ଶାରୀଶୂଆ ପାହାଡରେ ସାଇଣ୍ଟଫିକ ଟିମ

ଖଇରା, ୨୫।୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ତହସିଲ ଅଧୀନ ଶାରୀଶୂଆ ପାହାଡର ୭୭ ନମ୍ବର ତଥା ଅନ୍ୟାନ୍ୟ ଖଣି ଉପରେ କଟକ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ର ଚଢାଉର ୧୨ ଘଣ୍ଟା ନ ପୂରୁଣୁ ଆରଏଫଏସଏଲ(ବାଲେଶ୍ୱର ରିଜିଓନାଲ ଫରେନସିକ ସାଇନ୍ସ ଲାବୋରେଟୋରୀ) ଟିମ୍‌ ପୁନଶ୍ଚ ସୋମବାର ପ୍ରତ୍ୟୁଷରେ ଉକ୍ତ ଖଣିକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି ା ସକାଳେ ଏହି ଟିମ୍‌ ଖଣିକୁ ଯାଇ କକୁର ସହାୟତାରେ ଖଣିଖନନ ସମ୍ବନ୍ଧୀୟ ବିଭିନ୍ନ ପରୀକ୍ଷା ନିରୀକ୍ଷା କରିଥିଲେ। ଖଇରା ତହସିଲଦାର ପ୍ରଦୀପ ସାହୁ ଉପସ୍ଥିତ ଥିଲେ ା ଖଣିରେ ୱାଗନ ବ୍ଲାଷ୍ଟିଂ ପାଇଁ ବ୍ୟବହୃତ ତାର ଏବଂ ଅନ୍ୟାନ୍ୟ ସାମଗ୍ରୀକୁ ଜବତ କରିଥିଲେ। ପରେ ଏହି ଟିମ୍‌ ଖଇରା ଥାନାକୁ ଯାଇ ଆଇଆଇସି ସୁବ୍ରତ କୁମାର ବେହେରାଙ୍କ ସହ ଚଢାଉ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରିଥିଲେ। ଏ ସମ୍ପର୍କରେ ଆଇଆଇସି ବେହେରାଙ୍କ ସହ ଆଲୋଚନା ପରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ଙ୍କ ପକ୍ଷରୁ ଖଣି ଚଢାଉ ପରେ ଏକ ମାମଲା (ନଂ. ୪୧/୨୦) ରୁଜୁ କରାଯାଇଛି ା ଯାହାର ତଦନ୍ତ ଭାର ତାଙ୍କୁ ଅର୍ପଣ କରାଯାଇଛି ା ଏହି ଟିମ୍‌ ପକ୍ଷରୁ ଖଣି ଅଞ୍ଚଳ ପରିଦର୍ଶନ ତଦନ୍ତର ଏକ ଅଂଶ ବୋଲି କହିଛନ୍ତି ା ରବିବାର କ୍ରାଇମବ୍ରାଞ୍ଚ ଅତିରିକ୍ତ ଏସ୍‌ପି ତେଜରାଜ ପଟେଲଙ୍କ ନେତୃତ୍ୱରେ ଗଠିତ ଏସ୍‌ଟିଏଫ ପକ୍ଷରୁ ବେଆଇନ ଭାବେ ଚାଲିଥିବା ୭୭ନମ୍ବର ଖଣି ଉପରେ ଚଢାଉ କରାଯାଇ ୩ଟି ଗାଡି ଜବତ କରାଯିବା ସହ ୫ଜଣଙ୍କୁ ଗିରଫ କରାଯାଇଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

ବସ୍ତା ରେଳ ଷ୍ଟେଶନ୍‌ରେ ଅଘଟଣ; ୨ ମହିଳାଙ୍କୁ ଧକ୍କା ଦେଲା ଟ୍ରେନ, ତାପରେ…

ବାଲେଶ୍ୱର,୨୧।୯( ବାଞ୍ଛାନିଧି ଦେ): ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବସ୍ତା ରେଳ ଷ୍ଟେଶନ ନିକଟରେ ବଡ଼ ଦୁର୍ଘଟଣା ଘଟିଯାଇଛି । ସୋମବାର ଟ୍ରେନ ଧକ୍କାରେ ଦୁଇ…

ବାଲେଶ୍ୱରରେ ଭୟଙ୍କର ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଲା ଶାନ୍ତି ରେଷ୍ଟୁରାଣ୍ଟ

ବାଲେଶ୍ୱର, ୨୧ା୯( ବାଞ୍ଛାନିଧି ଦେ): ହୁତୁ ହୁତୁ ହୋଇ ଜଳୁଛି ରେଷ୍ଟୁରାଣ୍ଟ । ବାଲେଶ୍ୱର ଓଟି ରୋଡ୍‌ରେ ଥିବା ଶାନ୍ତି ରେଷ୍ଟୁରାଣ୍ଟରେ ସୋମବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି…

ଜଙ୍ଗଲରେ ପଡ଼ିଛି ହାତୀର ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

ଜଳେଶ୍ୱର,୨୦ା୯(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ବରଡିହା ବନଖଣ୍ଡ କଳମା ପଞ୍ଚାୟତର ଆମ୍ବତୁମ୍ବା ଜଙ୍ଗଲରୁ ଏକ ମାଈହାତୀର ମୃତଦେହ ଉଦ୍ଧାର କରାଯାଇଛି। ପ୍ରାପ୍ତ ସୂଚନା…

ଗାଈକୁ ବଞ୍ଚାଇବାକୁ ଯାଇ ଓଲଟିଲା ଟୁରିଷ୍ଟ ବସ୍: ୧୫ରୁ ଊର୍ଦ୍ଦ୍ବ ଗୁରୁତର

ନୀଳଗିରି, ୧୯।୯, (ପ୍ରଶାନ୍ତ କୁମାର ବିଶ୍ବାଳ): ଶେରଗଡ଼ ନୀଳଗିରି ଦେଇ ମୟୁରଭଞ୍ଜକୁ ସଂଯୋଗ କରୁଥିବା ୧୯ନଂ ରାଜ୍ୟ ରାଜପଥର ଗୁହିରା ଏବଂ ଛତ୍ରପୁର ମଝି ରାସ୍ତା ଭୁଡୁରୁବଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?