ଶିମିଳିସାହିର ଶିମିଳିଝରଣା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ପ୍ରାକୃତିକ ପରିବେଶ

ନୟାଗଡ଼ ଅଫିସ,୧୦ା୧୨: ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକ କଜଳାଇପଲ୍ଲୀ ପଞ୍ଚାୟତ ଶିମିଳିସାହିର ଶିମିଳି ଝରଣା ବର୍ତ୍ତମାନ ପର୍ଯ୍ୟଟନସ୍ଥଳୀ ପାଲଟିଛି। ବିଶେଷକରି ଶୀତ ଦିନ ଆରମ୍ଭ ହୋଇଯାଇଥିବାରୁ ଏଠାକୁ ପର୍ଯ୍ୟଟକଙ୍କ ସୁଅ ଛୁଟିବାରେ ଲାଗିଛି। ଛୁଟି ଦିନରେ ମଧ୍ୟ ଆଖପାଖ ବିଭିନ୍ନ ଅନୁଷ୍ଠାନର ଛାତ୍ରୀଛାତ୍ର ଏଠାକୁ ଆସି ଭିଡ଼ ଜମାଇଲେଣି। ବିଭାଗ ପକ୍ଷରୁ କୌଣସି ପ୍ରଚାର ପ୍ରସାର ହୋଇ ନ ଥିଲେ ମଧ୍ୟ ଏଠାକାର ପ୍ରାକୃତିକ ପରିବେଶ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି। ଗତବର୍ଷ ଏହି ଝରଣା ଲୋକଲୋଚନକୁ ଆସିଥିବା ସ୍ଥାନୀୟ ଲୋକଙ୍କଠାରୁ ଜଣାପଡିଛି।
ଶିମିଳିସାହି ଗ୍ରାମ ନିକଟରେ ଥିବା ଶିମିଳି ପାହାଡ଼ରୁ ଝରଣା ବାହାରି ତିନି ଭାଗରେ ବିଭକ୍ତ ହୋଇ ତଳକୁ ଖସୁଛି। ପର୍ଯ୍ୟଟକମାନେ ଏହି ଝରଣାରେ ଗାଧୋଇ ବେଶ୍‌ ମଜା ଉଠାଇଥାନ୍ତି। ଏଭଳି ଏକ ଶାନ୍ତ ପରିବେଶରେ କିଛିସମୟ କଟାଇବା ଏକ ନିଆରା ଅନୁଭୂତି ଦିଏ ବୋଲି ପର୍ଯ୍ୟଟକମାନେ ପ୍ରକାଶ କରନ୍ତି। ବିଶେଷ କରି ପିକନିକ୍‌ ସ୍ଥଳ ପାଇଁ ଏହା ବେଶ୍‌ ଆଦୃତ ହେଉଛି। ଛୁଟିଦିନରେ କିଏ ସାଙ୍ଗ ସହିତ ଆଉ କିଏ ପରିବାର ସହିତ ଏଠାକୁ ଆସୁଥିବା ଦେଖାଯାଉଛି। ଆଗାମୀ ଦିନରେ ବନ ବିଭାଗ ଏଠାରେ ବିଭିନ୍ନ କାର୍ଯ୍ୟକ୍ରମ କରିବାର ଯୋଜନା ରଖିଛି। ନୟାଗଡ଼ ସହରଠାରୁ ଶିମିଳି ଝରଣାର ଦୂରତା ମାତ୍ର ୨୫ କଲୋମିଟର। ନୟାଗଡ଼ରୁ ଶରଣକୁଳ ଦେଇ ବଡ଼କୁଟୁଣୀ ଗ୍ରାମଠାରେ ପହଞ୍ଚତ୍ ସେଠାରୁ ୫ କିଲୋମିଟର ଗଲେ ପଡିବ ଶିମିଳି ଝରଣା। ଏଠାକାର ମନଲୋଭା ଦୃଶ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିଲେ ମଧ୍ୟ କିଛିଟା ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ସୂଚନାଯୋଗ୍ୟ ଜିଲାର ୮ ବ୍ଲକରେ ୧୪ଟି ସ୍ବୀକୃତିପ୍ରାପ୍ତ ପର୍ଯ୍ୟଟନସ୍ଥଳୀ ରହିଛି। ସେଗୁଡିକ ହେଲା ଗଣିଆର ବରମୂଳ, ଓଡ଼ଗଁାର ରଘୁନାଥଜୀଉ ମନ୍ଦିର, ଜାମୁପାଟଣାର ଦୁତୀକେଶ୍ୱର ମନ୍ଦିର, କଣ୍ଟିଲୋ ନୀଳମାଧବ ମନ୍ଦିର, କୁତୁରୀ ଡାକବଙ୍ଗଳା, ଦଶପଲ୍ଲାର କୁଆଁରିଆ ଡ଼୍ୟାମ, ନୟାଗଡ଼ ସହରର ଦକ୍ଷିଣକାଳୀ ମନ୍ଦିର, ରଣପୁରର ମଣିନାଗ ପୀଠ, ଶରଣକୁଳ ଲଡୁବାବା ମନ୍ଦିର, ନୂଆଗାଁ ବ୍ଲକ ଉଦୟପୁରର ଦାଶିଆ ଅଜା ଲାଇବ୍ରେରି, ଭାପୁର ବ୍ଲକର ନୀଳକନ୍ଦର, ସିଧାମୂଳା ଗୋକୁଳାନନ୍ଦ ପୀଠ, ଗଣିଆର ପଞ୍ଚୁପଲ୍ଲୀ ପ୍ରଜ୍ଞା ଓ ଖଣ୍ଡପଡାର ଏକମାତ୍ର ଯୋଗୀଯୋଗିଆଣୀ ବୌଦ୍ଧପୀଠ। ଏହାବ୍ୟତୀତ ଦଶପଲ୍ଲା ମହାବୀର ମନ୍ଦିର, ଖଣ୍ଡପଡ଼ା ସୁନାମୁହିଁ, ନୟାଗଡ଼ରେ ଥିବା ଝରଦେଇ ପୀଠ ଭଳି ଅନେକ ପର୍ଯ୍ୟଟନସ୍ଥଳୀ ରହିଛି। ଶିମିଳିଝରଣାକୁ ପର୍ଯ୍ୟଟନସ୍ଥଳୀ ରୂପେ ଘୋଷଣା କରିବା ସହିତ ଏହାର ଉନ୍ନତି ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। ବନ ବିଭାଗ ପକ୍ଷରୁ ଏଠାରେ କରାଯିବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ନୟାଗଡ଼ ଡିଏଫଓ ଧନରାଜ ଏଚ୍‌ଡ଼ି କହନ୍ତି, ଏହା ଏକ ସଂରକ୍ଷିତ ଜଙ୍ଗଲ। ହାତୀମାନେ ସେଠାରେ ଚଳପ୍ରଚଳ କରୁଛନ୍ତି। ଝରଣାରେ ପର୍ଯ୍ୟଟକମାନଙ୍କ ସତର୍କତା ପାଇଁ ବିଭିନ୍ନ ବୋର୍ଡ଼ ଲଗାଯିବାକୁ ଯୋଜନା ରହିଛି। ଆଗାମୀ ଦିନରେ ବନ ସୁରକ୍ଷା ସମିତି କରାଯାଇ ଉକ୍ତ ପାହାଡ଼ ଓ ଝରଣାର ରକ୍ଷଣାବେକ୍ଷଣ କରାଯିବ ବୋଲି ସେ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri