ଶିଶୁ ଅପହରଣ କରି ବିକ୍ରି ଘଟଣା: ୨ ମହିଳାଙ୍କ ସମେତ ୬ କୋର୍ଟ ଚାଲାଣ

ବ୍ରହ୍ମପୁର ଅଫିସ,୨୪ା୯-ବ୍ରହ୍ମପୁର ସହରରେ ଶିଶୁ ଅପହରଣ ଓ ପରେ ବିକ୍ରି ଘଟଣାର ପର୍ଦ୍ଦାଫାଶ କରିଛି ଗୋଷାଣି ନୂଆଗାଁ ପୋଲିସ। ପୂରା ଘଟଣାକ୍ରମରେ ସମ୍ପୃକ୍ତ ଥିବା ୨ ମହିଳାଙ୍କ ସମେତ ୬ ଜଣଙ୍କୁ ପୋଲିସ ସୋମବାର ଗିରଫ କରିଛି। ସେମାନେ ହେଲେ ଲାଞ୍ଜିପଲ୍ଲୀ ଢିପ ସାହିର ଶିବ ନାୟକ (୨୭), ଗେଟବଜାର ପାୟଲ ସିନେମା ହଲ ନିକଟରେ ରହୁଥିବା ପ୍ରଫୁଲ ନାୟକ (୪୦), ତାଙ୍କ ସ୍ତ୍ରୀ ମମତା, ଗଜପତି ନଗରର ବାବୁଲା ରଣା ଓରଫ ସନ୍ତୋଷ (୩୫), ଆନ୍ଧ୍ର ବ୍ୟାଙ୍କର ଯାଜପୁର ଶାଖାରେ ପିଅନ ଥିବା ବୃନ୍ଦାବନ ରଣା (୫୨) ଓ ତାଙ୍କ ସ୍ତ୍ରୀ ବୈଜୟନ୍ତୀ। ଅନ୍ୟପକ୍ଷରେ ନିଖୋଜ ଥିବା ୨ ବର୍ଷର ଶିଶୁପୁତ୍ରକୁ ପୋଲିସ ଉଦ୍ଧାର କରି ଚିକିତ୍ସା କରାଇବା ପରେ ତାଙ୍କ ମା’ଙ୍କୁ ହସ୍ତାନ୍ତର କରିଛି। ମାମଲା ନଂ.୯୪/୧୯ରେ ଅଭିଯୁକ୍ତମାନଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଥାନାଧିକାରୀ ସୁମିତ କୁମାର ସୋରେନ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ପାଟପୁର ଥାନା ଅନ୍ତର୍ଗତ ନରସିଂହଗଡର ମୂଳନିବାସୀ ବୃନ୍ଦାବନ ନିଃସନ୍ତାନ ଥିଲେ। ପୋଷ୍ୟ ସନ୍ତାନଟିଏ ପାଇଁ ବ୍ରହ୍ମପୁର ଗଜପତିନଗରରେ ରହି ବ୍ୟବସାୟ କରୁଥିବା ଶାଳକ ସନ୍ତୋଷଙ୍କୁ ସେ କହିଥିଲେ। ବ୍ରହ୍ମପୁର ବଡ଼ ମେଡିକାଲରେ ସୁଇପର ଥିବା ପ୍ରଫୁଲ୍ଲଙ୍କ ସହ ସନ୍ତୋଷଙ୍କ ସମ୍ପର୍କ ଥିଲା। ତେଣୁ ଭିଣୋଇଙ୍କ ପାଇଁ ପିଲାଟିଏ ଯୋଗାଡ଼ କରିବାକୁ ସେ କିଛିଦିନ ତଳେ ପ୍ରଫୁଲ୍ଲଙ୍କୁ କହିଥିଲେ। ଅନ୍ୟପକ୍ଷରେ ୧୯ ତାରିଖ ବିଳମ୍ବିତ ରାତିରେ ଶିବଙ୍କ ସହ ମିଶି ପ୍ରଫୁଲ୍ଲ ଗୁଡସ୍‌ସେଡ଼ ତମ୍ବୁ ଭିତରେ ମା’ ସହ ଶୋଇଥିବା ୨ ବର୍ଷୀୟ ଶିଶୁପୁତ୍ରକୁ ଅପହରଣ କରି ନେବାରେ ସକ୍ଷମ ହୋଇଥିଲେ। ପରଦିନ ସକାଳେ ପୁଅକୁ ନ ପାଇ ଗୋଷାଣୀ ନୂଆଗାଁ ଥାନାରେ ମା’ ଅଭିଯୋଗ କରିଥିଲେ। ସେପଟେ ଶିବ ଓ ପ୍ରଫୁଲ୍ଲ ଅପହରଣ କରିଥିବା ଶିଶୁପୁତ୍ରକୁ ନେଇ ସନ୍ତୋଷଙ୍କୁ ଦେଇଥିଲେ। ଏପରିକି ଶିଶୁପୁତ୍ରଟି ପ୍ରଫୁଲ ଓ ତାଙ୍କ ସ୍ତ୍ରୀଙ୍କର ବୋଲି ଏକ ନକଲି ଚୁକ୍ତିପତ୍ର ଜରିଆରେ ହସ୍ତାନ୍ତର କରି ସନ୍ତୋଷଙ୍କଠାରୁ ୩୦ ହଜାର ଟଙ୍କା ଆଣିଥିଲେ। ଭଉଣୀ, ଭିଣୋଇଙ୍କୁ ବ୍ରହ୍ମପୁର ଆସି ଶିଶୁଟିକୁ ନେଇଯିବାକୁ ସନ୍ତୋଷ କହିଥିଲେ। ତେଣୁ ବୃନ୍ଦାବନ ଓ ତାଙ୍କ ସ୍ତ୍ରୀ ବୈଜୟନ୍ତୀ ପିଲା ନେବାପାଇଁ ଯାଜପୁରରୁ ବ୍ରହ୍ମପୁରକୁ ଆସିଥିଲେ। ହେଲେ ଏହା ପୂର୍ବରୁ ପୋଲିସ ପ୍ରଥମେ ଶିବଙ୍କୁ କାବୁ କରିଥିଲା। ଶିବଙ୍କ ବୟାନକୁ ଆଧାର କରି ପ୍ରଫୁଲ୍ଲ ଓ ତାଙ୍କ ସ୍ତ୍ରୀଙ୍କୁ ଥାନାକୁ ଆଣି ଜେରା କରିଥିଲା। ପରେ ସନ୍ତୋଷ ଓ ତାଙ୍କ ଭଉଣୀ ଭିଣୋଇଙ୍କୁ କାବୁ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଭାଜପାରେ ମିଶିବେ ଅଭିନେତା ସିଦ୍ଧାନ୍ତ ମହାପାତ୍ର!

ଭୁବନେଶ୍ୱର,୨୮।୩: ପାଖେଇ ଆସିଲାଣି ନିର୍ବାଚନ। ଏହାରି ଭିତରେ ଭାଜପା ଓ ବିଜେଡି ନିଜ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଭାଜପା ଓଡିଶାର ୩ଟି ଆସନ ଛାଡିଦେଲେ...

ଆଜି ପଦ୍ମ ଧରିବେ ଭର୍ତ୍ତୃହରି! ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା

ଭୁବନେଶ୍ୱର,୨୮।୩: ପାଖେଇ ଆସିଲାଣି ନିର୍ବାଚନ। ଏହାରି ଭିତରେ ଭାଜପା ଓ ବିଜେଡି ନିଜ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଭାଜପା ଓଡିଶାର ୩ଟି ଆସନ ଛାଡିଦେଲେ...

ଖୁବ୍‌ଶୀଘ୍ର ଭାଜପାର ଓଡ଼ିଶା ବିଧାନ ସଭା ତାଲିକା! ଦିଲ୍ଲୀ ଗଲେ ରାଜ୍ୟ ସଭାପତି

ଭୁବନେଶ୍ୱର,୨୮।୩: ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିବା ପରେ ଏବେ ଆରମ୍ଭ ହୋଇଛି ପ୍ରାର୍ଥୀ ଘୋଷଣା। ଦୁଇ ଦଳ ପର୍ଯ୍ୟାୟ ପର୍ଯ୍ୟାୟ ହିସାବରେ ପ୍ରାର୍ଥୀ ତାଲିକା ଘୋଷଣା...

ଭୁବନେଶ୍ୱରରେ ଏତିକି ହୋଇଗଲା ତେଲ ଦର

ଭୁବନେଶ୍ୱର,୨୮।୩: ନିର୍ବାଚନ ଲାଗି ନିକଟରେ ପେଟ୍ରୋଲ ଓ ଡିଜେଲ ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ମୂଲ୍ୟ ବୃଦ୍ଧି କିମ୍ବା ହ୍ରାସ ଭଳି ପରିବର୍ତ୍ତନ ରାଜ୍ୟଗୁଡିକ ଦ୍ୱାରା...

ଦ୍ୱନ୍ଦ୍ୱରେ କଂଗ୍ରେସ, ସୁର ପରିବାର ପଲଟିକ୍ସକୁ ନେଇ ଓଡ଼ିଶା ରାଜନୀତିରେ ହଟଚମଟ

ଭୁବନେଶ୍ୱର,୨୮।୩: ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ ପରିବାରକୁ ନେଇ କାଲିଠାରୁ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ସାନପୁଅ ମନ୍ମଥ ରାଉତରାୟ ବିଜେଡିର ଭୁବନେଶ୍ବର...

ଆତ୍ମସମର୍ପଣ କଲେ ୟୁଟ୍ୟୁବର ମୋନାଲିସା

ଯାଜପୁର,୨୮ା୩: ୟୁଟ୍ୟୁବର ମୋନାଲିସା ଭଦ୍ର ଯାଜପୁରରୋଡ୍‌ସ୍ଥିତ ବନ ବିଭାଗ କାର୍ଯ୍ୟାଳୟରେ ଗୁରୁବାର ଆତ୍ମସମର୍ପଣ କରିଛନ୍ତି। ମୋନାଲିସା ବନ୍ୟଜନ୍ତୁଙ୍କୁ ଘରେ ରଖି ଭିଡିଓ ପ୍ରସ୍ତୁତ କରି ସୋସିଆଲ...

ବଡ଼ ବୟାନ ଦେଲେ ସିଦ୍ଧାର୍ଥ ରାଉତରାୟ, ‘ମୋ ଭାଇକୁ ବିଜେଡି ମୁର୍ଗା ବନେଇପାରେ’

ଭୁବନେଶ୍ୱର,୨୮।୩: ରାଜ୍ୟ ରାଜନୀତିରେ ହଇଚଇ । କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟ ବୁଧବାର କଂଗ୍ରେସର ସବୁ ପଦବୀରୁ ଇସ୍ତଫା ଦେଇଛନ୍ତି...

କଳାହାଣ୍ଡିରେ ବିଜେଡି ଖେଳିଲା ମହିଳା କାର୍ଡ

ଭବାନୀପାଟଣା,୨୮।୩(ଉତ୍ତମ କୁମାର ଦାଶ): ଆଗାମୀ ସାଧାରଣ ନିର୍ବାଚନ ବିଧାନ ସଭା କ୍ଷେତ୍ର ପାଇଁ ବିଜେଡି ପକ୍ଷରୁ ବୁଧବାର ପ୍ରଥମ ପର୍ଯ୍ୟାୟ ବିଧାୟକ ପ୍ରାର୍ଥିନୀ/ପ୍ରାର୍ଥିଙ୍କ ନାମ ଘୋଷଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri