ଶିଳ୍ପକୁ ଜମି ଦେବାକୁ ତତ୍ପର, ଗରିବଙ୍କୁ ଅବହେଳା

ଯାଜପୁର ଅଫିସ,୧୬।୬: ଯାଜପୁର ଜିଲାରେ ପ୍ରବାସୀ ନିର୍ମାଣ ଶ୍ରମିକଙ୍କ ପାଇଁ ଚାନ୍ଦମାଠାରେ ୫୦ ଶଯ୍ୟା ବିଶିଷ୍ଟ ଭଡ଼ାଘର କମ୍ପ୍ଲେକ୍ସ(ଆର୍‌ଏଚ୍‌ସି) ନିର୍ମାଣ ପ୍ରସ୍ତାବ ୩ ବର୍ଷ ହେଲା ଜମି ଅଭାବରୁ ଅଟକିଛି। ଫଳରେ ପ୍ରବାସୀ ନିର୍ମାଣ ଶ୍ରମିକ ଘର ନ ପାଇ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି। ରାଜ୍ୟ ସରକାର ନିର୍ମାଣ ଶ୍ରମିକମାନଙ୍କୁ ଅନ୍ଧାରରେ ରଖି ସାର୍ବଜନୀନ କାର୍ଯ୍ୟ ଦର୍ଶାଇ ଶିଳ୍ପସଂସ୍ଥାଗୁଡିକୁ ଜମି ହାତେଇବାରେ ତୁରନ୍ତ ସହଯୋଗ କରୁଛନ୍ତି। କିନ୍ତୁ ଗରିବ ନିର୍ମାଣ ଶ୍ରମିକଙ୍କୁ ଭଡ଼ାରେ ଘର ଖଣ୍ଡିଏ ଯୋଗାଇଦେବାକୁ ବର୍ଷ ବର୍ଷ ସମୟ ଲାଗୁଛି। ଏଥିରୁ ସରକାର ଓ ପ୍ରଶାସନର ଶିଳ୍ପପ୍ରୀତି କେତେ ତାହା ଜଳଜଳ ହୋଇ ଦିଶୁଛି ବୋଲି ନିର୍ମାଣ ଶ୍ରମିକମାନେ ମତପ୍ରକାଶ କରୁଛନ୍ତି।
ଯାଜପୁର ଜିଲାର ବଳକା ଜମିକୁ ନେଇ ଲ୍ୟାଣ୍ଡ ବ୍ୟାଙ୍କ ପ୍ରସ୍ତୁତ ନ କରି ଶିଳ୍ପ ପ୍ରତିଷ୍ଠା ପାଇଁ ବ୍ୟବସ୍ଥା ହେଉଛି। ଏଣୁ ସମଗ୍ର ଜିଲା ସରକାରୀ ଜମି ଶୂନ୍ୟ ହେବାକୁ ବସିଛି। ଶିଳ୍ପସଂସ୍ଥା ପାଇଁ ସରକାର ଯେଭଳି ଯୁଦ୍ଧକାଳୀନ ଭିତ୍ତିରେ ଜମି ଯୋଗାଇଦେବା ଲାଗି ପଦକ୍ଷେପ ନେଉଛନ୍ତି ସେତିକି ତପତ୍ରତା ନିର୍ମାଣ ଶ୍ରମିକଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ପ୍ରକଳ୍ପ ନିର୍ମାଣରେ ଦେଖାଉ ନ ଥିବା ଅଭିଯୋଗ ହେଉଛି। ଲୋକଙ୍କ ବିରୋଧ ଓ ପ୍ରତିବାଦ ସତ୍ତ୍ବେ ଗୋଚର ଜମି, ଜଙ୍ଗଲ ଜମି, ଚାଷ ଜମି ଆଦିକୁ କିସମ ପରିବର୍ତ୍ତନ କରି ଶାଗମାଛ ଦରରେ ଶିଳ୍ପସଂସ୍ଥାକୁ ଟେକି ଦିଆଯାଉଛି। ଏପରିକି ଶିଳ୍ପସଂସ୍ଥାମାନେ କାରଖାନା ପ୍ରତିଷ୍ଠା ନାମରେ ହଜାର ହଜାର ହେକ୍ଟର ଜମି ମାଡି ବସି ସ୍ଥାନୀୟ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି। ମେସ୍କୋ କଳିଙ୍ଗ କମ୍ପାନୀର ବାର୍ଷିକ ୭ ମେଟ୍ରିକ ଟନ ହଟରୋଲ୍ଡ କୋଏଲ, ୱାଏର ରଡ୍‌, ବାର୍‌ ଓ ଲାଇଟ୍‌ ସେକ୍ସନ ଉପତ୍ାଦନ ପାଇଁ ଦାନଗଦି ତହସିଲ ଅନ୍ତର୍ଗତ ରାବଣା ଓ ଯଖପୁର ମୌଜାର ୧୦୦ରୁ ଊର୍ଦ୍ଧ୍ୱ ଚାଷୀଙ୍କ ୫୦୦ହେକ୍ଟର ରୟତ ଜମି ସହ ମୋଟ ୧୫୦୦ ହେକ୍ଟର ଜମି ଅଧିଗୃହୀତ ହୋଇଥିଲା। ଜମି ଅଧିଗ୍ରହଣ ହେବାର ୨୫ ବର୍ଷ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ ଏହି କାରଖାନା ପ୍ରତିଷ୍ଠା ହୋଇପାରି ନ ଥିବାରୁ ଅଧିଗୃହୀତ ଜମି ପଡିଆ ପଡିଛି। କିନ୍ତୁ ଜମି ଚିହ୍ନଟ ପ୍ରକ୍ରିୟା ଚୂଡାନ୍ତ ହୋଇ ପାରୁ ନ ଥିବାରୁ କଳିଙ୍ଗନଗର ଶିଳ୍ପାଞ୍ଚଳ ଡୁବୁରୀଠାରେ ୧୦୦ ବେଡ୍‌ ବିଶିଷ୍ଟ କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସ୍‌ଆଇସି) ହସ୍ପିଟାଲ ୭ ବର୍ଷ ହେଲା ପ୍ରସ୍ତାବରେ ସୀମିତ ରହିଛି। ସେହିପରି ୨୦୧୭ ଏପ୍ରିଲରୁ ପ୍ରବାସୀ ନିର୍ମାଣ ଶ୍ରମିକଙ୍କ ପାଇଁ ୫୦ ବେଡ୍‌ ବିଶିଷ୍ଟ ଭଡାଘର କମ୍ପ୍ଲେକ୍ସ ନିର୍ମାଣ ପାଇଁ ୧ କୋଟି ୬୬ ଲକ୍ଷ ୭୯ ହଜାର ୪୦୦ ଟଙ୍କା ପ୍ରଶାସନିକ ମଞ୍ଜୁରୀ ମିଳି ସାରିଛି। ଆର ଆଣ୍ଡ ବି( ପୂର୍ତ୍ତ ବିଭାଗ)କୁ ଏହାର ନିର୍ମାଣ ଦାୟିତ୍ୱ ଦିଆଯାଇଛି। କିନ୍ତୁ ଜମି ଅଭାବରୁ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ପାରୁନାହିଁ ବୋଲି ଓଡ଼ିଶା ଅର୍ବାନ ହାଉସିଂ ମିଶନ(ଓୟୁଏଚ୍‌ଏମ୍‌)କୁ ପୂର୍ତ୍ତ ବିଭାଗ(ଗୃହ) ଚିଫ୍‌ ଇଞ୍ଜିନିୟର ସୂଚନା ଦେଇଛନ୍ତି। ଏହି ଭଡ଼ାଘର କମ୍ପ୍ଲେକ୍ସ ନିର୍ମାଣ କରିବାକୁ ଶ୍ରମ ବିଭାଗ ଓ ଇଏସ୍‌ଆଇସି ପକ୍ଷରୁ ଚାପ ପ୍ରୟୋଗ କରାଯାଉଥିଲେ ବି କୌଣସି ସୁଫଳ ମିଳି ପାରୁନାହିଁ। ଏଥିଯୋଗୁ ଯାଜପୁର ଭଳି ଏକ ଶିଳ୍ପ ସମୃଦ୍ଧ ଜିଲାରେ ଉଭୟ ଶ୍ରମିକ ଓ ନିର୍ମାଣ ଶ୍ରମିକ ଶ୍ରେଣୀର ସାମାଜିକ ସୁରକ୍ଷାକୁ ଗୋଟିଏ ପଟେ ବିପନ୍ନ କରାଯାଉଥିବା ମତପ୍ରକାଶ ପାଇଛି। ଏହିକ୍ରମରେ ଓୟୁଏଚ୍‌ଏମ୍‌ର ମିଶନ ଡାଇରେକ୍ଟର ସୁରେଶଚନ୍ଦ୍ର ଦଳେଇ ଖୁବ୍‌ଶୀଘ୍ର ଉପଯୁକ୍ତ ଜମି ଠାବ କରି ସଂପୃକ୍ତ ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ସୂଚନା ଦେବା ସହ ପ୍ରବାସୀ ନିର୍ମାଣ ଶ୍ରମିକଙ୍କ ପାଇଁ ଭଡାଘର ନିର୍ମାଣ ଆରମ୍ଭ କରିବାକୁ ଯାଜପୁର ଜିଲାପାଳଙ୍କୁ ପତ୍ର ଜରିଆରେ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri