ଶିମିଳିସାହିର ଶିମିଳିଝରଣା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ପ୍ରାକୃତିକ ପରିବେଶ

ନୟାଗଡ଼ ଅଫିସ,୧୦ା୧୨: ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକ କଜଳାଇପଲ୍ଲୀ ପଞ୍ଚାୟତ ଶିମିଳିସାହିର ଶିମିଳି ଝରଣା ବର୍ତ୍ତମାନ ପର୍ଯ୍ୟଟନସ୍ଥଳୀ ପାଲଟିଛି। ବିଶେଷକରି ଶୀତ ଦିନ ଆରମ୍ଭ ହୋଇଯାଇଥିବାରୁ ଏଠାକୁ ପର୍ଯ୍ୟଟକଙ୍କ ସୁଅ ଛୁଟିବାରେ ଲାଗିଛି। ଛୁଟି ଦିନରେ ମଧ୍ୟ ଆଖପାଖ ବିଭିନ୍ନ ଅନୁଷ୍ଠାନର ଛାତ୍ରୀଛାତ୍ର ଏଠାକୁ ଆସି ଭିଡ଼ ଜମାଇଲେଣି। ବିଭାଗ ପକ୍ଷରୁ କୌଣସି ପ୍ରଚାର ପ୍ରସାର ହୋଇ ନ ଥିଲେ ମଧ୍ୟ ଏଠାକାର ପ୍ରାକୃତିକ ପରିବେଶ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି। ଗତବର୍ଷ ଏହି ଝରଣା ଲୋକଲୋଚନକୁ ଆସିଥିବା ସ୍ଥାନୀୟ ଲୋକଙ୍କଠାରୁ ଜଣାପଡିଛି।
ଶିମିଳିସାହି ଗ୍ରାମ ନିକଟରେ ଥିବା ଶିମିଳି ପାହାଡ଼ରୁ ଝରଣା ବାହାରି ତିନି ଭାଗରେ ବିଭକ୍ତ ହୋଇ ତଳକୁ ଖସୁଛି। ପର୍ଯ୍ୟଟକମାନେ ଏହି ଝରଣାରେ ଗାଧୋଇ ବେଶ୍‌ ମଜା ଉଠାଇଥାନ୍ତି। ଏଭଳି ଏକ ଶାନ୍ତ ପରିବେଶରେ କିଛିସମୟ କଟାଇବା ଏକ ନିଆରା ଅନୁଭୂତି ଦିଏ ବୋଲି ପର୍ଯ୍ୟଟକମାନେ ପ୍ରକାଶ କରନ୍ତି। ବିଶେଷ କରି ପିକନିକ୍‌ ସ୍ଥଳ ପାଇଁ ଏହା ବେଶ୍‌ ଆଦୃତ ହେଉଛି। ଛୁଟିଦିନରେ କିଏ ସାଙ୍ଗ ସହିତ ଆଉ କିଏ ପରିବାର ସହିତ ଏଠାକୁ ଆସୁଥିବା ଦେଖାଯାଉଛି। ଆଗାମୀ ଦିନରେ ବନ ବିଭାଗ ଏଠାରେ ବିଭିନ୍ନ କାର୍ଯ୍ୟକ୍ରମ କରିବାର ଯୋଜନା ରଖିଛି। ନୟାଗଡ଼ ସହରଠାରୁ ଶିମିଳି ଝରଣାର ଦୂରତା ମାତ୍ର ୨୫ କଲୋମିଟର। ନୟାଗଡ଼ରୁ ଶରଣକୁଳ ଦେଇ ବଡ଼କୁଟୁଣୀ ଗ୍ରାମଠାରେ ପହଞ୍ଚତ୍ ସେଠାରୁ ୫ କିଲୋମିଟର ଗଲେ ପଡିବ ଶିମିଳି ଝରଣା। ଏଠାକାର ମନଲୋଭା ଦୃଶ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିଲେ ମଧ୍ୟ କିଛିଟା ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ସୂଚନାଯୋଗ୍ୟ ଜିଲାର ୮ ବ୍ଲକରେ ୧୪ଟି ସ୍ବୀକୃତିପ୍ରାପ୍ତ ପର୍ଯ୍ୟଟନସ୍ଥଳୀ ରହିଛି। ସେଗୁଡିକ ହେଲା ଗଣିଆର ବରମୂଳ, ଓଡ଼ଗଁାର ରଘୁନାଥଜୀଉ ମନ୍ଦିର, ଜାମୁପାଟଣାର ଦୁତୀକେଶ୍ୱର ମନ୍ଦିର, କଣ୍ଟିଲୋ ନୀଳମାଧବ ମନ୍ଦିର, କୁତୁରୀ ଡାକବଙ୍ଗଳା, ଦଶପଲ୍ଲାର କୁଆଁରିଆ ଡ଼୍ୟାମ, ନୟାଗଡ଼ ସହରର ଦକ୍ଷିଣକାଳୀ ମନ୍ଦିର, ରଣପୁରର ମଣିନାଗ ପୀଠ, ଶରଣକୁଳ ଲଡୁବାବା ମନ୍ଦିର, ନୂଆଗାଁ ବ୍ଲକ ଉଦୟପୁରର ଦାଶିଆ ଅଜା ଲାଇବ୍ରେରି, ଭାପୁର ବ୍ଲକର ନୀଳକନ୍ଦର, ସିଧାମୂଳା ଗୋକୁଳାନନ୍ଦ ପୀଠ, ଗଣିଆର ପଞ୍ଚୁପଲ୍ଲୀ ପ୍ରଜ୍ଞା ଓ ଖଣ୍ଡପଡାର ଏକମାତ୍ର ଯୋଗୀଯୋଗିଆଣୀ ବୌଦ୍ଧପୀଠ। ଏହାବ୍ୟତୀତ ଦଶପଲ୍ଲା ମହାବୀର ମନ୍ଦିର, ଖଣ୍ଡପଡ଼ା ସୁନାମୁହିଁ, ନୟାଗଡ଼ରେ ଥିବା ଝରଦେଇ ପୀଠ ଭଳି ଅନେକ ପର୍ଯ୍ୟଟନସ୍ଥଳୀ ରହିଛି। ଶିମିଳିଝରଣାକୁ ପର୍ଯ୍ୟଟନସ୍ଥଳୀ ରୂପେ ଘୋଷଣା କରିବା ସହିତ ଏହାର ଉନ୍ନତି ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। ବନ ବିଭାଗ ପକ୍ଷରୁ ଏଠାରେ କରାଯିବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ନୟାଗଡ଼ ଡିଏଫଓ ଧନରାଜ ଏଚ୍‌ଡ଼ି କହନ୍ତି, ଏହା ଏକ ସଂରକ୍ଷିତ ଜଙ୍ଗଲ। ହାତୀମାନେ ସେଠାରେ ଚଳପ୍ରଚଳ କରୁଛନ୍ତି। ଝରଣାରେ ପର୍ଯ୍ୟଟକମାନଙ୍କ ସତର୍କତା ପାଇଁ ବିଭିନ୍ନ ବୋର୍ଡ଼ ଲଗାଯିବାକୁ ଯୋଜନା ରହିଛି। ଆଗାମୀ ଦିନରେ ବନ ସୁରକ୍ଷା ସମିତି କରାଯାଇ ଉକ୍ତ ପାହାଡ଼ ଓ ଝରଣାର ରକ୍ଷଣାବେକ୍ଷଣ କରାଯିବ ବୋଲି ସେ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ

ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…

ଦିଗପହଣ୍ଡିରେ ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ: ଜିଲାପାଳ କହିଲେ- ସହରରେ ନିର୍ମାଣ ହେବ ସଂସ୍କୃତି ଭବନ

ଦିଗପହଣ୍ଡି,୨୧।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ସୋମବାରଠାରୁ ଦୁଇ ଦିନ ଧରି ଚାଲିଥିବା ଖେମୁଣ୍ଡି ଲୋକ କଳା ମହୋତ୍ସବ ମଙ୍ଗଳବାର ରାତିରେ ସଫଳତାର ସହ…

ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା

ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

ଦ୍ୱିତୀୟ ପ୍ରଚେଷ୍ଟାରେ NEETରେ ଚମକିଲେ ଅରୋଶିଷ: ପୂରଣ ହେବ ଡାକ୍ତର ହେବାର ସ୍ବପ୍ନ

ଅମରପାଲି,୨୧।୭(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକର ଯାଲୋଏ ଗ୍ରାମର ମେଧାବୀ ଛାତ୍ର ଅରୋଶିଷ ପଣ୍ଡା ଚଳିତ ବର୍ଷର ଏନଇଇଟି (NEET UG) ପ୍ରବେଶିକା ପରୀକ୍ଷାରେ ଉଲ୍ଲେଖନୀୟ…

ପେ-ଲେଭଲ୍ ବୃଦ୍ଧି ଓ କ୍ୟାଡ଼ର ପୁନର୍ଗଠନ ଦାବି: ଏଓବିଏସଏସଓଏ ପକ୍ଷରୁ କଳାହାଣ୍ଡି ଜିଲାପାଳଙ୍କୁ ଦାବିପତ୍ର

ଭବାନୀପାଟଣା,୨୧।୭(ଉତ୍ତମ କୁମାର ଦାଶ): ଅଲ ଓଡ଼ିଶା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପରିଷଦ (ଏଓବିଏସଏସଓଏ) ପକ୍ଷରୁ ମଙ୍ଗଳବାର କଳାହାଣ୍ଡି ଜିଲାପାଳ ପାୱାର ସଚିନ ପ୍ରକାଶଙ୍କୁ ଏକ ୮…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri