ଶରଣାର୍ଥୀ ଚୁକ୍ତିରେ ସଂଶୋଧନ ଲୋଡ଼ା

ସିନାନ୍‌ ଉଲ୍‌ଜେନ୍‌

ଆଫଗାନିସ୍ତାନର ବିପର୍ଯ୍ୟସ୍ତ ସ୍ଥିତି ଶରଣାର୍ଥୀ ସଞ୍ଚାଳନ ବ୍ୟବସ୍ଥା ଉପରେ ଏକ ବିଶ୍ୱ ସ୍ତରୀୟ ବିକର୍ତ ଉଜ୍ଜୀବିତ କରିଛି। ତାଲିବାନ୍‌ ଆଫଗାନିସ୍ତାନରେ କ୍ଷମତାକୁ ଫେରିବା ପରେ ଲୋକମାନେ ଦେଶ ଛାଡ଼ି ପଳାଇ ଯାଉଛନ୍ତି । ଏହାକୁ ଲକ୍ଷ୍ୟ କରି ବିଶ୍ୱ ସମୁଦାୟ ମଧ୍ୟ ଚିନ୍ତିତ। କେବଳ ଚଳିତ ବର୍ଷ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଆଫଗାନିସ୍ତାନ ଛାଡ଼ି ଚାଲିଯିବାର ଆଶଙ୍କା ରହିଛି। ଏଥିପାଇଁ ୟୁନାଇଟେଡ୍‌ ନେସନ୍ସ ରିଫ୍ୟୁଜି ଏଜେନ୍ସି ବା ଜାତିସଂଘ ଶରଣାର୍ଥୀ ସଂସ୍ଥା( ୟୁଏନ୍‌ଏଚ୍‌ସିଆର୍‌) ଶରଣାର୍ଥୀଙ୍କ ଥଇଥାନ ଲାଗି ପ୍ରସ୍ତୁତ ହେଉଛି। ତେବେ ସିରିଆ, ଲିବ୍ୟା ଏବଂ ମ୍ୟାନମାର ଭଳି ଏବେ ଆଫଗାନିସ୍ତାନ ସଙ୍କଟରେ ସୃଷ୍ଟି ହୋଇଥିବା ଶରଣାର୍ଥୀ ସମସ୍ୟା ସମାଧାନରେ ବୈଶ୍ୱିକ ବ୍ୟବସ୍ଥାର ଦୁର୍ବଳତା ପ୍ରକାଶ ପାଇଛି। ମୁଖ୍ୟତଃ ୧୯୫୧ ଶରଣାର୍ଥୀ ଚୁକ୍ତି ବା ରାଜିନାମାର ତ୍ରୁଟି ସାମ୍ନାକୁ ଆସିଛି।
ଶରଣାର୍ଥୀ ଚୁକ୍ତି ସ୍ବାକ୍ଷରିତ ହୋଇଥବା ସମୟ ବର୍ତ୍ତମାନଠାରୁ ଭିନ୍ନ ଥିତ୍ଲା। ଏହାକୁ ପ୍ରସ୍ତୁତ କରାଯିବା ବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧର ବିପର୍ଯ୍ୟୟରୁ ବିଶ୍ୱ ସ୍ବାଭାବିକ ଅବସ୍ଥାକୁ ଫେରୁଥିଲା। ସେହି ସମୟରେ ଶରଣାର୍ଥୀଙ୍କ କେନ୍ଦ୍ର ଥିଲା ୟୁରୋପ । ଏବେ ଏହା ସମ୍ପ୍ରସାରିତ ହୋଇଛି। ବିଶ୍ୱର ବହୁ ଦେଶରେ ଶରଣାର୍ଥୀ ସୃଷ୍ଟି ହେଉଛନ୍ତି। ବିଶ୍ୱର ମୋଟ ଶରଣାର୍ଥୀଙ୍କ ମଧ୍ୟରୁ ଦୁଇ ତୃତୀୟାଂଶରୁ ଅଧିକ ହେଉଛନ୍ତି ସିରିଆ,ଭେନିଜୁଏଲା, ଆଫଗାନିସ୍ତାନ, ସାଉଥ ସୁଦାନ ଏବଂ ମ୍ୟାନ୍‌ମାର୍‌ର। ଫଳରେ ପାଶ୍ଚାତ୍ୟ ବ୍ୟତୀତ ବିଶ୍ୱର ଅନ୍ୟ ଦେଶଗୁଡ଼ିକୁ ଏବେ ଶରଣାର୍ଥୀଙ୍କ ସମସ୍ୟାର ବୋଝ ବୋହିବାକୁ ପଡ଼ୁଛି। ବିଶ୍ୱରେ ତୁର୍କୀ ସବର୍ର୍ାଧିକ ପ୍ରାୟ ୩.୭ ମିଲିୟନ ଶରଣାର୍ଥୀଙ୍କୁ ଥଇଥାନ କରିଛି। ତା’ପଛକୁ ଜୋର୍ଡାନ (୨.୯ ମିଲିୟନ), କଲମ୍ବିଆ ( ୧.୭ ମିଲିୟନ), ପାକିସ୍ତାନ (୧.୪ ମିଲିୟନ) ଏବଂ ଉଗାଣ୍ଡା (୧.୪ ମିଲିୟନ) ଶରଣାର୍ଥୀଙ୍କ ଦାୟିତ୍ୱ ସମ୍ଭାଳିଛି। ଶରଣାର୍ଥୀ ଥଇଥାନ ବ୍ୟବସ୍ଥାରେ ପରିବର୍ତ୍ତନ ହୋଇଛି ସତ, କିନ୍ତୁ ଏଯାବତ ବହୁପକ୍ଷୀୟ ଢାଞ୍ଚାରେ କୌଣସି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଏତିକି ହୋଇଛି ଦେଶ ଦେଶ ମଧ୍ୟରେ ଅନେକ ଦ୍ୱିପାକ୍ଷିକ ଚୁକ୍ତି କରାଯାଇଛି। ମାର୍ଚ୍ଚ ୨୦୧୬ରେ ତୁର୍କୀ ଏବଂ ୟୁରୋପିଆନ ୟୁନିୟନ (ଇୟୁ) ମଧ୍ୟରେ ସିରିଆ ଶରଣାର୍ଥୀଙ୍କୁ ନେଇ ଏକ ଦ୍ୱିିପାକ୍ଷିକ ଚୁକ୍ତି ହୋଇଛି। ଉକ୍ତ ଚୁକ୍ତି ଇୟୁକୁ ୧୯୫୧ ରାଜିନାମା ଅନୁଯାୟୀ ଶରଣାର୍ଥୀଙ୍କୁ ସେବା ଯୋଗାଇ ଦେବା ଦାୟିତ୍ୱରୁ ଓହରି ଯିବାକୁ ବାଟ ଦେଖାଇଛି। ଏଭଳି ଚୁକ୍ତିଗୁଡ଼ିକ ବୈଶ୍ୱିକ ନିୟମ ଆଧାରରେ ଶରଣାର୍ଥୀଙ୍କ ପାଇଁ କରାଯାଇଥିବା ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ଦୁର୍ବଳ କରିଦେଇଛି। ଅଲଗା ଅଲଗା ଚୁକ୍ତି କରିବା ବଦଳରେ ଅନ୍ତର୍ଜାତୀୟ ସମୁଦାୟ ୧୯୫୧ର ଶରଣାର୍ଥୀ ଚୁକ୍ତି ଉପରେ ପୁନର୍ବିଚାର କରବା ଉଚିତ। ଏହାକୁ ଅତିକମ୍‌ରେ ୪ଟି ଉପାୟରେ ସଂଶୋଧନ କରଯିବା ଆବଶ୍ୟକ।
ପ୍ରଥମତଃ ଶରଣାର୍ଥୀ ସୁରକ୍ଷା ଓ ଥଇଥାନ ବ୍ୟବସ୍ଥାରେ ରହିଥିବା ପାଣ୍ଠି ସମସ୍ୟା ସମାଧାନ କରାଯିବା ଦରକାର। ସାମ୍ପ୍ରତିକ ସମୟରେ ୟୁଏନ୍‌ଏଚ୍‌ସିଆର ବାର୍ଷିକ ବଜେଟ ରହିଛି ୮.୬ ବିଲିୟନ ଆମେରିକୀୟ ଡଲାର। ମୋଟ ଉପରେ ଏହା ତା’ର ବୈଧାନିକ ଲକ୍ଷ୍ୟ ହାସଲ କରିବା ପାଇଁ ପର୍ଯ୍ୟାପ୍ତ ନୁହେଁ। ଫଳସ୍ବରୂପ, ସବୁବେଳେ ଲାଗିରହୁଥିବା ଶରଣାର୍ଥୀ ସଙ୍କଟର ଜରୁରୀ ସମାଧାନ ପାଇଁ ୟୁଏନ୍‌ଏଚ୍‌ସିଆର ସରକାରଗୁଡ଼ିକଠାରୁ ପାଣ୍ଠି ଯୋଗାଡ଼ କରିବାକୁ ବାଧ୍ୟ ହେଉଛି। ଉଦାହରଣସ୍ବରୂପ, ଏବେ ଏହା ଆଫଗାନିସ୍ତାନ ଶରଣାର୍ଥୀ ସ୍ଥିତିର ନିୟନ୍ତ୍ରଣ ପାଇଁ ଆବଶ୍ୟକ ଅର୍ଥ ଯୋଗାଡ଼ କରିବାକୁ ସଂଘର୍ଷ କରିବାକୁ ପଡ଼ୁଛି। ତୁଳନାମତ୍କ ଭାବେ ୨୦୧୫ର ପ୍ୟାରିସ୍‌ ଜଳବାୟୁ ବୁଝାମଣାକୁ ଦେଖାଯାଉ। ଏଥିରେ ବିଭିନ୍ନ ଦେଶର ସରକାର ଜଳବାୟୁ ପରିବର୍ତ୍ତନ ବିରୋଧରେ ଲଢ଼େଇ କରିବା ଲାଗି ବର୍ଷକୁ ୧୦୦ ବିଲିୟନ ଡଲାର ସହାୟତା ରାଶି ଯୋଗାଇ ଦେବା ଲାଗି ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି। । ଏହାର ଲକ୍ଷ୍ୟ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇପାରେ, କିନ୍ତୁ ସଂସାଧନ ଯୋଗାଇ ଦେବାର ପ୍ରତିବଦ୍ଧତାରେ ଅସଙ୍ଗତି ଏଥିରୁ ସ୍ପଷ୍ଟ ହେଉଛି। ନିକଟରେ ଇୟୁ ତା’ ମଲ୍‌ଟିଆନୁଆଲ ଫାଇନାନ୍‌ସିଆଲ ଫ୍ରେମ୍‌ଓ୍ବାର୍କ ବା ବହୁବର୍ଷୀୟ ବିତ୍ତୀୟ ଢାଞ୍ଚା(ଏମ୍‌ଏଫ୍‌ଏଫ୍‌)ରେ ଅନ୍ତର୍ଜାତୀୟ ଜଳବାୟୁ କାର୍ଯ୍ୟକ୍ରମକୁ ପ୍ରାୟ ୨୭ ବିଲିୟନ ଡଲାର ସହାୟତା ରାଶି ଦେବା ଲାଗି ପ୍ରତିଶ୍ରୁତି ଦେଇଛି। ଅନ୍ୟ ପକ୍ଷରେ ୟୁଏନ୍‌ଏଚ୍‌ସିଆର ବଜେଟକୁ ଇୟୁର ବାର୍ଷିକ ସହାୟତା ରାଶି ରହିଛି ୫୨୨ ମିଲିୟନ ବା ପାଖାପାଖି ୩.୬୫ ବିଲିୟନ ଡଲାର। ଏଣୁ ଗ୍ଲୋବାଲ କ୍ଲାଇମେଟ୍‌ ଫଣ୍ଡ୍‌ ଭଳି ୟୁଏନ୍‌ଏଚ୍‌ସିଆର ତତ୍ତ୍ୱାବଧାନରେ ଶରଣାର୍ଥୀଙ୍କ ପାଇଁ ଏକ ସ୍ଥାୟୀ ପାଣ୍ଠି ସୃଷ୍ଟି କରିବାକୁ ପଦକ୍ଷେପ ଗ୍ରହଣ କରାଯିବା ଦରକାର। ଏଭଖଳି ପାଣ୍ଠି ଦ୍ୱାରା ୟୁଏନ୍‌ଏଚ୍‌ସିଆର ଅଧିକ ପ୍ରଭାବୀ ଓ ନିର୍ଣ୍ଣାୟକ ଶୈଳୀରେ କାର୍ଯ୍ୟ କରିବାକୁ ସକ୍ଷମ ହେବ। ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି, ଶରଣାର୍ଥୀ ସମସ୍ୟା ସମାଧାନ କରୁଥିବା ଦେଶଗୁଡ଼ିକୁ ସେମାନଙ୍କ କ୍ଷମତା ବଢ଼ାଇବାରେ ଏହା ସାହାଯ୍ୟ କରିବ।
ଦ୍ୱିତୀୟରେ ଏବେକାର ରିଫ୍ୟୁଜି ବା ଶରଣାର୍ଥୀର ସଂଜ୍ଞାରେ ପରିବର୍ତ୍ତନ ଲୋଡ଼ା। ଏଥିରେ ଜଳବାୟୁ ପରିବର୍ତ୍ତନରେ ପ୍ରଭାବିତ ହୋଇ ସ୍ଥାନାନ୍ତରିତ ଲୋକଙ୍କୁ ଯୋଗ କରିବାକୁ ହେବ। କାରଣ ବିଶ୍ୱତାପନ ବୃଦ୍ଧି ଯୋଗୁ ଶରଣାର୍ଥୀଙ୍କ ସଂଖ୍ୟା ଅତ୍ୟଧିକ ବଢୁଛି। ବହୁ ଅନୁଧ୍ୟାନରୁ ଏହା ସ୍ପଷ୍ଟ ହୋଇଛି। ତେବେ ୧୯୫୨ ବୁଝାମଣା ଜଳବାୟୁ ପରିବର୍ତ୍ତନକୁ ରିଫ୍ୟୁଜି ଷ୍ଟାଟସ୍‌ ଦେବା ଲଗି ନ୍ୟାୟସଙ୍ଗତ ସମର୍ଥନ ଦେଇନାହିଁ। କିନ୍ତୁ ଅନ୍ତର୍ଜାତୀୟ ମାନବୀୟ ଆଇନ ଏହି ଦିଗରେ ଜଡ଼ିତ ହୋଇସାରିଲାଣି। ୨୦୧୬ରେ ୟୁନାଇଟେଡ୍‌ ନେସନ୍ସ ହ୍ୟୁମ୍ୟାନ୍‌ ରାଇଟ୍ସ କମିଟିର ଏ୍ୟତିହାସିକ ସିଦ୍ଧାନ୍ତରୁ ଜଣାପଡ଼ିଛି ଯେ, ମୂଳ ଦେଶରେ ଜୀବନ ଉପରେ ଜଳବାୟୁ ପରିବର୍ତ୍ତନର ବିପଦ ଥିଲେ ପ୍ରଥମରୁ ସେଠାରୁ ସ୍ଥାନାନ୍ତର ହୋଇଥିବା ଲୋକମାନଙ୍କୁ ପୁଣି ସେହି ଦେଶକୁ ପଠାଇ ଦିଆଯାଇପାରିବ ନାହିଁ।
ତୃତୀୟତଃ, ଶରଣାର୍ଥୀଙ୍କ ପାଇଁ ଲାଗୁ କରାଯାଇଥିବା ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ମଜଭୁତ କରିବା ଉଚିତ। ବୁଝିବାକୁ ହେବ ଯେ,୧୯୫୧ ଚୁକ୍ତି ଭବିଷ୍ୟତର ସ୍ଥିତିକୁ ସମାଧାନ କରିବା ପାଇଁ ଏକ ଅତ୍ୟନ୍ତ ଦୁର୍ବଳ ବ୍ୟବସ୍ଥା ପରିକଳ୍ପନା କରିଛି। ବୁଝମଣାର ଉପଯୋଗ ତଥା ଏହା ଅନୁଯାୟୀ କାର୍ଯ୍ୟ କରିବାରେ ଥିବା ସମସ୍ୟାକୁ ସମାଧାନ ପାଇଁ ଇଣ୍ଟର୍‌ନ୍ୟାଶନାଲ କୋର୍ଟ ଅଫ୍‌ ଜଷ୍ଟିସ ବା ଅନର୍ଜାତୀୟ ନ୍ୟାୟାଳୟର ଅଧିକାର ରହିଥିଲେ ମଧ୍ୟ ଏଭଳି ବ୍ୟବସ୍ଥାକୁ କେବେ ବି ଉପଯୋଗ କରାଯାଇନାହିଁ ।
ଏଣୁ ଦେଶଗୁଡ଼ିକ ଏବେକାର ଅନ୍ତର୍ଜାତୀୟ ଶରଣାର୍ଥୀ ଆଇନର ଉଲ୍ଲଂଘନ କଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଯେଉଁଥିପାଇଁ ଆଫ୍ରିକା ଏବଂ ମଧ୍ୟପ୍ରାଚ୍ୟରୁ ଶରଣାର୍ଥୀଙ୍କୁ ନେଇ ଆସୁଥିବା ଡଙ୍ଗାକୁ କୂଳକୁ ଆସିବାକୁ ଇଟାଲୀ ଏବଂ ଗ୍ରୀସ୍‌ ବାଧା ଦେଇଥିଲେ ମଧ୍ୟ ସେମାନେ ବାସ୍ତବରେ କୌଣସି କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇନାହାନ୍ତି। ୟୁଏନ୍‌ କମିଶନ ଅନ୍‌ ହ୍ୟୁମ୍ୟାନ ରାଇଟ୍ସ ଭଳି ଶରଣାର୍ଥୀଙ୍କ ଉପରେ ନିର୍ବାଚିତ ସରକାରଙ୍କ ପ୍ରତିନିଧିମାନଙ୍କୁ ନେଇ ଏକ ଷ୍ଟାଣ୍ଡିଂ ୟୁଏନ୍‌ କମିଶନ ଗଠନ କରିବା ଆବଶ୍ୟକ। ଏହା ସମାଧାନର ଏକ ବାଟ ହୋଇପାରିବ। ୟୁଏନ୍‌ଏଚ୍‌ସିଆର୍‌ ସହଯୋଗରେ ଏଭଳି କମିଶନ ପ୍ରତ୍ୟକ୍ଷ ଭାବେ ଶରଣାର୍ଥୀ ରାଜିନାମା ଉପରେ ଭଲ ଭାବେ ନିରୀକ୍ଷଣ କରିପାରିବ ଏବଂ ଏବେକାର ସଞ୍ଚାଳନ ପଦ୍ଧତିର ଉତ୍ତରଦାୟିତ୍ୱ ବଢ଼ାଇବ।
ଶେଷରେ ଶରଣାର୍ଥୀଙ୍କ ଆବଶ୍ୟକତା ତଥା ସୁରକ୍ଷା ପାଇଁ ‘ରେସପନ୍‌ସିବିଲିଟି ଟୁ ପ୍ରୋଟେକ୍ଟ’ ବା ସୁରକ୍ଷା ଦେବାର ଦାୟିତ୍ୱକୁ ଗୁରୁତ୍ୱ ଦେବାକୁ ହେବ। ଏହାକୁ ବୁଝିବା ଦରକାର ଓ ଏହା କିଭଳି କାର୍ଯ୍ୟକାରୀ କରାଯିବ ସେଥିପାଇଁ ଶରଣାର୍ଥୀଙ୍କ ପାଇଁ ବିଶ୍ୱସ୍ତରରେ ନିର୍ଦ୍ଧାରିତ ନିୟମଗୁଡ଼ିକୁ ଦୃଢ ଭାବେ ସଂଯୋଜିତ କରିବାକୁ ପଡ଼ିବ। ଏଭଳି ସିଦ୍ଧାନ୍ତକୁ ଜାତିସଂଘ ସାଧାରଣ ସଭା ସର୍ବସମ୍ମତି କ୍ରମେ ୨୦୦୫ରେ ଗ୍ରହଣ କରିଥିଲା। ପ୍ରତ୍ୟେକ କାର୍ଯ୍ୟରେ ବୈଧାନିକ ହସ୍ତକ୍ଷେପକୁ ଉଚିତ ଦର୍ଶାଇବା ପାଇଁ ଜାତିସଂଘ ଏହା କରିଥିଲା। କିନ୍ତୁ ଏହା ଏବେ ସାମୂହିକ ଅତ୍ୟାଚାର ଯଥା; ଗଣ ହତ୍ୟା, ଯୁଦ୍ଧ ଅପରାଧ,ମାନବତା ବିରୋଧୀ ଅପରାଧ ଏବଂ ଜାତିଗତ ସଂଘର୍ଷ ଘଟଣାରେ ସୀମିତ ରହିଛି। ନିକଟରେ ସିରିଆ, ମ୍ୟାନ୍‌ମାର ଏବଂ ଏବେ ଆଫଗାନିସ୍ତାନ ସଙ୍କଟକୁ ଦେଖିତ୍ଲେ ସରକାରଗୁଡ଼ିକ ଅତ୍ୟଧିତ୍କ ଶରଣାର୍ଥୀ ସୃଷ୍ଟି କରି ସେମାନଙ୍କ ପଡ଼ୋଶୀ ଦେଶରେ ଅସ୍ଥିରତା ସୃଷ୍ଟି କରିବା ଉଚିତ ନୁହେଁ। ଉକ୍ତ ସିଦ୍ଧାନ୍ତର ଉଲ୍ଲଂଘନ ହେଲେ ‘ସୁରକ୍ଷା ଦେବାର ଦାୟିତ୍ୱ’ର ଉଲ୍ଲଂଘନ ବୋଲି ବିଚାର କରି ସେମାନଙ୍କ ବିରୋଧରେ କଠୋର ଅନ୍ତର୍ଜାତୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ। ଏହି ୪ଟି ପରିବର୍ତ୍ତନକୁ ଗ୍ରହଣ କରି ଏକବିଂଶ ଶତାବ୍ଦୀରେ ଶରଣାର୍ଥୀଙ୍କ ପାଇଁ ବିଶ୍ୱରେ ଏକ ଉତ୍ତମ ବ୍ୟବସ୍ଥା ଗଢ଼ିବାକୁ ଅଧିକ ସମୟ ଲାଗିଯିବ। ଦେଖିବାକୁ ଗଲେ ଏବେ ଯୁଦ୍ଧ ବା ଜଳବାୟୁ ପରିବର୍ତ୍ତନ ଯୋଗୁ ଅତ୍ୟଧିକ ଶରଣାର୍ଥୀ ସୃଷ୍ଟି ହେଉଛନ୍ତି। ଏଣୁ ଆଉ ଅଧିକ ସମୟ ନଷ୍ଟ ନ କରି ଆମକୁ ଉଚିତ୍‌ ବାଟରେ ଆଗେଇବାକୁ ହେବ।
ତୁର୍କୀର ପୂର୍ବତନ କୂଟନୀତିଜ୍ଞ


Enter your email to get our daily news in your inbox.

All Right Reserved By Dharitri.Com

ପୂଜା

ନିର୍ମଳ ତା’ର ମାଆବାପାଙ୍କ ସହିତ ମନ୍ଦିରକୁ ଯାଏ। ନିୟମିତ ସ୍କୁଲ ପାଠ୍ୟକ୍ରମ କରିବା, ମାଆବାପାଙ୍କୁ ସମ୍ମାନ ଦେବା, ସହପାଠୀମାନଙ୍କୁ ଭଲ ପାଇବା, ଗୁରୁଙ୍କ ନିକଟରେ ପ୍ରଣିପାତ...

ଶୂନ୍ୟରେ ସୁଖ ଖୋଜା

ଶ୍ରୀମଦ୍‌ ଭାଗବତ ମହାପୁରାଣର କୃଷ୍ଣଲୀଳା ଉପାଖ୍ୟାନ ବଡ଼ ଚମତ୍କାର। ଏଥିରେ ଭଗବାନ ଶ୍ରୀକୃଷ୍ଣଙ୍କ ଅଲୌକିକ ଲୀଳା ସବୁର ବର୍ଣ୍ଣନା ରହିଛି। ତେବେ ଭାଗବତ ଅନୁସାରେ ଭଗବାନ...

ଏଇ ଭାରତରେ

ଏମିତି ଜାଗାକୁ ଯିବେ ଯେଉଁଠି ମାଟିଘରେ ରହି ଜୈବିକ ଚାଷ ଦେଖିବେ ଓ ଶିଖିବେ ମଧ୍ୟ। ଏଭଳି ଏକ ପରିବେଶ ପାଇବେ ରାଜସ୍ଥାନର ଖୋରା ଶ୍ୟାମଦସାସ...

ଓଜୋନ୍‌ ଓ ପୃଥିବୀର ସୁରକ୍ଷା

ଏକ ସମୟ ଥିଲା (ବହୁ ପୁରାତନ ନୁହେଁ) ଯେତେବେଳେ ପୃଥିବୀର ଓଜୋନ୍‌ ସ୍ତରର ଅବକ୍ଷୟ ଏକ ବଡ଼ ଚ୍ୟାଲେଞ୍ଜ ପରି ମନେହେଉଥିଲା। ଅନେକ ଦଶନ୍ଧି ଧରି...

ଏଇ ଭାରତରେ

ମହାରାଷ୍ଟ୍ରର ହରିଶ୍ଚନ୍ଦ୍ର ସୁଦେ ଦିବ୍ୟାଙ୍ଗମାନଙ୍କୁ ଆତ୍ମନିର୍ଭରଶୀଳ କରାଇ ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି। ହରିଶ୍ଚନ୍ଦ୍ର ପିଲାଦିନେ ଗୋଟିଏ ଆଖି ହରାଇବା ପରେ ବହୁ ପ୍ରତିକୂଳ ପରିସ୍ଥିତିକୁ...

ସ୍ତମ୍ଭର ମହତ୍ତ୍ୱ

ଉପେନ୍ଦ୍ର ବିଶ୍ୱାଳ   ଶ୍ରୀଅରବିନ୍ଦଙ୍କ ଭାଷାରେ-‘ସାହିତ୍ୟ ହେଉଛି ଜୀବନ୍ତ ମନେହେଉଥିବା ଶବ୍ଦଚିତ୍ର।’ ପ୍ରଖ୍ୟାତ ବ୍ରିଟିଶ୍‌ ଲେଖିକା ଶେଲି କୁହନ୍ତି, ‘ସାହିତ୍ୟ ହେଉଛି ସତ୍ୟର ପ୍ରତିଫଳନ ।’...

ବୁଝ ନ ବୁଝ…

ରାକେଶ ପଣ୍ଡା   ସାଧାରଣତଃ ଯଦି ଜଣେ ବ୍ୟକ୍ତି ନୀତି ଓ ନିୟମ ବାହାରେ କାର୍ଯ୍ୟ କରନ୍ତି, ତେବେ ସମାଜରେ ବିଶୃଙ୍ଖଳା ଏବଂ ଅରାଜକତା ସୃଷ୍ଟି...

ଆଧୁନିକ ଯୁଗର ଧାର୍ମିକ ନେତା

ପାଶ୍ଚାତ୍ୟ ନେତୃତ୍ୱର ଢାଞ୍ଚାଗୁଡ଼ିକ ହେଉଛି ସାମରିକ ଶକ୍ତି କୈନ୍ଦ୍ରିକ। ଏଗୁଡ଼ିକ ମୁଖ୍ୟତଃ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣଭିତ୍ତିକ। ପାଶ୍ଚାତ୍ୟ ନେତୃତ୍ୱ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଏ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri