ଶିଳାନ୍ୟାସକୁ ୨୦ବର୍ଷ ବିତିଲା: ଭାଟେଣି ଭଗ୍ନ ସ୍ଲୁଇସ୍‌ କାମ ହେଉନି

ମହାକାଳପଡ଼ା,୨୮ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଓ ପଟ୍ଟାମୁଣ୍ଡାଇ ବ୍ଲକର ୨୩ ହଜାରରୁ ଅଧିକ ଏକର ଚାଷ ଜମି ଓ ୨୨ରୁ ଊର୍ଦ୍ଧ୍ୱ ପଞ୍ଚାୟତର ଚାଷୀଙ୍କ ପାଇଁ ଯୋର ଜଳସେଚନ ପ୍ରକଳ୍ପ ମାଧ୍ୟମରେ ମଧୁର ଜଳ ଗଚ୍ଛିତ ରଖିବା, ଉଠା ଜଳସେଚନ ମାଧ୍ୟମରେ ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଥିଲେ। ଏହି ୨ ବ୍ଲକର ସ୍ଥାନୀୟ ଚାଷୀମାନଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମହାକାଳପଡ଼ା ବ୍ଲକ ଜମ୍ବୁ ପଞ୍ଚାୟତର ଭାଟେଣୀସ୍ଥିତ ନରେନ୍ଦ୍ର ନାଥ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖ ଗୋବରୀ ନଦୀ ଶାଖା ଯୋର ୩ ମୁହାଣୀ ମାଉଥ-୧ ଠାରେ ୨୦୦୩ ଜୁଲାଇ୧୯ରେ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ପରେ ନାବାର୍ଡ ଆର୍ଥିକ ସହାୟତାରେ ରାଜ୍ୟ ଜଳ ସମ୍ପଦ ବିଭାଗ କେନ୍ଦ୍ରାପଡ଼ା ଡିଭିଜନ ପକ୍ଷରୁ ୨ କୋଟି ୪୬ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ସ୍ଲୁଇସ୍‌ କ୍ରିକ ନିର୍ମାଣ ଆରମ୍ଭ ହୋଇଥିଲା। ସାମୁଦ୍ରିକ ଲୁଣା ପାଣି ଏହି କ୍ରିକ୍‌ ଦ୍ୱାରା ଅଟକିବ ବୋଲି କୁହାଯାଇଥିଲା। କିନ୍ତୁ ଏହି ପ୍ରକଳ୍ପ ନିର୍ମାଣାଧୀନ ଅବସ୍ଥାରେ ୨୦୦୫ ଅକ୍ଟୋବର ୨୦ରେ କ୍ରିକ୍‌ ମଧ୍ୟସ୍ଥଳ ପିଲାର ଦବିବା ସହ ଭୁଶୁଡ଼ି ପଡ଼ିଥିଲା। ସେହି ସମୟରେ ଦାୟିତ୍ୱରେ ଥିବା ପଟ୍ଟାମୁଣ୍ଡାଇ ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀଙ୍କୁ ନିଲମ୍ବିତ କରାଯାଇଥିଲା। ଏହି ପ୍ରକଳ୍ପର କେନ୍ଦ୍ରାପଡ଼ା ଡିଭିଜନ ନିର୍ବାହୀ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀଙ୍କ ଉପରେ ବିଭାଗୀୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନ ଥିଲା। ବୁଦ୍ଧିଜୀବୀଙ୍କ କହିବା କଥା ପ୍ରକଳ୍ପଟି ଭୁଶୁଡ଼ିବାରେ ଅନେକ କାରଣ ରହିଛି। ବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କ ସର୍ଭେ ସମୟରେ ବେଣାକନ୍ଧା ପ୍ରକଳ୍ପ ଠିକଣା ସ୍ଥାନ ନିରୂପଣ ହୋଇଥିଲା। ପରେ ବିଭାଗ ନିଷ୍ପତ୍ତି ବଦଳାଇ ପଙ୍କୁଆ ଓ ଗଭୀର ସ୍ଥାନ ଭାଟେଣିରେ ସ୍ଥିର ହେବା, ପ୍ରକଳ୍ପର ପ୍ରସ୍ତୁତିରେ ବୈଷୟିକ ତ୍ରୁଟି, ଡିଜାଇନ୍‌ ପରିବର୍ତ୍ତନ ଓ ଠିକ୍‌ ସ୍ଥାନରେ ନିର୍ମାଣ ନ ହେବା, ଗଭୀର ସାମୁଦ୍ରିକ ଜୁଆର ସ୍ରୋତ, ପଙ୍କୁଆ ମାଟି ଯୋଗୁ ଏହି ଅବସ୍ଥା ଘଟିଥିଲା ବୋଲି ସ୍ଥାନୀୟ ଲୋକଙ୍କ ପକ୍ଷରୁ ସୂଚନା ମିଳିଛି। ଅନ୍ୟପକ୍ଷରେ ଏହି ପ୍ରକଳ୍ପ ସ୍ଥାନୀୟ ନିକଟ (ପ୍ରକୃଷ୍ଠ ସ୍ଥାନ ବେଣାକନ୍ଧା ବଜାର) ନିକଟରେ ପ୍ରସ୍ତାବିତ ନିର୍ମାଣ ହୋଇଥିଲେ ସେ ସମୟରେ ଭୁଶୁଡ଼ି ନ ଥାନ୍ତା ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି।
ଚାଷୀ ତ୍ରିଲୋଚନ ସ୍ବାଇଁ, ଭିକାରୀ ରାଉତ, ରତ୍ନାକର ନାୟକ, ପ୍ରଭାକର ନାୟକ, ସୌରି ଚରଣ ସାହୁ ପ୍ରମୁଖ କହିଛନ୍ତି, ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲେ ପଟ୍ଟାମୁଣ୍ଡାଇ ବ୍ଲକର ଅଠରବାଟିଆ, ନରସିଂହପୁର, ଗଗୁଆ, କୁପୁଣି ଆଦି ଅଞ୍ଚଳ ପର୍ଯ୍ୟନ୍ତ ଓ ମହାକାଳପଡ଼ା ବ୍ଲକର ବଳିପାଳ, ନାଞ୍ଜୁରା, ବିଜୟନଗର, ଗଗୁଆ, ବଡିଢ଼ି ସମେତ ୨୨ରୁ ଅଧିକ ପଞ୍ଚାୟତରେ ଉଠା ଜଳସେଚନ ମାଧ୍ୟମରେ ମଧୁର ଜଳସେଚନ ହୋଇଥାନ୍ତା। ଉଭୟ ଖରିଫ୍‌, ରବି ଫସଲ ଓ ବିଭିନ୍ନ ପ୍ରକାର ପନିପରିବା ଚାଷ ଚାଷୀଙ୍କ ଆର୍ଥିକ ବିକାଶ ହୋଇ ପାରିଥାନ୍ତା। ଏହି ନଦୀରେ ସାମୁଦ୍ରିକ ଲୁଣା ଜଳ ପ୍ରବେଶ ନ କରିବା ପାଇଁ ଏହି ବୃହତ୍‌ ଯୋର ଜଳସେଚନ ପ୍ରକଳ୍ପଟିର ୪ପାଶର୍‌ବରେ ତନ୍ତିଆପାଳ, ବିଜୟନଗରଠାରେ କ୍ରିକ୍‌ ନିର୍ମାଣ ହୋଇଥିଲା। ଏହି ଭାଟେଣି କ୍ରିକ୍‌ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ଶେଷ ହୋଇଥିଲେ ମାଳିବସା ଯୋର ଦେଇ ମଧୁର ଜଳ ୨ ବ୍ଲକର ୨୨ଟି ପଞ୍ଚାୟତର ୨୩ ହଜାର ଏକର ଜମିରେ ଉଭୟ ଖରା ଓ ବର୍ଷା ଦିନେ ଉଠା ଜଳସେଚନ ମାଧ୍ୟମରେ ଚାଷ କାର୍ଯ୍ୟ ବେଶ୍‌ ସୁରୁଖୁରୁରେ ହୋଇଥାନ୍ତା। ଚଳିତ ଖରିଫ୍‌ ଋତୁରେ ମୌସୁମୀ ବର୍ଷାର ଅନିୟମିତତା, ନଦୀରେ ସମୁଦ୍ରର ଲୁଣା ପାଣି ନେଇ ଚାଷ କାର୍ଯ୍ୟ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି ବୋଲି ଚାଷୀମାନେ କହିଛନ୍ତି। ସେହିପରି ତନ୍ତିଆପାଳ ସ୍ଲଇସ କ୍ରିକ୍‌ ନିର୍ମାଣରେ ୧ କୋଟି ୭୫ ଲକ୍ଷ ଟଙ୍କା ଓ ବିଜୟନଗର ସ୍ଲୁଇସ୍‌ କ୍ରିକ୍‌ ନିର୍ମାଣରେ ଏକ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା। ମାତ୍ର ଭାଟେଣି କ୍ରିକ୍‌ ଭୁଶୁଡ଼ିବା ଯୋଗୁ ଏହି ଯୋର ଜଳସେଚନ ପ୍ରକଳ୍ପ ଅଧାପନ୍ତରିଆ ହୋଇଯାଇଛି। ଏହି ଭଗ୍ନ ସ୍ଲୁଇସ୍‌ ଉପରେ ବାଉଁଶ ଚାର ପାର ହୋଇ ବଗଗହଣ, ପଙ୍କପାଳ ଗ୍ରାମର ଛାତ୍ରୀଛାତ୍ରମାନେ ନିକଟ ଭାଟେଣି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ବେଣାକନ୍ଧାସ୍ଥିତ ଉଚ୍ଚ ବିଦ୍ୟାଳୟକୁ ପାଠ ପଢ଼ିବାକୁ ଯାଆନ୍ତି ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି। ଏ ସଂକ୍ରାନ୍ତରେ କେନ୍ଦ୍ରାପଡ଼ା ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଉମେଶ ଚନ୍ଦ୍ର ସେଠୀଙ୍କୁ ପଚାରିବାରେ ଏହି ଭାଟେଣି ଯୋର ଜଳସେଚନ ପ୍ରକଳ୍ପ ପୁନଃନିର୍ମାଣ ପାଇଁ ବିଭାଗ ପକ୍ଷରୁ କୌଣସି ପ୍ରସ୍ତାବ ନ ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

EPF ଖାତାଧାରୀଙ୍କ ପାଇଁ ବଡ଼ ଖବର! ୧୮୦୦ରୁ ଅଧିକ ଜମା ଆଉ ବାଧ୍ୟତାମୂଳକ ନୁହେଁ

ନୂଆଦିଲ୍ଲୀ,୩।୭: ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ ନୂତନ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (EPF) ଯୋଜନା-୨୦୨୬ ଅଧୀନରେ ୧୫,୦୦୦ ମାସିକ ମଜୁରୀ ସୀମା ଅତିକ୍ରମ କରିବାକୁ ସ୍ୱେଚ୍ଛାକୃତ କରିଛି।…

ଛାତିଥରା ଦୁର୍ଘଟଣା; ଭାରସାମ୍ୟ ହରାଇ ଘାଇକୁ ଖସିଲା ବସ୍, ୪୦ମୃତ

ଇସଲାମବାଦ୍,୩ା୭: ଶୁକ୍ରବାର ସକାଳେ ପାକିସ୍ତାନର ଦକ୍ଷିଣ-ପଶ୍ଚିମ ଭାଗରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଏଥିରେ ଅତି କମରେ ୪୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ…

ପୋଷ୍ଟ ଅଫିସ୍‌ର ଏହି ସ୍କିମ୍‌ରେ ନିବେଶ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି: କେବଳ ସୁଧରେ ହିଁ ହୋଇଯାଏ ଲକ୍ଷ ଲକ୍ଷ ଟଙ୍କା ରୋଜଗାର

ନୂଆଦିଲ୍ଲୀ,୩।୭: ସୁରକ୍ଷିତ ଭବିଷ୍ୟତ ପାଇଁ ସଠିକ ସମୟରେ ସଠିକ ସ୍ଥାନରେ ଟଙ୍କା ନିବେଶ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ନିଶ୍ଚିତ କରେ ଯେ, ଆପଣଙ୍କୁ ଆର୍ଥିକ ଜରୁରୀକାଳୀନ…

ପୁଣି ବଢ଼ିଲା ନବୀନ-ପାଣ୍ଡିଆନଙ୍କ ଅଡୁଆ, ହେଲିକପ୍ଟରରେ ବୁଲିଛନ୍ତି ଏତିକି ଥର, କୋର୍ଟଙ୍କ ସମନ ପରେ…

ଭୁବନେଶ୍ୱର,୩ା୭: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ କାର୍ତ୍ତିକ ପାଣ୍ଡିଆନଙ୍କ ଅଡୁଆ ପୁଣି ବଢ଼ିଛି। ହେଲିକପ୍ଟରରେ ବୁଲା ଖର୍ଚ୍ଚ ମାମଲାରେ ଖୋର୍ଦ୍ଧା ଜିଲା…

IND vs ENG 2nd T20I Playing-11: ସଞ୍ଜୁ ସାମସନଙ୍କ ଛୁଟି, ବୈଭବ ସୂର୍ଯ୍ୟବଂଶୀଙ୍କ ଏଣ୍ଟ୍ରି ନିଶ୍ଚିତ, ଇଶାନ କିଶନଙ୍କୁ ମିଳିବ ଆଉ ଏକ ସୁଯୋଗ!

ନୂଆଦିଲ୍ଲୀ,୩।୭: ସମସ୍ତେ ବୈଭବ ସୂର୍ଯ୍ୟବଂଶୀଙ୍କ ଅନ୍ତର୍ଜାତୀୟ ଡେବ୍ୟୁକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଆୟରଲ୍ୟାଣ୍ଡ ବିପକ୍ଷ ଦୁଇଟି ମ୍ୟାଚରେ ତାଙ୍କୁ ସୁଯୋଗ ମିଳିନଥିଲା। ଇଂଲଣ୍ଡ ବିପକ୍ଷ ପ୍ରଥମ…

ଏଣିକି ୧୨୫ ଦିନ ମିଳିବ କାମ: ନୂଆ ଯୋଜନାକୁ ନେଇ ଉତ୍ସାହିତ ଶ୍ରମିକ

ଭଞ୍ଜନଗର,୩।୭(ବାବୁଲା ପ୍ରଧାନ): ଜୁଲାଇ ୧ ତାରିଖରୁ ଭି.ବି-ଜୀ ରାମ ଜୀ ଯୋଜନା ସମଗ୍ର ଦେଶରେ ଲାଗୁ ହୋଇଛି। ପୂର୍ବରୁ ଥିବା ମହାତ୍ମା ଗାନ୍ଧୀ ନିଶ୍ଚିତ ଗ୍ରାମୀଣ ନିଯୁକ୍ତି…

ଲୁଚିଛପି ଏହି କାମ କରୁଛନ୍ତି ବିରାଟ କୋହଲି: ଫଟୋ ଭାଇରାଲ ପରେ ଜଣାପଡ଼ିଲା…

ଲଣ୍ଡନ,୩।୭:ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଚାଲିଛି। ପ୍ରଥମ ମ୍ୟାଚ ବର୍ଷା ଯୋଗୁ ଧୋଇ ଯାଇଥିଲା। ଦ୍ୱିତୀୟ ମ୍ୟାଚ ଆଜି ଖେଳାଯିବ।…

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନରେ କାର୍ଯ୍ୟାନୁଷ୍ଠାନ ପାଇଁ ବାଧ୍ୟ: ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର,୩ା୭:  ଡାକ୍ତରଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ସ୍ଥିତି ଉପରେ ଅନୁଧ୍ୟାନ କରୁଛୁ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବାଧ୍ୟ ବୋଲି କହିଛନ୍ତି ରାଜ୍ୟ ସ୍ବାସ୍ଥ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri