ତା’ପରେ ସେ ଗୋଟିଏ ବଣଭୁଆକୁ ଭେଟି ସେଇ କଥା ପଚାରନ୍ତେ ସେ ମଧ୍ୟ ତା’ର ଉତ୍ତରରେ ସିଂହକୁ ରାଜା ବୋଲି ସ୍ବୀକାର କଲା। ଏଥର ସେ ଆହୁରି ଖୁସି ହୋଇ ବାଟରେ ଯାଉଯାଉ ସାମ୍ନାରେ ଆସୁଥିବା ହାତୀକୁ ଦେଖି ପଚାରିଲା- ‘ଏ ବଣର ରାଜା କିଏ?’ ହାତୀ ଏ କଥା ଶୁଣି ତାକୁ ତା ଶୁଣ୍ଢରେ ଧରି ଜୋରକରି ତଳେ କଚାଡି ଦେଲା। ସିଂହକୁ ତା’ ଶରୀରର ହାଡଗୁଡାକ ଭାଙ୍ଗିଯିବା ପରି ଲାଗିଲା। ତରବର ହୋଇ ଉଠି ଟିକିଏ ଦୂରକୁ ଘୁଞ୍ଚିଯାଇ କହିଲା- ‘ମୋ ପ୍ରଶ୍ନର ଉତ୍ତର ଜଣାନାହିଁ ତ ସିଧା ସେକଥା ନ କହି ମୋତେ ତଳେ କଚାଡିଲ କିଆଁ?‘
ନିଜର କର୍ତ୍ତବ୍ୟ କର୍ମକୁ ଠିକ୍‌ରୂପେ ସମ୍ପାଦନ ନ କରି ଭଲ ଫଳ ଆଶା କରିବା ବୃଥା ହୋଇଥାଏ। ଜମିରେ ହଳ ନ କରି, ଚାଷ ବେଉଷଣ ନ କରି ମଗୁଶିର ମାସକୁ ହାତରେ ଦା’ ଧରି ଧାନ କାଟିବାକୁ ଯିବାପରି କଥା। ତୁମେ ନିଜେ କିଏ ଏବଂ କେଉଁ କାର୍ଯ୍ୟ କରିବାରେ ତୁମର ଦକ୍ଷତା ରହିଛି, କେଉଁ କାର୍ଯ୍ୟକୁ ତୁମେ ସଫଳତାର ସହିତ ସମ୍ପନ୍ନ କରିପାରିବ ଏସବୁ କଥା ମନର ଶୁଦ୍ଧ ନିରପେକ୍ଷ ବିଚାର ଏବଂ ବିବେକର ଅନୁଶୀଳନ ଦ୍ୱାରା ସ୍ଥିର କରାଯାଇପାରେ। ଯେଉଁ କାର୍ଯ୍ୟ କରିବା ପାଇଁ ତୁମର ସାମର୍ଥ୍ୟ ନାହିଁ ସେପରି କାର୍ଯ୍ୟ କରିବା ପାଇଁ ଆବୋରି ବସିବାରେ କିଛି ନାହିଁ। ମାଟ୍ରିକ୍‌ ପାଠ ପଢିଥିବା ଲୋକ ପ୍ଲସ୍‌ ଥ୍ରୀ ପିଲାଙ୍କୁ ପାଠ ପଢାଇବ କିପରି? ପ୍ରକୃତିର ଶକ୍ତ ନିୟମ ହେଲା ତୁମେ ଯେଉଁ ମଞ୍ଜି ପୋତିବ, ସେହି ଗଛ ତଥା ଫଳଟି ପାଇବ। ତୁମେ ଗୋଟିଏ ଭଲ କାମ କଲେ ତା’ର ଫଳସ୍ବରୂପ ଭଲ ଫଳ ତୁମକୁ ପ୍ରାପ୍ତ ହେବ। ପ୍ରକୃତିର ନିୟମରେ ତୁମେ ଗୋଟିଏ ଧାନ ମାଟିରେ ପୋତିଦିଆ ତା’ର ଫଳସ୍ବରୂପ ମାଟି ମାଆ ତୁମକୁ ଆଞ୍ଜୁଳାଏ ଧାନ ନିଶ୍ଚୟ ଦେବ। ସେହି ନିୟମରେ ତୁମେ କରିଥିବା ଗୋଟିଏ ମନ୍ଦ କାମ ପାଇଁ ଅନେକ ଦଣ୍ଡ ତୁମ ପାଇଁ ସାଇତା ହୋଇ ରହିବ। କିନ୍ତୁ ଏସବୁ ପ୍ରତି ଆମର ନଜର ରହେନାହିଁ।
ଜୀବନର ପ୍ରତି ପଦକ୍ଷେପରେ ଆମକୁ ଅନେକ କଥା ବିଚାର କରିବାକୁ ପଡେ। ଦୁର୍ଘଟଣାର ସମ୍ମୁଖୀନ ହୋଇ ରାସ୍ତାଉପରେ ପଡି ଯନ୍ତ୍ରଣାରେ ଛଟପଟ ହେଉଥିବା ଲୋକଟିକୁ ଦେଖି ମଧ୍ୟ ଅନେକ ଲୋକ ବାଟଭାଙ୍ଗି ଚାଲିଯାଆନ୍ତି। କିନ୍ତୁ ଶହେ ଲୋକଙ୍କ ପରେ ଶେଷରେ ଯେଉଁ ଲୋକଟି ସେହି କ୍ଷତାକ୍ତ ଲୋକଟିକୁ ଉଠାଇ ଡାକ୍ତରଖାନାକୁ ନେବାର ବ୍ୟବସ୍ଥା କଲା, ତା’ର ସଂସ୍କାର ଏବଂ ବିଚାରଶକ୍ତି ଅନ୍ୟମାନଙ୍କଠାରୁ ଅଲଗା ନିଶ୍ଚୟ। ଦୁଃସ୍ଥ ଲୋକଟିକୁ ଦେଖିବା ପରେ ତା’ର ସଂସ୍କାରୀ ମନ ତାକୁ ଆଉ ଆଗକୁ ଯିବାକୁ ଦେଲାନାହିଁ। ତା’ର ଦୁଃଖଦୁର୍ଦ୍ଦଶା ଦେଖି ତା’ର ହୃଦୟ ଦୟାରେ ବିଗଳିତ ହେଲା। ଏକ ନିର୍ଦ୍ଦିଷ୍ଟ ସଂସ୍କାରଯୁକ୍ତ ପରିବେଶରେ ବଢିଥିବା ଯୁବକଙ୍କ ପକ୍ଷରେ ହିଁ ଏହା ସମ୍ଭବ ହୋଇପାରେ। ନଚେତ୍‌ ଦୁର୍ଘଟଣାର ସମ୍ମୁଖୀନ ହୋଇ ରାସ୍ତା ଉପରେ ଚେତା ହରାଇ ପଡିରହିଥିବା ଲୋକର ପକେଟ ଅଣ୍ଡାଳିବା ଲୋକ ମଧ୍ୟ ଏ ସଂସାରରେ ଅଛନ୍ତି। ମୁମୂର୍ଷୁ ବୃଦ୍ଧ ପିତାଙ୍କର ସେବାଯନତ୍ରେ ଅନ୍ୟ ଭାଇମାନେ ବ୍ୟସ୍ତ ଥିବାବେଳେ ତା’ ଭିତରୁ କେହି ପିତାଙ୍କର ସଞ୍ଚତ୍ତ ଧନକୁ ହାତେଇବାକୁ ଚେଷ୍ଟା କରିବା ଘଟଣା ଏ ସଂସାରରେ ବିରଳ ନୁହେଁ।
ଦଶରଥପୁର, ଯାଜପୁର
ମୋ-୯୪୩୮୩୨୮୭୫୫


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?