ଶିଳ୍ପକୁ ଜମି ଦେବାକୁ ତତ୍ପର, ଗରିବଙ୍କୁ ଅବହେଳା

ଯାଜପୁର ଅଫିସ,୧୬।୬: ଯାଜପୁର ଜିଲାରେ ପ୍ରବାସୀ ନିର୍ମାଣ ଶ୍ରମିକଙ୍କ ପାଇଁ ଚାନ୍ଦମାଠାରେ ୫୦ ଶଯ୍ୟା ବିଶିଷ୍ଟ ଭଡ଼ାଘର କମ୍ପ୍ଲେକ୍ସ(ଆର୍‌ଏଚ୍‌ସି) ନିର୍ମାଣ ପ୍ରସ୍ତାବ ୩ ବର୍ଷ ହେଲା ଜମି ଅଭାବରୁ ଅଟକିଛି। ଫଳରେ ପ୍ରବାସୀ ନିର୍ମାଣ ଶ୍ରମିକ ଘର ନ ପାଇ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି। ରାଜ୍ୟ ସରକାର ନିର୍ମାଣ ଶ୍ରମିକମାନଙ୍କୁ ଅନ୍ଧାରରେ ରଖି ସାର୍ବଜନୀନ କାର୍ଯ୍ୟ ଦର୍ଶାଇ ଶିଳ୍ପସଂସ୍ଥାଗୁଡିକୁ ଜମି ହାତେଇବାରେ ତୁରନ୍ତ ସହଯୋଗ କରୁଛନ୍ତି। କିନ୍ତୁ ଗରିବ ନିର୍ମାଣ ଶ୍ରମିକଙ୍କୁ ଭଡ଼ାରେ ଘର ଖଣ୍ଡିଏ ଯୋଗାଇଦେବାକୁ ବର୍ଷ ବର୍ଷ ସମୟ ଲାଗୁଛି। ଏଥିରୁ ସରକାର ଓ ପ୍ରଶାସନର ଶିଳ୍ପପ୍ରୀତି କେତେ ତାହା ଜଳଜଳ ହୋଇ ଦିଶୁଛି ବୋଲି ନିର୍ମାଣ ଶ୍ରମିକମାନେ ମତପ୍ରକାଶ କରୁଛନ୍ତି।
ଯାଜପୁର ଜିଲାର ବଳକା ଜମିକୁ ନେଇ ଲ୍ୟାଣ୍ଡ ବ୍ୟାଙ୍କ ପ୍ରସ୍ତୁତ ନ କରି ଶିଳ୍ପ ପ୍ରତିଷ୍ଠା ପାଇଁ ବ୍ୟବସ୍ଥା ହେଉଛି। ଏଣୁ ସମଗ୍ର ଜିଲା ସରକାରୀ ଜମି ଶୂନ୍ୟ ହେବାକୁ ବସିଛି। ଶିଳ୍ପସଂସ୍ଥା ପାଇଁ ସରକାର ଯେଭଳି ଯୁଦ୍ଧକାଳୀନ ଭିତ୍ତିରେ ଜମି ଯୋଗାଇଦେବା ଲାଗି ପଦକ୍ଷେପ ନେଉଛନ୍ତି ସେତିକି ତପତ୍ରତା ନିର୍ମାଣ ଶ୍ରମିକଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ପ୍ରକଳ୍ପ ନିର୍ମାଣରେ ଦେଖାଉ ନ ଥିବା ଅଭିଯୋଗ ହେଉଛି। ଲୋକଙ୍କ ବିରୋଧ ଓ ପ୍ରତିବାଦ ସତ୍ତ୍ବେ ଗୋଚର ଜମି, ଜଙ୍ଗଲ ଜମି, ଚାଷ ଜମି ଆଦିକୁ କିସମ ପରିବର୍ତ୍ତନ କରି ଶାଗମାଛ ଦରରେ ଶିଳ୍ପସଂସ୍ଥାକୁ ଟେକି ଦିଆଯାଉଛି। ଏପରିକି ଶିଳ୍ପସଂସ୍ଥାମାନେ କାରଖାନା ପ୍ରତିଷ୍ଠା ନାମରେ ହଜାର ହଜାର ହେକ୍ଟର ଜମି ମାଡି ବସି ସ୍ଥାନୀୟ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି। ମେସ୍କୋ କଳିଙ୍ଗ କମ୍ପାନୀର ବାର୍ଷିକ ୭ ମେଟ୍ରିକ ଟନ ହଟରୋଲ୍ଡ କୋଏଲ, ୱାଏର ରଡ୍‌, ବାର୍‌ ଓ ଲାଇଟ୍‌ ସେକ୍ସନ ଉପତ୍ାଦନ ପାଇଁ ଦାନଗଦି ତହସିଲ ଅନ୍ତର୍ଗତ ରାବଣା ଓ ଯଖପୁର ମୌଜାର ୧୦୦ରୁ ଊର୍ଦ୍ଧ୍ୱ ଚାଷୀଙ୍କ ୫୦୦ହେକ୍ଟର ରୟତ ଜମି ସହ ମୋଟ ୧୫୦୦ ହେକ୍ଟର ଜମି ଅଧିଗୃହୀତ ହୋଇଥିଲା। ଜମି ଅଧିଗ୍ରହଣ ହେବାର ୨୫ ବର୍ଷ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ ଏହି କାରଖାନା ପ୍ରତିଷ୍ଠା ହୋଇପାରି ନ ଥିବାରୁ ଅଧିଗୃହୀତ ଜମି ପଡିଆ ପଡିଛି। କିନ୍ତୁ ଜମି ଚିହ୍ନଟ ପ୍ରକ୍ରିୟା ଚୂଡାନ୍ତ ହୋଇ ପାରୁ ନ ଥିବାରୁ କଳିଙ୍ଗନଗର ଶିଳ୍ପାଞ୍ଚଳ ଡୁବୁରୀଠାରେ ୧୦୦ ବେଡ୍‌ ବିଶିଷ୍ଟ କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସ୍‌ଆଇସି) ହସ୍ପିଟାଲ ୭ ବର୍ଷ ହେଲା ପ୍ରସ୍ତାବରେ ସୀମିତ ରହିଛି। ସେହିପରି ୨୦୧୭ ଏପ୍ରିଲରୁ ପ୍ରବାସୀ ନିର୍ମାଣ ଶ୍ରମିକଙ୍କ ପାଇଁ ୫୦ ବେଡ୍‌ ବିଶିଷ୍ଟ ଭଡାଘର କମ୍ପ୍ଲେକ୍ସ ନିର୍ମାଣ ପାଇଁ ୧ କୋଟି ୬୬ ଲକ୍ଷ ୭୯ ହଜାର ୪୦୦ ଟଙ୍କା ପ୍ରଶାସନିକ ମଞ୍ଜୁରୀ ମିଳି ସାରିଛି। ଆର ଆଣ୍ଡ ବି( ପୂର୍ତ୍ତ ବିଭାଗ)କୁ ଏହାର ନିର୍ମାଣ ଦାୟିତ୍ୱ ଦିଆଯାଇଛି। କିନ୍ତୁ ଜମି ଅଭାବରୁ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ପାରୁନାହିଁ ବୋଲି ଓଡ଼ିଶା ଅର୍ବାନ ହାଉସିଂ ମିଶନ(ଓୟୁଏଚ୍‌ଏମ୍‌)କୁ ପୂର୍ତ୍ତ ବିଭାଗ(ଗୃହ) ଚିଫ୍‌ ଇଞ୍ଜିନିୟର ସୂଚନା ଦେଇଛନ୍ତି। ଏହି ଭଡ଼ାଘର କମ୍ପ୍ଲେକ୍ସ ନିର୍ମାଣ କରିବାକୁ ଶ୍ରମ ବିଭାଗ ଓ ଇଏସ୍‌ଆଇସି ପକ୍ଷରୁ ଚାପ ପ୍ରୟୋଗ କରାଯାଉଥିଲେ ବି କୌଣସି ସୁଫଳ ମିଳି ପାରୁନାହିଁ। ଏଥିଯୋଗୁ ଯାଜପୁର ଭଳି ଏକ ଶିଳ୍ପ ସମୃଦ୍ଧ ଜିଲାରେ ଉଭୟ ଶ୍ରମିକ ଓ ନିର୍ମାଣ ଶ୍ରମିକ ଶ୍ରେଣୀର ସାମାଜିକ ସୁରକ୍ଷାକୁ ଗୋଟିଏ ପଟେ ବିପନ୍ନ କରାଯାଉଥିବା ମତପ୍ରକାଶ ପାଇଛି। ଏହିକ୍ରମରେ ଓୟୁଏଚ୍‌ଏମ୍‌ର ମିଶନ ଡାଇରେକ୍ଟର ସୁରେଶଚନ୍ଦ୍ର ଦଳେଇ ଖୁବ୍‌ଶୀଘ୍ର ଉପଯୁକ୍ତ ଜମି ଠାବ କରି ସଂପୃକ୍ତ ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ସୂଚନା ଦେବା ସହ ପ୍ରବାସୀ ନିର୍ମାଣ ଶ୍ରମିକଙ୍କ ପାଇଁ ଭଡାଘର ନିର୍ମାଣ ଆରମ୍ଭ କରିବାକୁ ଯାଜପୁର ଜିଲାପାଳଙ୍କୁ ପତ୍ର ଜରିଆରେ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ତଫା ଦିଅନ୍ତୁ ଗଣଶିକ୍ଷା ମନ୍ତ୍ରୀ: ଗର୍ଜିଲା ସିପିଆଇ

ଛତ୍ରପୁର,୨୭।୭(ଦିଲ୍ଲୀପ ସାମଲ): ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଗଞ୍ଜାମ ଜିଲା କମିଟି ପକ୍ଷରୁ ଦିଲ୍ଲୀସ୍ଥିତ ଜନ୍ତରମନ୍ତରଠାରେ ହୋଇଥିବା ଯୁବଛାତ୍ର ଆନ୍ଦୋଳନର ସଫଳତା ପରିପ୍ରେକ୍ଷୀରେ ଦେଶର ଅଗଣିତ ଛାତ୍ରୀଛାତ୍ର ଓ…

ପୁଣି ଚର୍ଚ୍ଚାରେ ଦାନ ମାଝୀ, ଏହି କାରଣକୁ ନେଇ ଫିଲ୍ମ ‘ଲାଶ୍’ର ପ୍ରଯୋଜକଙ୍କ ନାଁରେ ଦେଲେ ଏତଲା

ଭବାନୀପାଟଣା,୨୭।୭(ଉତ୍ତମ କୁମାର ଦାଶ): କାନ୍ଧରେ ପତ୍ନୀଙ୍କ ମୃତ ଦେହ ବୋହି ସାରା ବିଶ୍ୱରେ ଏକଦା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିବା କଳାହାଣ୍ଡିର ଦାନ ମାଝୀ ପୁଣି ଚର୍ଚ୍ଚାକୁ ଆସିଛନ୍ତି…

ରଥଯାତ୍ରାର ଅନ୍ତିମ ଯାତ୍ରା ଦେଖିବା ପାଇଁ ଶ୍ରୀକ୍ଷେତ୍ରକୁ ଭକ୍ତଙ୍କ ଆଗମନ

ପୁରୀ,୨୭ା୭: ଆଜି ଘୋଷଯାତ୍ରାର ଅନ୍ତିମ ପର୍ବ ନୀଳାଦ୍ରିବିଜେ। ନୀଳକନ୍ଦରକୁ ବିଜେ କରିବେ ନୀଳାଦ୍ରିନାଥ। ଗୋଟି ପହଣ୍ଡିରେ ଶ୍ରୀମନ୍ଦିର ରତ୍ନବେଦିକୁ ବିଜେ କରିବେ ଦାରୁବିଗ୍ରହ। ଏଥିସହ ଚଳିତବର୍ଷର ବିଶ୍ୱପ୍ରସିଦ୍ଧ…

ଅଗଷ୍ଟ ୧ରୁ ବଦଳିବ ଗ୍ୟାସ ସିଲିଣ୍ଡର ଦର! ମହଙ୍ଗା ହେବ କି ଶସ୍ତା ଜାଣନ୍ତୁ

ନୂଆଦିଲ୍ଲୀ, ୨୭।୭: ଇରାନ ଏବଂ ଆମେରିକା ମଧ୍ୟରେ ସଂଘର୍ଷ ଯୋଗୁଁ ସାଧାରଣ ଜନତାଙ୍କୁ ମହଙ୍ଗା ମାଡ଼ର ସମ୍ମୁଖୀନ ହେବାକୁ ପଡିଥିଲା । ତେଲ, ଗ୍ୟାସ ଏବଂ ଅନେକ…

ରେଳ ଟ୍ରାକ୍‌ରେ ଦୁଇ ଫୁଟ ପାଣି, ଦୁଇ ଘଣ୍ଟା ଧରି ଅଟକିଲା କୋରାପୁଟ–ବିଶାଖାପାଟଣମ୍ ଟ୍ରେନ୍

ଟିକିରି, ୨୭।୭ (ପ୍ରଫୁଲ୍ଲ କୁମାର ବେହେରା): ଲଗାଣ ବର୍ଷାର ପ୍ରଭାବ ଏବେ ରେଳ ଚଳାଚଳ ଉପରେ ପଡ଼ିଛି। ରାୟଗଡ଼ା ଜିଲାର ଟିକିରି ଷ୍ଟେଶନ୍ ନିକଟରେ ରେଳ ଟ୍ରାକ୍‌…

ଏହି ଅଭିନେତ୍ରୀଙ୍କ ପ୍ରେମରେ ବୋଲ୍ଡ ହେଲେ ଅର୍ଶଦୀପ ସିଂ

ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ଅର୍ଶଦୀପ ସିଂହ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି। ଅର୍ଶଦୀପ ଇନଷ୍ଟାଗ୍ରାମରେ ମଡେଲ ତଥା ଅଭିନେତ୍ରୀ…

ଘଣ୍ଟାପ୍ରତି ୮୫ କିମି ବେଗରେ ପବନ! IMD ଜାରି କଲା ଚେତାବନୀ, ୧୩ ଘଣ୍ଟା ଭିତରେ ଭୟଙ୍କର ହେବ….

ନୂଆଦିଲ୍ଲୀ, ୨୭।୭: ଦେଶରେ ମୌସୁମୀ ବର୍ଷାର ପ୍ରଭାବ ଜୋରଦାର ଭାବେ ଜାରି ରହିଥିବା ବେଳେ ପୁଣିଥରେ ପାଗ ଅଧିକ ଖରାପ ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗର…

ଲୋମହର୍ଷଣକାରୀ ଘଟଣା…ପ୍ୟାଣ୍ଟରେ ପରିସ୍ରା କରିଦେବାରୁ ନିଷ୍ଠୁର ହେଲେ ଶିକ୍ଷୟିତ୍ରୀ, ଗୁପ୍ତାଙ୍ଗରେ ଚେଙ୍କ ଦେଇ…

ଲକ୍ଷ୍ନୌ,୨୭।୭: ବାରାଣସୀର ଲାଲପୁର-ପାଣ୍ଡେପୁର ପୋଲିସ ଷ୍ଟେସନ ଅଞ୍ଚଳର ଏକ ପ୍ଲେ ସ୍କୁଲରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ଶିକ୍ଷୟିତ୍ରୀ ୫ ବର୍ଷୀୟ ଛାତ୍ରଙ୍କ ଗୁପ୍ତାଙ୍ଗରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri