ଶିଳ୍ପ ବିଭାଗ ଶାସନ ସଚିବଙ୍କ ବାତ୍ୟା ମୁକାବିଲା ସମୀକ୍ଷା: ପ୍ରଭାବିତ ହେବାକୁ ଥିବା ଅଞ୍ଚଳ ପ୍ରତି ବିଶେଷ ଧ୍ୟାନ ଦିଅ

ଜଗତ୍‌ସିଂହପୁର ଅଫିସ,୧୯ା୫: କରୋନା ଭୂତାଣୁ ସଂକ୍ରମଣ ସାଙ୍ଗକୁ ବାତ୍ୟା ଅମ୍ଫନ୍‌ର ଭୟ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି। ତେଣୁ ଏବେ ଏହାର ମୁକାବିଲା ପାଇଁ କାର୍ଯ୍ୟ ଶୈଳୀର ଗତିକୁ ଦ୍ୱିଗୁଣିତ କରିବାକୁ ପଡ଼ିବ। ବିଶେଷକରି ତଳିଆ ଅଞ୍ଚଳରୁ ଲୋକଙ୍କୁ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରିବା, ସେଠାରେ ଯେପରି ସାମାଜିକ ଦୂରତା ରହିବ ଓ ଲୋକେ ମାସ୍କ, ସାନିଟାଇଜର୍‌ ଆଦି ବ୍ୟବହାର କରିବେ ସେଥିପ୍ରତି ଗୁରୁତ୍ୱ ଦେବାକୁ ପଡ଼ିବ। ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ସଦ୍‌ଭାବନା ସଭାଗୃହରେ ସମ୍ଭାବ୍ୟ ବାତ୍ୟା ମୁକାବିଲା ସଂକ୍ରାନ୍ତୀୟ ସମୀକ୍ଷା ବୈଠକରେ ଯୋଗଦେଇ ଶିଳ୍ପ ବିଭାଗ ଶାସନ ସଚିବ ହେମନ୍ତ କୁମାର ଶର୍ମା ଏହି ପରାମର୍ଶ ଦେଇଛନ୍ତି।
ସେ କହିଛନ୍ତି, ଜଗତ୍‌ସିଂହପୁର ଜିଲାର ଏରସମା, ବାଲିକୁଦା, କୁଜଙ୍ଗ ଓ ପାରାଦୀପ ପୌରାଞ୍ଚଳ ବାତ୍ୟା ପ୍ରଭାବରେ ଅଧିକ ପ୍ରଭାବିତ ହେବାର ସମ୍ଭାବନା ରହିଛି। ତେଣୁ ସେସବୁ ଅଞ୍ଚଳକୁ ବିଶେଷ ଧ୍ୟାନ ଦେବାକୁ ପଡ଼ିବ। ବାତ୍ୟା ପରେ ଲୋକଙ୍କୁ ରିଲିଫ ଦେବା ସହ ଚିକିତ୍ସା, ପାନୀୟଜଳ, ଗୋଖାଦ୍ୟ ଯୋଗାଇବାକୁ ହେବ। ରାସ୍ତା ସଫା କରିବା ସାଙ୍ଗକୁ ପୁନରୁଦ୍ଧାର ଓ ବିଦ୍ୟୁତ୍‌ ସରବରାହ ସ୍ବାଭାବିକ କରିବା ଉପରେ ଶାସନ ସଚିବ ପ୍ରାଥମିକତା ଦେଇଥିଲେ। ଅନ୍ୟପଟେ ବାତ୍ୟା ପରେ ଯୋଗାଯୋଗରେ ବାଧା ଉପୁଜିବା ସମ୍ଭାବନା ଥିବାରୁ ତୁରନ୍ତ ପାରାଦୀପ, ଏରସମା ଓ କୁଜଙ୍ଗଠାରେ ୩ଟି ଅସ୍ଥାୟୀ ସେଲୱାନ୍‌ ହୁଇଲ ରଖିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଶାସନ ସଚିବ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଜିଲା ପ୍ରଶାସନ ତରଫରୁ କୁହାଯାଇଥିଲା ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଜିଲାରେ ୪୨ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ ଓ ୫୪୨ଟି ବିଦ୍ୟାଳୟ ଗୃହ ଚିହ୍ନଟ ହୋଇଛି। କିନ୍ତୁ ଏରସମା, ବାଲିକୁଦା ଓ କୁଜଙ୍ଗ ବ୍ଲକର ୫୨ଟି ଗ୍ରାମ ପଞ୍ଚାୟତ ସହିତ ପାରାଦୀପ ପୌରାଞ୍ଚଳ ଅଧିକ ପ୍ରଭାବିତ ହେବାର ସମ୍ଭାବନା ରହିଛି। ସମ୍ଭାବ୍ୟ ପରିସ୍ଥିତି ନେଇ ୬,୨୬୪ ପଲିଥିନ୍‌ ସିଟ୍‌, ବିଭିନ୍ନ ବ୍ଲକରେ ୧୬ ହଜାର ଲିଟର କିରୋସିନ, ୩ଟି ଗୋଦାମରେ ୧୪୦୦୩.୨୯ କୁଇଣ୍ଟାଲ ଚାଉଳ ଓ ପାରାଦୀପରେ ୫୦ ହଜାର ପ୍ୟାକେଟ୍‌ ଶୁଖିଲା ଖାଦ୍ୟ ମହଜୁତ କରି ରଖାଯାଇଛି। ବାତ୍ୟା ପରେ ବିଦ୍ୟୁତ୍‌ ସରବରାହକୁ ସ୍ବାଭାବିକ ପାଇଁ ୮୫୦ଟି ବିଦ୍ୟୁତ ଖୁଣ୍ଟ, ୨୦୦ ଗ୍ୟାଙ୍ଗମ୍ୟାନଙ୍କୁ ସଜାଗ ରଖାଯାଇଛି। ୬,୯୮,୦୪୦ ଓଆର୍‌ଏସ୍‌ ପ୍ୟାକେଟ୍‌, ୪୫ ହଜାର ହାଲୋଜିନ ଟାବ୍‌ଲେଟ୍‌, ୭,୫୦୫ଟି ସାପକାମୁଡ଼ା ଇଞ୍ଜେକ୍ସନ୍‌ ମହଜୁତ ଅଛି। ୨୬ଟି ଯନ୍ତ୍ରଚାଳିତ ଡଙ୍ଗା, ୪୦ଟି ଦେଶୀ ଡଙ୍ଗା, ୫୦ କୁଇଣ୍ଟାଲ ଗୋଖାଦ୍ୟ, ୮ଟି ଭ୍ରାମ୍ୟମାଣ ପ୍ରାଣୀସମ୍ପଦ ଦଳ ସଜାଗ ଅଛନ୍ତି। ତୁରନ୍ତ ରାସ୍ତା ସଫା ନିମନ୍ତେ ୨୩ଟି ଜେସିବି ସାଙ୍ଗକୁ ଆବଶ୍ୟକ ସଂଖ୍ୟକ ଗଛକଟା ଯନ୍ତ୍ର ପ୍ରସ୍ତୁତ ଅଛି। ମୋଟ ୩ଟି ଓଡ୍ରାଫ ଦଳ ମଧ୍ୟରୁ ପାରାଦୀପ ୨ ଓ ଜଗତ୍‌ସିଂହପୁରରେ ୧ଟି ରହିଛି। ସେମାନଙ୍କ ପାଖରେ ୨୨ଟି ଗଛକଟା ଯନ୍ତ୍ର ରହିଛି। ଏକାଧିକ ଅଗ୍ନିଶମ ଟିମକୁ ପାରାଦୀପ ଓ ଏରସମା ପଠାଯାଇଛି। ଏହାବାଦ୍‌ ୨୦୦ ଆପାଦ ମିତ୍ର, ୧୫୫ ସିଭିଲ ଡିଫେନ୍ସ, ୧୮ଟି ସ୍ବେଚ୍ଛାସେବୀ ସଙ୍ଗଠନକୁ ବାତ୍ୟା ମୁକାବିଲା ନିମନ୍ତେ କାମ କରିବାକୁ ପ୍ରସ୍ତୁତ ରଖାଯାଇଛି ବୋଲି ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର କହିଥିଲେ। ବୈଠକରେ ଗୃହ ଓ ନଗର ଉନ୍ନୟନ ବିଭାଗ ଅତିରିକ୍ତ ଶାସନ ସଚିବ ସୁରେଶ ଚନ୍ଦ୍ର ଦଳାଇ, ଆରକ୍ଷୀ ଅଧୀକ୍ଷକ ପ୍ରକାଶ ଆର୍‌, ଅତିରିକ୍ତ ଜିଲାପାଳ ସଚିଦାନନ୍ଦ ସାହୁ, ନିବେଦିତା ମିଶ୍ର, ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ସରୋଜକାନ୍ତ ମହାନ୍ତି, ଉପଜିଲାପାଳ ଧର୍ମେନ୍ଦ୍ର ମଲ୍ଲିକଙ୍କ ସମେତ ଜିଲାସ୍ତରୀୟ ଅଧିକାରୀ, ବିଭିନ୍ନ ବିଭାଗର ନିର୍ବାହୀ ଯନ୍ତ୍ରୀ ଓ ଜରୁରୀ ବିଭାଗର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରଲର ମାଡ଼ରେ ମରୁଛନ୍ତି ଅଲିଭ ରିଡ୍‌ଲେ

କୁଜଙ୍ଗ,୧୩।୨(ମନୋଜ ପ୍ରଧାନ): ଅଲିଭ୍‌ରିଡ୍‌ଲେ କଇଁଛଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର ପାରାଦୀପରେ କଇଁଛ କରିଡର କରିବାକୁ ବଜେଟରେ ଘୋଷଣା କରିଥିବା ବେଳେ କୁଜଙ୍ଗ ବନାଞ୍ଚଳ ନୂଆଗାଁ ବନକ୍ଷେତ୍ର…

ନାବାଳିକାଙ୍କୁ ବ୍ଲାକମେଲିଂ: ଫେକ ଆକାଉଣ୍ଟ ଖୋଲି ଛାଡୁଥିଲେ…

ଜଗତ୍‌ସିଂହପୁର,୩୧ା୧(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବ୍ଲାକ ମେଲିଂ ଅଭିଯୋଗରେ ଜଣେ ଯୁବକ ଗିରଫ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ନନ୍ଦିପଡ଼ା…

ପତାକା ଅବତରଣ ବେଳେ ଅଘଟଣ: ବିଦ୍ୟୁତ ଆଘାତରେ ୧୦ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

କୁଜଙ୍ଗ,୨୬।୧(ମନୋଜ ପ୍ରଧାନ): ସାରା ଦେଶ ୭୭ତମ ଗଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ଜଗତସିଂହପୁର ଜିଲା କୁଜଙ୍ଗ ଅଞ୍ଚଳରେ ଏକ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି। ଜାତୀୟ…

ପାଳ ଗଦା ନିଆଁରେ ମହିଳା ଜୀବନ୍ତ ଦଗ୍ଧ

ପାରାଦୀପ,୨୦।୧(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ପିପ୍ପଳ ଗ୍ରାମରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ଘର ପଛ ପଟେ ରୋଷେଇ କଲା…

ବସ୍‌ ମାଲିକ ସଂଘର ବଡ଼ ନିଷ୍ପତ୍ତି: ପାରାଦୀପରୁ ଗଡ଼ିବନାହିଁ ଘରୋଇ ବସ୍‌

ପାରାଦୀପ,୧୮।୧: ମୁଖ୍ୟମନ୍ତ୍ରୀ ବସ୍‌ ଚଳାଚଳକୁ ବିରୋଧ କରି ଘରୋଇ ବସ୍‌ ମାଲିକ ସଂଘ ରବିବାର ଏକ ବଡ଼ ନିଷ୍ପତ୍ତି ନେଇଛି। ସୋମବାର ସକାଳ ୬ଟାରୁ ପାରାଦୀପ ବସ୍‌ଷ୍ଟାଣ୍ଡରୁ…

ଶିବଲିଙ୍ଗ ଉପରେ ପୂଜକଙ୍କ ମୃତଦେହ, ତା’ପରେ ଯାହା ଘଟିଲା…

ଜଗତ୍‌ସିଂହପୁର,୧୮ା୧(ପ୍ରମୋଦ କୁମାର ନାୟକ):ଜଗତ୍‌ସିଂହପୁର ଥାନା ପୁନଙ୍ଗସ୍ଥିତ ପୁନେଶ୍ୱର ମହାଦେବ ମନ୍ଦିରରେ ଶନିବାର ଅଭାବନୀୟ ଘଟଣା ଘଟିଛି। ମନ୍ଦିରର ପାତାଳଫୁଟା ଶିବଲିଙ୍ଗ ଉପରୁ ମନ୍ଦିର ପୂଜକ ଓମ୍‌ପ୍ରକାଶ ପଣ୍ଡା…

ସ୍ତ୍ରୀଙ୍କୁ କରଣୀରେ ହାଣିଲେ ସ୍ବାମୀ: କାରଣ ଜାଣିଲେ…

ପାରାଦୀପ,୧୭।୧(ଶରତ ରାଉତ): ପାରାଦୀପ ଆଦର୍ଶଥାନା ଅନ୍ତର୍ଗତ ବଡପଡିଆ ସିନେମାହଲ ସମ୍ମୁଖ ବସ୍ତିରେ ଶନିବାର ସକାଳୁ ଅଭାବନୀୟ ଘଟଣା ଘଟିଛି।ନିଜ ସ୍ତ୍ରୀ ର ଚରିତ୍ରକୁ ସନ୍ଦେହ କରି ସ୍ବାମୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri