ଉପରେ ପିଆଜ ବସ୍ତା, ତଳେ ଗଞ୍ଜେଇ

ମନମୁଣ୍ଡା, ୧୯।୫ (ଡି.ଏନ.ଏ.)-ବୌଦ୍ଧ ଜିଲା ଅଧୀନ କଣ୍ଟାମାଳରୁ ଏକ ଟ୍ରକ ଯୋଗେ ମନମୁଣ୍ଡା ଦେଇ ଚୋରାଚାଲାଣ ହେଉଥିବା ୧୧ କୁଇଣ୍ଟାଲ ଗଞ୍ଜେଇ ଓ ୩୫ ବସ୍ତା ପିଆଜକୁ ସ୍ଥାନୀୟ ପୋଲିସ ସୋମବାର ଜବତ କରିଛି ା ଏହି ଘଟଣାରେ ଡ୍ରାଇଭର ସମେତ ୩ ଜଣଙ୍କୁ ପୋଲିସ ଗିରଫ କରି ମଙ୍ଗଳବାର କୋର୍ଟଚାଲାଣ କରିଛି। ସେମାନଙ୍କଠାରୁ ପୋଲିସ ଏକ ପିସ୍ତଲ ଓ ୫ଗୁଳି ଜବତ କରିଛି ା
ମିଳିଥିବା ସୂଚନା ଅନୁଯାୟୀ, ସୋମବାର କଣ୍ଟାମାଳରୁ ମନମୁଣ୍ଡା ଆଡକୁ ଏକ ଟ୍ରକରେ ଗଞ୍ଜେଇ ଚୋରାଚାଲାଣ ହେବା ନେଇ ପୋଲିସକୁ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା । ଫଳରେ ଏସଆଇ ସୁସ୍ମିତା ମଗରଙ୍କ ନେତୃତ୍ୱରେ ଏସଆଇ ଅରୁଣ କୁମାର ସିଂ, କନଷ୍ଟେବଳ ସୁରେନ୍ଦ୍ର ଦନ୍ତା, ବିପିନ ବିହାରୀ ପ୍ରଧାନଙ୍କୁ ନେଇ ଏକ ଟିମ୍‌ ଗଠନ କରାଯାଇ ଗୋପାଳମାଳ ଛକକୁ ପଠାଯାଇଥିଲା ା ଆଇଆଇସି ଗୋପୀନାଥ ପ୍ରଧାନ ସାଧା ପୋଷାକରେ ଅନ୍ୟ ପୋଲିସ ବଳ ସହ ଆଉ ଏକ ସ୍ଥାନରେ ଜଗି ରହିଥିଲେ । ସୋମବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା ସମୟରେ ଏକ ଟ୍ରକ (ନଂ. ଏମପି ୦୯ ଏଚଜି- ୮୮୭୬ )କଣ୍ଟାମାଳ ପଟରୁ ଦ୍ରୁତ ଗତିରେ ଆସୁଥିବା ବେଳେ ଗୋପାଳମାଳ ଛକଠାରେ ଏସଆଇ ମଗର ଉକ୍ତ ଟ୍ରକକୁ ଅଟକାଇଥିଲେ ା ପୋଲିସ ପଚରାଉଚୁରା କରିବାରୁ ଟ୍ରକରେ ପିଆଜ ବୋଝେଇ ହୋଇଥିବା ଡ୍ରାଇଭର କହିଥିଲେ । କଣ୍ଟାମାଳରୁ ପିଆଜ ରପ୍ତାନିର ନଜିର ନ ଥିବାରୁ ଏସଆଇ ମଗର ଟ୍ରକରେ ଥିବା ୩ ଜଣଙ୍କୁ ଅଲଗା ଅଲଗା ଜେରା କରିବାରେ ସେମାନଙ୍କ ଉତ୍ତରରେ ତାଳମେଳ ରହି ନ ଥିଲା । ସନ୍ଦେହରେ ପୋଲିସ ଉକ୍ତ ତିନି ଜଣଙ୍କ ପ୍ୟାକେଟ ଚେକ କରିବାରେ ଜଣଙ୍କ ପାଖରୁ ଏକ ପିସ୍ତଲ ଓ ୫ଟି ଗୁଳି ମିଳିଥିଲା ା ପୋଲିସ ପୁଣି ଜେରା କରିବାରେ ଟ୍ରକରେ ଗଞ୍ଜେଇ ଥିବା ସେମାନେ ସ୍ବୀକାର କରିଥିଲେ । ଖବରପାଇ ଆଇଆଇସି ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରିବା ସହ ପିସ୍ତଲ ଓ ଗୁଳି ଜବତ କରିଥିଲେ । ଅଭିଯୁକ୍ତମାନେ ହେଲେ ମଧ୍ୟପ୍ରଦେଶ ସାଗର ଜିଲା ସେମାଧନାର ଡ୍ରାଇଭର ଅରବିନ୍ଦ ଅହିରୱାର(୩୨), ଭରତ ଅହିରୱାର (୨୭) ଏବଂ ମନମୁଣ୍ଡା ଥାନା ଷାଣ୍ଢପାଲିର ରୋହିତ ଭୋଣ ଓରଫ ଗଦି (୨୦) । ଉକ୍ତ ଗଞ୍ଜେଇ ମନମୁଣ୍ଡା ଥାନା ଶଗଡା ଏବଂ କନ୍ଧମାଳ ଗୋଛାପଡାର ଜଙ୍ଗଲ ଅଞ୍ଚଳରୁ ସଂଗ୍ରହ କରାଯାଇ ମଧ୍ୟପ୍ରଦେଶର ମାକ୍ରୋନିଆକୁ ଚୋରା ଚାଲାଣ ହେଉଥିଲା ବୋଲି ଅଭିଯୁକ୍ତମାନେ ପୋଲିସ ନିକଟରେ ପ୍ରକାଶ କରିଛନ୍ତି । ଉକ୍ତ ଟ୍ରକରୁ ୨୬ ବସ୍ତା ଗଞ୍ଜେଇ ଓ ୩୫ ବସ୍ତା ପିଆଜ ଜବତ କରାଯାଇଥିଲା । ଏକ୍‌ଜିକ୍ୟୁଟିଭ ମାଜିଷ୍ଟ୍ରେଟ ସୁଶିଲ କୁମାର କୁଅଁରଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରାଯିବାରେ ତାହା ୧୧.୨୦ କୁଇଣ୍ଟାଲ ହୋଇଥିଲା । ଚୋରାଚାଲାଣରେ ବ୍ୟବହୃତ ଟ୍ରକକୁ ମଧ୍ୟ ପୋଲିସ ଜବତ କରିଛି ା ଏ ନେଇ ଥାନାରେ ଏକ ମାମଲା (ନଂ. ୮୦/୨୦ ) ରୁଜୁ କରାଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri